ସ୍ତ୍ରୀ’ମାନେ ନିଜ ସ୍ୱାମୀଙ୍କୁ ଏହି ଦୁଇଟି କଥା କେବେ ସତ କୁହନ୍ତି ନାହିଁ ! ଆସନ୍ତୁ ଜାଣିବା ଏହାର ସତ୍ୟତା…

ସ୍ତ୍ରୀ’ମାନେ ନିଜ ସ୍ୱାମୀଙ୍କୁ ଏହି ଦୁଇଟି କଥା କେବେ ସତ କୁହନ୍ତି ନାହିଁ ! ଆସନ୍ତୁ ଜାଣିବା ଏହାର ସତ୍ୟତା…

ଯେପରିକି ଆମେ ସମସ୍ତେ ଜାଣୁ ଯେ ସ୍ୱାମୀ ଓ ସ୍ତ୍ରୀଙ୍କ ସମ୍ପର୍କ ସବୁଠାରୁ ମୂଲ୍ୟବାନ ହୋଇଥାଏ । ସମସ୍ତ ସ୍ୱାମୀ ସ୍ତ୍ରୀ ସମ୍ପର୍କର ଆରମ୍ଭ ବିଶ୍ୱାସ ଓ ସ୍ୱାଭିମାନ ଉପରେ ହୁଏ । ଏମିତିରେ ଦୁହେଁ ପରସ୍ପର ପ୍ରତି ସେତେବେଳେ ବିଶ୍ୱସନୀୟ ହୋଇଥାନ୍ତି, ଯେତେବେଳେ ଦୁହେଁ ନିଜ ସମ୍ପର୍କକୁ ସ୍ୱାଭିମାନର ସହ ନିଭାନ୍ତି । ଏପରି କହିପାରିବା ଯେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କର ଡୋରି ବହୁତ କୋମଳ ହୋଇଥାଏ ଯେଉଁଥିରେ ଯଦି ଥରେ ଗଣ୍ଠି ପଡ଼ିଯାଏ ତେବେ ସେହି ଗଣ୍ଠି ସମ୍ପୂର୍ଣ୍ଣ ବୟସ ପର୍ଯ୍ୟନ୍ତ ଖୋଲିପାରେ ନାହିଁ । ଏମିତିରେ ଅନେକ ଥର ନ ଚାହିଁଲେ ମଧ୍ୟ ସ୍ତ୍ରୀ’ମାନେ ନିଜ ସ୍ୱାମୀ ଠାରୁ କିଛି ସତ ଲୁଚାଇ ରଖନ୍ତି । କାରଣ, ତାଙ୍କର କୁହାଯାଇଥିବା ଏକ ମିଥ୍ୟା ମଧ୍ୟ ତାଙ୍କ ସମ୍ପର୍କକୁ ଦୃଢ଼ କରିବାରେ ସାହାଯ୍ୟ କରେ ।

ଅଧିକାଂଶ ସମୟରେ ସ୍ୱାମୀମାନେ ଭାବନ୍ତି ଯେ ତାଙ୍କ ସ୍ତ୍ରୀ’ମାନେ ଚାହିଁଲେ ମଧ୍ୟ ମିଥ୍ୟା କୁହନ୍ତି ନାହିଁ । ତାଙ୍କର ଏହି ଅନ୍ଧବିଶ୍ୱାସ ଭଲ ମଧ୍ୟ ଅଟେ । କିନ୍ତୁ ସେ ଏହି କଥାରୁ ଅଜଣା ରୁହନ୍ତି ଯେ ଯାହାକୁ ସେମାନେ ସତ୍ୟର ଦେବୀ ବୋଲି ମାନନ୍ତି, ସେ ନିଜ ଭିତରେ କେତେ ମିଥ୍ୟାର ବୋଝ ନେଇଥାନ୍ତି । ଆଜିକାର ଏହି ଆର୍ଟିକଲରେ ଆମେ ଆପଣଙ୍କୁ ସ୍ତ୍ରୀ’ମାନଙ୍କ ଏପରି ଦୁଇଟି ମିଥ୍ୟା ବିଷୟରେ କହିବାକୁ ଯାଉଛୁ, ଯାହାକୁ କି ସେମାନେ ନିଜ ସ୍ୱାମୀ ଠାରୁ ଲୁଚାଇ ରଖନ୍ତି…

