କଙ୍ଗନାଙ୍କ ଠାରୁ ଆରମ୍ଭ କରି ଆଲିୟାଙ୍କ ପର୍ଯ୍ୟନ୍ତ…ବଲିଉଡ଼ର ଏହି ଚଳଚ୍ଚିତ୍ର ଗୁଡ଼ିକରେ ନିଶାରେ ବୁଡ଼ି ରହିଥିବା ନଜର ଆସିଥିଲେ କଳାକାର ମାନେ

ବଲିଉଡ଼ ଇଣ୍ଡଷ୍ଟ୍ରି ବର୍ତ୍ତମାନ ବିବାଦରେ ଘେରି ଯାଇଛି । ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ଯାଞ୍ଚରେ ଚଳଚ୍ଚିତ୍ର ଜଗତରେ ପ୍ରସାରିତ ଡ୍ରଗ୍ସ ରାକେଟର ଖୁଲାସା ହେଲା । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଗଲେ । ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଯାଞ୍ଚ ଘେରରେ ବଲିଉଡର ଅନେକଗୁଡ଼ିଏ କଳାକାର ଅଛନ୍ତି କିନ୍ତୁ ସବୁଠାରୁ ପ୍ରଥମେ ଏନସିବି ବଲିଉଡ଼ ଅଭିନେତ୍ରୀ ମାନଙ୍କ ଉପରେ କାର୍ଯ୍ୟବାହୀ ଆରମ୍ଭ କଲେ । ୨୬ ସେପ୍ଟେମ୍ବରରେ ଏନସିବି ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲି ଖାନ୍ ଓ ଶ୍ରଦ୍ଧା କପୂରଙ୍କୁ ଡ୍ରଗ୍ସମାମଲା ବିଷୟରେ ଦୀର୍ଘ ସମୟ ଧରି ପଚରାଉଚରା କଲେ । ଏହା ପରେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏହି ସମସ୍ତ ଅଭିନେତ୍ରୀ ମାନଙ୍କୁ ଟ୍ରୋଲ୍ କରାଯାଉଛି । ଯଦିଓ ପରଦାରେ ମଧ୍ୟ କିଛି ଅଭିନେତ୍ରୀ ନିଶାଦ୍ରବ୍ୟ ସେବନ କରୁଥିବାର ନଜର ଆସିଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ସେହି କଳାକାର ମାନଙ୍କ ବିଷୟରେ ଜଣାଇବୁ । ଯେଉଁମାନେ କି ନିଜ ଚଳଚ୍ଚିତ୍ରରେ ଡ୍ରଗ୍ସ ନେବାର ଅଭିନୟ କରିଥିଲେ ।

ହିରୋଇନ୍ –

ନିର୍ଦ୍ଦେଶକ ମଧୁର ଭଣ୍ଡାରକରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ‘ହିରୋଇନ’ରେ ଅଭିନେତ୍ରୀ କରିନା କପୂର ଖାନ୍ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରରେ କରିନା ନିଶାଦ୍ରବ୍ୟ ସେବନ କରୁଥିବାର ନଜର ଆସିଥିଲେ । ବିଶେଷ କଥାଟି ଏହା ଯେ ଚଳଚ୍ଚିତ୍ରରେ କରିନାଙ୍କ ଅଭିନୟକୁ ଖୁବ୍ ପସନ୍ଦ କରାଯାଇଥିଲା ।

ପେଜ୍ ୩ –

ଏହି ସୂଚୀରେ ବଲିଉଡ଼ର ପ୍ରସିଦ୍ଧ ଚଳଚ୍ଚିତ୍ର ‘ପେଜ୍ ୩’ ମଧ୍ୟ ସାମିଲ ଅଛି । ଏହି ଚଳଚ୍ଚିତ୍ରକୁ ମଧୁର ଭଣ୍ଡାରକର ନିର୍ଦ୍ଦେଶନା ଦେଇଥିଲେ । ଯେଉଁଥିରେ ଡ୍ରଗ୍ସ ମାମଲାକୁ ଉଠାଯାଇଥିଲା । ପେଜ୍ ୩ ଚଳଚ୍ଚିତ୍ରରେ ସୋନି ରାଜଦାନ, ତାରା ଶର୍ମା ଓ କୋଙ୍କଣା ସେନ୍ ଶର୍ମା ନଜର ଆସିଥିଲେ । ଏହି ଚଳଚ୍ଚିତ୍ରଟି ୨୦୦୫ ମସିହାରେ ମୁକ୍ତିଲାଭ କରିଥିଲା ।

କୋକଟେଲ୍ –

କୋକଟେଲଲ୍ ଚଳଚ୍ଚିତ୍ର ୨୦୧୨ ରେ ମୁକ୍ତିଲାଭ କରିଥିଲା । ହୋମି ଅଦା ଜନୀୟା ଦ୍ୱାରା ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ଦୀପିକା ପାଦୁକୋନ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଦୀପିକା ପାଦୁକୋନ ଚଳଚ୍ଚିତ୍ରରେ ଡ୍ରଗ୍ସ ନେଉଥିବା ଝିଅ ଭାବରେ ନଜର ଆସିଥିଲେ । ଦୀପିକାଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ସୈଫ ଅଲି ଖାନ୍ ଓ ଡ଼ାୟନା ପଣ୍ଟି ମଧ୍ୟ ନଜର ଆସିଥିଲେ ।

ଫେସନ୍ –

ଚଳଚ୍ଚିତ୍ର ‘ଫେସନ୍’ ବଲିଉଡ଼ର ଏକ ହିଟ୍ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ଅଟେ । ଏହି ଚଳଚ୍ଚିତ୍ରକୁ ମଧୁର ଭଣ୍ଡାରକର ୨୦୦୮ ମସିହାରେ ନିର୍ମାଣ କରିଥିଲେ । ଯେଉଁଥିରେ କଙ୍ଗନା ରାନାୱତ ଓ ପ୍ରିୟଙ୍କା ଚୋପଡ଼ା ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରରେ ଗ୍ଲେମର ଜଗତର ସତ୍ୟ ଘଟଣା ଗୁଡ଼ିକ ଦର୍ଶାଯାଇଥିଲା । ଯେଉଁଥିରେ ଡ୍ରଗ୍ସର ଜାଲ ମଧ୍ୟ ଦେଖାଯାଇଥିଲା

ଉଡ଼ତା ପଞ୍ଜାବ –

୨୦୧୬ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଉଡ଼ତା ପଞ୍ଜାବ’ ବିବାଦିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ଅଟେ । ଏହି ଚଳଚ୍ଚିତ୍ରରେ ପଞ୍ଜାବରେ ପ୍ରସାରିତ ଡ୍ରଗ୍ସର ଜାଲ ଦେଖାଯାଇଥିଲା । ଚଳଚ୍ଚିତ୍ରରେ ଶାହିଦ୍ କପୂର, କରିନା କପୂର ଖାନ୍, ଆଲିୟା ଭଟ୍ଟ ଓ ଦିଲଜିତ୍ ଦୋଷାଞ୍ଝ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରରେ ପଞ୍ଜାବରେ ପ୍ରସାରିତ ଡ୍ରଗ୍ସ ରାକେଟ୍ ବିଷୟରେ ଦେଖାଯାଇଥିଲା ।

Be the first to comment

Leave a Reply

Your email address will not be published.


*