ପାକିସ୍ତାନକୁ ତାହାର ଭୂମିରେ ଫିରୋଜ ଖାନ୍ ଦେଖାଇଥିଲେ ତାହାର ଉଚିତ ସ୍ଥାନ । କିନ୍ତୁ ମହେଶ ଭଟ୍ଟ ମାଗି ନେଇଥିଲେ କ୍ଷମା !

ପାକିସ୍ତାନକୁ ତାହାର ଭୂମିରେ ଫିରୋଜ ଖାନ୍ ଦେଖାଇଥିଲେ ତାହାର ଉଚିତ ସ୍ଥାନ । କିନ୍ତୁ ମହେଶ ଭଟ୍ଟ ମାଗି ନେଇଥିଲେ କ୍ଷମା !

ଆଜି ସମ୍ପୂର୍ଣ୍ଣ ଦେଶ ସ୍ୱତନ୍ତ୍ରତା ଦିବସ ପାଳନ କରୁଅଛି । ସବୁ ସ୍ଥାନରେ ଦେଶଭକ୍ତିର ଉତ୍ସାହ ଦେଖିବାକୁ ମିଳୁଛି । ବଲିଉଡ଼ କଳାକାର ମାନେ ଏଥିରେ ପଛରେ ନାହାଁନ୍ତି । ସେହିପରି ବଲିଉଡ଼ରେ ଏପରି ଏକ ଅଭିନେତା ମଧ୍ୟ ଥିଲେ ଯିଏ ପାକିସ୍ତାନ ଭୂମିରେ ସମସ୍ତଙ୍କ ସମ୍ମୁଖରେ ତାହାକୁ ତାର ଉଚିତ ସ୍ଥାନ ଦେଖାଇଥିଲେ । ଏହି ଘଟଣାରୁ ପାକିସ୍ତାନ ଏତେ କ୍ରୋଧିତ ହୋଇଯାଇଥିଲେ ଯେ ସେ ଅଭିନେତାଙ୍କୁ ନିଜ ଦେଶକୁ ଆସିବା ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲା । ବାସ୍ତବରେ ଏହି ଅଭିନେତା ଆଉ କିଏ ନୁହଁନ୍ତି ବରଂ ନିଜ ଦମଦାର ଅଭିନୟ ଓ ଡ଼ାୟଲଗ୍ ପାଇଁ ପ୍ରସିଦ୍ଧ ଫିରୋଜ ଖାନ୍ ଥିଲେ ।

ପାକିସ୍ତାନରେ କଲେ ଭାରତର ପ୍ରଶଂସା

newstrend

ଏହି ଘଟଣା ଏପ୍ରିଲ ୨୦୦୬ର ଅଟେ । ସେତେବେଳେ ଫିରୋଜ ଖାନ୍ ନିଜ ଭାଇ ଅକବର ଖାନଙ୍କ ଚଳଚ୍ଚିତ୍ର ‘ତାଜମହଲ’କୁ ପ୍ରଚାର କରିବା ପାଇଁ ପାକିସ୍ତାନର ଲାହୋର ଯାଇଥିଲେ । ସେହି ସମୟରେ ସେ ପାକିସ୍ତାନ ମାନଙ୍କ ସମ୍ମୁଖରେ ହିଁ ଭାରତ ଓ ଭାରତୀୟ ମାନଙ୍କୁ ପ୍ରଶଂସା କରିବା ଆରମ୍ଭ କରି ଦେଇଥିଲେ । ସେ କହିଥିଲେ ଯେ ‘ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ଅଟେ ।’ ସେଠାରେ ମୁସଲମାନ ମାନେ ମଧ୍ୟ ପ୍ରଗତି କରୁଛନ୍ତି । ଆମ ରାଷ୍ଟ୍ରପତି ମୁସଲମାନ ଅଟନ୍ତି, ଓ ପ୍ରଧାନମନ୍ତ୍ରୀ ଶିଖ୍ ଅଟନ୍ତି । ପାକିସ୍ତାନ ଇସଲାମ ଧର୍ମ ନାମରେ ସୃଷ୍ଟି ହୋଇଛି । କିନ୍ତୁ ଏଠାକାର ମୁସଲମାନ ମାନଙ୍କୁ ଦେଖନ୍ତୁ ଗୋଟିଏ ମୁସଲମାନ ଆଉ ଏକ ମୁସଲମାନକୁ ମାରନ୍ତି।’

ତୁମ ସମସ୍ତଙ୍କୁ ଉଚିତ ଶିକ୍ଷା ଦେବି

newstrend

ଏହି ସମାରୋହରେ ଅଭିନେତ୍ରୀ ମନୀଷା କୋଈରାଲା ମଧ୍ୟ ଉପସ୍ଥିତ ଥିଲେ । ତାଙ୍କ ଉପରେ ପାକିସ୍ତାନୀ ଏଙ୍କର ଫଖର-ଏ-ଆଲମ୍ ଏକ ଆପତ୍ତିଜନକ ଟିପ୍ପଣୀ କରିଦେଇଥିଲେ ଯାହାକୁ ଶୁଣି ଫିରୋଜ ଖାନ୍ ରାଗି ଯାଇଥିଲେ । ଏପରି କିଛି ହୋଇଥିଲା ଯେ ଯେତେବେଳେ ଏଙ୍କର ମନୀଷାଙ୍କୁ କିଛି ପ୍ରଶ୍ନ କଲେ ସେତେବେଳେ କିଛି କହିପାରୁନଥିଲେ, ଏହିପରି ଏଙ୍କର ତାଙ୍କୁ କହିଲେ, ‘ମେମ୍ ଆପଣ ଥରୁଛନ୍ତି….ଏଥିପାଇଁ ମୁଁ ଆପଣଙ୍କୁ ପ୍ରଶ୍ନ ପଚାରିବି ନାହିଁ ।’ ଏଙ୍କରଙ୍କ ଏହି କଥା ଶୁଣି ପାଖରେ ବସିଥିବା ଫିରୋଜ ଖାନ୍ ରାଗିଗଲେ ଓ ସେ ଏଙ୍କରଙ୍କୁ ଉଚିତ ଉତ୍ତର ଦେଇ କହିଲେ ଯେ ‘ ଭଲ ହେବ ଯେ ତୁମେ ମନୀଷାଙ୍କୁ କ୍ଷମା ମାଗି ନିଅ ନଚେତ୍ ମୁଁ ତୁମକୁ ଉଚିତ ଶିକ୍ଷା ଦେବି ।’

