ଛୋଟ ପିଲାଙ୍କୁ ମଧ୍ୟ ହୋଇଥାଏ ଏସିଡିଟି ସମସ୍ୟା….

ଛୋଟ ପିଲାଙ୍କୁ ମଧ୍ୟ ହୋଇଥାଏ ଏସିଡିଟି ସମସ୍ୟା….

ଛୋଟ ପିଲାଙ୍କୁ ମଧ୍ୟ ହୋଇଥାଏ ଏସିଡିଟି ସମସ୍ୟା,ଜାଣନ୍ତୁ ଏହାର ଲକ୍ଷଣ ଏବଂ ଏସିଡିଟି ଦୂର କରିବାର ଉପାୟ ।

ଛୋଟ ପିଲାଙ୍କୁ ଏସିଡିଟି ସମସ୍ୟା ଅଧିକ ହୋଇଥାଏ ଏବଂ ଏସିଡିଟି ହେବା ଫଳରେ ପିଲା ମାନେ ବହୁତ କ୍ରନ୍ଦନ କରିଥାନ୍ତି । ପିଲାଙ୍କୁ ଏସିଡିଟି ହେବା ଫଳରେ ନିମ୍ନ ଲିଖିତ ଲକ୍ଷଣ ଦେଖାଯାଇଥାଏ ।ଯଦି ଆପଣଙ୍କ ଶିଶୁ ଅଧିକ କ୍ରନ୍ଦନ କରୁଥାଏ କିମ୍ବା ନିମ୍ନରେ ପ୍ରଦତ୍ତ ଲକ୍ଷଣ ଆପଣଙ୍କ ଶିଶୁଙ୍କ ଠାରେ ଦେଖାଦିଏ ତେବେ ଜାଣି ରଖନ୍ତୁ ଆପଣଙ୍କ ଶିଶୁ ଏସିଡିଟିର ଶିକାର ହୋଇଯାଇଛି ।

ପିଲାଙ୍କ ଠାରେ ଏସିଡିଟିର ସମସ୍ୟାର ଲକ୍ଷଣ

• ଚିଡିଚିଡାପଣ
• ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା
• ବାନ୍ତି ହେବା
• କାଶ ହେବା
• ଖୀର କିମ୍ବା ଖାଦ୍ୟ ଗ୍ରହଣ ନକରିବା
• ଖୀର କିମ୍ବା ଖାଦ୍ୟ ଗଳାରେ ଅଟକି ଯିବା
• ଗ୍ୟାସ ହେବା
• ପେଟ ଦବାଇବା ଫଳରେ ଓଜନିୟା ଲାଗିବା
• ଅତ୍ୟଧିକ କ୍ରନ୍ଦନ କରିବା

ପିଲାଙ୍କୁ ଏସିଡିଟି ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଏସିଡିଟିର ସଠିକ ଉପଚାର ନକରିଲେ ଏହା ବଡ଼ ସମସ୍ୟାରେ ପରିଣତ ହୋଇଯାଇଥାଏ । ଏହାସହ ପିଲାଙ୍କ ମଧ୍ୟରେ ପେଟ ସମ୍ବନ୍ଧୀୟ ଅନ୍ୟ ସମସ୍ୟା ଗୁଡିକ ଉତ୍ପନ ହୋଇଥାଏ । ପିଲାଙ୍କ ମଧ୍ୟରେ ଏସିଡିଟି ସମସ୍ୟା ଦେଖାଗଲେ ନିମ୍ନରେ ପ୍ରଦତ୍ତ ଉପାୟ ଅବଲମ୍ବନ କରନ୍ତୁ ।

1. ପିଲାଙ୍କୁ ଏସିଡିଟି ହେଲେ ପିଲାଙ୍କୁ ଖୀର ପିଆଇବା ପରେ ତୁରନ୍ତ ଶୁଆନ୍ତୁ ନାହିଁ । ଏହିପରି କରିବା ଦ୍ୱାରା ପିଲାଙ୍କୁ ବାନ୍ତି ହୋଇଥାଏ ।କୌଣସି କାରଣ ବଶତଃ ପିଲାଙ୍କୁ ଶୁଣାଇବା ପାଇଁ ପଡେ ତେବେ ପିଲାଙ୍କ ମୁଣ୍ଡକୁ କିଛି ସମୟ ପାଇଁ ତକିଆରେ ରଖି ଦିଅନ୍ତୁ । ଯଦି ପିଲାଙ୍କୁ କୌଣସି କଠିନ ଖାଦ୍ୟ ଯେପରି ରୁଟି କିମ୍ବା ଅନ୍ୟ କୌଣସି ଖାଦ୍ୟ ଖାଇବା ପାଇଁ ଦିଅନ୍ତି ତେବେ ତୁରନ୍ତ ପିଲାଙ୍କୁ ଶୋଇବା ପାଇଁ ଦିଅନ୍ତୁ ନାହିଁ ।

