କ୍ୟାରିୟର ପାଇଁ, ଏହି କଳାକାରମାନେ ପାଠ ପଢାକୁ କହିଥିଲେ ବିଦାୟ ! କିଏ 6th ପାସ୍ ତ ଆଉ କିଏ 10th

କ୍ୟାରିୟର ପାଇଁ, ଏହି କଳାକାରମାନେ ପାଠ ପଢାକୁ କହିଥିଲେ ବିଦାୟ ! କିଏ 6th ପାସ୍ ତ ଆଉ କିଏ 10th

ବଲିଉଡ କଳାକାରଙ୍କ ଜୀଵନ ଏତେ ସୁନ୍ଦର ହୋଇଥାଏ କି ତାଙ୍କ ବନ୍ଧୁମାନେ ତାଙ୍କ ଜୀବନଶୈଳୀ ଦେଖି ଆକର୍ଷିତ ହୋଇଥାନ୍ତି । ତାଙ୍କ ବନ୍ଧୁ ମାନେ ତାଙ୍କ କଳାକାର ମାନଙ୍କ ବିଷୟରେ ଜାଣିବାକୁ ବହୁତ ପସନ୍ଦ କରନ୍ତି । ତାଙ୍କର ଖାଇବା ପିଇବା ଓ ଘର ଛଡା ତାଙ୍କ ରିଲେସନ୍ସିପିକୁ ନେଇ ତାଙ୍କ ବନ୍ଧୁମାନେ ଜାଣିବାକୁ ଚାହାନ୍ତି । ପୁଣି ସେପକ୍ଷରେ ତାଙ୍କ ବନ୍ଧୁମାନେ ଜାଣିବାକୁ ଇଚ୍ଛା କରିଥାନ୍ତି କି ତାଙ୍କ ମନ ପସନ୍ଦ କଳାକାରମାନେ କେତେ ପଢ଼ାଲେଖା କରିଛନ୍ତି । ଏମିତିରେ ଆପଣକୁ ଜନେଇଦେଉଛୁ କି ଆଜି ସେହି କଳାକାରମାନଙ୍କ ବିଷୟରେ କହିବାକୁ ଯାଉଛୁ:

ପ୍ରିୟଙ୍କା ଚୋପ୍ରା:-

newstrend

ବଲିଉଡର ଦେଶୀ ଗାର୍ଲ ବଲିଉଡ ସହିତ ହୋଲିଉଡ଼ ଇଣ୍ଡଷ୍ଟ୍ରୀରେ ମଧ୍ୟ ନାମ କମାଇଛନ୍ତି । ପ୍ରିୟଙ୍କା ଚୋପ୍ରା ଏକ ବହୁତ ସୁନ୍ଦର ଅଭିନେତ୍ରୀ ଅଟନ୍ତି ଓ ତା’ସହ ବୁଦ୍ଧିମତି ଅଟନ୍ତି । ପ୍ରିୟଙ୍କା କେବଳ ୧୨ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି । ପ୍ରିୟଙ୍କା ଚୋପ୍ରା ବହୁତ କମ୍ ବୟସରୁ ହିଁ ମିସ୍ ୱଲର୍ଡ଼ ଜିତିଥିଲେ ଓ ଏହା ପରେ ତାଙ୍କୁ ମଡେଲଲିଂର ଅଫର୍ ଆସିବାକୁ ଲାଗିଲା । ଏହିପରି ସେ ଆଗକୁ ପଢି ପାରିଲେ ନାହିଁ ଓ ଏଥିରେ ସେ ନିଜ କ୍ୟାରିୟର ପ୍ରତି ଧ୍ୟାନ ଦେଲେ । ଆଜିକା ସମୟରେ ପ୍ରିୟଙ୍କା ଗ୍ଲୋବାଲ ଷ୍ଟାର ବନିଗଲେଣି ।

କରିସ୍ମା କପୂର:-

newstrend

୯୦ ଦଶକର ସୁନ୍ଦରୀ ଓ ପ୍ରତିଭାଷାଳୀ କରିସ୍ମା କପୂର ସେହି ସମୟରେ ସମସ୍ତଙ୍କ ହୃଦୟରେ ରାଜ୍ କରୁଥିଲେ । କପୂର ଖାନଦାନୀର ଏହି ଝିଅ ନିଜ ପରିବାରରେ ମହିଳାମାନେ କାମ ନ କରିବାର ପରମ୍ପରାକୁ ଭାଙ୍ଗିଥିଲେ । କରିସ୍ମା ୬ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି । ଏହା ପରେ ସେ ସ୍କୁଲ ଯାଇନାହାନ୍ତି । କରିସ୍ମା ବଲିଉଡରେ ପ୍ରବେଶ କରିଥିଲେ ଓ ବହୁତ ପରିଶ୍ରମ ଦ୍ୱାରା ନିଜକୁ ଷ୍ଟାର ବନେଇଥିଲେ ।

