ଭାରତରେ ଚିହ୍ନଟ ହେଲା ‘ହାର୍ପିଜ ସିମ୍ପ୍ଲେକ୍ସ’ରେ ଆକ୍ରାନ୍ତ ପ୍ରଥମ ବ୍ୟକ୍ତି !

ଭାରତରେ ଚିହ୍ନଟ ହେଲା ‘ହାର୍ପିଜ ସିମ୍ପ୍ଲେକ୍ସ’ରେ ଆକ୍ରାନ୍ତ ପ୍ରଥମ ବ୍ୟକ୍ତି !

କରୋନାର ଦ୍ଵିତୀୟ ଲହରୀର ପ୍ରଭାବ ବର୍ତ୍ତମାନ ପର୍ଯ୍ୟନ୍ତ କମି ନାହିଁ । ଏଇମଧ୍ୟରେ ଦେଶରେ ନୂଆ ବିପଦ ଭାବେ ଉଭା ହୋଇଛି ‘ହାର୍ପିଜ ସିମ୍ପ୍ଲେକ୍ସ’ । କରୋନା ଠାରୁ ମଧ୍ୟ ଅଧିକ ବିପଦ ବୋଲି ଡାକ୍ତରମାନେ କହିଛନ୍ତି । ଯେଉଁମାନେ କରୋନା ସଂକ୍ରମଣରୁ ସୁସ୍ଥ ହେଉଛନ୍ତି ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ ହୋଇଥିବା ଯୋଗୁଁ ହାର୍ପିଜ ସିମ୍ପ୍ଲେକ୍ସ ସଂକ୍ରମଣ ହେଉଛି ବୋଲି ଡାକ୍ତରମାନେ ଅନୁମାନ କରୁଛନ୍ତି । ରାଜଧାନୀ ଦିଲ୍ଲୀ ନିକଟସ୍ଥ ଗାଜିଆବାଦରେ ହର୍ପିଜ ସିମ୍ପ୍ଲେକ୍ସରେ ସଂକ୍ରମିତ ହୋଇଥିବା ପ୍ରଥମ ଆକ୍ରାନ୍ତଙ୍କୁ ଡାକ୍ତରମାନେ ଚିହ୍ନଟ କରିଛନ୍ତି ।

ଗାଜିଆବାଜର ଡା. ବି.ପି.ତ୍ୟାଗୀ ଭାରତରେ ହର୍ପିଜ ସିମ୍ପ୍ଲେକ୍ସର ପ୍ରଥମ ମାମଲା ଆକ୍ରାନ୍ତଙ୍କ ନାକରୁ ମିଳିଥିବା କହିଛନ୍ତି । ଏହା ଖୁବ୍ ବିପଦଜନକ ହୋଇଥିବା ବେଳେ ଚିକିତ୍ସା ଲାଗି ରୋଗୀଙ୍କୁ ବିପୁଳ ବ୍ୟୟ କରିବାକୁ ପଡିପାରେ ବୋଲି ସେ ଆକଳନ କରିଛନ୍ତି । ଏହି ସଂକ୍ରମଣର ଚିକିତ୍ସା ବିଳମ୍ବିତ ହେଲେ କରୋନା ଠାରୁ ମଧ୍ୟ ଅଧିକ ଭୟାନକ ହୋଇପାରେ ବୋଲି ଡା. ତ୍ୟାଗୀ ସତର୍କ କରିଛନ୍ତି ।

ରୋଗୀଙ୍କର ଏବେ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ଉପଲବ୍ଧ ଔଷଧରେ ତାଙ୍କୁ ଚିକିତ୍ସା କରାଯିବା ସହ ତାଙ୍କ ସ୍ୱସ୍ଥ୍ୟ ଉପରେ ନିୟମିତ ନଜର ରଖାଯାଇଛି । ଏଣୁ ଡାକ୍ତର ସେପରି ଲୋକଙ୍କୁ ମଧ୍ୟ ସତର୍କ କରିଛନ୍ତି ଯେଉଁମାନେ ନିକଟ ଅତୀତରେ କରୋନାରୁ ସୁସ୍ଥ ହୋଇଛନ୍ତି । କରୋନା ଯୋଗୁ ଲୋକଙ୍କ ଠାରେ ରୋଗ ପ୍ରତିରୋଧକ କ୍ଷମତା କ୍ଷୀଣ ହୋଇଯାଉଛି । ଏଣୁ ସେମାନେ ଏପରି ଅନେକ ସଂକ୍ରମଣର ଶିକାର ହୋଇପାରନ୍ତି ବୋଲି ଡାକ୍ତର ସତର୍କ କରାଇଛନ୍ତି ।

ସାରା ବିଶ୍ୱରେ କୋଭିଡ ପରବର୍ତ୍ତି ଜଟିଳତା ବଢିବାରେ ଲାଗିଛି । ଏଥିରେ କେତେକଙ୍କ ଠାରେ ଗୁରୁତର ସମସ୍ୟା ମଧ୍ୟ ଦେଖାଦେଇଛି । ତେବେ ଏଭଳି ବିରଳ ସମସ୍ୟା ସବୁ ଭାରତରେ ବ୍ୟାପୁଥିବା କରୋନା ଭାରିଆଣ୍ଟ ଯୋଗୁ ହେଉଥିବା ଡାକ୍ତର ଅନୁମାନ କରୁଛନ୍ତି । ଏଣୁ ଏତିପ୍ରତି ଲୋକଙ୍କୁ ସତର୍କ ରହିବାକୁ ପରାମର୍ସ ଦେଇଛନ୍ତି ।

ସୌଜନ୍ୟ : prameyanews7

Leave a Reply

Your email address will not be published. Required fields are marked *