ରାଜନୀତିରେ ଏପର୍ଯ୍ୟନ୍ତ ଦାଦୀ-ପୁତୁରା ପରେ ବା ପରିବାରବାଦ ବିଷୟରେ ଶୁଣିବାକୁ ମିଳୁଥିଲା, କିନ୍ତୁ ଯେବେ ଠାରୁ ପ୍ରତିଭାଶାଳୀ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଛନ୍ତି, ସେହି ଦିନଠାରୁ ବଲିଉଡ଼ରେ ମଧ୍ୟ ପରିବାରବାଦକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଛି । ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଲୋକପ୍ରିୟତାରେ ମଧ୍ୟ ହାନୀ ଦେଖିବାକୁ ମିଳିଛି ।

କରଣ ଜୋହରଙ୍କ ଗର୍ବ ଯଦି ବଲିଉଡ଼ ଇଣ୍ଡଷ୍ଟ୍ରିରେ କେହି ଭାଙ୍ଗି ପାରିଛନ୍ତି; ତେବେ ସେ ହେଉଛନ୍ତି ଅଜୟ ଦେବଗନ । ଯେତେ ଥର କରଣ ଜୋହର୍ ଅଜୟ ଦେବଗନଙ୍କ ସହିତ ବିରୋଧାତ୍ମକ ପ୍ରତିଦ୍ୱନ୍ଦିତା କଟିଛନ୍ତି, ସେତେ ଥର ତାଙ୍କୁ ବିଫଳ ହୋଇ ନାକ ଘଷିବାକୁ ପଡିଛି । ଆପଣଙ୍କୁ ଆମେ ସେହି ସମୟର କଥା କହିବାକୁ ଯାଉଛୁ ଯେଉଁ ସମୟରେ “ଦୃଶ୍ୟମ୍” ଫିଲ୍ମ ଜରିଆରେ ଅଜୟ ଦେବଗନ ପୁଣିଥରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଫେରିଥିଲେ । ତାଙ୍କର ଏହି ଫିଲ୍ମ “ଦୀପାବଳି” ଅବସରରେ କରଣ ଜୋହାରଙ୍କ ଫିଲ୍ମ “ଏ ଦିଲ୍ ହେ ମୁସ୍କିଲ୍” ଫିଲ୍ମ ସହିତ ଟକ୍କର୍ ଦେଇ ରିଲିଜ୍ ହୋଇଥିଲା ।
କମାଲ୍ ରାଶିଦ୍ ଖାନ୍ ଯିଏକି KRK ନାମରେ ପରିଚିତ ଏବଂ ଯିଏ ନିଜକୁ କ୍ରୀଟିକ ଘୋଷିତ କରିଛନ୍ତି ସେ ଗୋଟିଏ ଓଡ଼ିଓ ଜାରି କରି ଏକ ବଡ଼ ସତ ସମ୍ନାକୁ ଆଣିଥିଲେ ଯେ, ଅଜୟ ଦେବଗନଙ୍କ ଫିଲ୍ମ “ଦୃଶ୍ୟାମ”କୁ ବଦନାମ୍ କରିବା ପାଇଁ ସେ ଟଙ୍କା ନେଇଥିଲେ କିନ୍ତୁ ସେ “ଏ ଦିଲ୍ ହୈ ମୁସ୍କିଲ୍” ଫିଲ୍ମର ପ୍ରଶଂସା କରିଥିଲେ । ସେହି ସମୟରେ ଅଜୟ ସମ୍ନାକୁ ଆସିଥିଲେ ।
ଅଜୟ ଦେବଗନଙ୍କ ଉତ୍ତର :