ଆମ ଦେଶ ଭାରତରେ ସମସ୍ତ ସ୍ୱାମୀ ନିଜ ସବୁ ମାସର ବେତନ ଆଣି ସ୍ତ୍ରୀ ହାତରେ ଦିଅନ୍ତି କାରଣ ସେ ଘରର ଖର୍ଚ୍ଚ ତୁଲାଇ ପାରିବେ । ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସ୍ତ୍ରୀ’ମାନେ ଅଧିକାଂଶ ସମୟରେ ନିଜ ସ୍ୱାମୀ ଠାରୁ ଲୁଚି କିଛି ଟଙ୍କା ସଞ୍ଚୟ କରି ରଖନ୍ତି । ସେମାନେ ଏହି ଟଙ୍କା ସପିଙ୍ଗ ସମୟରେ ଖର୍ଚ୍ଚ କରନ୍ତି ତା ନୁହେଁ । ବରଂ କିଛି ସ୍ତ୍ରୀଲୋକ ବହୁତ ବୁଦ୍ଧିମାନ୍ ଅଟନ୍ତି । ଏଥିପାଇଁ ଅଧିକାଂଶ ସମୟରେ ସେମାନେ ଟଙ୍କା ସଞ୍ଚୟ କରି ଟଙ୍କାକୁ ବ୍ୟାଙ୍କରେ ଅସୁବିଧା ସମୟ ପାଇଁ ସମ୍ଭାଳ କରି ରଖନ୍ତି କିମ୍ବା ସେହି ଟଙ୍କା ଗୁଡ଼ିକୁ ନିଜ ଶିଶୁ ଓ ଘରର ଆବଶ୍ୟକତା ପୂରଣ କରିବା ପାଇଁ ଜିନିଷପତ୍ର କିଣି ନିଅନ୍ତି । ଏଥିପାଇଁ ଯେକୌଣସି ସ୍ତ୍ରୀ ନିଜ ସ୍ୱାମୀଙ୍କୁ ମାସ ଶେଷରେ ଟଙ୍କାର ସଠିକ୍ ହିସାବ କୁହନ୍ତି ନାହିଁ ।

ଆମ ଦେଶ ଭାରତର ସ୍ତ୍ରୀ’ମାନେ ଅନ୍ୟ ଦେଶ ମୁକାବିଲାରେ ବହୁତ ବୁଦ୍ଧିମାନ୍ ଅଟନ୍ତି । ସମସ୍ତ କଠିନ ସମୟ ସହିତ କିପରି ଲଢ଼ିବା ଏବଂ ସମସ୍ୟାର ସମାଧାନ କରିବା ଏମାନଙ୍କୁ ଭଲ ଭାବରେ ଜଣା । ଏମାନଙ୍କ ଶିଶୁ କିମ୍ବା ପରିବାର କଥା ଆସିଲେ ଏମାନେ କିଛି ନକହି ସମସ୍ତ ଦୁଃଖ କଷ୍ଟ ହସି ହସି ସହ୍ୟ କରିନିଅନ୍ତି । ପୁରୁଷ ମାନଙ୍କ ଅଭ୍ୟାସ ଥାଏ ଯେ ସେମାନେ କୌଣସି ସମସ୍ୟା ଆସିଲେ ତାକୁ ଚିତ୍କାର କରି କହିଦିଅନ୍ତି । ଯେବେକି, ସ୍ତ୍ରୀ’ମାନେ ନିଜ ପରିବାର ଓ ଶିଶୁମାନଙ୍କ ସହ ଜଡ଼ିତ ସମସ୍ୟା ଗୁଡ଼ିକୁ ଏକୁଟିଆ ସମ୍ଭାଳି ନିଅନ୍ତି ।

ସ୍ତ୍ରୀ’ ଲୋକମାନଙ୍କ ଅନୁସାରେ ସେମାନେ ନିଜ ଅସୁବିଧା ଗୁଡ଼ିକ ସ୍ୱାମୀଙ୍କ ଠାରୁ ଏଥିପାଇଁ ଲୁଚାନ୍ତି, କାରଣ ତାଙ୍କ ସ୍ୱାମୀ ତାଙ୍କୁ ଅଜାଣତରେ ମଧ୍ୟ ଭୁଲ୍ କୁହନ୍ତୁ । ଏଥିପାଇଁ ନଚାହିଁଲେ ମଧ୍ୟ ଘରର ସ୍ତ୍ରୀ’ମାନେ ନିଜ ସ୍ୱାମୀଙ୍କୁ ଘରର ଛୋଟ ବଡ଼ ସମସ୍ୟା ସବୁ ସେୟାର୍ କରିବାକୁ ପସନ୍ଦ କରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *