ବଲିଉଡ଼ରେ ସର୍ବଦା କିଛି ନା କିଛି ହୋଇଥାଏ, ଯାହା କାରଣରୁ ଚଳଚ୍ଚିତ୍ର ଜଗତର କଳାକାର ମାନେ ଲାଇମଲାଇଟରେ ରହିଥାନ୍ତି । ବେଳେବେଳେ କିଛି ଏପରି କାହାଣୀ ସମ୍ମୁଖକୁ ଆସିଥାଏ ଯେ, ଯାହାକୁ ଜାଣିବା ପରେ ଆଶ୍ଚର୍ଯ୍ୟ ଲାଗେ, ଓ ଏହାକୁ ବିଶ୍ୱାସ କରିବା ମଧ୍ୟ ବହୁତ କଷ୍ଟକର ଅଟେ । ଏପରି ଆଗରୁ ମଧ୍ୟ ବହୁତ ଥର ହୋଇସାରିଛି । ଯେବେ ଯେବେ ଚଳଚ୍ଚିତ୍ର ଜଗତର କାହାଣୀ ଗୁଡ଼ିକ ଲୋକଙ୍କ ସମ୍ମୁଖକୁ ଆସିଛି ତେବେ ଏହାକୁ ଶୁଣିବା ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ପୁଣିଥରେ ଏପରି ହିଁ ଗୋଟିଏ କାହାଣୀ ସାମନାକୁ ଆସିଛି, ଯାହାକୁ ଜାଣିବା ପରେ ଆପଣ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ । ଏହି କାହାଣୀ ଗୋଟିଏ ପିତାର ଅଟେ ଯିଏକି ନିଜର ଝିଅକୁ ହିଁ ବିବାହ କରିବା ପାଇଁ ଚାହୁଁଥିଲେ ।

ଏହି, କାହାଣୀ ବଲିଉଡ଼ର ପ୍ରସିଦ୍ଧ ଭଟ୍ଟ ପରିବାରର ଅଟେ । ନିଜର କଳାକୁ ନେଇ ପରିପୂର୍ଣ୍ଣ ମହେଶ ଭଟ୍ଟଙ୍କୁ ଫିଲ୍ମ ଫେୟାର ପୁରସ୍କାର ମଧ୍ୟ ପ୍ରାପ୍ତ ହୋଇଛି । ମହେଶ ଭଟ୍ଟକୁ ବଲିଉଡ଼ର ପ୍ରସିଦ୍ଧ କିମ୍ବା ସଫଳ ନିର୍ଦେଶକ ମାନଙ୍କ ମଧ୍ୟରେ ଗଣାଯାଏ ଓ ସେ ଏହାକୁ ନିଜର ଚଳଚ୍ଚିତ୍ର ମାନଙ୍କ ଦ୍ୱାରା ବହୁତ ଥର ସାବ୍ୟସ୍ତ ମଧ୍ୟ କରିଛନ୍ତି । କିନ୍ତୁ ଜଣାଇଦେଉଛୁ ଯେ ମହେଶ ଭଟ୍ଟ ନିଜର ଏହି ଚରିତ୍ର ମାନଙ୍କ ବ୍ୟତୀତ ନିଜର ରଙ୍ଗୀନ ମିଜାଜ୍ ପାଇଁ ମଧ୍ୟ ଜଣାଶୁଣା ଅଟନ୍ତି । ନିଜର ଏହି ଗୁଣ ପାଇଁ ତାଙ୍କୁ ବହୁତ ଥର ଗଣମାଧ୍ୟମ ଓ ଦେଶ ସମ୍ମୁଖରେ ଲଜ୍ଜିତ ହେବାକୁ ପଡ଼ିଛି ।
ନିଜର ଝିଅ ସହିତ କରିଥିଲେ ଲିପ୍-ଲକ୍ :

