ବଲିଉଡର ଏହି ଅଭିନେତ୍ରୀ ମାନଙ୍କ ପାଇଁ ନିଜ ମାଆ ଠାରୁ ମଧ୍ୟ ଅଧିକ ହୋଇଥାନ୍ତି ତାଙ୍କ ଶାଶୁ ମାଆ !

ଆମ ଦେଶରେ ଶାଶୁ ମାନଙ୍କୁ ନେଇ ଏହିପରି ଚିନ୍ତାଧାରା ସୃଷ୍ଟି ହୋଇଯାଇଛି ଯାହାର ନାମ ଉଠିଲେ ଏକ ନକରାତ୍ମକ ଭାବ ପ୍ରକାଶିତ ହୋଇଥାଏ । କିନ୍ତୁ ସତ ସବୁବେଳେ ତାହା ହୋଇ ରହିନଥାଏ ଯାହା ଆମକୁ ପରଦାରେ ଦେଖାଯାଇଥାଏ । ଫିଲ୍ମ ଦୁନିଆରେ ଆମକୁ ଶାଶୁ ଚରିତ୍ର ଗୁଡିକୁ ଖରାପ ଦୃଷ୍ଟିରେ ଦେଖାଇ ଦିଆଯାଇଥିଲା ଯାହାଦ୍ୱାରା ଆମ ମନରେ ଶାଶୁ ମାନଙ୍କ ପାଇଁ ଏକ ଖରାପ ଚିନ୍ତାଧାରା ସୃଷ୍ଟି ହୋଇଯାଇଛି । ବଲିଉଡର କିଛି ତରକାମାନେ ଏମିତି ଅଛନ୍ତି ଯିଏକି ଶାଶୁ ଓ ବୋହୁ ରୂପରେ ପରସ୍ପରର ସମ୍ମାନ କରନ୍ତି ଓ ଭଲ ପାଇଥାନ୍ତି । ଆସନ୍ତୁ ଜାଣିବା ସେହି ବଲିଉଡ ଶାଶୁ-ବୋହୁ ମାନଙ୍କ ବିଷୟରେ ।

୧. ଶିଳ୍ପା ସେଟ୍ଟୀ

newstrend

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଶଳ୍ପପତି ରାଜକୁନ୍ଦ୍ରାଙ୍କୁ ବିବାହ କରିଛନ୍ତି ଓ ସେ ନିଜର ଶାଶୁ ଘରେ ବହୁତ ଖୁସିରେ ଅଛନ୍ତି । ଶିଳ୍ପା ନିଜର ଶାଶୁଙ୍କୁ ନିଜର ମାଆ ପରି ମାନିଥାନ୍ତି ଓ ସେ ନିଜ ଶାଶୁଙ୍କ ସହିତ ଫୋଟୋ ମଧ୍ୟ ସେୟାର କରିଥାନ୍ତି । ଶିଳ୍ପା କୁହନ୍ତି ତାଙ୍କ ଶାଶୁ ସବୁଠାରୁ ତାଙ୍କର ପ୍ରିୟ ସାଥି ଓ ଡ୍ୟାନ୍ସ ପାର୍ଟନର ଅଟନ୍ତି । ଶିଳ୍ପାଙ୍କ ଶାଶୁ ଉଷା ରାନୀ ମଧ୍ୟ ଶିଳ୍ପାଙ୍କୁ ନିଜର ଝିଅ ରୂପରେ ଦେଖିଥାଆନ୍ତି ଓ ସେ କୁହନ୍ତି ଯେ, ଶିଳ୍ପାଙ୍କର ସବୁ ଫିଲ୍ମ ତାଙ୍କୁ ପସନ୍ଦ ଅଟେ । ସବୁଠାରୁ ଧଡ଼କନ ତାଙ୍କର ପ୍ରିୟ ଚଳଚିତ୍ର ଅଟେ ।

