ମଇ ୧୫ ତାରିଖ ଅକ୍ଷୟ ତୃତୀୟା ଠାରୁ ୭ଟି ରାଶିଙ୍କ ଭାଗ୍ୟରେ ଆସିବ ପରିବର୍ତ୍ତନ !

ମଇ ୧୫ ତାରିଖ ଅକ୍ଷୟ ତୃତୀୟା ଠାରୁ ୭ଟି ରାଶିଙ୍କ ଭାଗ୍ୟରେ ଆସିବ ପରିବର୍ତ୍ତନ !

ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ସେହି ସାତୋଟି ରାଶିର ବ୍ୟକ୍ତିମାନଙ୍କ ବିଷୟରେ ଯେଉଁମାନଙ୍କ ଭାଗ୍ୟରେ ଆସିବ ପରିବର୍ତ୍ତନ ! ଆସନ୍ତା ସଂକ୍ରାନ୍ତି ବୃଷ ସଂକ୍ରାନ୍ତି ଅଟେ । ଏହି ଦିନ ଅତ୍ୟନ୍ତ ପବିତ୍ର ଦିନ ଅଟେ ଓ ଅକ୍ଷୟ ତୃତୀୟା ମଧ୍ୟ ! ବିଶେଷ କରି କହିବାକୁ ଗଲେ ଏହି ଦିନ ଯାହା ବି କରନ୍ତୁ ସବୁ କିଛି ମଙ୍ଗଳମୟ ହୋଇଥାଏ । ପ୍ରଭୁ ଜଗନ୍ନାଥଙ୍କ ରଥ କାର୍ଯ୍ୟ ଏହି ଦିନ ଶୁଭାରମ୍ଭ କରାଯାଇଥାଏ ଏହାସହ ଚନ୍ଦନ ଯାତ୍ରା ଅନୁକୂଳର ଦିନ ଯାହାକି ଆସନ୍ତା ମଇ ୧୫ ତାରିଖକୁ ପଡୁଛି । ଏହି ଦିନ ଠାରୁ ସୂର୍ଯ୍ୟ ନିଜର ରାଶି ପରିବର୍ତ୍ତନ କରି ବୃଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଯାହାକି ରବି ଚାଳନ ବୃଷ ରାଶିକୁ ହେବ ।

ତେବେ କେଉଁ ସାତଟି ରାଶିମାନଙ୍କ ପାଇଁ ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ ଓ ଏମାନଙ୍କ ଜୀବନରେ କଣ ପରିବର୍ତ୍ତନ ହେବ ସେହି ବିଷୟରେ ଆଜି ଜାଣିବା । ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ । ତେବେ ଆସନ୍ତୁ ଆରମ୍ଭ କରିବା ମଇ ୧୫ ତାରିଖ ଅଥବା ଅକ୍ଷୟ ତୃତୀୟା ଠାରୁ ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନ ବିଷୟରେ ଯାହାକି ଆପଣଙ୍କ ଆଶାଠାରୁ ମଧ୍ୟ ଅଧିକ ଖୁସି ପ୍ରାପ୍ତ କରିବ ।

ପ୍ରଥମ ହେଉଛି ମେଷ ରାଶି । ମେଷ ରାଶି ପାଇଁ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଚାକିରି କ୍ଷେତ୍ରରେ ପଦୋଉର୍ଣ୍ଣତ୍ତି ପାଇଁ ଆଶା ରହିଛି । ବ୍ୟବସାୟରେ ସଫଳତା ଲାଭ କରିବେ । ଆକସ୍ମିକ ଧନଲାଭ ହୋଇପାରେ । କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗରେ ଆସିବ ।ମହିଳାମାନେ ସୁଖୀ ହେବେ ଏବଂ ଛାତ୍ର ଛାତ୍ରୀମାନେ ସଫଳତା ଲାଭ କରିବେ ।

ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ କର୍ମ କ୍ଷେତ୍ରରେ ଉର୍ଣ୍ଣତି ହେବ ବ୍ୟବସାୟରେ ସଫଳତା ଲାଭ କରିବେ । ବିଭିନ୍ନ ସମସ୍ୟାର ସମାଧନ ମାନସନ୍ମାନ ପ୍ରାପ୍ତ ହେବ ଏବଂ ଆକସ୍ମିକ ଧନ ଲାଭ ହେବ । ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ । ମହିଳାମାନେ ପାରିବାରିକ ସୁଖ ଲାଭ କରିବେ । ଛାତ୍ର ଛାତ୍ରୀମାନେ ପ୍ରଗତିଶୀଳ ହେବେ ।

