ଭିନେଗାର୍, ବ୍ଲିଚିଙ୍ଗ, ଚିନି ସହାୟତାରେ ଘରେ ବସି ଗର୍ଭାଧାରଣ ବିଷୟରେ ଜାଣିପାରିବେ ! ଜାଣନ୍ତୁ ଏହାର ପ୍ରଭାବକାରୀ ଘରୋଇ ଉପାୟ…

ଭିନେଗାର୍, ବ୍ଲିଚିଙ୍ଗ, ଚିନି ସହାୟତାରେ ଘରେ ବସି ଗର୍ଭାଧାରଣ ବିଷୟରେ ଜାଣିପାରିବେ ! ଜାଣନ୍ତୁ ଏହାର ପ୍ରଭାବକାରୀ ଘରୋଇ ଉପାୟ…

କରୋନା କାଳରେ ହସ୍ପିଟାଲ୍ ନଯାଇ ମଧ୍ୟ ଘରେ ବସି ଜାଣିପାରିବେ ଯେ ଆପଣ ଗର୍ଭବତୀ ଅଛନ୍ତି ନା ନାହିଁ । କିଛି ଘରୋଇ ଉପାୟ ସାହାଯ୍ୟରେ ଖୁବ୍ ସହଜରେ ଗର୍ଭବତୀ ଅଛନ୍ତି କି ନାହିଁ ଏହା ଜାଣିପାରିବେ । ଏଥିପାଇଁ ଗର୍ଭଧାରଣ କରିବା ଆଶଙ୍କା ହେଲେ ନିମ୍ନ ଲିଖିତ ଉପାୟକୁ କରି ଦେଖନ୍ତୁ ଏବଂ ଘରେ ବସି ଜାଣନ୍ତୁ ଯେ ଆପଣ ମାଁ ହେବାକୁ ଯାଉଛନ୍ତି ନା ନାହିଁ ।

୧. ଭିନେଗାର୍

ଭିନେଗାରର ପ୍ରୟୋଗ କରି ଗର୍ଭଧାରଣ ବିଷୟରେ ଜାଣିପାରିବେ । ଏହି ଉପାୟ ଅନୁଯାୟୀ ଆପଣଙ୍କୁ ଭିନେଗାରରେ ମାତ୍ର ନିଜର ୟୁରିନ୍ ମିଶାଇବାକୁ ପଡ଼ିବ । ଭିନେଗାରରେ ପରିସ୍ରା ମିଶାଇବା ଫଳରେ ଏହାର ରଙ୍ଗ ବଦଳି ଯାଏ, ତେବେ ଏହାର ଅର୍ଥ ଆପଣ ଗର୍ଭଧାରଣ କରି ନେଇଛନ୍ତି ଏବଂ ମାଁ ହେବାକୁ ଯାଉଛନ୍ତି ।

୨. ବ୍ଲିଚିଙ୍ଗ

ବ୍ଲିଚିଙ୍ଗ ସାହାଯ୍ୟରେ ମଧ୍ୟ ଆପଣ ଘରେ ବସି ଗର୍ଭଧାରଣ ବିଷୟରେ ଜାଣିପାରିବେ । ଆପଣ କେବଳ ଏକ ପାତ୍ରରେ ବ୍ଲିଚିଙ୍ଗ ପକାଇ ଦିଅନ୍ତୁ ଏବଂ ଏହା ଭିତରେ ନିଜର ଟିକିଏ ୟୁରିନ୍ ମିଶାଇ ଦିଅନ୍ତୁ । ଯଦି ଏଥିରେ ବୁଦ୍-ବୁଦ୍ ଫୋଟକା ସୃଷ୍ଟି ହେଉଛି, ତେବେ ଏହାର ଅର୍ଥ ଏହିକିଯେ ଆପଣ ଗର୍ଭବତୀ ଥାଇ ପାରନ୍ତି । ସେପଟେ କୌଣସି ପ୍ରକାର ପ୍ରତିକ୍ରିୟା ନହେବାର ଅର୍ଥ ଆପଣ ଗର୍ଭବତୀ ନୁହଁନ୍ତି ।

୩. ଚିନି

ସକାଳେ ଉଠିବା ମାତ୍ରେ ଏକ ପାତ୍ରରେ ନିଜ ୟୁରିନ୍ ପକାଇ ଦିଅନ୍ତୁ । ପରେ ଏହା ଭିତରେ ଚିନି ମିଶାଇ ଦିଅନ୍ତୁ । ଯଦି ଚିନି ତରଳି ଯାଏ, ତେବେ ଏହାର ଅର୍ଥ ଏହିକିଯେ ଆପଣ ଗର୍ଭବତୀ ନୁହଁନ୍ତି । ଯଦି ଚିନି ଓ ୟୁରିନ୍ ପରସ୍ପର ସହ ଲାଗିଯାଏ, ତେବେ ବୁଝିଯାନ୍ତୁ ଯେ ଆପଣ ଗର୍ଭଧାରଣ କରିଛନ୍ତି ।

