ଚାଣକ୍ୟ ନୀତି : ବିଶ୍ଵାସ କରିପାରିବେ ନାହିଁ, ଜୀବନରେ ଯେତେବେଳେ ଏଭଳି କିଛି ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ, ତେବେ ଏହି ସମୟରେ ପରିବାର ସଦସ୍ୟ ମଧ୍ୟ ପାଲଟିଯାଆନ୍ତି ଶତ୍ରୁ ।

ଆଚାର୍ଯ୍ୟ ଚାଣକ୍ୟ ଜଣେ ଲୋକପ୍ରିୟ ଶିକ୍ଷକ, ଦାର୍ଶନିକ, ଅର୍ଥଶାସ୍ତ୍ରୀ, ନ୍ୟାୟବିଦ ଓ ରାଜ ପରାମର୍ଶଦାତା ଭାବେ ପରିଚିତ । ଆଚାର୍ଯ୍ୟ ଚାଣକ୍ୟ ପାଟଳିପୁତ୍ରର ଜଣେ ମହାନ ବିଦ୍ୱାନ ଥିଲେ । ଏତେ ବଡ଼ ସାମ୍ରାଜ୍ୟର ମନ୍ତ୍ରୀ ହୋଇ ମଧ୍ୟ ସେ ଗୋଟିଏ ସାଧାରଣ କୁଟିଆରେ ରହିବାକୁ ପସନ୍ଦ କରୁଥିଲେ । ଏହା ସହିତ ସେ ସରଳ ଜୀବନଯାପନରେ ବିଶ୍ୱାସ ରଖୁଥିଲେ । ତାଙ୍କ ପାଣ୍ଡିତ୍ୟର ସୀମା ନଥିଲା । ସେ ଜଣେ ବହୁତ ଭଲ ମାର୍ଗଦର୍ଶକ ଥିଲେ । ଚାଣକ୍ୟ ନିଜ ଜୀବନରୁ ପ୍ରାପ୍ତ କରିଥିବା କିଛି ଅନୁଭବକୁ ଗୋଟିଏ ପୁସ୍ତକ ‘ଚାଣକ୍ୟ ନୀତି’ ରେ ସ୍ଥାନ ଦେଇଛନ୍ତି । ଚାଣକ୍ୟ ନୀତିରେ ଏପରି କିଛି କଥା ଉଲ୍ଲେଖ କରାଯାଇଛି ଯାହାକୁ ଅମଳ କରି ବ୍ୟକ୍ତି ନିଶ୍ଚିତ ଭାବେ ସଫଳ ହୋଇପାରିବ । ସାଥିରେ ଚାଣକ୍ୟ ନିଜ ପୁସ୍ତକରେ ଏହା ମଧ୍ୟ କହିଛନ୍ତି ଯେ ସମ୍ପର୍କରେ ବିଭିନ୍ନ ପ୍ରକାର ଲୋକ ଶତ୍ରୁର ସମାନ ହୋଇଥାନ୍ତି । ଏହି ସୂଚୀରେ ସୁନ୍ଦର ସ୍ତ୍ରୀ ମାନେ ମଧ୍ୟ ସାମିଲ ଅଛନ୍ତି । ଚାଣକ୍ୟଙ୍କ ଅନୁସାରେ ଆସନ୍ତୁ ଜାଣିବା କେଉଁମାନେ ଅଟନ୍ତି ସେହି ଲୋକ, ଯେଉଁମାନେ କି ସମୟ ଆସିଲେ ଆପଣଙ୍କ ସବୁଠାରୁ ବଡ଼ ଶତ୍ରୁ ସାଜିପାରନ୍ତି ।

google

ଚାଣକ୍ୟ ନିଜର ପୁସ୍ତକରେ ମଧ୍ୟ ଏହି ଶୋଳ୍କ ବିଷୟରେ ଆଲୋଚନା କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ସମ୍ପର୍କରେ କିଭଳି ପ୍ରକାର ଲୋକ ଆପଣଙ୍କ ଶତ୍ରୁ ପାଲଟିଯାନ୍ତି ।

ଋଣ କର୍ତ୍ତା ପିତା ଶତ୍ରୁର୍ମାତା ଚ ବ୍ୟାଭିଚାରୀଣି ।

ଭାର୍ଯ୍ୟା ରୂପବତୀ ଶତ୍ରୁ ପୁତ୍ର ପୁତ୍ରଃ ଶତ୍ରୁର ପଣ୍ଡିତଃ ।।

google

ଋଣଗ୍ରସ୍ତ ପିତା :

ଚାଣକ୍ୟ କହିଛନ୍ତି ଯେ, ଯେଉଁ ପିତା ଋଣ ନେବାପରେ ଏହାକୁ ପରିଶୋଧ କରିବାରେ ସକ୍ଷମ ହୋଇପାରନ୍ତି ନାହିଁ, ପୁତ୍ର ପାଇଁ ସେ କୌଣସି ଶତ୍ରୁ ଠାରୁ କମ ନୁହଁନ୍ତି । ଯେଉଁ ପିତାଙ୍କ ଉପରେ ବହୁତଗୁଡ଼ିଏ ଋଣଥାଏ, ତାର ପୁତ୍ରର ଜୀବନ କଷ୍ଟଦାୟକ ହୋଇଥାଏ । ଏହି ସ୍ଥିତିରେ ପୁତ୍ର ପାଇଁ ପିତା ଶତ୍ରୁର ସମାନ ହୋଇଥାଏ ।

