ପାଗଳ ପୁଅ ମାଁ ତଣ୍ଟିରେ ଛୁରୀ ଲଗାଇ ଖୋଲିଦେଲେ ଭ୍ରଷ୍ଟ ନେତା ମାନଙ୍କ ରହସ୍ୟ ! ଦେଖନ୍ତୁ ଭାଇରାଲ ଭିଡ଼ିଓ

ଏକ ପାଗଳ ପୁଅ ନିଜ ମାଁଙ୍କ ଜୀବନକୁ ବାଜି ଲଗାଇ ଅର୍ଥାତ ଏପରି କୁହନ୍ତୁ ଯେ ବିଜୁ ଜନତା ଦଳ ଅର୍ଥାତ ବିଜେଡ଼ିର ଭ୍ରଷ୍ଟ ନେତା ମାନଙ୍କ ରହସ୍ୟ ଖୋଲି ଦେଇଛନ୍ତି । ତାହା ହାତରେ ଛୁରୀ ଥିଲା ଯେଉଁଥିରେ ସେ ନିଜ ମାଁର ଗଳାକୁ କାଟିବା ପାଇଁ ଚାହୁଁଥିଲା । ସେପକ୍ଷରେ ତାହାର ପାଟି ଭ୍ରଷ୍ଟ ନେତା ମାନଙ୍କ ରହସ୍ୟ ଓ କଳା କାରନାମା ଉନ୍ମୋଚନ କରିବାରେ ଲାଗି ପଡ଼ିଥିଲା । ଚିତ୍କାର କରି ସେ ଯୁବକ ଜଣକ କେବଳ ଏତିକି କହିବା ପାଇଁ ଚାହୁଁଥିଲା ବିଜେଡି ନେତା ମାନେ ଭ୍ରଷ୍ଟାଚାର ଅଟନ୍ତି । ଏମାନେ ରାଜ୍ୟକୁ ଲୁଟିଛନ୍ତି । ବର୍ତ୍ତମାନ ତାହାର ଏହି ଚିତ୍କାରରେ କେତେ ସତ୍ୟତା ରହିଛି ତାହା ଜଣାପଡିନାହିଁ କିନ୍ତୁ ଏଥି ମଧ୍ୟରେ ଯେତେବେଳେ ସେ ନିଜ ମାଁ ଗଳାରେ ଛୁରୀ ରଖି ତାକୁ ମାରିବାକୁ ଚେଷ୍ଟା କରୁଥିଲା ସେହି ସମୟରେ କିଛି ମିଡ଼ିଆ କର୍ମୀ ସମେତ ସ୍ଥାନୀୟ ଲୋମାନେ ଉପସ୍ଥିତ ଥିଲେ, ଯେଉଁମାନେ ଏହି ସମ୍ପୂର୍ଣ୍ଣ ଘଟଣାକ୍ରମକୁ କ୍ୟାମେରାରେ ରେକର୍ଡ କରୁଥିଲେ ।

ଏତିକିବେଳେ ଗୋଟିଏ ପଟେ ଯେତେବେଳେ ଯୁବକ ଜଣକର ବ୍ୟବହାର ହିଂସ୍ରକ ଲାଗୁଥିଲା ତେବେ ଅନ୍ୟପଟେ ତାହାର ମୁହଁରେ ସେ ଗୋଟିଏ ଗୋଟିଏ କରି ସବୁ ରହସ୍ୟ ଖୋଳୁଥିଲା, ଯାହାକୁ ସେଠାରେ ଉପସ୍ଥିତ ମିଡ଼ିଆ କର୍ମୀମାନେ ନିଜ କ୍ୟାମେରାରେ ରେକର୍ଡ କରୁଥିଲେ । ତା’ପରେ କଳେବଳେ କୌଶଳେ ହିଂସ୍ରକ ପୁଅ ଠାରୁ ତାହାର ମାଁଙ୍କୁ ବଞ୍ଚାଇ ନିଆଗଲା । ବର୍ତ୍ତମାନ ମାଁ ପୁରାପୁରି ସୁରକ୍ଷିତ ଅଛନ୍ତି, ଓ ସେହି ଯୁବକକୁ ପୋଲିସ୍ ପଚରାଉଚରା କରିବା ପାଇଁ ଗିରଫ କରି ନେଇଛି । କୁହାଯାଉଛି ଯେ ଯେପରି ଭାବରେ ସେ କ୍ୟାମେରା ସମ୍ମୁଖରେ ଖୁଲାସା କରିଛି । ତାହାର ସତ୍ୟତା ପୁଷ୍ଟି କରିବା ହେତୁ ବର୍ତ୍ତମାନ ତାକୁ କଡାକଡି ଭାବେ ପଚରାଉଚରା କରାଯିବ । ତା’ଠାରୁ ଏହି ରହସ୍ୟର ପ୍ରକୃତ ସତ୍ୟ ଓ ଉତ୍ତର ପଚାରାଯିବ,ଯାହା ସେ ମାଁଙ୍କ ଗଳାରେ ଛୁରୀ ରଖିବା ସମୟରେ ଖୋଲିଥିଲେ ।

ସେପକ୍ଷରେ ତାଙ୍କ ମାଁଙ୍କ ଅନୁଯାୟୀ, ତାଙ୍କ ପୁଅର ମାନସିକ ଅବସ୍ଥା ଠିକ୍ ନାହିଁ । ସେ ଡାକ୍ତର ନିକଟକୁ ଯାଉଥିଲେ, ସେତେବେଳେ ହଠାତ କେଜାଣି କଣ ହେଲା, ଯେ ତାଙ୍କ ପୁଅ ପକେଟରୁ ଛୁରୀ ବାହାର କରି ତା ମାଁ ଗଳାରେ ରଖିଦେଲା । ଜଣାଇଦେଉଛୁ ଯେ ଏହି ସମସ୍ତ ହାଇଭୋଲ୍ଟେଜ ଡ୍ରାମା ଓଡ଼ିଶା ବିଧାନସଭା ନିକଟରେ ହୋଇଛି । ଏହି ସମ୍ପୂର୍ଣ୍ଣ ଘଟଣାକ୍ରମର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଲୋକମାନେ ଏହା ଉପରେ ଭିନ୍ନ ଭିନ୍ନ ପ୍ରକାର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।

Be the first to comment

Leave a Reply

Your email address will not be published.


*