ପୋଲିସର ଦୃଢ ବ୍ୟବସ୍ଥାକୁ ଭୟଭୀତ କରି କୃଷକ ନେତା ରାକେଶ ଟିକାୟତ କହିଛନ୍ତି ଯେ ଆସନ୍ତାକାଲି ହେବ ନାହିଁ ଚକ୍କାଜାମ୍ !

ପୋଲିସର ଦୃଢ ବ୍ୟବସ୍ଥାକୁ ଭୟଭୀତ କରି କୃଷକ ନେତା ରାକେଶ ଟିକାୟତ କହିଛନ୍ତି ଯେ ଆସନ୍ତାକାଲି ହେବ ନାହିଁ ଚକ୍କାଜାମ୍ !

ଦେଶର କୃଷକମାନେ ରାଜଧାନୀ ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦୀର୍ଘ ୨ ମାସ ହେଲା ବିକ୍ଷବ କରିଆସୁଛନ୍ତି । ଜାନୁୟାରୀ ୨୬ ମଙ୍ଗଳବାର ଦିନ କୃଷକମାନେ ସରକାରଙ୍କ ବିରୋଧରେ ଟ୍ରାକ୍ଟର ପରେଡ୍ ମଧ୍ୟ କରିଥିଲେ । ଏହାପରେ କୃଷକମାନେ ଫେବୃଆରୀ ୬ ତାରିଖରେ ସଂସଦ ପର୍ଯ୍ୟନ୍ତ ପଦଯାତ୍ରା କରିବାକୁ ଯୋଜନା କରିଥିଲେ । କିନ୍ତୁ ୨୬ ଜାନୁୟାରୀରେ ହୋଇଥିବା ହିଂସା ଯୋଗୁଁ କୃଷକଙ୍କ ଏହି ପଦଯାତ୍ରା ବାତିଲ କରିବାକୁ ସରକାର ଆଲୋଚନା କରୁଛନ୍ତି ।

ସଂଶୋଧିତ କୃଷି ଆଇନକୁ ନେଇ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଥିବା ଚାଷୀ ସଙ୍ଗଠନ ୬ ପେବୃଆରୀ ଚକ୍କାଜାମ୍ ନେଇ ଶୁକ୍ରବାର ଦିନ ଗାଇଡଲାଇନ ଜାରି କରିଛି । ଏଥିରେ ଆନ୍ଦୋଳନର ରୂପରେଖାକୁ ନେଇ କୃଷକ ସଙ୍ଗଠନମାନେ ସ୍ପଷ୍ଟ ଚିତ୍ର ପ୍ରତିପାଦନ କରିଛନ୍ତି । ଏଥିରେ ଦିଲ୍ଲୀ, ୟୁପି ଓ ଉତ୍ତରାଖଣ୍ଡରେ ଚକ୍କାଜାମ୍ ଆନ୍ଦୋଳନ ହେବ ନାହିଁ ବୋଲି କୃଷକ ନେତା ରାକେଶ ଟିକାୟତ କହିଛନ୍ତି ।

ପ୍ରତିପାଦନ କରିଥିବା ଗଇଡ଼ଲାଇନ ଅନୁଯାୟୀ ଏହି ଆନ୍ଦୋଳନ ମାତ୍ର ୩ ଘଣ୍ଟା ସମୟ ଅବଧି ମଧ୍ୟରେ ଏବଂ ଶାନ୍ତିପୂର୍ଣ୍ଣ ଉପାୟରେ ପିକେଟିଂ କରି ଚାଷୀ ଯାନବାହନ ଚଳାଚଳ ବନ୍ଦ କରିବେ । ଏଥିରେ କେବଳ ଜାତୀୟ ଓ ରାଜ୍ୟ ରାଜମାର୍ଗରେ ଚକ୍କାଜାମ୍ ଆନ୍ଦୋଳନ ହେବ ବୋଲି ଗାଇଡଲାଇନ୍‌ରେ ସ୍ଵଷ୍ଟ କରିକହିଥିଲେ । ଚାଷୀମାନେ ଚକ୍କାଜାମ୍ କରିବାକୁ ଦିଲ୍ଲୀରେ ପ୍ରବେଶ କରିବେ ନାହିଁ । ସେହିପରି ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ଚାଷୀମାନେ ଷ୍ଟାଣ୍ଡୱେ ଥିବା ଯୋଗୁଁ ଆବଶ୍ୟକତା ସ୍ଥଳରେ ସେମାନେ ଦିଲ୍ଲୀ ଆସିବା ଲାଗି ସଙ୍ଗଠନ ଦୁଇ ରାଜ୍ୟରେ ଆନ୍ଦୋଳନ ବାରଣ କରିଛି ।

ଅନ୍ୟପକ୍ଷରେ କୃଷକ ନେତା ୟୁପି ଓ ଉତ୍ତରାଖଣ୍ଡ ଚାଷୀଙ୍କୁ ଆବଶ୍ୟକ ସ୍ଥଳେ ଦିଲ୍ଲୀ ଆସିବା ଲାଗି କହିପାରନ୍ତି, ତେଣୁ ସେମାନଙ୍କ ଟ୍ରାକ୍ଟରରେ ତେଲ, ପାଣିର ଭରି ରଖିବାକୁ କହିଛନ୍ତି । ତେବେ ଦିଲ୍ଲୀରେ କାହିଁକି ଚକ୍କାଜାମ୍‌ ହେବ ନାହିଁ ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିବାରୁ କୃଷକ ନେତା ଆନ୍ଦୋଳନ ପୂର୍ବରୁ ହିଁ ଦିଲ୍ଲୀ ଚକ୍କାଜାମ୍ ହୋଇସାରିଲାଣି ବୋଲି କହିଛନ୍ତି । ଏଣୁ ଏଠି ଆନ୍ଦୋଳନର ଆଉ ଆବଶ୍ୟକତା କଣ ବୋଲି ପ୍ରଶ୍ନ କରିଛନ୍ତି ।

ସେହିପରି ଦିଲ୍ଲୀ ସୀମାରେ ପୋଲିସ କଣ୍ଟା ପକାଇବା ପ୍ରସଙ୍ଗରେ ସାମ୍ବାଦିକ ପ୍ରଶ୍ନ କରିବାରେ ରାଜେଶ ଟିକାୟତ ଯେଉଁଠି ସରକାର ପୋଲିସକୁ ଲଗାଇ କଣ୍ଟା ପକାଇଛନ୍ତି ସେଠି ଆମେ ଫୁଲ ଫୁଟେଇବୁ । ଏଥିଲାଗି ୨ଟି ଡମ୍ପରରେ ମାଟି ମଗାଇଥିବା କହିଛନ୍ତି । ସେହିପରି ଗାଁରୁ ଆସୁଥିବା ଚାଷୀଙ୍କୁ ସେଠାରୁ ମାଟି ନେଇ ନିଜ କ୍ଷେତରେ ପକାଇ ଫୁଲ ଗଛ ଲଗାଇବାକୁ କୁହାଯାଇଛି । ଚାଷୀଙ୍କ ଆନ୍ଦୋଳନର ମାଟିକୁ ଦେଶର ଗାଁ ଗାଁରେ ପହଞ୍ଚାଯିବ ବୋଲି ସେ କହିଛନ୍ତି ।

ଆପଣଙ୍କୁ ଜଣାଇ ଦେଉଛୁ ଯେ, ଜାନୁୟାରୀ ୨୬ରେ ଯେଉଁ ଭଳି ଘଟଣାକୁ ଘଟିଥିଲା ତାହା ପୁନଃ ନ ଘଟୁ ସେହିପରି କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସ ଧାରଣା ସ୍ଥଳର ଚାରିପାଖର ବ୍ୟବସ୍ଥା କଡା କରିଛନ୍ତି । ଏଥିମଧ୍ୟରେ ରାସ୍ତା ଖୋଳିବା, ରାସ୍ତାରେ ବ୍ୟାରିକେଡ୍, ତାର ବାଡ଼, ରାସ୍ତାରେ ମୋଟା ଦୁର୍ଗ ରଖିବା ଇତ୍ୟାଦି ଅନ୍ତର୍ଭୁକ୍ତ । ରାକେଶ ଟିକାୟତ ମଧ୍ୟ ଏଗୁଡିକ ବିଷୟରେ ଉଲ୍ଲେଖ କରିଛନ୍ତି । ଉଲ୍ଲେଖନୀୟ କଥା ହେଉଛି, ସିଙ୍ଗୁ, ଗାଜୀପୁର ସମେତ ଦିଲ୍ଲୀର ଅନେକ ସୀମାରେ ନଭେମ୍ବର ମାସରୁ ହଜାର ହଜାର ଚାଷୀ ଆନ୍ଦୋଳନ କରୁଛନ୍ତି ।

Leave a Reply

Your email address will not be published. Required fields are marked *