ଓଡ଼ିଶାକୁ ପୁଣି ବାତ୍ୟାର ଭୟ ! ଲଘୁଚାପ ଘନୀଭୂତ ହେଲେ ନେଇପାରେ ବାତ୍ୟାର ରୂପ ।

ଭୁବନେଶ୍ୱର, ୦୬/୧୦: ପ୍ରତିବର୍ଷ ଅକ୍ଟୋବର ମାସ ଆସିଲେ, ଲୋକଙ୍କ ମନରେ ବ୍ୟାତ୍ୟାକୁ ନେଇ ଭୟ ଜନ୍ମୁଛି । ଚଳିତ ବର୍ଷ ମଧ୍ୟ ଦାନା ବନ୍ଧୁଛି ଏକ ଲଘୁଚାପ । ବର୍ତ୍ତମାନ ଗୋଟିଏ ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଜାଗାରେ ବର୍ଷା ଜାରି ରହିଥିବା ବେଳେ, ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେଉଅଛି । ଏହା ଘନୀଭୂତ ହେଲେ ଅକ୍ଟୋବରର ଦ୍ୱିତୀୟ ସପ୍ତାହରୁ ସାମୁଦ୍ରିକ ବାତ୍ୟା ଆସିବାର ଯଥେଷ୍ଟ ସମ୍ଭାବନା ରହିବା । କିନ୍ତୁ ଏହା କେତେ ପ୍ରଭାବଶାଳୀ ବା କେତେ ବଳଶାଳୀ ହେବ ଏବଂ ଓଡ଼ିଶା ଉପରେ ଏହାର ପ୍ରଭାବ ରହିବ ନା ନାହିଁ, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଓଡ଼ିଶାରେ ବାତ୍ୟା ସୃଷ୍ଟି ପାଇଁ ଅନୁକୂଳ ପରିବେଶ ନ ଥିବାରୁ, ଏହା ବାତ୍ୟାରେ ପରିବର୍ତ୍ତନ ହୋଇପାରିବ ନାହିଁ ବୋଲି ପ୍ରାଥମିକ ଆକଳନରୁ ଜଣାପଡ଼ିଛି । ତେବେ ଲଘୁଚାପ ସୃଷ୍ଟି ହେଲା ପରେ ଏହାକୁ ନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ, ବୋଲି ପାଣିପାଗ ବିଭାଗର ବିଶେଷଜ୍ଞମାନେ ମତ ଦେଇଛନ୍ତି । ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୯ ତାରିଖ ବେଳେ ଥାଇଲାଣ୍ଡ ଉପକୂଳ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ପରବର୍ତ୍ତୀ ୨ ରୁ ୩ ଦିନ ମଧ୍ୟରେ ଏହି ଲଘୁଚାପ କ୍ଷେତ୍ର ଅଧିକ ଶକ୍ତିଶାଳୀ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହି କ୍ଷେତ୍ର ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ସଂଲଘ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହୋଇ ଭୟଙ୍କର ରୁପ ନେବାର ସମ୍ଭାବନା ରହିଛି । କିନ୍ତୁ ଏହା ବାତ୍ୟାର ରୂପ ନେବ କି ନାହିଁ, ତାହା ଆସନ୍ତା ୩ ଦିନ ଭିତରେ ସ୍ପଷ୍ଟ ହୋଇପାରିବ ବୋଲି ଭୁବନେଶ୍ୱର ସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

କିନ୍ତୁ ଏହାର ପ୍ରଭାବରେ ଅକ୍ଟୋବର ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ୮ ତାରିଖରେ ଆଣ୍ଡାମାନ ସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ । ୯ ତାରିଖ ବେଳକୁ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଲଘୁଚାପଟି ଆଣ୍ଡାମାନ ସାଗରରେ ସୃଷ୍ଟି ହେବାପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ସମୁଦ୍ରରେ ଏହା ଦୁଇ ଦିନ ରହିବ ଏଠାରେ ଏହା ଅଧିକ ଶକ୍ତିଶାଳୀ ହୋଇ ଅଧିକ ଘନୀଭୂତ ହୋଇ ଭୟାନକ ରୂପ ଧାରଣ କରିବ । ଏହାପରେ ଏହା ସାମାନ୍ୟ ଗତି ବଦଳାଇ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଫଳରେ ଏହା ଆନ୍ଧ୍ରପ୍ରଦେଶ ଆଡ଼କୁ ମୁହାଁଇବ । ଯେଉଁଥି କାରଣରୁ ଏହା ପ୍ରାୟତଃ ଓଡ଼ିଶାକୁ ସିଧା ରୂପେ ମାଡ଼ ହେବାର ସମ୍ଭାବନା ବହୁତ କମ୍ ରହିଛି । ସମ୍ଭବତଃ ଏହା ବିଶାଖାପାଟଣା ପାଖାପାଖି ଆନ୍ଧ୍ରଉପକୂଳ ଅଞ୍ଚଳକୁ ପହଞ୍ଚିବାର ଅଧିକ ସମ୍ଭାବନା ରହିଛି ।

Be the first to comment

Leave a Reply

Your email address will not be published.


*