୨. ଐଶ୍ୱର୍ଯ୍ୟା ରାୟ

newstrend

ଐଶ୍ୱର୍ଯ୍ୟା ରାୟ ପୂର୍ବତନ ବିଶ୍ୱ ସୁନ୍ଦରୀ ହେବା ସହିତ ଜଣେ ଭଲ ବୋହୁ ମଧ୍ୟ ଅଟନ୍ତି । ସେ ନିଜ ଶ୍ୱଶୁର ଅମିତାଭ ଓ ଶାଶୁ ଜୟା ବଚନଙ୍କ ସହିତ ବହୁତ ଘନିଷ୍ଠ ଅଟନ୍ତି । ସେ ଛୋଟ ପିଲାଙ୍କ ପରି ନିଜ ଶାଶୁଙ୍କର ସମସ୍ତ କଥା ମାନିଥାନ୍ତି । ଷ୍ଟାରଡ଼ଷ୍ଟ ୨୦୧୬ ଆୱାର୍ଡ ଅନୁଷ୍ଠାନ ସମୟରେ ଏସ୍ ନିଜ ମାଆଙ୍କ କାନ୍ଧ ଉପରେ ମୁଣ୍ଡ ରଖି ଶୋଇଥିଲେ । ଏହି ଫୋଟୋକୁ ଯିଏ ମଧ୍ୟ ଦେଖିଲା ସେ ବହୁତ ଖୁସି ହୋଇଯାଇଥିଲା। ଜୟା ବଚ୍ଚନ ମଧ୍ୟ ନିଜର ବୋହୂକୁ ବହୁତ ଭଲ ପାଆନ୍ତି । ସେ ସର୍ବଦା ଐଶ୍ୱର୍ଯ୍ୟାଙ୍କୁ ସପୋର୍ଟ କରୁଥିବା ଦେଖିବାକୁ ମିଳିଥାଏ ।

୩. କରୀନା କପୂର ଖାନ୍

newstrend

କରୀନା ବଲିଉଡରେ ଯେପରି ଭାବରେ ନିଜର ହଙ୍ଗାମା ଦେଖାଇଛନ୍ତି । ସେହିପରି ସେ ତାଙ୍କ ପରିବାରର ସବୁଠାରୁ ଭଲ ବୋହୁ ମଧ୍ୟ । ତାଙ୍କ ଶାଶୁ ମଧ୍ୟ ଜଣେ ପୂର୍ବତନ ଅଭିନେତ୍ରୀ ଥିଲେ ତାଙ୍କ ନାମ ହେଉଛି ଶର୍ମିଳା ଟାଗୋର । ଶର୍ମିଳା କାରୀନାଙ୍କୁ ନିଜ ଝିଅଠାରୁ ମଧ୍ୟ ଅଧିକ ଭଲ ପାଆନ୍ତି । ସେହିପରି କାରୀନା ମଧ୍ୟ ନିଜ ଶାଶୁକୁ ବହୁତ ସମ୍ମାନ କରନ୍ତି ଓ ତାଙ୍କ ସହିତ ଖୋଲା ବ୍ୟବହାର ମଧ୍ୟ କରନ୍ତି । ଏକଦା କାରୀନା ନିଜେ କହିଥିଲେ, ଯେବେ ମୁଁ ମୋ ପରିବାର ସହିତ ରହିଥାଏ ସେବେ ମୋତେ ସମସ୍ତେ ଝିଅ ପରି ବ୍ୟବହାର କରିଥାନ୍ତି । ସେ କହିଛନ୍ତି, ଆମେ ଶାଶୁ ଓ ବୋହୁ ବହୁତ ଟ୍ରାଡିସନାଲ ସ୍ୱଭାବର, କିଛିଦିନ ପୂର୍ବରୁ ଆମେ ମାଳଦ୍ବୀପ ବୁଲିବା ପାଇଁ ଯାଇଥିଲୁ ସେଠାରେ ମୁଁ ବିକିନି ପିନ୍ଧିଥିଲି, ଯାହାକି ଶାଶୁଙ୍କୁ କୌଣସି ପ୍ରଭାବ ପକାଇନଥିଲା ।

