ପ୍ରିୟଙ୍କା ଚୋପ୍ରା ସେୟାର୍ କଲେ ବହୁ ବର୍ଷ ପୂର୍ବର ବିକିନି ଫୋଟ !

ପ୍ରିୟଙ୍କା ଚୋପ୍ରା ସେୟାର୍ କଲେ ବହୁ ବର୍ଷ ପୂର୍ବର ବିକିନି ଫୋଟ !

ନିଜ ଅଭିନୟ ଦକ୍ଷତା ପାଇଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ ହୋଇଥିବା ପ୍ରିୟଙ୍କା ଚୋପ୍ରା ସୋସିଆଲ୍ ମିଡ଼ିଆରେ ବହୁତ ସକ୍ରିୟ ଅଟନ୍ତି । ସେ ସବୁବେଳେ ନିଜ ଇଂଷ୍ଟା ଆକାଉଣ୍ଟରେ କିଛି ନା କିଛି ଫୋଟ କିମ୍ବା ଭିଡ଼ିଓ ଉପଲୋଡ୍ କରିଥାନ୍ତି । ନିକଟରେ ସେ ଏକ ଫୋଟ ପୋଷ୍ଟ କରି ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଗତ କିଛି ଦିନ ତଳେ ସେ ନିଜ ଇଂଷ୍ଟାରେ ବହୁ ବର୍ଷ ପୁରୁଣା ଏକ ବିକିନି ଫୋଟ ସେୟାର୍ କରିଛନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟିଛି ।

ପ୍ରିୟଙ୍କା ନିଜ ବହି ‘ଅନଫିନିଶଡ୍’ ପାଇଁ ଖୁବ୍ ପ୍ରଶଂସା ସାଉଁଟିଛନ୍ତି ଏବଂ ସେ ପ୍ରାୟ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚାରେ ରହୁଛନ୍ତି । ନିକଟରେ ସେ ଏକ ଫୋଟ ପୋଷ୍ଟ କରିଛନ୍ତି ଯାହା ତାଙ୍କ କ୍ୟାରିଅର୍ ଆରମ୍ଭ ସମୟର । ଏହି ଫୋଟରେ ସେ ଏକ ବିକିନି ଟପ୍ ପିନ୍ଧିଛନ୍ତି । ତାଙ୍କର ଏହି ଫୋଟ ସୋସିଆଲ୍ ମିଡ଼ିଆରେ ବହୁତ ଭାଇରଲ୍ ହୋଇଛି ।

ଏହି ଫୋଟର କ୍ୟାପସନରେ ପ୍ରିୟଙ୍କା ଲେଖିଛନ୍ତି ‘ଶର୍ମିଲି, ଯାହା ବିଷୟରେ ଆପଣ କେବେ ଶୁଣି ନଥିବେ, #BINDISANDBIKINIS” । ହାସଟ୍ୟାଗ୍ ଜରିଆରେ ସେ ବିନ୍ଦି ଏବଂ ବିକିନିର ସମ୍ପର୍କ ବିଷୟରେ କହିଛନ୍ତି । ଫୋଟଟି ବହୁତ ପୁରୁଣା ହୋଇଥିବାରୁ ଜଣାପଡୁନାହିଁ ପ୍ରିୟଙ୍କା ପ୍ରକୃତରେ ବିନ୍ଦି ଲଗାଇଛନ୍ତି କି ନାହିଁ କିନ୍ତୁ ତାଙ୍କ କ୍ୟାପସନରୁ ଜଣା ପଡୁଛିଯେ ହିରୋଇନ୍ ଜଣକ ବିନ୍ଦି ପିନ୍ଧିଛନ୍ତି ।

ବଲିଉଡରେ ପାଦ ଥାପିବା ଆଗରୁ ପ୍ରିୟଙ୍କା ସୁନାମ ଅର୍ଜନ କରିସାରିଥିଲେ । ସେ ୨୦୦୦ ମସିହାରେ ‘ମିସ୍ ୱାର୍ଲଡ୍’ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ଯାହା ବଲିଉଡରେ ପ୍ରବେଶ କରିବାପାଇଁ ତାଙ୍କ ପାଇଁ ରାସ୍ତା ଖୋଲିଦେଇଥିଲା । ୨୦୦୩ ମସିହାରେ ସେ ଫିଲ୍ମ ‘ଦ ହିରୋ’ରୁ ନିଜ ବଲିଉଡ କ୍ୟାରିଅର୍ ଆରମ୍ଭ କରିଥିଲେ ।

ନିଜର ୧୭ବର୍ଷର ଫିଲ୍ମ କ୍ୟାରିଅରରେ ସେ ‘ମୁଝସେ ଶାଦି କରୋଗୀ’, ‘ଡ଼ନ୍’, ‘ଅନ୍ଦାଜ୍’, ‘କ୍ରିସ୍’, ‘ଫ୍ୟାଶନ୍’, ‘ସାତ ଖୁନ୍ ମାଫ୍’, ‘ବାଜିରାଓ ମସ୍ତାନୀ’, ‘ମେରୀ କମ୍’, ‘ଅଗ୍ନି ପଥ’ ଭଳି ହିଟ୍ ଫିଲ୍ମ ଦେଇଛନ୍ତି । ଏବେ ସେ ହଲିଉଡ଼ ଣ୍ଡଷ୍ଟ୍ରିରେ ମଧ୍ୟ କାମ କରୁଛନ୍ତି ।

ବଲିଉଡ଼ରେ ସୁନାମ ଅର୍ଜନ କରିସାରିବା ପରେ ସେ ୨୦୧୮ ମସିହାରେ ଆମେରିକୀୟ ଗାୟକ ନିକ୍ ଜୋନସଙ୍କୁ ବିବାହ କରିଛନ୍ତି । ଦୁହେଁ ବହୁତ ଖୁସିରେ ଅଛନ୍ତି । ନିକଙ୍କୁ ବାହାହେବା ପରେ ପ୍ରିୟଙ୍କା ବର୍ତ୍ତମାନ ଆମେରିକାରେ ରହୁଛନ୍ତି କିନ୍ତୁ ସେ ନିଜ ଦେଶକୁ ଭୁଲି ନାହାନ୍ତି ।

Leave a Reply

Your email address will not be published. Required fields are marked *