ବାପା ନେଲେ ଝିଅର ପ୍ରତିଶୋଧ ! କେବଳ ଅଭିଯୋଗୀ ନୁହେଁ ସମ୍ପୂର୍ଣ୍ଣ ପରିବାରକୁ ଦେଲେ…

ବାପା ନେଲେ ଝିଅର ପ୍ରତିଶୋଧ ! କେବଳ ଅଭିଯୋଗୀ ନୁହେଁ ସମ୍ପୂର୍ଣ୍ଣ ପରିବାରକୁ ଦେଲେ…

ଜଣେ ପିତା ନିଜ ଝିଅକୁ ବହୁତ ଭଲ ପାଇଥାନ୍ତି । ଯଦି କେହି ତାଙ୍କ ଝିଅକୁ କମେଣ୍ଟ ମଧ୍ୟ କରିଦିଅନ୍ତି, ତେବେ ତାଙ୍କ ରକ୍ତ ଗରମ ହୋଇଉଠେ । ସେ ତାଙ୍କ ଝିଅ ପାଇଁ ଯେକୌଣସି ପରିସ୍ଥିତିକୁ ଅତିକ୍ରମ କରିପାରନ୍ତି । ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ଜିଲ୍ଲାର ଏହି ଭୟାନକ ଘଟଣାକୁ ଦେଖି ନିଅନ୍ତୁ । ଏଠାରେ ଜଣେ ବ୍ୟକ୍ତି ନିଜ ଝିଅର ପ୍ରତିଶୋଧ ନେବାପାଇଁ ଗୋଟିଏ ପରିବାରର ୬ଜଣ ସଦସ୍ୟଙ୍କର ହତ୍ୟା କରିଦେଇଛନ୍ତି ।

ସୂଚନା ଅନୁଯାୟୀ, ଅଭିଯୋଗୀ ପିତାଙ୍କ ଝିଅ ସହ ମୃତକ ପରିବାରର ଜଣେ ସଦସ୍ୟ ବଳାତ୍କାର କରିଥିଲେ । ଝିଅର ବଳାତ୍କାରର ପ୍ରତିଶୋଧ ନେବାପାଇଁ ପିତା ସମ୍ପୂର୍ଣ୍ଣ ପରିବାରକୁ ଶେଷ କରିଦେଇଛନ୍ତି । ଯେତେବେଳେ ଝିଅର ବଳାତ୍କାର ବିଷୟରେ ପିତାଙ୍କୁ ଜଣା ପଡିଥିଲା, ସେତେବେଳ ଠାରୁ ତାଙ୍କ ମନରେ ପ୍ରତିଶୋଧର ନିଆଁ ଜଳି ଉଠିଥିଲା । ସେ ଝିଅର ବଳାତ୍କାର କରିଥିବା ବ୍ୟକ୍ତିଙ୍କର ସମ୍ପୂର୍ଣ୍ଣ ପରିବାରକୁ ଶେଷ କରିଦେବେ ବୋଲି ଭାବି ନେଇଥିଲେ । ଏଥିପାଇଁ ସେ ଅତ୍ୟନ୍ତ ବ୍ୟସ୍ତ ବିବ୍ରତ ହୋଇ ଉଠୁଥିଲେ । ଅନେକ ସୁଯୋଗକୁ ସେ ଖୋଜୁଥିଲେ ଏବଂ ଏକଦା ତାଙ୍କୁ ସଠିକ୍ ସୁଯୋଗ ମିଳିଥିଲା ଏବଂ ସେ ଗୋଟିଏ ପରିବାରର ୬ଜଣ ସଦସ୍ୟଙ୍କୁ ହତ୍ୟା କରିଦେଲେ ।