ସନ୍ତାନ ମାନଙ୍କ ମଧ୍ୟରେ ଭେଦଭାବ କରୁଥିବା ମାଆ :

google

ଗୋଟିଏ ସମ୍ପର୍କରେ ମାଁ ସହିତ ତା ସନ୍ତାନର ସମ୍ପର୍କକୁ ସବୁଠାରୁ ପବିତ୍ର ବୋଲି କୁହାଯାଏ । କିନ୍ତୁ ଗୋଟିଏ ମାଁ ସମସ୍ତ ସନ୍ତାନକୁ ସମାନ ଭାବେ ସ୍ନେହ ଓ ପ୍ରେମ କରନ୍ତୁ । ଏବଂ ସମସ୍ତ ସନ୍ତାନ ଙ୍କୁ ସମାନ ବ୍ୟବହାର ପ୍ରଦର୍ଶନ କରନ୍ତୁ । ଯଦି ଜଣେ ମାଁ ନିଜ ସନ୍ତାନମାନଙ୍କ ମଧ୍ୟରେ ଭେଦଭାବ ଦେଖାଏ ଏବଂ ଏକାଭଳି ବ୍ୟବହାର ଦେଖାଏ ନାହିଁ ଓ ତାଙ୍କ ମଧ୍ୟରେ ଅନ୍ତର ଦେଖିଥାଏ, ତେବେ ସେ ଶତ୍ରୁ ସହ ସମାନ ହୋଇଥାଏ । ଏହା ସଙ୍ଗେ ସଙ୍ଗେ ଯଦି ଜଣେ ମାଆ ନିଜ ସ୍ୱାମୀଙ୍କ ବ୍ୟତୀତ ପରପୁରୁଷ ସହିତ ସମ୍ବନ୍ଧ ରଖିଥାଏ, ତେବେ ଏହି ସ୍ଥିତିରେ ମଧ୍ୟ ସେ ନିଜ ସନ୍ତାନ ପାଇଁ ଶତ୍ରୁ ସଦୃଶ ଅଟେ ।

ସୁନ୍ଦର ଓ ସୁଶୀଲ ସ୍ତ୍ରୀ :

google

ଉପରେ ଦିଆଯାଇଥିବା ଶୋଳ୍କରେ ଚାଣକ୍ୟ ସୁନ୍ଦରୀ ସ୍ତ୍ରୀମାନଙ୍କ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି । ଚାଣକ୍ୟଙ୍କ ଅନୁଯାୟୀ ସୁନ୍ଦର ସ୍ତ୍ରୀ ମାନେ ସାଧାରଣ ଦେଖାଯାଉଥିବା ସ୍ୱାମୀଙ୍କ ପାଇଁ କୌଣସି ସମସ୍ୟାରୁ କମ ନୁହଁନ୍ତି । ଏଭଳି ସ୍ୱାମୀ ନିଜ ସ୍ତ୍ରୀଙ୍କୁ ରକ୍ଷା କରିବାରେ ଅକ୍ଷମ ଅଟନ୍ତି । ଏହି ସ୍ଥିତିରେ ସୁନ୍ଦରୀ ପତ୍ନୀ ମଧ୍ୟ ତାଙ୍କ ପାଇଁ ଶତ୍ରୁ ପାଲଟିଯାନ୍ତି ।

ମୂର୍ଖ ସନ୍ତାନ ଅଥବା ଅବହେଳିତ ମାତାପିତା :

google

ଚାଣକ୍ୟ ମୂର୍ଖ ସନ୍ତାନ ମାନଙ୍କୁ ମାତାପିତାଙ୍କ ପାଇଁ ଶତ୍ରୁର ସମାନ ଅଟନ୍ତି ବୋଲି କହିଛନ୍ତି । ଯଦି ସନ୍ତାନ ମୂର୍ଖ ହୋଇଥାନ୍ତି ତେବେ ସେହି ମାତାପିତାଙ୍କ ଜୀବନ କଷ୍ଟଦାୟକ ହୋଇଥାଏ । ଏହା ସହିତ ଯେଉଁ ମାତାପିତା ନିଜ ସନ୍ତାନଙ୍କୁ ଉଚିତ ଶିକ୍ଷା ଅଥବା ଲାଳନପାଳନ କରିପାରନ୍ତି ନାହିଁ ସେ ନିଜର ସନ୍ତାନ ପାଇଁ ଶତ୍ରୁର ସମାନ ଅଟନ୍ତି ।

ଅନୁଛେଦଟି ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ମଧ୍ୟରେ ସେୟାର କରନ୍ତୁ ଓ ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ ।

Be the first to comment

Leave a Reply

Your email address will not be published.


*