୪. ବେକିଙ୍ଗ ସୋଡ଼ା

ବେକିଙ୍ଗ ସୋଡ଼ା ସାହାଯ୍ୟରେ ମଧ୍ୟ ଆପଣ ଘରେ ବସି ଜାଣିପାରିବେ ଯେ ଆପଣ ମାଁ ହେବାକୁ ଯାଉଛନ୍ତି । ଯଦି ଆପଣଙ୍କୁ ଲାଗେ ଆପଣ ଗର୍ଭଧାରଣ କରିଛନ୍ତି, ତେବେ ଏହି ଘରୋଇ ଉପାୟକୁ ଆପଣାନ୍ତୁ । ଏହି ଉପାୟକୁ କରିବା ଫଳରେ ଗର୍ଭଧାରଣ ବିଷୟରେ ଜାଣିପାରିବେ । ଏହି ଉପାୟ ଅନୁସାରେ ଆପଣ ବେକିଙ୍ଗ ସୋଡ଼ା ଆବଶ୍ୟକ ହେବ । ଟିକିଏ ବେକିଙ୍ଗ ସୋଡ଼ା ନେଇ ସେଥିରେ ଏକ ଚାମୁଚ୍ ୟୁରିନ୍ ମିଶାଇ ଦିଅନ୍ତୁ । ଯଦି ଟିକିଏ ସମୟ ମଧ୍ୟରେ ଏହି ମିଶ୍ରଣରୁ ଫୋଟକା ସୃଷ୍ଟି ହୁଏ ତେବେ ଏହାର ଅର୍ଥ ଆପଣ ଗର୍ଭବତୀ ଅଛନ୍ତି । ସେପଟେ ଫୋଟକା ସୃଷ୍ଟି ନହେବାର ଅର୍ଥ ଆପଣ ଗର୍ଭବତୀ ନୁହଁନ୍ତି ।

୫. ମଷ୍ଟର୍ଡ ପାଉଡର୍ ବା ସୋରିଷ ଗୁଣ୍ଡ

୨ କପ୍ ମଷ୍ଟର୍ଡ ପାଉଡରକୁ ଗାଧୋଇବା ପାଣିରେ ଭିଜାଇ ଦିଅନ୍ତୁ । ଏହି ପାଣି ଉଷୁମ ଥିବା ଦରକାର । ପରେ ଏହି ପାଣିରେ ଗାଧୋଇ ହୁଅନ୍ତୁ । ଯଦି ଗାଧୋଇବା କିଛି ଦିନ ପରେ ଆପଣଙ୍କ ମାସିକ ଋତୁସ୍ରାବ ଆସିଯାଏ ତେବେ ଏହାର ସ୍ପଷ୍ଟ ଅର୍ଥ ଆପଣ ଗର୍ଭବତୀ ନୁହଁନ୍ତି । ଯଦି ଏହି ପାଣିରେ ଗାଧୋଇବା ୨ ସପ୍ତାହ ପର୍ଯ୍ୟନ୍ତ ଋତୁସ୍ରାବ ହୁଏ ନାହିଁ ତେବେ ବୁଝିଯାନ୍ତୁ ଆପଣ ମାଁ ହେବାକୁ ଯାଉଛନ୍ତି ।

ତେବେ ଏହା ଅଟେ କିଛି ସରଳ ଘରୋଇ ଉପାୟ ଯାହା ସାହାଯ୍ୟରେ ଘରେ ବସି ବସି ଜାଣିପାରିବେ ଯେ ଆପଣ ମାଁ ହେବାକୁ ଯାଉଛନ୍ତି ନା ନାହିଁ । ଏହି ଉପାୟକୁ କରି ଆପଣ କେବଳ ଏହିସବୁ କଥାର ଧ୍ୟାନ ରଖନ୍ତୁ ଯେ ସକାଳୁ ଉଠି ‘ୟୁରିନ୍’ର ପ୍ରୟୋଗ କରନ୍ତୁ । ତେବେ ସଠିକ୍ ଫଳ ଆପଣଙ୍କୁ ମିଳିପାରିବ । ସେପଟେ ଗର୍ଭଧାରଣ କରିବା ଫଳରେ ନିଜ ଡାକ୍ତରଙ୍କ ଠାରୁ ପରାମର୍ଶ ନିଅନ୍ତୁ ।

Leave a Reply

Your email address will not be published. Required fields are marked *