ଏହିସବୁ ଜିନିଷ ହାତରୁ ଖସିବା ହୋଇଥାଏ ଅଶୁଭ ! ଯେଉଁ କାରଣରୁ ଉତ୍ପନ୍ନ ହୋଇଥାଏ ଏହି ସମସ୍ୟା…

ଏହିସବୁ ଜିନିଷ ହାତରୁ ଖସିବା ହୋଇଥାଏ ଅଶୁଭ ! ଯେଉଁ କାରଣରୁ ଉତ୍ପନ୍ନ ହୋଇଥାଏ ଏହି ସମସ୍ୟା…

ପ୍ରତିଦିନ ଆମ ଜୀବନରେ ଭଲ ଏବଂ ଖରାପ ଘଟିଥାଏ । କିଛି ଘଟଣା ଶୁଭ ସଙ୍କେତ ଦିଗରେ ଇସାରା କରିଥାଏ ତ ଆଉ କିଛି ଘଟଣା ଅଶୁଭ ସଙ୍କେତ ହୋଇଥାଏ । ପ୍ରାୟତଃ ଦେଖିବାକୁ ଗଲେ ଅନେକଥର ଆମ ହାତରୁ ହଠାତ୍ କିଛି ଜିନିଷ ଖସି ତଳେ ପଡ଼ିଥାଏ । ଯଦି ଏକାଧିକ ଥର ଜିନିଷ ଖସି ଥାଏ ତେବେ ସେଥିରେ ଚିନ୍ତିତ ହେବାର ଆବଶ୍ୟକତା ନାହିଁ ପରନ୍ତୁ କିଛି ଜିନିଷ ଆପଣଙ୍କ ହାତରୁ ପ୍ରାୟ ଖସି ଯାଇଥାଏ ଯାହା ତଳେ ପଡ଼ିବା ଦ୍ୱାରା ଅନେକ ଅଶୁଭ ସଙ୍କେତ ଦିଗରେ ଇସାରା କରିଥାଏ । ହୋଇପାରେ ଆପଣଙ୍କ ଉପରେ କୌଣସି ଗ୍ରହ ଭାରି ଅଛି । ଯେଉଁ କାରଣରୁ ଆପଣଙ୍କ ସହିତ ଏପରି ହେଉଛି କିମ୍ବା ଘରେ କୌଣସି ପ୍ରକାରର ବାସ୍ତୁ ଦୋଷ କାରଣରୁ ମଧ୍ୟ ପ୍ରାୟ ଜିନିଷ ହାତରୁ ଖସି ଥାଏ । ଆଜି ଆମେ ଏହି ଲେଖା ମାଧ୍ୟମରେ କେଉଁ ବସ୍ତୁ ଖସିବାର କେଉଁ ଅର୍ଥ ହୋଇଥାଏ ସେହି ସମ୍ବନ୍ଧରେ କହିବୁ ।

ହାତରୁ ପୂଜା ଥାଳି ଖସିବା :-

ପ୍ରାୟ ଦେଖିବାକୁ ଗଲେ ପୂଜା ପାଠ କରିବା ସମୟରେ କୌଣସି ନା କୌଣସି ସାମଗ୍ରୀ ଅନେକଥର ତଳେ ପଡ଼ି ଯାଇଥାଏ । ଯଦି ପୂଜା ଥାଳି କିମ୍ବା ଆରତୀ ଥାଳି ହାତରୁ ଖସି ଯାଏ ତେବେ ଏହାର ଅର୍ଥ ଏହିକି ଯେ ଭଗବାନ ଆପଣଙ୍କ ପୂଜା ସ୍ୱୀକାର କରି ନାହାଁନ୍ତି । ଏହା ଆଗାମୀ ବିପତ୍ତିର ମଧ୍ୟ ସଙ୍କେତ ହୋଇପାରେ । ଯଦି ପୂଜା ସମୟରେ ହଠାତ୍ ଦୀପ ଲିଭିଯାଏ ତେବେ ଏହା ଶୁଭ ସଙ୍କେତ ହୋଇନଥାଏ । ତେଣୁ ଏମିତିରେ ଆପଣ ବିପତ୍ତି କୁ ଦୂରେଇ ଦେବା ପାଇଁ ଭଗବାନଙ୍କର ପ୍ରାର୍ଥନା କରନ୍ତୁ ।

ହାତରୁ ଗହମ ଏବଂ ଚାଉଳ ଖସିବାର ଅର୍ଥ ମା’ ଲକ୍ଷ୍ମୀଙ୍କ ବିତୃଷ୍ଣା :-

ଯଦି ଗହମ, ଚାଉଳ କିମ୍ବା କୌଣସି ଅନ୍ୟ ଶସ୍ୟ ହାତରୁ ଖସି ଯାଏ ତେବେ ଏହା ଦେବୀ ଅନ୍ନପୂର୍ଣ୍ଣାଙ୍କ ଅପମାନ ବୋଲି କୁହାଯାଇଥାଏ । ଆପଣଙ୍କୁ କହିରଖୁଛୁ ଯେ ଅକ୍ଷତ ମାତା ଲକ୍ଷ୍ମୀଙ୍କର ପ୍ରିୟ ଅଟେ, ଏଥିପାଇଁ ଯଦି ଆପଣଙ୍କ ହାତରୁ ଏହା ଖସିଯାଏ ତେବେ ଏହାର ଅର୍ଥ ଏହିକି ଯେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧୀତ ହୋଇ ଯାଇଛନ୍ତି । ଯଦି ଆପଣଙ୍କ ହାତରୁ ଅଜାଣତରେ ଅନାଜ ପଡ଼ି ଯାଇଛି କିମ୍ବା ଭୁଲରେ ପାଦରେ ବାଜି ଯାଇଛି ତେବେ ତାହାକୁ ଉଠାଇ ମଥାରେ ଲଗାନ୍ତୁ କିମ୍ବା ନିଜ ଭୁଲ ପାଇଁ କ୍ଷମା ମାଗି ନିଅନ୍ତୁ ।

