ସମ୍ପତି ପାଇଁ ସୁଶାନ୍ତଙ୍କୁ ଡ୍ରଗ୍ସ ଦେଉଥିଲେ ପରିବାର ଲୋକ !

ମୁମ୍ବାଇ,୬/୧୦: ବଲିଉଡ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଏବେ ବି ରହସ୍ୟାବୃତ୍ତ ହୋଇ ରହିଛି । ଘଟଣାକୁ ଇତିମଧ୍ୟରେ ୩ ମାସ ବିତିଥିଲେ ବି ମାମଲାକୁ ନେଇ ଏବେ ବି ରାଜନୀତି ଥମୁନାହିଁ । ଏହି ପରିପ୍ରେକ୍ଷୀରେ ଏବେ ଶିବସେନା ନେତା ପ୍ରତାପ ସରନାଇକ ସୁଶାନ୍ତଙ୍କ ପରିବାର ଉପରେ ବଡ଼ ଅଭିଯୋଗ ଆଣିଛନ୍ତି । ସୁଶାନ୍ତଙ୍କ ପରିବାର ଦ୍ଵାରା ସମ୍ପତି ହାତେଇବା ପାଇଁ ତାଙ୍କୁ ଡ୍ରଗ୍ସ ଦିଆଯାଉଥିଲା ବୋଲି ସେ ଆରୋପ ଲଗାଇଛନ୍ତି ।

ପ୍ରତାପ ସରନାଇକଙ୍କ ଅଭିଯୋଗ ଅନୁଯାୟୀ, ସୁଶାନ୍ତଙ୍କ ଭଉଣୀ ଓ ପରିବାରର କିଛି ସଦସ୍ୟ ଦିଲ୍ଲୀର ଜଣେ ଡାକ୍ତରଙ୍କ ମାଧ୍ୟମରେ ଫେକ୍‌ ପ୍ରେସକ୍ରିପସନ୍ ତିଆରି କରିଥିଲେ । ତଦନୁଯାୟୀ ସୁଶାନ୍ତଙ୍କୁ ବେହାସ ଔଷଧ ଓ ଡ୍ରଗ୍ସ ଦିଆଯାଉଥିଲା ।

ଏଥିସହ ସେ ଏହାର ତଦନ୍ତ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ କରିବା ନେଇ ଦାବି କରିଛନ୍ତି । ସେ ମୁମ୍ବାଇ ପୋଲିସ କମିଶନରଙ୍କୁ କହିଛନ୍ତି, ସମ୍ପତି ପାଇଁ ଡ୍ରଗ୍ସ ଦିଆଯାଇଥିବା ଦିଗରୁ ମାମଲାରେ ତଦନ୍ତ କରାଯାଉ । ଏହା ଦ୍ଵାରା ସୁଶାନ୍ତଙ୍କ ମୃତ୍ୟୁ ମାମଲର ସତ ସାମ୍ନାକୁ ଆସିବ।

ଅନ୍ୟପକ୍ଷରେ କିଛିଦିନ ପୂର୍ବେ ଶିବସେନା ସୁଶାନ୍ତଙ୍କ ଚରିତ୍ର ଉପରେ ପ୍ରଶ୍ନ ଉଠାଇଥିଲେ । ଏଥିସହ ଶିବସେନା ମୁଖପତ୍ର ‘ସାମନା’ରେ ସୁଶାନ୍ତ ମାଦକ ଦ୍ରବ୍ୟ ସେବନ କରୁଥିବା କୁହାଯାଇଥିଲା । ଏଥିସହ ତାଙ୍କ ଚରିତ୍ରକୁ ହୀନ ବୋଲି ଦର୍ଶାଯାଇଥିଲା । ସେଥିରେ ଉଲ୍ଲେଖ କରାଯାଇଥିଲା ସୁଶାନ୍ତ ବିଫଳତା ଓ ଡିପ୍ରେସନ ମଧ୍ୟରେ ଗତି କରୁଥିଲେ । ଅସଫଳତା ଯୋଗୁଁ ନିଜକୁ ସମ୍ଭାଳି ନ ପାରି ସେ ନିଶା ସେବନ ଆରମ୍ଭ କଲେ ଓ ଶେଷରେ ଆତ୍ମହତ୍ୟା କଲେ ବୋଲି କୁହାଯାଇଥିଲା ।

Be the first to comment

Leave a Reply

Your email address will not be published.


*