2. ଖୀର କିମ୍ବା ଖାଦ୍ୟ ଖୁଆଇବା ପରେ 30ମିନିଟ ପର୍ଯ୍ୟନ୍ତ ନିଜ କୋଳରେ ଶିଶୁଙ୍କୁ ସିଧା ରଖନ୍ତୁ । ଏହିପରି କରିବା ଦ୍ୱାରା ଏସିଡିଟିର ପ୍ରଭାବ କମ ହୋଇଥାଏ ।

3. ଏସିଡିଟି ହେବା ଫଳରେ ପେଟ ଭାରି ହୋଇଯାଇଥାଏ ।ପିଲାଙ୍କୁ ଏସିଡିଟି ମୁକ୍ତ ରଖିବା ପାଇଁ ସିଧା ଶୁଆନ୍ତୁ । ପେଟରେ ଭରା ଦେଇ ଶୁଆଇବା ଫଳରେ ପେଟରେ ଚାପ ସୃଷ୍ଟି ହୋଇଥାଏ ଏବଂ ଶିଶୁଙ୍କୁ ବାନ୍ତି ହୋଇଥାଏ ।

4. ଶିଶୁଙ୍କ ଭୋକ ଅନୁସାରେ ଖାଦ୍ୟ ଖାଇବା ପାଇଁ ଦିଅନ୍ତୁ । ଅତ୍ୟଧିକ ଖାଦ୍ୟ ଖୁଆଇବା ଫଳରେ ପିଲାଙ୍କ ବାନ୍ତି ହୋଇଥାଏ ।

5. ଯଦି ଆପଣଙ୍କ ଶିଶୁ ଖୀର ବ୍ୟତୀତ ଅନ୍ୟ ଖାଦ୍ୟ ଗ୍ରହଣ କରୁଥାଏ ତେବେ ଏସିଡିଟି ହେବା ପରେ ଶିଶୁଙ୍କୁ ଡାଲି ଖାଇବା ପାଇଁ ଦିଅନ୍ତୁ ଯାହାଫଳରେ ପିଲାଙ୍କ ହଜମ ଠିକ ହୋଇଥାଏ ଏବଂ ଶିଶୁଙ୍କ ଏସିଡିଟି ଦୂର ହୋଇଯାଇଥାଏ ।

6. ପିଲାଙ୍କୁ ଅତ୍ୟଧିକ ଖାଦ୍ୟ କିମ୍ବା ଖୀର ଦେବା ପ୍ରତି ବଦଳରେ ସମୟ ସମୟରେ କିଛି କିଛି ଖାଦ୍ୟ ଖାଇବା ପାଇଁ ଦିଅନ୍ତୁ । କିଛି କିଛି ଖାଦ୍ୟ ଖାଇବା ପାଇଁ ଦେବା ଦ୍ୱାରା ଖାଦ୍ୟ ସଠିକ ହଜମ ହୋଇଥାଏ ଏବଂ ବାନ୍ତି ମଧ୍ୟ ହୋଇନଥାଏ ।

ଏହି ଘରୋଇ ଉପାୟ ପାଳନ କରନ୍ତୁ ।

*ଆପଣଙ୍କ ଶିଶୁ ଖାଦ୍ୟ ଖାଉଥିଲେ ଏସିଡିଟି ହେବାପରେ ପୁଦିନା ରସ ପିଇବା ପାଇଁ ଦିଅନ୍ତୁ । ପୁଦିନା ରସ ପିଇବା ଦ୍ୱାରା ଏସିଡିଟି ଦୂର ହୋଉଯାଇଥାଏ ।

*ପିଲାଙ୍କୁ ଏସିଡିଟି ସମସ୍ୟା ହେଲେ ପିଲାଙ୍କୁ ପେଟ ପୀଡା ହୋଇଥାଏ । ପେଟ ପୀଡା ହେଲେ ପିଲାଙ୍କ ନାଭିରେ ହିଙ୍ଗୁ ମିଶ୍ରିତ ଘିଅ ଲଗାଇ ଦିଅନ୍ତୁ । ଗୋଟିଏ କଟୋରିରେ ଅଳ୍ପ ଘିଅ ଗରମ କରି ସେଥିରେ ହିଙ୍ଗୁ ମିଶାଇ ଦିଅନ୍ତୁ ଏବଂ ଶିଶୁର ନାଭିରେ ଏହି ହିଙ୍ଗୁ ମିଶ୍ରିତ ଘିଅର ଲେପ ଦିଅନ୍ତୁ ଯାହାଫଳରେ ପେଟ ପୀଡା ଦୂର ହୋଇଯିବ ।

*ଗୁଡ଼ ଏବଂ କିସମିଶ ଏକତ୍ର ପିଲାଙ୍କୁ ଖାଇବା ପାଇଁ ଦେବା ଦ୍ୱାରା ଏସିଡିଟି ଦୂର ହୋଇଯାଇଥାଏ ।

*ପିଲାଙ୍କ ଆୟୁ କମ ଥିଲେ ଶିଶୁଙ୍କୁ ଏସିଡିଟି ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିୟନ୍ତୁ ।

Leave a Reply

Your email address will not be published. Required fields are marked *