ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପିତା ନେଉଥିଲେ ଶେଷ ନିଃଶ୍ଵାସ ! ଶେଷ ଇଚ୍ଛା ପୂରଣ କରିବା ପାଇଁ ଝିଅ କଲେ ବିବାହ…

ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପିତା ନେଉଥିଲେ ଶେଷ ନିଃଶ୍ଵାସ ! ଶେଷ ଇଚ୍ଛା ପୂରଣ କରିବା ପାଇଁ ଝିଅ କଲେ ବିବାହ…

ଏହି କରୋନା ମହାମାରୀ ଭଳି ପରିସ୍ଥିତିରେ ଯାହା ସବୁ ଘଟୁଅଛି ତାହା ଚଳଚ୍ଚିତ୍ର ଭଳି ଲାଗୁଅଛି, ସବୁକିଛି ସୀମିତ ଏବଂ ଖୁବଶୀଘ୍ର ହେଉଅଛି । ସମସ୍ତଙ୍କର ଇଚ୍ଛା ମନରେ ଚାପି ରହିଯାଉଛି । କିନ୍ତୁ ଏହି ବିପରୀତ ପରିସ୍ଥିତିରେ ଜଣେ ଯାହା କରି ଦେଖାଇଛନ୍ତୁ, ତାହାକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ଝିଅ ଜଣକ କେବଳ ନିଜ ଶେଷ ନିଃଶ୍ୱାସ ନେଉଥିବା ପିତାଙ୍କ ଇଚ୍ଛା ପୂରଣ କରିନାହାଁନ୍ତି ବରଂ ପିତାମାତାଙ୍କ ପ୍ରତି ତାଙ୍କର ସମର୍ପଣ ଭାବ ପ୍ରକଟ କରିଛନ୍ତି । ଏହି କାହାଣୀ ଜରା ଚଳଚ୍ଚିତ୍ର ନିଶ୍ଚିତ ଭାବରେ ଅଟେ କିନ୍ତୁ ଶହେ ପ୍ରତିଶତ ସତ ଅଟେ । କଣ ଅଟେ ପୁରା ମାମଲା, ଆସନ୍ତୁ ଜାଣିନେବା ।

କଣ ଅଟେ ପୁରା ମାମଲା:-

ମଇ ୧ ତାରିଖ ୨୦୨୧ର ଦୈନିକ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ନିକଟସ୍ଥ ‘ଇନ୍ଦିରାପୁରମ୍’ର ସିପ୍ରା ସନସିଟି ସୋସାଇଟି ବାସିନ୍ଦା ଜଣେ ପିତାଙ୍କର ଶେଷ ଇଚ୍ଛା ପୂରଣ କରିବାପାଇଁ ଶେଷ ନିଃଶ୍ୱାସ ସମୟରେ ଝିଅର ବିବାହ କରାଇଗଲେ ।

ପିତା ଶେଷ ନିଃଶ୍ୱାସ ନେଉଥିଲେ ଏବଂ ଝିଅ ଜୀବନସାଥୀ ଚୟନ କରି ପିତାଙ୍କର ଶେଷ ଇଚ୍ଛାକୁ ପୂରଣ କଲେ, ଯାହାପରେ ପିତା ଆଶୀର୍ବାଦ ଦେଇ ପ୍ରାଣ ତ୍ୟାଗ କରିଥିଲେ ।

ଚିକିତ୍ସା ପାଇଁ ବୁଲୁଥିଲେ ପରିବାର:-

‘ଇନ୍ଦିରାପୁରମ୍’ର ସିପ୍ରା ସନସିଟି ସୋସାଇଟିର ରାଜକୁମାରଙ୍କର ଘରେ ଏକଦା ବିବାହର ପରିବେଶ ଥିଲା । ଏହି ଘଟଣା ପରେ ପରିବାର ସମେତ ସମଗ୍ର ସୋସାଇଟିରେ ଦୁଃଖର ଛାୟା ଖେଳି ଯାଇଥିଲା ।

ରାଜକୁମାର୍ ଝିଅ ପୁଅ ଏବଂ ପତ୍ନୀଙ୍କ ସହ ରହୁଥିଲେ । ତାଙ୍କର ଦୁଇଟିଯାକ କିଡନୀ ଖରାପ ଥିଲା । ତାଙ୍କ ପତ୍ନୀ ତାଙ୍କୁ ଗୋଟିଏ କିଡନୀ ଦେଇଥିଲେ ଏବଂ ସ୍ଥାନାନ୍ତରଣ ମଧ୍ୟ ହୋଇଥିଲା କିନ୍ତୁ ସ୍ଥିତି ଠିକ୍ ହେଉନଥିଲା । ପୂର୍ବ ଦିନ ସେ ନିଜ ଝିଅ ପାରୁଲଙ୍କର ବିବାହ ବିଜୟ ନଗର ବାସିନ୍ଦା ଜଣେ ଯୁବକଙ୍କ ସହ ଧାର୍ଯ୍ୟ କରିଥିଲେ ।

ବିବାହର ପ୍ରସ୍ତୁତିରେ ଥିବା ପରିବାର ଜାଣିନଥିଲେ କି ପିତା ତାଙ୍କୁ ଛାଡି ଚାଲିଯିବେ । ଏପ୍ରିଲ୍ ୨୯ ତାରିଖ ରାତିରେ ମେହେନ୍ଦୀ ଉତ୍ସବ ଚାଲିଥିଲା ଆଉ ପରିବାରରେ ସମସ୍ତେ ବହୁତ ଖୁସି ଥିଲେ । ଏହି ସମୟ ମଧ୍ୟରେ ହଠାତ୍ ରାଜକୁମାର୍ ପଡିଯାଇଥିଲେ । ତାଙ୍କ ଶରୀରରେ କରୋନାର ଲକ୍ଷଣ ରହିଥିଲା ଏବଂ ତାଙ୍କ ଅମ୍ଳଜାନ ସ୍ତର କ୍ରମାଗତ ଭାବରେ ହ୍ରାସ ହେଉଥିଲା ।

ରାଜକୁମାରଙ୍କୁ ଯେମିତି ସେମିତି ସୋସାଇଟିର ‘କ୍ଲବ୍ ହାଉସ୍’ ବେସମେଣ୍ଟକୁ ନିଆଯାଇଥିଲା, ଯାହାପରେ କନଷ୍ଟ୍ରେଟର୍ ମେସିନ୍ ରୁ ତାଙ୍କୁ ଅମ୍ଳଜାନ ଦିଆଯାଇଥିଲା । ଯାହାପରେ ସମ୍ପୂର୍ଣ୍ଣ ପରିବାର ଚିନ୍ତାରେ ପଡିଯାଇଥିଲେ ।

ଝିଅ ପୂରଣ କଲେ ପିତାଙ୍କର ଶେଷ ଇଚ୍ଛା:-

ଯେଉଁ ଝିଅର ହାତରେ ମେହେନ୍ଦୀ ଲାଗିଥିଲା, ସେହି ଝିଅ ନିଜ ପରିବାର ଏବଂ ସମ୍ପର୍କୀୟ ମାନଙ୍କ ସହ ପିତାଙ୍କ ଜୀବନ ବଞ୍ଚାଇବା ପାଇଁ ୨୯ ତାରିଖ ରାତିସାରା ଗୋଟିଏ ହସ୍ପିଟାଲରୁ ଆଉ ଗୋଟିଏ ହସ୍ପିଟାଲକୁ ବୁଲିଥିଲେ । କେବଳ ଏତିକି ନୁହେଁ ଯେଉଁ ପୁଅ ସହ ତାଙ୍କ ବିବାହ ସ୍ଥିର ହୋଇଥିଲା ସେ ମଧ୍ୟ ତାଙ୍କ ସହ ବୁଲିଥିଲେ ।

ଯେପରି ସେପରି ରାଜକୁମାରଙ୍କୁ କାଉନ୍ସିଲରଙ୍କ ସାହାଯ୍ୟରେ ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଶଯ୍ୟାରେ ଶୋଇଥିବା ରାଜକୁମାରଙ୍କୁ ନିଜ ଜୀବନ ଅପେକ୍ଷା ନିଜ ଝିଅର ଅଧିକ ଚିନ୍ତା ଥିଲା ଏବଂ ମନରେ ଗୋଟିଏ ପ୍ରଶ୍ନ ବର୍ତ୍ତମାନ ତାଙ୍କ ଝିଅର ବିବାହ କିପରି ହେବ ?

ତାଙ୍କ ରୋଗ କାରଣରୁ ତାଙ୍କ ଝିଅର ବିବାହ ନ ଅଟକିଯାଉ । ଡାକ୍ତରଙ୍କ ଅନୁଯାୟୀ ଚିନ୍ତା କରିବା ଯୋଗୁଁ ରକ୍ତଚାପ ବଢ଼ୁଥିଲା । କାଉନ୍ସିଲର୍ ସଞ୍ଜୟ ସିଂହ ଝିଅ ପକ୍ଷରୁ କଥା କରି ପୁଅ ଏବଂ ତାଙ୍କ ପିତାମାତାଙ୍କୁ ଡକାଇଥିଲେ ।

ସୋସାଇଟି ମନ୍ଦିରରୁ ପୂଜାରୀ ଜୟମାଳା ନେଇ ପହଞ୍ଚିଥିଲେ । ତା’ପରେ ମନ୍ତ୍ର ଉଚ୍ଚାରଣ ସହ ଜୟମାଳା ହୋଇଥିଲା । ରାଜକୁମାର୍ ଝିଅର ବିବାହ ଦେଖିଥିଲେ ଏବଂ ଝିଅ ଓ ଜ୍ଵାଇଁଙ୍କୁ ଆଶୀର୍ବାଦ ଦେଇଥିଲେ ।

ଝିଅର ପାଲିଙ୍କି ପୂର୍ବରୁ ଉଠିଲା ପିତାଙ୍କ ଶବ:-

ଏପଟେ ଝିଅ ଏବଂ ଜ୍ଵାଇଁଙ୍କୁ ଆଶୀର୍ବାଦ ଦେଇ ରାଜକୁମାର୍ ଏ ଦୁନିଆଁରୁ ବିଦାୟ ନେଇଥିଲେ । ଏହାପରେ ପରିବାର ସମେତ ସମ୍ପୂର୍ଣ୍ଣ ସୋସାଇଟିରେ ଦୁଃଖର ଛାୟା ଖେଳି ଯାଇଥିଲା । ଝିଅର ପାଲିଙ୍କି ପୂର୍ବରୁ ପିତାଙ୍କ ଶବ ସମସ୍ତଙ୍କୁ ଭାଙ୍ଗି ଦେଇଥିଲା । ଖୁସିର ପରିବେଶ ଦୁଃଖରେ ପରିଣତ ହୋଇଗଲା କିନ୍ତୁ ଶାନ୍ତି ଏହା ବି ଥିଲା କି ରାଜକୁମାର୍ ନିଜ ଝିଅର ବିବାହ ଦେଖିଗଲେ ।

ପିତାଙ୍କ ମୃତ୍ୟୁ ଯୋଗୁଁ ଝିଅ, ଜ୍ୱାଇଁ ସହ ସମଗ୍ର ପରିବାର ଦୁଃଖରେ ରହିଛି । ପିତାଙ୍କ ଯିବାର ଦୁଃଖ ଏହି ଝିଅକୁ ସାରା ଜୀବନ ରହିବ । ତେବେ ଯାହା ହେବାର ଥିବ, ତାକୁ କେହି ରୋକିପାରିବ ନାହିଁ, କାହିଁକି ନା ଏହି ମହାମାରୀ କେଜାଣି କେତେ ଜଣଙ୍କୁ ନିଜ ପରିବାର ଠାରୁ ଅଲଗା କରିଦେଇଛି ।

Leave a Reply

Your email address will not be published. Required fields are marked *