ଅଧିକ ଟଙ୍କା ଅର୍ଜନ କରିଲେ ମଧ୍ୟ ରହୁନି ଟଙ୍କା ! ତେବେ ଆପଣାନ୍ତୁ ଏହି ଉପାୟ !

ଭଲ ରୋଜଗାର ପରେ ମଧ୍ୟ ଯଦି ଟଙ୍କା ର ଅଭାବ ହୋଇଥାଏ, ତେବେ ଏହି ଗଣେଶ ଚତୁର୍ଥୀରେ ସମାଧାନ ହୋଇଯିବ । ଶ୍ରୀ ଗଣେଶଙ୍କ ପୂଜା ସଠିକ୍ ରୂପେ କରିବା ଦ୍ୱାରା ସୁଖ ଶାନ୍ତି ବଜାୟ ରହିଥାଏ । ଏପରି ମଧ୍ୟ କୁହାଯାଇଥାଏ ଯେ, ଯାହାଙ୍କ ଉପରେ ଗଣେଶଙ୍କ କୃପା ରହିଥାଏ, ସେମାନଙ୍କ ସମସ୍ତ ପ୍ରକାର ସମସ୍ୟା ସମାପ୍ତ ହୋଇଥାଏ । ତେଣୁ ଗଣେଶଙ୍କୁ ବିଘ୍ନ ବିନାଶକ ମଧ୍ୟ କୁହାଯାଏ ।

google

ଏହି ବର୍ଷ ଗଣେଶ ପୂଜା ବହୁତ ପାଖେଇ ଆସିଲା । ତେବେ ଆଜି ଆମେ ଆପଣଙ୍କୁ ଗଣେଶ ପୂଜା ଦ୍ୱାରା ଏପରି ଏକ ଉପାୟ କହିବୁ ଯାହାକୁ ପାଳନ କରି ଆପଣ ନିଶ୍ଚୟ ରୂପେ ସଫଳ ହେବେ । ଭଗବାନ ଶ୍ରୀ ଗଣେଶଙ୍କୁ ସିନ୍ଦୁର ବହୁତ ପସନ୍ଦ ଅଟେ । ଭଗବାନ ଗଣେଶଙ୍କୁ ସିନ୍ଦୁର ଅର୍ପଣ କରିବା ସମୟରେ ଏହି ମନ୍ତ୍ର ଜପ କରନ୍ତୁ ।

” ସିନ୍ଦୁରଂ ଶୋଭନଂ ରକ୍ତଂ ସୌଭାଗ୍ୟଂ ସୁଖବର୍ଧନମ୍
ଶୁଭଦଂ କାମଦଂ ଚୈବ ସିନ୍ଦୁରଂ ପ୍ରତିଗୁହ୍ୟତାମ୍ ।।

ଏହି ମନ୍ତ୍ର ଜପ କରି ଭଗବାନ ଗଣେଶଙ୍କ ମଥାରେ ସିନ୍ଦୁର ଲଗାନ୍ତୁ ।

google

ଯଦି ଆପଣ ଅର୍ଥ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ହେବାକୁ ଚାହୁଁଛନ୍ତି, ତେବେ ଆପଣ ଦୈନନ୍ଦିନ ଗଣେଶଙ୍କ ପୂଜା କରନ୍ତୁ । ଏହାଛଡା ଆର୍ଥିକ ସମସ୍ୟା ଦୂର କରିବା ପାଇଁ ଗଣେଶ ଭଗବାନଙ୍କୁ ରାଶିର ଲଡୁ, ଧୁବ ଓ ଗାଈର କ୍ଷୀର ଭୋଗ ଭାବରେ ଚଢାନ୍ତୁ । କିନ୍ତୁ ପୂଜା ସମୟରେ ଧୁବ ଗଣେଶଙ୍କ ମସ୍ତକରେ ରଖିବା ଦରକାର କିନ୍ତୁ ଚରଣରେ ନୁହେଁ ।

ଭଗବାନ ଗଣେଶଙ୍କ ଠାରୁ ସୁଖ ପ୍ରାପ୍ତି ପାଇବା ପାଇଁ ପୂଜା କରିବା ସମୟରେ ” ଇନ୍ଦଂ ଅକ୍ଷତମ୍ ଉଂ ଗଂ ଗଣପତୟେ ନମଃ ” ମନ୍ତ୍ର ଜପ କରି ଅରୁଆ ଚାଉଳ ଅର୍ପଣ କରନ୍ତୁ ।

ଯଦି ଆପଣ ଚାକିରିରେ ପଦନ୍ନତି ଚାହୁଁଛନ୍ତି, ତେବେ ” ଶ୍ରୀ ଗଣାଧିପତୟେ ନମଃ ” ଜପ କରନ୍ତୁ, ଦେଖିବେ ଖୁବ୍ ଶୀଘ୍ର ଆପଣଙ୍କର ପଦନ୍ନତି ହେବ ।

Be the first to comment

Leave a Reply

Your email address will not be published.


*