ଟିକା ନେବା ପରେ ବୈବାହିକ ସମ୍ପର୍କରେ ସତର୍କତା ଅବଲମ୍ବନ କରିବା ପାଇଁ ବିଶେଷଜ୍ଞମାନେ ଦେଇଛନ୍ତି ମତ…!

ଟିକା ନେବା ପରେ ବୈବାହିକ ସମ୍ପର୍କରେ ସତର୍କତା ଅବଲମ୍ବନ କରିବା ପାଇଁ ବିଶେଷଜ୍ଞମାନେ ଦେଇଛନ୍ତି ମତ…!

କରୋନା ଭୁତାଣୁ ଟିକା ନେବା ପରେ କଣ କରିବା ଉଚିତ୍ ଏବଂ କଣ ନ କରିବା ଉଚିତ୍, ଏହା ଉପରେ ଆଜିକାଲି ଅତ୍ୟନ୍ତ ଚର୍ଚ୍ଚା ହେଉଅଛି । ସୋସିଆଲ୍ ମିଡିଆରେ ଲୋକମାନେ ଟିକାକୁ ନେଇ ଭିନ୍ନ ଭିନ୍ନ ପ୍ରଶ୍ନ କରୁଛନ୍ତି । ଏଥିମଧ୍ୟରୁ ଗୋଟିଏ ପ୍ରଶ୍ନ ଏହା ଯେ କଣ କରୋନା ଟିକା ନେବା ପରେ ଯୌନ ସମ୍ପର୍କ ରଖିବା ସୁରକ୍ଷିତ ଅଟେ ।

ତେବେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହା ଉପରେ କୌଣସି ନିର୍ଦ୍ଦେଶାବଳୀ ଜାରି କରାଯାଇନାହିଁ କିନ୍ତୁ ମେଡ଼ିକାଲ୍ ବିଶେଷଜ୍ଞ ମାନେ ଏହା ଉପରେ ଲୋକମାନଙ୍କୁ କିଛି ସାବଧାନତା ଅବଲମ୍ବନ କରିବାପାଇଁ ପରାମର୍ଶ ଦେଉଛନ୍ତି । ବିଶେଷଜ୍ଞ ମାନଙ୍କର କହିବା ଅନୁଯାୟୀ, ପୁରୁଷ ଏବଂ ମହିଳା ମାନଙ୍କୁ ଟିକାର ଦ୍ଵିତୀୟ ଡୋଜ୍ ନେବାପରେ ଗର୍ଭନିରୋଧକର ବ୍ୟବହାର କରିବା ଉଚିତ୍ ଏବଂ ଏହି ସମୟରେ ଫ୍ୟାମିଲି ପ୍ଲାନିଂରୁ ଦୂରେଇ ରହିବା ଉଚିତ୍ ।

କୋଲମ୍ବିଆ ଏସିଆ ହସ୍ପିଟାଲର ଇଣ୍ଟରନାଲ୍ ମେଡ଼ିସିନ୍ ଡାକ୍ତର୍ ଦୀପକ୍ ବର୍ମା ଇଣ୍ଡିଆନ୍ ଏକ୍ସପ୍ରେସକୁ କହିଛନ୍ତି କି, ଏହା କହିବା ବର୍ତ୍ତମାନ ଅତ୍ୟନ୍ତ ତତ୍ପର ହେବ ଯେ କଣ ଟିକାର କୌଣସି ଦୀର୍ଘକାଳୀନ ପାର୍ଶ୍ଵ ପ୍ରତିକ୍ରିୟା ରହିଛି ଏବଂ ଯୌନ ସମ୍ପର୍କ ପରେ ଲୋକମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିପାରେ । ଟିକା ନେଇ ସାରିଥିବା ଲୋକ ପ୍ରତ୍ୟେକ ଥର ଯୌନ ସମ୍ପର୍କକୁ ଛାଡିପାରିବେ ନାହିଁ, ଏଥିପାଇଁ ଦୂରେଇ ରହିବା ହେଉଛି ସୁରକ୍ଷିତ ରହିବାର ସବୁଠାରୁ ସଠିକ୍ ଉପାୟ ଅଟେ ।

ଡାକ୍ତର ମାନଙ୍କର କହିବା ଅନୁଯାୟୀ, ଟିକାର ଦ୍ଵିତୀୟ ଡୋଜ୍ ନେବା ପରେ ‘ଅତିକମ୍’ରେ ୨ ରୁ ୩ ସପ୍ତାହ ପାଇଁ ପୁରୁଷ ଏବଂ ମହିଳା ମାନଙ୍କୁ କଣ୍ଡୋମ୍ ଭଳି ଗର୍ଭନିରୋଧକ ବ୍ୟବହାର କରିବା ଉଚିତ । ଏହା ଏଭଳି କାରଣ ଯୌନ ସମ୍ପର୍କ ସମୟରେ ଶରୀରର ତରଳ ପଦାର୍ଥ ପରସ୍ପରର ସମ୍ପର୍କରେ ଆସିଥାଏ ।