ସିନ୍ଦୁର ଖସିଲେ :-

ଯେପରିକି ଆମେ ସମସ୍ତେ ଜାଣିଛୁ ଯେ ସିନ୍ଦୁର ସୁହାଗର ଚିହ୍ନ ହୋଇଥାଏ । ଯଦି ହାତରୁ ସିନ୍ଦୁର ଖସି ଯାଏ ତେବେ ଏହା ଅତ୍ୟନ୍ତ ଅଶୁଭ ସଙ୍କେତ ହୋଇଥାଏ । ଏହାର ଅର୍ଥ ଏହିକି ଯେ ଆଗାମୀ ସମୟରେ ଆପଣଙ୍କ ସ୍ୱାମୀ କୌଣସି ବଡ଼ ସମସ୍ୟା ରେ ଫସି ପାରନ୍ତି । ହୋଇପାରେ ତାଙ୍କୁ ଧନ ସମ୍ବନ୍ଧିତ ହାନି କିମ୍ବା ବ୍ୟାପାର ସମ୍ବନ୍ଧିତ କ୍ଷତିର ସାମ୍ନା କରିବାକୁ ପଡ଼ିପାରେ । ଏଥିପାଇଁ ଯଦି ଏପରି ଘଟଣା ଘଟେ ତେବେ କୌଣସି ପ୍ରକାରର ନିଷ୍ପତ୍ତି ନେବା ପୂର୍ବରୁ ବିଚାର କରି ନିଅନ୍ତୁ ।

ହାତରୁ ଲୁଣ ପଡ଼ିବା :-

ପ୍ରତିଦିନ ଲୁଣର ବ୍ୟବହାର ହୋଇଥାଏ । ପ୍ରାୟତଃ କାମ କରିବା ସମୟରେ ହାତରୁ ଲୁଣ ଖସିଯିବା ଭଲ ହୋଇନଥାଏ । ଏପରି ମାନ୍ୟତା ରହିଛି ଯେ ହାତରୁ ଲୁଣ ଖସିବା ଦୁର୍ଭାଗ୍ୟକୁ ଦର୍ଶାଇ ଥାଏ । ଭାରତୀୟ ଜ୍ୟୋତିଷରେ ଲୁଣ ଖସିବା ଶୁକ୍ର ଏବଂ ଚନ୍ଦ୍ରମାଙ୍କର ଦୁର୍ବଳ ହେବା ଦିଗରେ ଇସାରା କରିଥାଏ । ଯଦି କୌଣସି ବ୍ୟକ୍ତିଙ୍କ ଜାତକରେ ଯଦି ଶୁକ୍ର କମଜୋର୍ ରହିଛି ତେବେ ଦାମ୍ପତ୍ତ୍ୟ ଜୀବନରେ ସମସ୍ୟା ଉତ୍ପନ୍ନ ହେବାରେ ଲାଗିଥାଏ । ଯଦି କୌଣସି ବ୍ୟକ୍ତିଙ୍କ ଜାତକରେ ଚନ୍ଦ୍ରମା କମଜୋର୍ ତେବେ ଏହି କାରଣରୁ ଶ୍ଵାସ ସମ୍ବନ୍ଧିତ ରୋଗ ଉତ୍ପନ୍ନ ହେବାର ସମ୍ଭାବନା ରହିଥାଏ । ଏହା ବ୍ୟତୀତ ଯଦି ଆପଣଙ୍କ ହାତରୁ ଗୋଲମରିଚ ଖସି ଯାଏ ତେବେ ଏହାର ଅର୍ଥ ଏହିକି ଯେ ଆପଣଙ୍କ ନିକଟର ବନ୍ଧୁଙ୍କ ସହିତ ସମ୍ପର୍କ ଖରାପ ହେବାର ଅଛି ।

କ୍ଷୀର ପଡ଼ିବ :-

ବାସ୍ତୁଶାସ୍ତ୍ର ଅନୁସାରେ ଦେଖିବାକୁ ଗଲେ କ୍ଷୀର ଫୁଟିବା ସମୟରେ ଯଦି ଉତୁରି ତଳେ ପଡ଼ିଯାଏ ତେବେ ଏହି ଦିଗରେ ଇସାରା କରିଥାଏ ଯେ ସୁଖ ସମୃଦ୍ଧିରେ ସମସ୍ୟା ଆସିପାରେ । କ୍ଷୀର ପଡ଼ିଲେ ଏହା ପରିବାର ସଦସ୍ୟଙ୍କ ମଧ୍ୟରେ ଝଗଡ଼ା ହେବା ଦିଗରେ ଇସାରା କରିଥାଏ । ଯଦି ଆମେ ଧାର୍ମିକ ମାନ୍ୟତା ଅନୁସାରେ ଦେଖିବା ତେବେ କ୍ଷୀର କିମ୍ବା କ୍ଷୀରରୁ ତିଆରି କୌଣସି ଜିନିଷ ଖସି ପଡ଼ିଥାଏ ତେବେ ଏହାର ଅର୍ଥ ଏହିକି ଯେ ବିତ୍ତୀୟ ସଙ୍କଟ ଆସିପାରେ ।

Leave a Reply

Your email address will not be published. Required fields are marked *