ମିଥୁନ ରାଶି ପାଇଁ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ମାନ ସନ୍ମାନ ବୃଦ୍ଧି କରିବ । କର୍ମ କ୍ଷେତ୍ରରେ ଆପଣ ସଫଳତା ଲାଭ କରିବେ ।ବନ୍ଧୁ ସହଯୋଗ ପ୍ରାପ୍ତ ହେବ । ଶାରୀରିକ ଅସୁସ୍ଥତା ଦୂର ହେବ । ଅର୍ଥ ଲାଭ ହୋଇପାରେ କୌଣସି କାର୍ଯ୍ୟରେ ଅତ୍ୟଧିକ ବ୍ୟୟ ହୋଇପାରେ । ମହିଳାମାନେ ଚିନ୍ତିତ ରହିବେ । ଛାତ୍ରଛାତ୍ରୀ ମାନେ ଉର୍ଣ୍ଣତ୍ତି କରିବେ ।

କର୍କଟ ରାଶି ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ପାଇଁ ଆପଣଙ୍କ ବ୍ୟବସାୟରେ ସଫଳତା ଲାଭ କରିବେ । ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ଲାଭ କରିବେ । ପାରିବାରିକ ଶାନ୍ତି ବୃଦ୍ଧି ପାଇବ । ଭାତୃବିବାଦ ବୃଦ୍ଧିପାଇପାରେ ତେଣୁ ସାବଧାନ ରୁହନ୍ତୁ । କର୍ମ କ୍ଷେତ୍ରରେ ଉର୍ଣ୍ଣତ୍ତି ହେବ ମହିଳାମାନେ ଧର୍ମ ପରାୟଣ ହେବେ । ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଉଦାସୀନ ରହିବେ ।

ସିଂହ ରାଶି ପାଇଁ ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ ଯୋଗୁ କର୍ମକ୍ଷେତ୍ରରେ ଉର୍ଣ୍ଣତ୍ତି ହେବ । ବ୍ୟବସାୟରେ ଲାଭବାନ ହୋଇପାରନ୍ତି । ଇଚ୍ଛା ଅଭିଳାଷ ପୂରଣ ହେବ । ମାନ ସଂନ୍ମାନ ବୃଦ୍ଧିପାଇବ । ଆର୍ଥିକ ଅବସ୍ଥା ସୁଦୃଢ ହେବ । ମହିଳାମାନେ ପାରିବାରିକ ସୁଖ ପ୍ରାପ୍ତ କରିବେ । ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇବେ ।

କନ୍ୟା ରାଶି ପାଇଁ ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ ଯୋଗୁ ଚାକିରୀରେ ପଦୋଉର୍ଣ୍ଣତି ହେବ । ନୂତନ କର୍ମ ସଂସ୍ଥାନ ମିଳିପାରେ ଦୈନିକ ରୋଜଗାର ବୃଦ୍ଧି ପାଇବ । ଅବରୋଧ ହୋଇଥିବା କାର୍ଯ୍ୟ ସଫଳ ହେବ । ନୂତନ ଦ୍ରବ୍ୟ କିଣିବାର ସୁଯୋଗ ଆସିବ ।ମହିଳାମାନେ ଧର୍ମ ପରାୟଣ ହେବେ । ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ ।

ତୁଳା ରାଶି ପାଇଁ ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ ଯୋଗୁ ବ୍ୟବସାୟରେ ଲାଭ କ୍ଷତି ସମାନ ରହିବ । କର୍ମ କ୍ଷେତ୍ରରେ ସାମାନ୍ୟ ସଫଳତା ମିଳିପାରେ । ବନ୍ଧୁସହଯୋଗ ପ୍ରାପ୍ତି ହେବ । ଶାରୀରିକ ଅସୁସ୍ଥତା ବୃଦ୍ଧି ପାଇବ । ମାନସିକ ଚିନ୍ତା ବୃଦ୍ଧି ପାଇବ ।ଶତୃମାନେ ହାଇରାଣ କରିପାରନ୍ତି । ମହିଳାମାନେ ଚିନ୍ତିତ ରହିବେ । ଛାତ୍ରଛାତ୍ରୀମାନେ ଅସଫଳ ହୋଇପାରନ୍ତି ତେବେ ତୁଳାରାଶି ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସେତେ ଭଲ ରହିବ ନାହିଁ ।