ଡାକ୍ତର ବର୍ମା କହିଛନ୍ତି ଯେ, ତାଙ୍କୁ ଜଣାନାହିଁ ଟିକା ଲୋକମାନଙ୍କ ଉପରେ କେଉଁ ପ୍ରକାରର ପ୍ରଭାବ ପକାଇବ ଏଥିପାଇଁ କଣ୍ଡୋମର ବ୍ୟବହାର କରିବା ସବୁଠାରୁ ଭଲ ଏବଂ ପ୍ରଭାବଶାଳୀ ଉପାୟ ହେବ । ସେ ଆହୁରି ମଧ୍ୟ ପରାମର୍ଶ ଦେଇଛନ୍ତି କି ଟିକା ନେବା ଯୋଗ୍ୟ ମହିଳା ମାନଙ୍କୁ ଟିକା ନେବା ପୂର୍ବରୁ ସ୍ତ୍ରୀ ରୋଗ ବିଶେଷଜ୍ଞ ମାନଙ୍କ ଠାରୁ ନିଶ୍ଚିତ ଭାବରେ ପରାମର୍ଶ ନେବା ଉଚିତ ।

ଆପଣଙ୍କୁ କହୁରଖୁଛୁ ଯେ, କୋଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟର କ୍ଲିନିକାଲ୍ ପରୀକ୍ଷଣ ବର୍ତ୍ତମାନ ମଧ୍ୟ ଜାରି ରହିଛି ଏବଂ ଏଥିରେ ସ୍ୱେଚ୍ଛାସେବୀ ମାନଙ୍କୁ ତିନିମାସ ପର୍ଯ୍ୟନ୍ତ ଯୌନ ସମ୍ପର୍କ ସମୟରେ କୋଣ୍ଡମର ବ୍ୟବହାର କରିବାପାଇଁ ପରାମର୍ଶ ଦିଆଯାଉଛି । କୋଭ୍ୟାକ୍ସିନର ରିକ୍ରୁମେଣ୍ଟ ମାନଦଣ୍ଡରେ ପୁରୁଷ ମାନଙ୍କୁ ତିନିମାସ ପର୍ଯ୍ୟନ୍ତ ଶୁକ୍ରାଣୁ ଦାନ ନ କରିବାପାଇଁ ମଧ୍ୟ ପରାମର୍ଶ ଦିଆଯାଉଛି ।

ତେବେ ସରକାରଙ୍କ ପକ୍ଷରୁ କେବଳ ଗର୍ଭବତୀ ଏବଂ କ୍ଷୀର ଦେଉଥିବା ମହିଳା ମାନଙ୍କୁ ଟିକା ନ ନେବା ପାଇଁ ପରାମର୍ଶ ଦିଆଯାଇଛି କିନ୍ତୁ ଟିକା ନେବାପରେ ଯୌନ ସମ୍ପର୍କରେ ସାବଧନତା ବିଷୟରେ କିଛି କୁହାଯାଇନାହିଁ ।

ମେଡ଼ିକାଲ୍ ବିଶେଷଜ୍ଞ ମାନଙ୍କର କହିବା ଅନୁଯାୟୀ କ୍ଲିନିକାଲ୍ ପରୀକ୍ଷଣ ମାଧ୍ୟମରେ ଟୀକାକରଣ ପରେ ଲୋକମାନଙ୍କୁ କଣ୍ଡୋମର ବ୍ୟବହାର କରିବା ଉଚିତ କାରଣ ଏହାର ଭ୍ରୁଣ ଏବଂ ଗର୍ଭାଧାନ ପ୍ରକ୍ରିୟା ଉପରେ ପ୍ରତିକୂଳ ପ୍ରଭାବ ପଡିପାରେ, ଯାହା ବିଷୟରେ ଏପର୍ଯ୍ୟନ୍ତ କୌଣସି ସଠିକ୍ ସୂଚନା ମିଳିନାହିଁ । ବିଶେଷଜ୍ଞ ମାନଙ୍କର କହିବା ଅନୁଯାୟୀ, ଟିକା ନେଉଥିବା ଲୋକମାନଙ୍କୁ ୩ ରୁ ୬ ମାସ ପର୍ଯ୍ୟନ୍ତ ଜୀବନସାଥୀଙ୍କ ସହ ଯୌନ ସମ୍ପର୍କ ଠାରୁ ଦୂରେଇ ରହିବା ଉଚିତ ।

Leave a Reply

Your email address will not be published. Required fields are marked *