ବଲିଉଡ ପାଇଁ ଆଉ ଏକ ବଡ଼ ଝଟକା… ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କ ଦେହାନ୍ତ !

ବଲିଉଡ ପାଇଁ ଆଉ ଏକ ବଡ଼ ଝଟକା… ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କ ଦେହାନ୍ତ !

ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କ ଦେହାନ୍ତ ହୋଇଛି । ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ଯୋଗୁଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗୁରୁବାର ଅପରାହ୍ନ ୧.୫୨ରେ ହୃଦ୍‌ଘାତ ହେତୁ ତାଙ୍କର ମୃତ୍ୟୁ ଘଟିଛି । କିଛି ଦିନ ପୂର୍ବରୁ ତାଙ୍କର କରୋନା ପରୀକ୍ଷା ମଧ୍ୟ କରାଯାଇଥିଲା ଯେଉଁଥିରେ ନେଗେଟିଭ୍ ରିପୋର୍ଟ ଥିଲା । ମୃତ୍ୟୁ ବେଳେକୁ ସରୋଜ ଖାନଙ୍କୁ ୭୨ ବର୍ଷ ହୋଇଥିଲା । ସେ ମାଧୁରୀ ଦୀକ୍ଷିତ ଏବଂ ଶ୍ରୀଦେବୀଙ୍କ ସମେତ ଅନେକ ବଲିଉଡ ଅଭିନେତାଙ୍କୁ ନୃତ୍ୟ ଶିକ୍ଷା ଦେଇଥିଲେ ।

Google

ଜୁନ୍ ୨୦ରେ, ସରୋଜ ଖାନଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ଯୋଗୁଁ ତାଙ୍କୁ ମୁମ୍ବାଇର ଗୁରୁନାନକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥିଲା । କିନ୍ତୁ ଗୁରୁବାର ରାତିରେ ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା ।

Google

ସରୋଜ ଖାନ ପ୍ରାୟ ଶହ ଶହ ଚଳଚିତ୍ର ଗୀତାରେ କୋରିଓଗ୍ରାଫି କରିଥିଲେ । କେବଳ ଅଳ୍ପ ହିଁ ଲୋକମାନେ ଜାଣନ୍ତି ଯେ, ସରୋଜ ଖାନଙ୍କ ପ୍ରକୃତ ନାମ ନିର୍ମଳା ନାଗପାଲ । ପିତାଙ୍କ ନାମ କିଶାନଚାନ୍ଦ ସିଂ ଏବଂ ମାତାଙ୍କ ନାମ ନୋନି ସିଦ୍ଧୁ ସିଂ । ଭାରତ ପାକିସ୍ତାନ ବିଭାଜନ ପରେ ସରୋଜ ଖାନଙ୍କ ପରିବାର ପାକିସ୍ତାନରୁ ଭାରତ ଆସିଯାଇଥିଲେ । ସରୋଜ ମାତ୍ର ତିନି ବର୍ଷ ବୟସରେ ଶିଶୁ କଳାକାର ଭାବରେ ଚଳଚ୍ଚିତ୍ରରେ କାମ କରିବା ଆରମ୍ଭ କରିଥିଲେ । ପ୍ରଥମ ଚଳଚ୍ଚିତ୍ର ଥିଲା “ନଜରନା” ଯେଉଁଥିରେ ଶ୍ୟାମା ନାମକ ଜଣେ ଝିଅ ଅଭୂମିକାରେ ଅଭିନୟ କରିଥିଲେ ।

