ଟୀକାର ପ୍ରଥମ ଡୋଜ୍ ନେବା ପରେ କରୋନା ହୋଇଗଲା ତେବେ ସେ ପରବର୍ତ୍ତୀ ଡୋଜ୍ ନେଇ ପାରିବ କି ନାହିଁ ?

ଟୀକାର ପ୍ରଥମ ଡୋଜ୍ ନେବା ପରେ କରୋନା ହୋଇଗଲା ତେବେ ସେ ପରବର୍ତ୍ତୀ ଡୋଜ୍ ନେଇ ପାରିବ କି ନାହିଁ ?

ଛତିଶଗଡ଼ ସହିତ ପୁରା ଦେଶରେ କରୋନାର ଅନ୍ୟ ପର୍ଯ୍ୟାୟ ଶୀର୍ଷରେ ରହିଛି । ଏମିତିରେ ଟୀକା ନେବା କୁ ନେଇ ପୁଣିଥରେ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି । ସାଧାରଣ ଲୋକଙ୍କର ଏହି ପ୍ରଶ୍ନର ଉତ୍ତର ଦେଉଛି ଆଜି ଦୁର୍ଗ ଜିଲ୍ଲା ଟୀକାକରଣ ଅଧିକାରୀ ଡ଼ା. ସୁଦାମା ଚନ୍ଦ୍ରାକର । ସେ ଏହିସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି ଯାହା ସବୁ ଲୋକମାନେ ପଚାରିଛନ୍ତି ।

୧. ଯେଉଁ ମାନଙ୍କୁ କରୋନା ହୋଇ ଯାଇଛି ସେମାନେ କେତେ ଦିନ ପରେ ଟୀକା ନେବା ଉଚିତ ? ଟୀକା ନେବା ଜରୁରୀ କି ନାହିଁ ।

ଉତ୍ତର :-

ଡ଼ା ଚନ୍ଦ୍ରାକର କହିଛନ୍ତି ଯେ ଯେଉଁ ଲୋକ କୋବିଡ୍-19 ରୋଗରେ ପୀଡ଼ିତ ହୋଇ ଯାଇଛନ୍ତି, ସେମାନଙ୍କୁ ମଧ୍ୟ କୋବିଡ୍-19 ଦୁଇଟି ଡୋଜ୍ ନେବା ଅନିର୍ବାର୍ୟ୍ଯ ଅଟେ । ଯେଉଁଥିରେ ତାଙ୍କ ଶରୀରରେ ପର୍ଯ୍ୟାପ୍ତ ଏବଂ ଅଧିକ ଅବଧି ପାଇଁ ପ୍ରତିରୋଧକ କ୍ଷମତା ସୃଷ୍ଟି ହୋଇପାରିବ । ଏପରି ଲୋକ କୋବିଡ୍-19 ହେତୁ ପୋଜିଟିଭ୍ ରିପୋର୍ଟିଂର ୨୮ ଦିନ ପରେ ଟୀକା ନେଇ ପାରିବେ । ଦ୍ୱିତୀୟ ଡୋଜ୍ ପାଇଁ ଦୁଇଟି ଡୋଜ୍ ମଧ୍ୟରେ ନିର୍ଦ୍ଧାରିତ ନ୍ୟୁନତମ ଅନ୍ତରାଳ କୋଭେକ୍ସିନ୍ ହେତୁ ୨୮ ଦିନ ତଥା କୋବିଶୀଲଡ୍ ହେତୁ ୪୨ ଦିନ ହେବା ଆବଶ୍ୟକ ।

୨. ଟୀକାର ପ୍ରଥମ ଡୋଜ୍ ନେବାପରେ କରୋନା ହୋଇଗଲେ ସେ ଦ୍ୱିତୀୟ ଡୋଜ୍ ନେଇ ପାରିବେ କି ନାହିଁ ? ଯଦି ନେବେ ତେବେ କେତେ ଦିନ ପରେ ?

ଉତ୍ତର :-

ଡ଼ା. ଚଦ୍ରାକର କହିଛନ୍ତି ଯେ କୋବିଡ୍-19 ଟୀକାର ପ୍ରଥମ ଡୋଜ୍ ନେବାପରେ ଯଦି କେହି କରୋନାରେ ପୀଡ଼ିତ ହୋଇ ଯାଆନ୍ତି ତେବେ ସେତେବେଳେ ମଧ୍ୟ ଦ୍ୱିତୀୟ ଡୋଜ୍ ନେବା ଅନିର୍ବାର୍ୟ୍ଯ ଅଟେ । ଯାହାଦ୍ୱାରା ତାଙ୍କ ଶରୀରରେ ପର୍ଯ୍ୟାପ୍ତ ଏବଂ ଅଧିକ ଅବଧି ପାଇଁ ପ୍ରତିରୋଧକ କ୍ଷମତା ସୃଷ୍ଟି ହୋଇ ପାରିବ । ପୋଜିଟିଭ୍ ଆସିବାର ନ୍ୟୁନତମ ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ନେଇ ପାରିବେ ।

ରେମଡେସିବିର୍ ପାଇଁ କୁହାଯାଇଥିବା କୋଲ୍ ସେଣ୍ଟର୍ :-

ଦୁର୍ଗ ଜିଲ୍ଲା ପ୍ରଶାସନ ‘କୋବିଡ୍-19’ରୁ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ମାନ୍ୟତା ପ୍ରାପ୍ତ ବ୍ୟକ୍ତିଗତ ହସ୍ପିଟାଲ୍, ସାମାଜିକ ସଂସ୍ଥାନ ଦ୍ୱାରା ଅନୁମତି ପ୍ରାପ୍ତ ସଂଚାଳିତ କୋବିଡ୍ ସେଣ୍ଟର୍, ଶାସକୀୟ ଚିକିତ୍ସାଳୟ ତଥା ସେକ୍ଟର୍-9ରେ କୋବିଡ୍ ସଂକ୍ରମିତ ରୋଗୀଙ୍କ ଉପଚାର ହେତୁ ରେମଡେସିବିର୍ ଇଂଜେକସନର ଆବଣ୍ଟନ ଏବଂ ଉପଲବ୍ଧତା ସୁନିଶ୍ଚିତ କରାଯିବାର ଏବଂ ହସ୍ପିଟାଲ୍ ଗୁଡ଼ିକରୁ ସମନ୍ୱୟ ହେତୁ କୋଲ୍ ସେଣ୍ଟର୍ ସ୍ଥାପିତ କରାଯାଇଛି । ଯାହାର ନୋଡଲ୍ ଅଧିକାରୀ ବେନୀ ରାମ୍ ସାହୁ, ସହାୟକ ନିୟନ୍ତ୍ରକ ଖାଦ୍ୟ ଏବଂ ଔଷଧି ଦୁର୍ଗକୁ ନିଯୁକ୍ତ କରାଯାଇଛି । ସ୍ଥାପିତ ‘କୋଲ୍ ସେଣ୍ଟର୍’ର ନମ୍ବର୍ 9144701970 ଏବଂ 8120972205 ଅଟେ ।

Leave a Reply

Your email address will not be published. Required fields are marked *