ମୋଦୀ ସରକାରଙ୍କ ବଡ ଘୋଷଣା : ୪ ପ୍ରତିଶତ ବୃଦ୍ଧି ହେବ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା !

ମୋଦୀ ସରକାରଙ୍କ ବଡ ଘୋଷଣା : ୪ ପ୍ରତିଶତ ବୃଦ୍ଧି ହେବ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା !

ନୂଆଦିଲ୍ଲୀ: ଏକ ଖୁସି ଖବର ! ୫୦ ଲକ୍ଷରୁ ଅଧିକ କେନ୍ଦ୍ର ସରକାରୀ ଅଧିନସ୍ଥ କର୍ମଚାରୀ ଓ ୬୦ ଲକ୍ଷରୁ ଅଧିକ ପେନସନଭୋଗୀଙ୍କୁ ଖୁବ୍ ଶୀଘ୍ର ମୋଦି ସରକାର ଏକ ଖୁସି ଖବର ଦେବାକୁ ଯାଉଛନ୍ତି । ବାସ୍ତବରେ, କେନ୍ଦ୍ର କର୍ମଚାରୀ ଦୀର୍ଘ ସମୟ ଧରି ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣାକୁ ନେଇ ଯୋଜନା କରୁଛନ୍ତି । ବର୍ତ୍ତମାନ ଏହି ଅପେକ୍ଷା ଖୁବ୍ ଶୀଘ୍ର ଶେଷ ହୋଇପାରେ । ଚଳିତ ମାସରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିବା ନିମନ୍ତେ କେନ୍ଦ୍ର ସରକାର ଘୋଷଣା କରିପାରନ୍ତି । ଏହାଦ୍ୱାରା ସେମାନଙ୍କ ଦରମା ସିଧାସଳଖ ବୃଦ୍ଧି ପାଇବ । ଅନ୍ୟପଟେ ଶ୍ରମ ବିଭାଗ କିଛି ସମୟ ପୂର୍ବରୁ ଅଲ୍ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ (AICPI) ଘୋଷଣା କରିଛି । ଏହାଦ୍ୱାରା କେନ୍ଦ୍ର କର୍ମଚାରୀଙ୍କ ମଧ୍ୟରେ ମହଙ୍ଗା ଭତ୍ତା ବୃଦ୍ଧି ହେବାର ଆଶା ବୃଦ୍ଧି ପାଇଛି । କେନ୍ଦ୍ର ସରକାରଙ୍କ ଅଧିନସ୍ଥ AICPIରୁ ହିଁ ମହଙ୍ଗା ଭତ୍ତା ନିର୍ଣ୍ଣୟ ହୋଇଥାଏ ।

AICPI ଆଧାରରେ ଏହା କୁହାଯାଇପାରେ ଯେ ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିପାରନ୍ତି । ଏହା କେନ୍ଦ୍ର ସରକାରୀଙ୍କ ଅଧିନସ୍ଥ କର୍ମଚାରୀ ଓ ପେନସନଭୋଗୀଙ୍କ ନିମନ୍ତେ ଏକ ଖୁସି ଖବର ଅଟେ । ସପ୍ତମ ବେତନ ଆୟୋଗ ଅନୁଯାୟୀ, ଯଦି କେନ୍ଦ୍ର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ହୁଏ, ତେବେ ସେମାନଙ୍କ ଭ୍ରମଣ ଭତ୍ତା ମଧ୍ୟ ୪ ପ୍ରତିଶତ ବୃଦ୍ଧି ପାଇବ । ତଥାପି, କେନ୍ଦ୍ର କର୍ମଚାରୀମାନଙ୍କୁ ୧ ଜୁଲାଇ ୨୦୨୦ରୁ ୧ ଜାନୁୟାରୀ ୨୦୨୧ ପର୍ଯ୍ୟନ୍ତ ଡିଏ ଦିଆଯିବ ନାହିଁ । ବାସ୍ତବରେ, କୋରାନା ସଙ୍କଟ କାରଣରୁ କେନ୍ଦ୍ର ସରକାର ଏପ୍ରିଲ ୨୦୨୦ରେ ମହଙ୍ଗା ଭତ୍ତା ଉପରେ ପ୍ରତିବନ୍ଧକ ଲଗାଇଥିଲେ । କେନ୍ଦ୍ରର ଘୋଷଣା ଅନୁଯାୟୀ, ଜୁନ୍ ୨୦୨୧ ପର୍ଯ୍ୟନ୍ତ କେନ୍ଦ୍ର କର୍ମଚାରୀମାନେ ମହଙ୍ଗା ଭତ୍ତା ପାଇବେ ନାହିଁ ।

ସୂଚନାଯୋଗ୍ୟ, କୋରୋନା ଭୂତାଣୁ ମହାମାରୀ ସଙ୍କଟ ଯୋଗୁଁ କେନ୍ଦ୍ର ସରକାର ଗତ ବର୍ଷ ଅର୍ଥାତ ୨୦୨୦ର ଜୁଲାଇରେ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ପ୍ରତି ଛଅ ମାସରେ ମିଳୁଥିବା ମହଙ୍ଗା ଭତ୍ତାର ବୃଦ୍ଧି ଉପରେ ଆଗାମୀ ଏକ ବର୍ଷ ଅର୍ଥାତ ଜୁନ୍ ୨୦୨୧ ପର୍ଯ୍ୟନ୍ତ ପ୍ରତିବାନ୍ଧକ ଲଗାଇଛନ୍ତି । ବର୍ତ୍ତମାନ ସେମାନଙ୍କୁ ୨୧ ପ୍ରତିଶତ ମହଙ୍ଗା ଭତ୍ତା ବଦଳରେ କେବଳ ୧୭ ପ୍ରତିଶତ ମହଙ୍ଗା ଭତ୍ତାର ଲାଭ ମିଳୁଛି । ମହଙ୍ଗା ଭତ୍ତା ବର୍ଷକୁ ଦୁଇଥର ବୃଦ୍ଧି କରାଯାଇଥାଏ, କିନ୍ତୁ କୋରୋନା ସଙ୍କଟ ଓ ଲକ୍ଡ଼ାଉନ୍ କାରଣରୁ ସରକାରୀ ରଜୋକୋଷ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି । ଯାହାକୁ ଦୃଷ୍ଟିରେ ରଖି ଏହା ଉପରେ ଦେଢ଼ ବର୍ଷ ଯାଏଁ ପ୍ରତିବାନ୍ଧକ ଲଗାଯାଇଛି ।

Leave a Reply

Your email address will not be published. Required fields are marked *