ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସୀମା ବିବାଦକୁ ନେଇ ଖୋଲାଖୋଲି ଦେଲେ ପ୍ରତିକ୍ରିୟା । ‘ମନ କି ବାତ୍’ରେ ଦେଲେ ଚୀନ୍‌କୁ ଉପଯୁକ୍ତ ଉତ୍ତର !

ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସୀମା ବିବାଦକୁ ନେଇ ଖୋଲାଖୋଲି ଦେଲେ ପ୍ରତିକ୍ରିୟା । ‘ମନ କି ବାତ୍’ରେ ଦେଲେ ଚୀନ୍‌କୁ ଉପଯୁକ୍ତ ଉତ୍ତର !

ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଚୀନ୍‌ର ଘୃଣ୍ୟ କାର୍ଯ୍ୟକଳାପ ଧୀରେ ଧୀରେ ସାମ୍ନାକୁ ଆସୁଛି । କିଛି ଦିନ ତଳେ ପୂର୍ବ ଲଦାଖର ଗାଲୱାନ ଘାଟି ନିକଟରେ ଦୁଇ ଦେଶ ମଧ୍ୟରେ ହୋଇଥିବା ହିଂସାକାଣ୍ଡରେ ୨୦ଜଣ ଭାରତୀୟ ସୈନିକଙ୍କ ମୃତ୍ୟୁ ଘଟିଛି । ସେବେଠାରୁ ଚୀନ୍ ପ୍ରତି ଲୋକମାନଙ୍କର ଘୃଣା ବଢିବାରେ ଲାଗିଛି । ଇତି ମଧ୍ୟରେ, ପ୍ରଧାନମନ୍ତ୍ରୀ ମୋଦୀ ପୁଣିଥରେ “ମନ କି ବାତ୍” ମାଧ୍ୟମରେ ଲୋକଙ୍କୁ ଭେଟିଛନ୍ତି । ସେ କରୋନା ଜୀବାଣୁ ବିଷୟରେ କହିବା ପୂର୍ବରୁ ଚୀନ୍ ଏବଂ ଭାରତ ମଧ୍ୟରେ ଚାଲିଥିବା ବିବାଦ ବିଷୟରେ ମଧ୍ୟ କହିଥିଲେ । ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ଚୀନ୍ ଏବଂ ଭାରତ ମଧ୍ୟରେ ଚାଲିଥିବା ବିବାଦର ଖୋଲାଖୋଲି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ଯଦି ଭାରତ ପଡୋଶୀ ଦେଶ ସହିତ ବନ୍ଧୁତା କରିବା ଜାଣେ, ତେବେ ତା ସହ ଆଖିରେ ଆଖି ମିଶେଇ ଚ୍ୟାଲେଞ୍ଜେ କରିବା ମଧ୍ୟ ଜାଣେ” ।

google

ବାସ୍ତବରେ, “ମନ କି ବାତ୍” କାର୍ଯ୍ୟକ୍ରମରେ ଦେଶକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଲଦାଖରେ ଭାରତ ଭୂମି ଉପରେ ଯେଉଁମାନେ ଆଖି ଉଠାଇ ଦେଖିଥିଲେ ସେମାନଙ୍କୁ ଭାରତୀୟ ସୈନିକମାନେ ଉପଯୁକ୍ତ ଜବାବ ଦେଇଛନ୍ତି । ଏଥି ସହିତ ଲଦାଖର ଶତ୍ରୁମାନଙ୍କୁ ଜବାବ ଦେବାବେଳେ ଶହୀଦ ହୋଇଥିବା ଦେଶର ସାହସୀ ସୈନିକମାନଙ୍କର ବୀରତ୍ୱକୁ ଅଭିବାଦନ ଜଣାଇ ସେମାନଙ୍କୁ ସମଗ୍ର ଦେଶ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି ବୋଲି କହିଛନ୍ତି । ଏଥି ସହ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଚୀନ୍ ସୈକମାନଙ୍କ ସହ ହୋଇଥିବା ହିଂସାକାଣ୍ଡରେ ସହିଦ ସୈନିକମାନଙ୍କ ପାଖରେ ସମଗ୍ର ଦେଶ କୃତଜ୍ଞ ଏବଂ ସେମାନଙ୍କ ସାମ୍ନାରେ ନତମସ୍ତକ । ଆଗକୁ ସେ ଏହା ମଧ୍ୟ କହିଛନ୍ତି ଯେ, ଏହି ଯବାନମାନଙ୍କ ପରିବାର ପରି ପ୍ରତ୍ୟେକ ଭାରତୀୟ ମଧ୍ୟ ସେମାନଙ୍କୁ ହରାଇବାର ଯନ୍ତ୍ରଣା ଅନୁଭବ କରୁଛନ୍ତି ।

google

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଦାଖରେ ସହିଦ ହୋଇଥିବା ସୈନିକମାନଙ୍କୁ ସ୍ମରଣ କରିବାବେଳେ ବିହାରର ସ୍ଥାନୀୟ ବାସିନ୍ଦା ଶହୀଦ କୁନ୍ଦନ କୁମାରଙ୍କ ପିତାଙ୍କ କହିଥିବା କଥା ମଧ୍ୟ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଶହୀଦ କୁନ୍ଦନ କୁମାରଙ୍କ ବାପାଙ୍କ ସେହି ଶବ୍ଦଗୁଡ଼ିକ ତାଙ୍କ କାନରେ ଏବେ ମଧ୍ୟ ଶୁଣାଯାଉଛି । ବାସ୍ତବରେ ଶହୀଦ କୁନ୍ଦନଙ୍କ ପିତା କହିଥିଲେ ଯେ, ସେ ବର୍ତ୍ତମାନ ନାତିମାନଙ୍କୁ ମଧ୍ୟ ଭାରତର ସୁରକ୍ଷା ପାଇଁ ସେନାରେ ଯୋଗଦେବାକୁ ପଠାଇବେ । ଯେଉଁଥିରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କୁନ୍ଦନଙ୍କ ପିତାଙ୍କ ପରି ସାହସ ପ୍ରତ୍ୟେକ ଶହୀଦଙ୍କ ପରିବାରର ରହିଛି । ସେ କହିଛନ୍ତି ଯେ, ବାସ୍ତବରେ ଏଭଳି ପରିବାର ଦ୍ୱାରା ଦିଆଯାଇଥିବା ବଳିଦାନ ଦେଶ ପାଇଁ ସମ୍ମାନନୀୟ ଅଟେ । ଏଥିସହ ସେ ଏହା ମଧ୍ୟ କହିଛନ୍ତି ଯେ, ଦେଶର ସୀମାରକ୍ଷା କରିବା ତଥା ଦେଶର ଶକ୍ତି ବୃଦ୍ଧି କରିବା ଆମର ପ୍ରୟାସ ହେବା ଉଚିତ । ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଦେଶ ଆତ୍ମନିର୍ଭରଶୀଳ ହେବା ଉଚିତ । ଏହା ଆମର ସହିଦ ଯବାନ ମାନଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ।

google

Leave a Reply

Your email address will not be published. Required fields are marked *