ଅମୀର ଖାନ୍:-

newstrend

ଅଧିକରୁ ଅଧିକ ଫିଲ୍ମ କରି ମିଷ୍ଟର ପରଫେକ୍ଟ ନାମରେ ଜଣାଯାଉଥିବା ଅମୀର ଖାନ୍ ଅମୀର ଖାନ୍ ୧୨ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି । ଅମୀରଙ୍କୁ ସବୁବେଳେ କମ୍ ପଢ଼ିଥିବାର ଦୁଃଖ ରହିଛି । ଅମୀର ଏହି କଥାକୁ କହିଥିଲେ ଯେ ତାଙ୍କୁ ଆହୁରି ପଢିବା ଦରକାର ଥିଲା ।

କେଟ୍ରିନା କୈଫ:-

newstrend

ବ୍ରିଟିଶ୍ ସୁନ୍ଦରୀ କେଟ୍ରିନା କୈଫ ମଧ୍ୟ ୧୦ଶ୍ରେଣୀ ପର୍ଯ୍ୟନ୍ତ ହିଁ ପଢ଼ିଛନ୍ତି । କେଟ୍ରିନା ବହୁତ କମ୍ ବୟସରୁ ହିଁ ମଡେଲଲିଂ ଆରମ୍ଭ କରିଥିଲେ । ଏହା ଚାଲିଥିବା ଦ୍ୱାରା ତାଙ୍କୁ ପଢିବା ଛାଡିବାକୁ ପଡିଲା । କେଟ୍ରିନା ବଲିଉଡରେ ଏକ ଆଉଟସାଇଡ଼ର ରୂପରେ ପ୍ରଵେଶ କରିଥିଲେ ଏହାପରେ ତାଙ୍କୁ ସଲମାନ ଖାନଙ୍କ ସାଥ୍ ମିଳିଗଲା । ଆଜି କେଟ୍ରିନାଙ୍କ ନାମ ସବୁଠାରୁ ଉପରେ ଅଛି ।

ବିପସା ବାସୁ:-

newstrend

ବ୍ଲାକ୍ ବିଉଟିଫୁଲ କୁହାଯାଉଥିବା ବିପସା ନିଜର ହଟନେସ୍ ଓ ଗ୍ଲାମରସରେ ଇଣ୍ଡଷ୍ଟ୍ରୀରେ ନିଆଁ ଲଗାଇ ଦେଉଥିଲେ । ତାଙ୍କୁ ହୋରର ଫିଲ୍ମ ପାଇଁ ବହୁତ ପସନ୍ଦ କରନ୍ତି । ବର୍ତ୍ତମାନ ବହୁତ ଦିନ ହେଲାଣି ବିପସା ଫିଲ୍ମ ଦୁନିଆରୁ ଦୂରରେ ଅଛନ୍ତି । ବିପସା ପ୍ରଥମେ ଅଭିନେତ୍ରୀ ନୁହଁ ବରଂ CA ହେବାକୁ ଚାହୁଁଥିଲେ । ଏହାପରେ ସେ ସୁପର ମଡେଲ କନ୍ଟେଷ୍ଟରେ ଭାଗ ନେଇଥିଲେ ଓ ଜିତିଯାଇଥିଲେ । ବିପସା ୧୨ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି ।

ଦୀପିକା ପଡୁକୋନ:-

newstrend

ନିଜର ଅଭିନୟ ଓ ସୁନ୍ଦରତାକୁ ନେଇ ଲୋକଙ୍କ ହୃଦୟରେ ରାଜ୍ କରୁଥିବା ଦୀପିକା ପଡୁକୋନ ମଧ୍ୟ ଏହି ମାମଲାରେ ଅଛନ୍ତି । ଦୀପିକା ୧୨ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି । ୧୨ ପରେ ସେ ଗ୍ରାଜୁଏସନ ପାଇଁ ଏଡ଼ମିଶନ ନେଇଥିଲେ, କିନ୍ତୁ ମୋଡେଲିଙ୍ଗ ପାଇଁ ପଢିବା ଛାଡ଼ି ଦେଇଥିଲ । ଏହାପରେ ସେ ଅଲବମ୍ ଭିଡ଼ିଓରେ ନଜ଼ର ଆସିଥିଲେ । ଦୀପିକାଙ୍କୁ ତାଙ୍କ ଜୀବନର ସବୁଠାରୁ ବଡ଼ ବ୍ରେକ୍ ଫରା ଖାନ୍ ଫିଲ୍ମ ‘ଓଁ ଶାନ୍ତି ଓଁ’ ରେ ମିଳିଥିଲା ।

Leave a Reply

Your email address will not be published. Required fields are marked *