ଏ ବାବଦରେ କହିଥିଲେ ଯେ KRKଙ୍କ ଭଳି ଲୋକ ଇଣ୍ଡଷ୍ଟ୍ରିରେ ନକାରାତ୍ମକତା ବିସ୍ତାର କରୁଛନ୍ତି । ଏହା ଦେଖି ବହୁତ କଷ୍ଟ ହୁଏ ଯେ ଏମାନେ ଅନ୍ୟ ଠାରୁ ଟଙ୍କା ନେଇ ବଲିଉଡ଼କୁ ବଦନାମ କରୁଛନ୍ତି । ବହୁତ ଦୁଃଖର ସହିତ କହିବାକୁ ପଡୁଛି ଯେ, ଇଣ୍ଡଷ୍ଟ୍ରିରେ ଥିବା ଲୋକମାନେ କିଛି ଏପରି ଲୋକଙ୍କୁ ସମର୍ଥନ କରିଛନ୍ତି, ସେହିପରି ଲୋକଙ୍କ ବିଷୟରେ ଭଲରେ ଯାଞ୍ଚ ହେବା ଉଚିତ୍ ।
Hear what self proclaimed no. 1 critic and trade analyst Kamaal R Khan has to say. https://t.co/wRc7moSlsZ
— Ajay Devgn (@ajaydevgn) September 1, 2016
ହୁଏତ ଏହି ବିବାଦ ଏଠାରେ ଶେଷ ହୋଇ ଯାଇଥାନ୍ତା କିନ୍ତୁ କରଣ ଚୁପ୍ ନ ରହି କାଜଲଙ୍କ ବିରୁଦ୍ଧରେ କିଛି ଟିପ୍ପଣୀ ଦେଇଥିଲେ । ଯେଉଁଥି କାରଣରୁ କାଜଲ ତାଙ୍କ ସହିତ ବନ୍ଧୁତ୍ଵ ଭାଙ୍ଗି ଥିଲେ ଏବଂ ଅଜୟ ମଧ୍ୟ ଚୁପ୍ ରହିନଥିଲେ ।
କରଣ ନିଜେ ନିଜର ଆତ୍ମକଥା “ଏନ୍ ସ୍ୱିଟ୍ୱେବଲ ବାର୍ଥ”ରେ ଏହି କଥାକୁ ପ୍ରକାଶ କରିଥିଲେ । କିନ୍ତୁ ଏଥିପାଇଁ ସେ ପଶ୍ଚାତାପ କରିବା ପରିବର୍ତ୍ତେ ଅଜୟ ଦେବଗନଙ୍କ ଖରାପ ବ୍ୟବହାର ବିଷୟରେ ମଧ୍ୟ ଲେଖିଛନ୍ତି ।
ଆମ ଦେଶର ସୈନ୍ୟମାନଙ୍କ କ୍ୟାମ୍ପ ଉପରେ ଯେତେବେଳେ ଆକ୍ରମଣ ହୋଇଥିଲା, ସେତେବେଳେ ପାକିସ୍ତାନୀ କଳାକାରମାନଙ୍କୁ କାମ କରିବାକୁ ନ ଦେବାକୁ ନେଇ ବିଚାର ବିମର୍ଶ ହୋଇଥିଲା । ସେତେବେଳେ କରଣ ଜୋହର ସେହି କଳାକାରମାନଙ୍କୁ ସମର୍ଥନ କରିଥିଲେ, କିନ୍ତୁ ଅଜୟ ଦେବଗନ ଏହା ବିରୁଦ୍ଧରେ ଛିଡା ହୋଇଥିଲେ ।
Request:- pls stop printing old interviews. Answers are dependent on time remember ?
