ପିତା Carpenter ଥିଲେ ! ୬ଟି ଚାକିରୀ ଛାଡି ହୋଇଥିଲେ ‘IPS’ ! ମନ୍ତ୍ରୀଙ୍କ ସହ ମୁହାଁମୁହିଁ ହେବାରୁ ମିଳିଥିଲା, ଭୋଗିବାକୁ ପଡିଥିଲା ଭୟଙ୍କର ଦଣ୍ଡ…

ପିତା Carpenter ଥିଲେ ! ୬ଟି ଚାକିରୀ ଛାଡି ହୋଇଥିଲେ ‘IPS’ ! ମନ୍ତ୍ରୀଙ୍କ ସହ ମୁହାଁମୁହିଁ ହେବାରୁ ମିଳିଥିଲା, ଭୋଗିବାକୁ ପଡିଥିଲା ଭୟଙ୍କର ଦଣ୍ଡ…

ଦବଙ୍ଗ ଚଳଚ୍ଚିତ୍ରରେ ଆପଣ ସଲମାନ୍ ଖାନଙ୍କର ଦବଙ୍ଗ ଶୈଳୀରେ ଅନେକ ଦୃଶ୍ୟ ଦେଖିଥିବେ, କିନ୍ତୁ ବାସ୍ତବ ଜୀବନରେ ଏହି ଶୈଳୀ ହରିୟାଣାର ଆଇପିଏସ ଅଫିସର ସଙ୍ଗୀତା କାଳିୟାଙ୍କ ମଧ୍ୟରେ ନଜର ଆସୁଅଛି । ନିଜର ଏପର୍ଯ୍ୟନ୍ତର କାର୍ଯ୍ୟକାଳ ମଧ୍ୟରେ ସେ ଏଭଳି ଅନେକ କାମ କରିଛନ୍ତି, ଯାହା ଦ୍ୱାରା ଅନେକ ବଡ଼ ବଡ଼ ନେତା ମାନଙ୍କର ପଦବୀ ହଲିଯାଇଛି, ତେବେ ଏସପି ସଙ୍ଗୀତା କାଳିୟାଙ୍କୁ ଏହାର କ୍ଷତିପୂରଣ ମଧ୍ୟ ଭରିବାକୁ ପଡିଛି ।

ତୃତୀୟ ଥରରେ ମିଳିଥିଲା ସଫଳତା:-

IPS ଅଫିସର ସଙ୍ଗୀତା କାଳିୟାଙ୍କର ପିତା ଧର୍ମପାଳ ଫତେହାବାଦ ପୋଲିସରେ ବଢ଼େଇ ଭାବରେ କାମ କରୁଥିଲେ ଏବଂ ୨୦୧୦ ମସିହାରେ ସେ ଅବସର ନେଇଥିଲେ । ସଙ୍ଗୀତା ନିଜର ପାଠପଢା ଭିଭାନୀରୁ ଶେଷ କରିଥିଲେ । ସଙ୍ଗୀତା ପାଠପଢାରେ ଭଲ ଥିଲେ ଏବଂ ସେ ପ୍ରଥମରୁ ଏକ ସରକାରୀ ପଦବୀ ହାସଲ କରିବାକୁ ଚାହୁଁଥିଲେ । ଏଭଳି ପରିସ୍ଥିତିରେ କଠିନ ପରିଶ୍ରମ ବଳରେ ସେ ୨୦୦୫ ମସିହାରେ ପ୍ରଥମଥର ପାଇଁ UPSC ପରୀକ୍ଷା ଦେଇଥିଲେ କିନ୍ତୁ ସେ ଉତ୍ତୀର୍ଣ୍ଣ ହୋଇ ପାରିନଥିଲେ । ଏଭଳି ଭାବରେ ପରୀକ୍ଷା ଦେଇ ତୃତୀୟ ଥରରେ ୨୦୦୯ ମସିହାରେ ସେ ସଫଳତା ହାସଲ କରିଥିଲେ ।

୬ଟି ଚାକିରୀ ଛାଡି ହୋଇଥିଲେ IPS:-

ସଙ୍ଗୀତା କାଳିୟାଙ୍କର କହିବା ଅନୁଯାୟୀ, ପୋଲିସ୍ ଚାକିରୀକୁ ଆସିବା ପାଇଁ ଉଡାନ ସିରିଏଲରୁ ତାଙ୍କୁ ପ୍ରେରଣା ମିଳିଥିଲା । କହିରଖୁଛୁ ଯେ, ସଙ୍ଗୀତା କାଳିୟା ନିଜର ସରକାରୀ ଅଧିକାରୀ ହେବାର ଯାତ୍ରାରେ ଛଅଟି ଚାକିରୀର ଅଫରକୁ ଛାଡିଥିଲେ ଏବଂ ପୋଲିସ୍ ବିଭାଗକୁ ଚୟନ କରିଥିଲେ । ଭିଭାନୀ ଜିଲ୍ଲାର ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିବା ସଙ୍ଗୀତା ସଦା ସର୍ବଦା କିଛି ଭିନ୍ନ କରିବାପାଇଁ ସ୍ୱପ୍ନ ଦେଖୁଥିଲେ ।

