କ୍ରିକେଟ ଖେଳାଳୀରୁ ବିବିସି ଅଧ୍ୟକ୍ଷ : ସୌରଭ ଗାଙ୍ଗୁଲୀ !

କ୍ରିକେଟ ଖେଳାଳୀରୁ ବିବିସି ଅଧ୍ୟକ୍ଷ : ସୌରଭ ଗାଙ୍ଗୁଲୀ !

ଭାରତୀୟ କ୍ରିକେଟ ଦଳର ସଫଳ ଅଧିନାୟକ ବେଶ୍ ଜଣାଶୁଣା ସୋରଭ ଗାଙ୍ଗୁଲୀ । ଭାରତୀୟ କ୍ରିକେଟକୁ କରିଥିଲେ ଫିକ୍ସିଂ ମୁକ୍ତ କରି ରଚନା କରିଥିଲେ ଏକ ନୂଆ କାହାଣୀ । ଜଣେ ଦକ୍ଷତାପୂର୍ଣ୍ଣ ଅଧିନାୟକ ସହ ଭଲ ବ୍ୟାଟସ୍ ମ୍ୟାନେ ରୂପେ ବେଶ୍ ପରିଚିତ ଥିଲେ । ପଡିଆକୁ ଓହ୍ଲାଇଲେ ଦାଦା ଦାଦା ବୋଲି କମ୍ପିଉଠୁଥିଲା ପୂରା ଷ୍ଟାଡିୟମ । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଭାରତର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ।

ଆଜି ୪୯ ବର୍ଷରେ ପାଦ ଥାପିଲେ କ୍ରିକେଟ୍‌ ଜଗତର ଦାଦା ଭାବରେ ପରିଚିତ ସୌରଭ ଗାଙ୍ଗୁଲି । ଏହି ଜନ୍ମ ଦିନର ଅବସରରେ ସାରା ବିଶ୍ୱରୁ ତାଙ୍କ ଫ୍ୟାନ୍‌ମାନେ ସୌରଭଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସବୁଠାରୁ ଖାସ୍ ହେଲା ମମତା ବାନାର୍ଜୀଙ୍କ ଶୁଭେଚ୍ଛା ।

ସୌରଭଙ୍କ ଜନ୍ମଦିନରେ ତାଙ୍କ ଘରକୁ ଯାଇ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି ଦିଦି । ଶୁଭକାମନା ସହିତ ସୌରଭଙ୍କୁ ଫୁଲ ତୋଡ଼ା ବି ଦେଇଛନ୍ତି । ଏହି ସମୟରେ ଏକ ଫଟୋ ବି ଏବେ ଭାଇରାଲ୍ ହେଉଛି । ଶୁଭେଚ୍ଛା ଜଣାଇବା ଅବସରରେ ଗାଙ୍ଗୁଲି ଓ ମମତା ବାନାର୍ଜୀଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ପାଇଁ ବୈଠକ ହୋଇଥିଲା । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଚର୍ଚ୍ଚା ଧରିବା ବି ସ୍ୱଭାବିକ । କାରଣ ୨୦୨୧ ନିର୍ବାଚନ ପୂର୍ବରୁ ଗାଙ୍ଗୁଲି ବିଜେପିରେ ସାମିଲ୍ ହେବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ଏମିତିକି ସିଏ ରାଜ୍ୟ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ବୋଲି କୁହାଯାଉଥିଲା ।

ହେଲେ ପଶ୍ଚିମବଙ୍ଗରେ ବିଜେପିର ଶୋଚନୀୟ ପରାଜୟ ହୋଇଛି । ଶାସନର ଡୋର ପୁଣି ମମତାଙ୍କ ହାତକୁ ଯାଇଛି । ମମତାଙ୍କ ବିପୁଳ ବିଜୟ ପରେ ଅସନ୍ତୋଷ ବିଜେପି ନେତାମାନେ ମଧ୍ୟ ଟିଏମ୍‌ସିରେ ଯୋଗ ଦେଉଛନ୍ତି । ଏପରି ସ୍ଥଳେ ସୌରଭଙ୍କର ମନ ଆଉ ଟିଏମ୍‌ସି ପ୍ରତି ଢଳିଯିବ ନାହିଁ ତ ? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରିଛି ।

୨୦୦୪ରୁ ସୌରଭ ଗାଙ୍ଗୁଲିଙ୍କ ଫର୍ମ ଖରାପ ହୋଇଯାଇଥିଲା । ୨୦୦୫ରେ ଗ୍ରେଗ ଚାପେଲ କୋଚ୍ ହେବା ପରେ ସୌରଭ ଗାଙ୍ଗୁଲିଙ୍କୁ କେବଳ ଅଧିନାୟକତ୍ୱରୁ ହଟାଯାଇ ନଥିଲା । ବରଂ ଦଳରେ ବି ନିଜର ସ୍ଥାନ ହରାଇଥିଲେ । ଗାଙ୍ଗୁଲି କିନ୍ତୁ ୨୦୦୬ ରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଏକ ଦୃଢ ପ୍ରତ୍ୟାବର୍ତ୍ତନ କରିଥିଲେ । ପରେ ୨୦୦୮ରେ ସେ ଦଳରୁ ବିଦାୟ ନେଇଥିଲେ ।

Leave a Reply

Your email address will not be published. Required fields are marked *