— Ajay Devgn (@ajaydevgn) January 13, 2017
ଅଜୟ ଦେବଗନଙ୍କର ସଫଳତା :
ତାଙ୍କର ଫିଲ୍ମ “ଶିବାୟ” ବକ୍ସ ଅଫିସରେ ଖୁବ୍ ଭଲ ଚାଲିବା ସହିତ ବହୁତ ଟଙ୍କା ମଧ୍ୟ ରୋଜଗାର କରିଥିଲା । “ଏ ଦିଲ୍ ହୈ ମୁସ୍କିଲ୍” ମଧ୍ୟ ଭଲ ଚାଲିଥିଲା କିନ୍ତୁ ଜନତାଙ୍କ ନଜରରେ ଏହା ଅସଫଳ ରହିଥିଲା । କରଣ କାଜଲଙ୍କ ମାଧ୍ୟମରେ ଅଜୟଙ୍କୁ କ୍ଷମା ମାଗିବାକୁ ବହୁତ ଚେଷ୍ଟା କରିଥିଲେ ମଧ୍ୟ କାଜଲ ତାଙ୍କୁ ପ୍ରଶ୍ରୟ ଦେଇ ନଥିଲେ । ୨ ବର୍ଷ ପରେ କରଣ ସାର୍ବଜନୀନ ଭାବରେ ତାଙ୍କର ସୋ “କଫି ୱୀଥ କରଣ”ରେ ଅଜୟଙ୍କୁ କ୍ଷମା ମାଗିଥିଲେ ।
ସେହିପରି ୨୦୧୨ରେ ଅଜୟ ଦେବଗନଙ୍କ ଫିଲ୍ମ “ସନ୍ ଅଫ୍ ସରଦାର୍” ଫିଲ୍ମ ୟଷରାଜ ପ୍ରଡକ୍ସନରେ ରିଲିଜ୍ ହୋଇଥିବା ଶାହରୁଖ ଖାନଙ୍କ ଫିଲ୍ମ “ଜବତକ୍ ହୈ ଜାନ୍” ସହିତ ସମ୍ନାସାମ୍ନି ହୋଇଥିଲା । ସେତେବେଳେ ମଧ୍ୟ କେହି ଆଶା କରିନଥିଲେ ଯେ, ସାହରୁଖ ଖାନ୍ ଏବଂ ଯଶ ଚୋପ୍ରାଙ୍କ ଯୋଡି ସାମ୍ନାରେ ଅଜୟଙ୍କ ଫିଲ୍ମ ଆଗକୁ ବଢ଼ିପାରିବ ! ହଁ କିନ୍ତୁ ସେତେବେଳେ ମଧ୍ୟ ତାଙ୍କୁ ଆସୁବିଧାର ସମ୍ନା କରିବାକୁ ପଡିଥିଲା । ତେବେ “ଜବତକ୍ ହୈ ଜାନ୍” ଫିଲ୍ମ ସହିତ ଟକ୍କର ଦେଇ “ସନ୍ ଅଫ୍ ସରଦାର୍” ୧୨୫ କୋଟି ଟଙ୍କା କମାଇବାରେ ସଫଳ ହୋଇଥିଲା ।
କାମର ପରିଣାମ :
ଅଜୟ ଦେବଗନ ବଲିଉଡ଼ର ଏତେ ନାମିଦାମୀ ଅଭିନେତା ହୋଇଥିଲେ ମଧ୍ୟ ୟଶ ରାଜ ଫିଲ୍ମ ପ୍ରଡୋକସନ୍ କେବେ ହେଲେ ଅଜୟଙ୍କୁ ୟଶ ରାଜ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବାକୁ ମୌକା ଦେଇନାହିଁ । ବଡ ବଡ ଲୋକମାନେ ଅଜୟଙ୍କୁ ପ୍ରତ୍ୟାଖ୍ୟାନ କରିବାକୁ ଲାଗିଲେ । ତା’ପରେ ମଧ୍ୟ ନିଜର ଅଭିନୟ ବଳରେ ଅଜୟ ସେମାନଙ୍କୁ କଡା ଜବାବ ଦେଇଛନ୍ତି । ସୁଶାନ୍ତ ସିଂହ ରାଜପୁତ ମଧ୍ୟ ଯଦି ଟିକେ ଧୌର୍ଯ୍ୟ ଓ ସାହସର ସହିତ ଏହି ସବୁର ସାମ୍ନା କରିଥାନ୍ତେ; ତେବେ ହୁଏତ ଅଜୟ ଦେବଗନଙ୍କ ଭଳି ସେ ମଧ୍ୟ କରଣ ଜୋହରଙ୍କ ସହିତ ଅନ୍ୟ ନିର୍ମାତାମାନଙ୍କୁ ହାର ମାନିବାକୁ ବାଧ୍ୟ କରାଇ ପାରିଥାନ୍ତେ ।