ଆପଣଙ୍କୁ ମନେଥିବ ଯେ ଯେତେବେଳେ ଗୋଟିଏ ପତ୍ରିକାର ପ୍ରଥମ ପୃଷ୍ଠାରେ ମହେଶ ଭଟ୍ଟ ଓ ତାଙ୍କ ଝିଅ ପୂଜାଙ୍କ ଫୋଟୋ ଚିତ୍ର ଛାପିଥିଲା । ଏହି ଫୋଟୋ ଚିତ୍ରରେ ମହେଶ ଭଟ୍ଟ ନିଜ ଝିଅ ପୂଜା ଭଟ୍ଟଙ୍କ ସହିତ ଲିପ୍ ଲକ୍ କରୁଥିବାର ନଜର ଆସୁଥିଲେ । ପରେ ଆଉ କଣ, ଯେପରି ହିଁ ଲୋକମାନେ ଏହି ଫୋଟୋକୁ ଦେଖିଲେ, ବଲିଉଡ଼ ସହ ମହେଶ ଭଟ୍ଟଙ୍କ ଜୀବନରେ ମଧ୍ୟ ଭୂଚାଳ ଆସିଗଲା । ଏହି କଥାଟି ଗଣମାଧ୍ୟମରେ ପ୍ରଚାର ପ୍ରସାର ହୋଇଗଲା ଏବଂ ଏଥିପାଇଁ ମହେଶ ଭଟ୍ଟଙ୍କୁ ବହୁତ ଲଜ୍ଜିତ ହେବାକୁ ପଡିଥିଲା । କଥାଟି ଏତିକି ବଢ଼ିଗଲା ଯେ ପରେ ଏହି କଥାକୁ ନେଇ ବିବାଦ ସୃଷ୍ଟି ହୋଇଗଲା ।
କହିଲେ – ଯଦି ମୋ ଝିଅ ହୋଇ ନଥାନ୍ତେ ତେବେ ମୁଁ ତାଙ୍କ ସହିତ ବିବାହ କରିଥାନ୍ତି :

ବିବାଦ ଏତିକି ବଢ଼ିଗଲା ଯେ ଏହାକୁ ସମାପ୍ତ କରିବା ପାଇଁ ମହେଶ ଭଟ୍ଟ ଗୋଟିଏ ପ୍ରେସ୍ କନ୍ଫରେନ୍ସ କଂଫରେନ୍ସ ଆୟୋଜିତ କଲେ ଏବଂ ଏଥିରେ ନିଜର ହୃଦୟର ସମସ୍ତ କଥା କହିଲେ, “ଯଦି ପୂଜା ମୋ ଝିଅ ହୋଇ ନଥାନ୍ତେ ତେବେ ମୁଁ ତାଙ୍କ ସହିତ ନିଶ୍ଚୟ ବିବାହ କରିଥାନ୍ତି” । ଯେମିତି ହିଁ ମହେଶ ଏହି କଥାକୁ ସମସ୍ତଙ୍କ ସାମ୍ନାରେ କହିଲେ ସେପରି ହିଁ ଲିପ୍ ଲକ୍ ବିବାଦଟି ଆହୁରି ବଢ଼ିଗଲା ଓ ଏହି ବିବାଦ ଆହୁରି ଗୋଟାଏ ଅଲଗା ରୂପ ନେଲା । ଏହି ବିବାଦ ମହେଶ ଭଟ୍ଟଙ୍କ ବିବାହର ବୟାନ ପରେ ଆହୁରି ଅଧିକ ବଢ଼ିଗଲା ।
ଡିପ୍ରେସନର ଶିକାର ହେଲେ ମହେଶ ଭଟ୍ଟ :

ଏହାର ପ୍ରଭାବ ମହେଶ ଭଟ୍ଟଙ୍କ ଉପରେ ଏତିକି ଗଭୀର ହେଲା ଯେ ସେ ଡିପ୍ରେସନରେ ଚାଲିଗଲେ । ପରେ ମହେଶ ଭଟ୍ଟ ଗଣମାଧ୍ୟମ ସମ୍ମୁଖରେ କହିଲେ ଯେ ସେ ବହୁତ ବିବାଦରେ ଅଛନ୍ତି ଓ ଏହି କାରଣରୁ ସେ ଡିପ୍ରେସନକୁ ଚାଲିଗଲେ । ଏହି କାରଣ ଅଛି ଯେ ମୁଁ ଏହିପରି ବୟାନ ଦେଇଥିଲି, ଯାହା ପରେ ମୋ ଜୀବନରେ ଏପରି ଅସୁବିଧା ସୃଷ୍ଟି ହେଲା । ସେ ଆହୁରି କହିଲେ ଯେ ଏଥିପାଇଁ ତାଙ୍କୁ ବହୁତ କିଛି ସହ୍ୟ କରିବାକୁ ପଡ଼ିଲା ।