କେବଳ ଏତିକି ନୁହେଁ, ହତ୍ୟା କରିବା ପରେ ସେ ନିଜେ ପୋଲିସ୍ ନିକଟକୁ ଯାଇ ଆତ୍ମସମର୍ପଣ କରିଦେଇଥିଲେ । ତାଙ୍କ ଝିଅର ପ୍ରତିଶୋଧ ପୂରଣ ହେଲା ବୋଲି ସେ ପୋଲିସକୁ କହିଥିଲେ । ଏବଂ ପୋଲିସକୁ ଗିରଫ୍ କରିବାକୁ କହିଥିଲେ । ଏହି କଥା ଶୁଣି ପୋଲିସ୍ ନିଜେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ବର୍ତ୍ତମାନ ପୋଲିସ୍ ଏହି ଘଟଣାର ତଦନ୍ତ କରିବାରେ ଲାଗିପଡିଛି ।

ଏହି ଭୟାନକ ଘଟଣା ବିଶାଖାପାଟନମ୍ ଜିଲ୍ଲା ଜଟାଦା ଗ୍ରାମର ବୋଲି କୁହାଯାଉଛି । ପୋଲିସର ସୂଚନା ଅନୁଯାୟୀ, ମୃତକ ପରିବାର ଏବଂ ହତ୍ୟାକାରୀର ପରିବାର ମଧ୍ୟରେ ଗତ କିଛିବର୍ଷ ଧରି ଶତ୍ରୁତା ଚାଲି ଆସୁଥିଲା । ଅଭିଯୋଗ ରହିଛି ଯେ, ମୃତକ ପରିବାରର ଜଣେ ସଦସ୍ୟ ହତ୍ୟାକାରୀ ପିତାଙ୍କର ଝିଅକୁ ବଳାତ୍କାର କରିଥିଲେ । ବଳାତ୍କାର କରିବା ପରେ ସେ ଘଟଣା ସ୍ଥଳରୁ ଫେରାର୍ ହୋଇ ଯାଇଥିଲେ । ପୀଡିତା ଝିଅର ପିତା ସେଦିନ ଠାରୁ ତାଙ୍କର ହତ୍ୟା କରିବାପାଇଁ ଭାବି ସାରିଥିଲେ ।

ଅନ୍ୟପକ୍ଷରେ ଏହି ଭୟାନକ ଘଟଣା ବିଷୟରେ ଶୁଣିବା ପରେ ସମ୍ପୂର୍ଣ୍ଣ ଗ୍ରାମ ସ୍ତବ୍ଧ ହୋଇଯାଇଛି । ଘଟଣା ପରେ ସେଠାରେ ଲୋକଙ୍କର ଭିଡ଼ ଲାଗିଅଛି । ଏଭଳି ପରିସ୍ଥିତିରେ ଗ୍ରାମରେ ପୋଲିସ୍ ବଳକୁ ନିୟୋଜିତ କରାଯାଇଛି । ପୋଲିସ୍ ଅଭିଯୋଗୀଙ୍କୁ ପଚରାଉଚରା କରୁଅଛି । ଅଭିଯୋଗୀ ନିକଟକୁ ଧାରୁଆ ଅସ୍ତ୍ରଶସ୍ତ୍ର ମିଳିଅଛି ।

ଆଶ୍ଚର୍ଯ୍ୟର କଥା ଏହା ଥିଲା କି ୬ ଜଣ ବ୍ୟକ୍ତିଙ୍କୁ ହତ୍ୟା କରିବା ପରେ ମଧ୍ୟ ହତ୍ୟାକାରୀଙ୍କର ମୁହଁରେ ଟିକିଏ ମଧ୍ୟ ଦୁଃଖ ନଥିଲା । ତାକୁ ତାର କାର୍ଯ୍ୟ ପାଇଁ କୌଣସି ପଶ୍ଚାତାପ ନଥିଲା । ହତ୍ୟା କରାଯାଇଥିବା ଲୋକଙ୍କ ମଧ୍ୟରେ ଦୁଇଜଣ ମହିଳା, ଦୁଇ ଜଣ ପିଲା ଏବଂ ଦୁଇ ଜଣ ପୁରୁଷ ଅଛନ୍ତି । ସମସ୍ତଙ୍କର ଶବକୁ ପୋଷ୍ଟମୋର୍ଟମ୍ ପାଇଁ ପଠାଇ ଦିଆଯାଇଛି ।

Leave a Reply

Your email address will not be published. Required fields are marked *