୧୯୫୦ ମସିହା ବେଳେକୁ ସରୋଜ ଖାନ ଚଳଚିତ୍ର ଜଗତରେ ନୃତ୍ୟଶିଳ୍ପୀ ଭାବରେ କାମ କରିବା ଆରମ୍ଭ କରିଥିଲେ । ସେ କୋରିଓଗ୍ରାଫରର ତାଲିମ ସୋହାନଲାଲଙ୍କ ଠାରୁ ନେଇଥିଲେ । ସରୋଜ ଖାନ ୧୯୭୪ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର “ଗୀତା ମେରା ନାମ୍‌” ନାମକ ଚଳଚିତ୍ରରେ ପ୍ରଥମ ଥର ସ୍ଵାଧୀନ କୋରିଓଗ୍ରାଫର ଭାବରେ କାମ କରିବାର ସୁଯୋଗ ମିଳିଥିଲା । ପରେ ସେ ଅନେକ ହିଟ୍ ଗୀତର କୋରିଓଗ୍ରାଫି କରିଥିଲେ । ସରୋଜ ଖାନଙ୍କ ମୁଖ୍ୟ ଚଳଚ୍ଚିତ୍ରଗୁଡ଼ିକ ହେଉଛି ମିଷ୍ଟାର ଇଣ୍ଡିଆ, ନାଗିନା, ଚାନ୍ଦନୀ, ତେଜାବ, ଥାନେଡର ଏବଂ ବେଟା ପରି ସଂଖ୍ୟାଧିକ ଫିଲ୍ମର ସେ କୋରିଓଗ୍ରାଫ କରିଥିଲେ । ଦେବଦାସ ପାଇଁ ୨୦୦୩ରେ ତାଙ୍କୁ ମିଳିଥିଲା ଫିଲ୍ମ ଫେୟାର ବେଷ୍ଟ କୋରିଓଗ୍ରାଫି ଆଓ୍ୱାର୍ଡ ।

Google

୧୯୮୭ରେ ଆସିଥିବା ମିଷ୍ଟର ଇଣ୍ଡିଆର “ହାଓ୍ୱା ହାଓ୍ୱାଇ” ଗୀତ, ୧୯୮୮ରେ ଆସିଥିବା ତେଜାବର “ଏକ୍ ଦୋ ତିନ୍…”, ୧୯୯୨ରେ “ବେଟା” ଫିଲ୍ମର “ଧକ୍‌ ଧକ୍‌ କରନେ ଲଗା…” ଭଳି ସୁପରହିଟ୍ ଗୀତର କୋରିଓଗ୍ରାଫି କରିଥିଲେ । ସରୋଜ ୨୦୧୯ରେ ଆସିଥିବା “କଲଙ୍କ” ଫିଲ୍ମର “ତବାହ୍ ହୋ ଗୟେ…” ଗୀତରେ ଶେଷ ଥର ପାଇଁ କୋରିଓଗ୍ରାଫ୍ କରିଥିଲେ ।

Google

ସରୋଜ ଖାନ ପ୍ରଥମ ମାଷ୍ଟର ବି. ସୋହାନଲାଲଙ୍କୁ ବିବାହ କରିଥିଲେ । ଦୁହେଁଙ୍କ ବୟସଗତ ପାର୍ଥକ୍ୟ ୩୦ ବର୍ଷ ଥିଲା । ବିବାହ ସମୟରେ ସରୋଜଙ୍କୁ ୧୩ ବର୍ଷ ହୋଇଥିଲା । ଏହା ସୋହାନଲାଲଙ୍କ ଦ୍ୱିତୀୟ ବିବାହ ଥିଲା । ତାଙ୍କର ପ୍ରଥମ ବିବାହିତା ସ୍ତ୍ରୀଙ୍କ ଔରଷରୁ ଚାରିଟି ସନ୍ତାନ ଥିଲେ । ସରୋଜ ଖାନ ଏକ ସାକ୍ଷାତକାରରେ କହିଥିଲେ ଯେ “ମୁଁ ସେଦିନ ସ୍କୁଲରେ ପାଠ ପଢୁଥିଲି, ତା’ପରେ ଦିନେ ମୋର ନୃତ୍ୟ ମାଷ୍ଟର ସୋହାନଲାଲ ମୋ ବେକରେ କଳା ସୂତା ବାନ୍ଧି ମୁଁ ବିବାହ କରିଥିଲି” ।

ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇଥିବା ସମୟରେ ସରୋଜ ଖାନ କହିଥିଲେ ଯେ, “ମୁଁ ନିଜ ଇଚ୍ଛାରେ ଇସଲାମ ଧର୍ମ ଗ୍ରହଣ କରିଥିଲି । ମୁଁ ଇସଲାମ ଧର୍ମ ଦ୍ୱାରା ଅନୁପ୍ରାଣିତ ହୋଇଛି ।”

Leave a Reply

Your email address will not be published. Required fields are marked *