୪. ଜେନେଲିୟା ଡିସୌଜା

newstrend

ବଲିଉଡ ଅଭିନେତ୍ରୀ ଜେନେଲିଆ ଡ଼ିସୌଜା ବଲିଉଡ ଅଭିନେତା ରିତେଶ ଦେଶମୁଖଙ୍କ ସହିତ ବିବାହ କରିଛନ୍ତି । ଉଭୟଙ୍କର ଯୋଡି ବଲିଉଡର କ୍ୟୁଟେଷ୍ଟ ଯୋଡି ଭାବରେ ମାନାଯାଇଥାଏ । ଜେନେଲିଆ ଡ଼ିସୌଜା ନିଜ ପତିଙ୍କ ସହିତ ସମୟ ଅତିବାହିତ କରିଥାନ୍ତି ଏହାସହିତ ତାଙ୍କର ଶାଶୁ ବୈଶାଳୀ ଡ଼ିସୌଜାଙ୍କ ସହିତ ତାଙ୍କର ସମ୍ପର୍କ ବହୁତ ଭଲ । ବୈଶାଳୀ ଦେଶମୁଖ ନିଜର ବୋହୁ ଜେନେଲିଆକୁ ନିଜର ଝିଅ ରୂପରେ ମାନିଥାନ୍ତି ଓ ତାଙ୍କୁ ବହୁତ ଭଲ ପାଆନ୍ତି । ଶାଶୁ-ବୋହୂଙ୍କର ଏହିପରି ସମ୍ପର୍କ ବହୁତ କମ୍ ଦେଖିବାକୁ ମିଳିଥାଏ ।

୫. ସୋନାଲି ବେନ୍ଦ୍ରେ

newstrend

୯୦ ଦଶକର ସବୁଠାରୁ ପ୍ରସିଦ୍ଦ ଅଭିନେତ୍ରୀ ସୋନାଲି ବହୁତ ଚର୍ଚ୍ଚିତ ଥିଲେ । ଅଭିନୟ ଦୁନିଆରେ ସେ ନିଜର ଯାଦୁ ଦେଖାଇବା ପରେ ପରିବାର ମାମଲାରେ ସେ ସମ୍ପୂର୍ଣ୍ଣ ଭାବରେ ଘରୋଇ ଅଟନ୍ତି । ଫିଲ୍ମରେ ସେ ବହୁତ ଥର ବୋହୁ ଭୂମିକାରେ ଅଭିନୟ କରିସାରିଛନ୍ତି କିନ୍ତୁ ବାସ୍ତବ ଜୀବନରେ ମଧୁ ବେହାଲଙ୍କର ଏକ ଭଲ ବୋହୁ ଅଟନ୍ତି । ସେ ନିଜର ଶାଶୁକୁ ବହୁତ ସମ୍ମାନ ଦେଇଥାନ୍ତି ଓ ତାଙ୍କ ଶାଶୁ ମଧ୍ୟ ତାଙ୍କୁ ବହୁତ ଭଲ ପାଇଥାନ୍ତି ।

୬. କାଜଲ

newstrend

କାଜଲ ଚଳଚ୍ଚିତ୍ର ଦୁନିଆରେ ଦେଖିବାକୁ ଯେତିକି ଚୁଲବୁଲି କିନ୍ତୁ ସେ ବାସ୍ତବ ଜୀବନରେ ନିଜ ଶାଶୁର ବହୁତ ଧ୍ୟାନ ରଖିଥାନ୍ତି । ସେହିପରି କାଜଲଙ୍କ ଶାଶୁ ବିନା ଦେବଗନ ମଧ୍ୟ ନିଜର ବୋହୁ କାଜଲକୁ ବହୁତ ଭଲ ପାଇଥାନ୍ତି । ବିନା ଦେବଗନ କାଜଲଙ୍କୁ ସମସ୍ତ ପ୍ରକାରରେ ସପୋର୍ଟ କରନ୍ତି । ଯେତେବେଳେ ଦିଲୱାଲେ ଫିଲ୍ମ ସମୟରେ କାଜଲଙ୍କୁ ବୁଲଗେରିଆ ଯିବାର ପଡିଥିଲା, ସେହିସମୟରେ ବିନା ଦେବଗନ ପିଲାମାନଙ୍କର ଯତ୍ନ ନେଇଥିଲେ । କାଜଲ ଏହିପରି ଶାଶୁ ପାଇ ନିଜକୁ ବହୁତ ଭାଗ୍ୟଶାଳୀ ମାନିଥାନ୍ତି ।

Be the first to comment

Leave a Reply

Your email address will not be published.


*