ମହେଶ ଭଟ୍ଟ ମାଗିଥିଲେ କ୍ଷମା

newstrend

ଏହି ଘଟଣା ପରେ ଚଳଚ୍ଚିତ୍ର ନିର୍ଦେଶକ ମହେଶ ଭଟ୍ଟ ଏଙ୍କର ଫଖର-ଏ-ଆଲମ୍ ଓ ପାକିସ୍ତାନୀ ଜନତାଙ୍କୁ କ୍ଷମା ମାଗିଥିଲେ । ସେ କହିଥିଲେ ଯେ ‘ମୁଁ ଫିରୋଜ ଖାନଙ୍କ ସ୍ଵଭାବ ପାଇଁ କ୍ଷମା ମାଗୁଛି, ଆଶା କରୁଛି ଯେ ଫଖର-ଏ-ଆଲମ୍ ଓ ପାକିସ୍ତାନର ଜନତା ଆମକୁ କ୍ଷମା କରିଦେବେ ।’ ବାସ୍ତବରେ ସେହି ସମୟରେ ମହେଶ ଭଟ୍ଟ ଇଣ୍ଡିଆନ ଡେଲିଗେସନର ଅଂଶ ବିଶେଷ ଥିଲେ । ଏହିପରି ସେହି ଡେଲିଗେସନରେ ସାମିଲ ସମସ୍ତ ବ୍ୟକ୍ତି ଲୋକ ପାକିସ୍ତାନକୁ କ୍ଷମା ମାଗିଥିଲେ । ଏହି ଡେଲିଗେସନରେ ଫିରୋଜଙ୍କ ବ୍ୟତୀତ ତାଙ୍କ ଭାଇ ଅକବର ଖାନ୍, ସଂଜୟ ଖାନ୍ ସମେତ ପହଲାଜ ନିହଲାନୀ, ଫରଦୀନ ଖାନ୍, ଶ୍ୟାମ୍ ଶ୍ରଫ, ଶତ୍ରୁଘ୍ନ ସିହ୍ନା, ମହେଶ ଭଟ୍ଟ, ବିକାଶ ମୋହନ ଓ ‘ତାଜମହଲ’ ଚଳଚ୍ଚିତ୍ରରେ ଆଉ କିଛି କଳାକାର ମଧ୍ୟ ସାମିଲ ଥିଲେ ।

ପାକିସ୍ତାନ ଲଗାଇଲା ଫିରୋଜ ଖାନ୍ ଉପରେ ପ୍ରତିବନ୍ଧକ

newstrend

ଫିରୋଜ ଖାନ୍ ଯେତେବେଳେ ଫଖର-ଏ-ଆଲମ୍ ଓ ପାକିସ୍ତାନୀ ମାନଙ୍କୁ ସମସ୍ତ ସଭା ସମ୍ମୁଖରେ ସେମାନଙ୍କ ଉଚିତ ସ୍ଥାନ ମନେ ପକାଇ ଥିଲେ ସେତେବେଳେ ସେମାନେ ଏଥିରୁ ଖୁବ୍ କ୍ରୋଧିତ ହୋଇଯାଇଥିଲେ। ସେତେବେଳେ ତତ୍କାଳୀନ ରାଷ୍ଟ୍ରପତି ପରବେଜ ମୁଷରଫ ଫିରୋଜ ଖାନଙ୍କୁ ପାକିସ୍ତାନୀ ବୀଜା ନଦେବା ପାଇଁ ଆଦେଶ ଦେଇଥିଲେ ।

ନିଜ ଇଚ୍ଛାରେ ପାକିସ୍ତାନ ଯାଇନଥିଲେ ଫିରୋଜ ଖାନ୍

newstrend

ସମାରୋହରେ ଫିରୋଜ ଖାନ୍ ଏହା ମଧ୍ୟ କହିଦେଇଥିଲେ ଯେ ମୁଁ ପାକିସ୍ତାନକୁ ନିଜ ଇଚ୍ଛାରେ ଆସି ନାହିଁ, ବରଂ ମୋତେ ନିମନ୍ତ୍ରଣ କରାଯାଇଛି । ଆମ ଚଳଚ୍ଚିତ୍ର ମାନଙ୍କରେ ଏତେ ଶକ୍ତି ଥାଏ ଯେ ତୁମ ସରକାର ଏହାକୁ ଅଧିକ ଦିନ ପର୍ଯ୍ୟନ୍ତ ଅଟକାଇ ପାରେ ନାହିଁ ।

ଜଣାଇଦେଉଛୁ ଯେ ଏହି ଘଟଣାର ତିନି ବର୍ଷ ପରେ ଏପ୍ରିଲ ୨୦୦୯ରେ ଫିରୋଜ ଖାନଙ୍କୁ ଫୁସଫୁସ୍ କର୍କଟ ହେବା ଯୋଗୁଁ ତାଙ୍କ ନିଧନ ହୋଇଯାଇଥିଲା ।

Leave a Reply

Your email address will not be published. Required fields are marked *