ବିଛା ରାଶିଙ୍କ ପାଇଁ ସୁର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଦୈନିକ ରୋଜଗାରରେ ବୃଦ୍ଧି ଆଣିବ । ବ୍ୟବସାୟରେ ସଫଳତା ଲାଭ କରିବେ ।କର୍ମ କ୍ଷେତ୍ରରେ ବାଧା ବିଘ୍ନ ଦୂର ହେବ । ଅର୍ଥଲାଭର ସୁଯୋଗ ଆସିବ । ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ ।ମହିଳାମାନେ ସୁଖୀ ହେବେ ଛାତ୍ରଛାତ୍ରୀମାନେ ସଫଳତା ଲାଭ କରିବେ ।

ଧନୁ ରାଶି ପାଇଁ ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ ଯୋଗୁ ବ୍ୟବସାୟରେ ଲାଭ କ୍ଷତି ସମାନ ରହିବ । କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ ଦ୍ୱାରା ସାମାନ୍ୟ ସଫଳତା ମିଳିପାରେ । ଶାରୀରିକ ଅସୁସ୍ଥତା ଦେଖାଦେବ । ତେବେ ସ୍ୱାସ୍ଥ୍ୟକୁ ନେଇ ବିଶେଷ ସତର୍କ ରୁହନ୍ତୁ । ବିବାଦ କିଛି ବୃଦ୍ଧିପାଇ ପାରେ । ମହିଳାମାନେ ସନ୍ତାନ ସୁଖରେ ସୁଖୀ ହେବେ । ଛାତ୍ର ଛାତ୍ରୀମାନଙ୍କ ପାଇଁ ଏହି ସମୟଟି ଉତ୍ତମ ରହିବ ।

ମକର ରାଶିଙ୍କ ପାଇଁ ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ ଯୋଗୁ ବ୍ୟବସାୟୀ କ୍ଷେତ୍ର ଭଲ ରହିବ । ଚାକିରୀ କ୍ଷେତ୍ରରେ ପଦୋଉର୍ଣ୍ଣତ୍ତି ହୋଇପାରେ । ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଋଣମୁକ୍ତ ହେବେ । ଶାରୀରିକ ଅସୁସ୍ଥତା ଦୂର ହେବ । ମହିଳାମାନେ ସୁଖୀ ହେବେ । ଛାତ୍ରଛାତ୍ରୀମାନେ ସଫଳତା ଲାଭ କରିବେ ।

କୁମ୍ଭ ରାଶି ପାଇଁ ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ ଯୋଗୁ ଆପଣଙ୍କ ପାଇଁ ନୂତନ କର୍ମସଂସ୍ଥାନର ଯୋଗ ରାହୁଅଛି । ଦୈନିକ ରୋଜଗାର ବୃଦ୍ଧି ହେବ । ବନ୍ଧୁ ସହଯୋଗ ମିଳିବ । ଅର୍ଥଲାଭର ସୁଯୋଗ ଆସିବ । ନୂତନ ଦ୍ରବ୍ୟ କ୍ରୟ କରିବାର ସୁଯୋଗ ଆସିବ । ପାରିବାରିକ ସୁଖ ବୃଦ୍ଧି ହେବ । ମହିଳାମାନେ ସୁଖ ସମ୍ବାଦ ପାଇବେ ଏବଂ ଛାତ୍ରଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ ।

ମୀନ ରାଶି ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ ଯୋଗୁ ଅବରୋଧ ହୋଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଆକସ୍ମିକ ଅର୍ଥଲାଭ ହୋଇପାରେ । ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ମିଳିବ । ଶତ୍ରୁମାନେ ପରାଜିତ ହେବେ । ମହିଲମାନେ ସୁଖୀ ହେବେ ଏବଂ ଛାତ୍ରଛାତ୍ରୀମାନେ ସଫଳତା ଲାଭ କରିବେ ।

Leave a Reply

Your email address will not be published. Required fields are marked *