ଯେତେବେଳେ ଖାଇଥିଲେ ପୋଷାକର ଗର୍ବକୁ ନେଇ ରାଣ:-

ସେ ଚାହୁଁଥିଲେ ଯେ, ନିଜ ପରିଶ୍ରମ ବଳରେ ନିଜ ସ୍ୱପ୍ନକୁ ପୂରଣ କରନ୍ତୁ । ଏହି ସମୟ ମଧ୍ୟରେ ସେ ଯେତେବେଳେ ନିଜର ସ୍ବପ୍ନ ପୂରଣ କରିଥିଲେ, ସେତେବେଳେ ପୋଷାକ ପରିଧାନ କରିବା ସମୟରେ ସେ ରାଣ ନେଇଥିଲେ କି ସେ ଏହାର ଗର୍ବ ଗୌରବ ଉପରେ କେବେ ଦାଗ ଲାଗିବାକୁ ଦେବେ ନାହିଁ ଏବଂ ଏହି କାମକୁ ସେ ନିଜର ପ୍ରତ୍ୟେକ ପୋଷ୍ଟିଂରେ ପୁରା କରିଥିଲେ ।

ଏହି କାରଣରୁ ମଧ୍ୟ ସେ ଯେଉଁଠାକୁ ଯାଆନ୍ତି, ସତ୍ୟତାର ଏଭଳି ନମୁନା ଉପସ୍ଥାପନ କରନ୍ତି କି ଅନେକ ସରକାରୀ ଅଧିକାରୀ ତାଙ୍କର କଠୋର ବ୍ୟବହାର ଯୋଗୁଁ ଚିନ୍ତିତ ହୋଇଯାଆନ୍ତି । ଏଭଳି ପରିସ୍ଥିତିରେ ତାଙ୍କୁ ଅନେକଥର ବଦଳି ପ୍ରକ୍ରିୟା ଦେଇ ଅତିକ୍ରମ କରିବାକୁ ପଡିଛି ।

ପିତାଙ୍କ ଜିଲ୍ଲାରେ ଅଫିସର ହୋଇ ପହଞ୍ଚିଥିଲେ:-

ଏହି କଥା ଅନେକ କମ୍ ଲୋକ ଜାଣିଛନ୍ତି ଯେ, ଯେଉଁ ପୋଲିସ୍ ବିଭାଗରେ ସଙ୍ଗୀତା କାଳିୟାଙ୍କ ପିତା ବଢ଼େଇ ହୋଇ କାମ କରୁଥିଲେ, ସେହି ବିଭାଗରେ ସେ SPର ପ୍ରଥମ ପୋଷ୍ଟ ହାସଲ୍ କରିଥିଲେ । ପିତା ଧର୍ମପାଳ ଯେଉଁ ବର୍ଷ ପୋଲିସ୍ ବିଭାଗରୁ ଅବସର ନେଇଥିଲେ, ସେହି ବର୍ଷ ୨୦୧୦ ମସିହାରେ ହରିୟାଣା ପୋଲିସରେ ସଙ୍ଗୀତା କାଳିୟା ପଦବୀରେ ଯୋଗ ଦେଇଥିଲେ ।

ମନ୍ତ୍ରୀଙ୍କ ସହ ପଙ୍ଗା ନେଇଥିଲେ:-

ସଙ୍ଗୀତା କାଳିୟାଙ୍କ ନାମ ସେହି ସମୟରେ ଅତ୍ୟନ୍ତ ଚର୍ଚ୍ଚାରେ ରହିଥିଲା, ଯେତେବେଳେ ୨୭ ନଭେମ୍ବର ୨୦୧୫ ମସିହାରେ ଫତେହାବାଦର ସ୍ୱାସ୍ଥ୍ୟମନ୍ତ୍ରୀ ଅନୀଲ୍ ବିଜଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଯାଇଥିଲା । ସେହି ସମୟରେ ଅନୀଲ ବିଜ୍ ସେଠାକାର କଷ୍ଟ ନିବାରଣ ସମିତିର ଅଧ୍ୟକ୍ଷ ଥିଲେ ।

ଏହି ସମୟ ମଧ୍ୟରେ ଏକ ଅଭିଯୋଗର ଶୁଣାଣି ସମୟରେ ଅନୀଲ୍ ବିଜ୍ ସଙ୍ଗୀତା କାଳିୟାଙ୍କ ଗେଟ୍ ଆଉଟ୍ ବୋଲି କହିଦେଇଥିଲେ । ତାପରେ ସେ ଯେତେବେଳେ ବାହାରକୁ ଯାଇନଥିଲେ, ସେତେବେଳେ ଅନୀଲ୍ ବିଜ୍ ନିଜେ ବୈଠକ ଛାଡି ସେଠାରୁ ଚାଲି ଯାଇଥିଲେ ଏବଂ ଏହାପରେ ସଙ୍ଗୀତା କାଳିୟାଙ୍କର ବଦଳି ହୋଇଯାଇଥିଲା ।

Leave a Reply

Your email address will not be published. Required fields are marked *