ବ୍ରେକ୍ଅପ୍ ପରେ ମଧ୍ୟ ବନ୍ଧୁତ୍ଵ ସମ୍ପର୍କରେ ରହିଛନ୍ତି; ଏହି ଷ୍ଟାରମାନେ ! ବନ୍ଧୁତ୍ଵ ସମ୍ପର୍କକୁ କଳୁଷିତ ହେବାକୁ ଦେଇନାହାଁନ୍ତି !

ବ୍ରେକପ୍ ପରେ କଣ ଦୁଇଜଣ ଲୋକ ବନ୍ଧୁ ହୋଇପାରିବେ ? ଏହା ଏପରି ଏକ ପ୍ରଶ୍ନ ଅଟେ ଯାହା ଆପଣ କାହାରି ପାଖରୁ ନିଶ୍ଚିତ ଭାବରେ ଶୁଣିଥିବେ । ଏହାର ଭିନ୍ନ ଭିନ୍ନ ଉତ୍ତର ମଧ୍ୟ ଶୁଣିଥିବେ । କିନ୍ତୁ ଯଦି ଆପଣ ନିଜର ପସନ୍ଦର ଷ୍ଟାରଙ୍କ ଜୀବନ ଉପରେ ନଜର ପକାଇବେ ତା’ହାଲେ ଜାଣି ପାରିବେ ଯେ ବ୍ରେକପ୍ ପରେ ମଧ୍ୟ ଦୁଇଜଣ ଲୋକ ଭଲ ସାଙ୍ଗ ହୋଇପାରିବେ । ସଲମାନଙ୍କ ଠାରୁ ଆରମ୍ଭ କରି କୈଟ୍ରିନାଙ୍କ ପର୍ଯ୍ୟନ୍ତ, ବ୍ରେଡ୍ ପିଟଙ୍କ ଠାରୁ ଆରମ୍ଭ କରି ଏଞ୍ଜଲୀନା ଜୋଲୀଙ୍କ ପର୍ଯ୍ୟନ୍ତ ଏହି ସୁପରଷ୍ଟାର ମାନେ ଏହି କଥାକୁ ପ୍ରମାଣ କରିଛନ୍ତି ।

ସଲମାନ ଖାନ୍ – କୈଟ୍ରିନା କୈଫ :-

ସଲମାନ ଏବଂ କୈଟ୍ରିନା ବର୍ତ୍ତମାନ ଖୁବ୍ ଭଲ ସାଙ୍ଗ, କିନ୍ତୁ ଗୋଟିଏ ସମୟ ଥିଲା ଯେତେବେଳେ ଦୁହେଁ ପରସ୍ପରକୁ ଭଲ ପାଉଥିଲେ । ଦୁହେଁ ପରସ୍ପରକୁ ୫ ବର୍ଷ ପର୍ଯ୍ୟନ୍ତ ଡେଟ୍ କରିଥିଲେ କିନ୍ତୁ ପରେ ଦୁହିଁଙ୍କ ରାସ୍ତା ଅଲଗା ହୋଇଯାଇଥିଲା । ସେ ସଲମାନ ଖାନ୍ ହିଁ ଥିଲେ ଯିଏ କୈଟ୍ରିନାଙ୍କୁ ନା କେବଳ ବଲିଉଡରେ ଲଞ୍ଚ କରିଥିଲେ ବରଂ ନିଜ ଫିଲ୍ମରେ କାମ ଦେଇ ତାଙ୍କୁ ସୁପରଷ୍ଟାରଡମର ସ୍ଵାଦ ମଧ୍ୟ ଚଖାଇଥିଲେ ।

ଦୀପିକା ପାଦୁକୋନ୍ – ରଣବୀର କପୂର :-

ଦୀପିକା ଏବଂ ରଣବୀରଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟ କାହାକୁ ମଧ୍ୟ ଅଛପା ନୁହେଁ । ଏହି ବିଷୟ ମଧ୍ୟ ସମସ୍ତେ ଜାଣିଛନ୍ତି ଯେ ଦୀପିକା ଏବଂ ରଣବୀରଙ୍କ ବ୍ରେକପ୍ ପରେ ଦୀପିକା ଡିପ୍ରେସନରେ ଥିଲେ । ଖୁବ୍ କଷ୍ଟରେ ଦୀପିକା ମାନସିକ ଅବସାଦରୁ ମୁକୁଳିଥିଲେ । ଖୁବ୍ ଦୀର୍ଘ ସମୟ ପରେ ବର୍ତ୍ତମାନ ସେମାନେ ଦୁହେଁ ଭଲ ସମ୍ପର୍କରେ ଅଛନ୍ତି । ବ୍ରେକପ୍ ପରେ ଦୁହେଁ ସାଥୀରେ କାମ ମଧ୍ୟ କରିଛନ୍ତି ।

ହ୍ରିତିକ୍ ରୋଶନ – ସୁଜୈନ ଖାନ୍ :-

ହ୍ରିତିକ୍ ରୋଶନ ଏବଂ ସୁଜୈନ ୧୪ ବର୍ଷର ବିବାହିତ ଜୀବନ ପରେ ଅଲଗା ହୋଇ ଯାଇଥିଲେ । କିନ୍ତୁ ଛାଡ଼ପତ୍ର ପରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଖୁବ୍ ମଧୁର ଅଟେ । ଲୋକଡାଉନ ସମୟରେ ସୁଜୈନ ନିଜର ଅଧିକାଂଶ ସମୟ ହ୍ରିତିକ୍ ଏବଂ ପିଲାଙ୍କ ସହିତ ହିଁ ବିତାଇଛନ୍ତି । ଦୁହେଁ ସାଥୀରେ ପ୍ରାୟ କ୍ଵାଲିଟି ଟାଇମ୍ ବିତାଇବାର ଦେଖାଯାଇଥାନ୍ତି ।

ଅରବାଜ୍ ଖାନ୍ – ମଲାଇକା ଅରୋଡ଼ା :-

୬ ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ୍ କରିବା ପରେ ୧୮ ବର୍ଷର ବିବାହିତ ଜୀବନକୁ ଶେଷ କରିବା ପରେ ଅରବାଜ ମଲାଇକାଙ୍କ ମଧ୍ୟରେ ଛାଡପତ୍ର ହୋଇଯାଇଛି କିନ୍ତୁ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଖୁବ୍ ମଧୁର ଅଟେ । ଦୁହିଁଙ୍କ ମଧ୍ୟରୁ କେହି ଜଣେ ମଧ୍ୟ ପରସ୍ପରକୁ ଛାଡ଼ପତ୍ରର କାରଣ କହି ନଥିଲେ ।

ବିପାଶା ବାସୁ – ଡୀନୋ ମୋରିୟା :-

୯୦ ଦଶକରେ ବିପାଶା ବାସୁ ଏବଂ ଡୀନୋ ମୋରିୟାଙ୍କ ମଧ୍ୟରେ ପ୍ରେମ ବିଷୟ ଖୁବ ଚର୍ଚ୍ଚାକୁ ଆସିଥିଲା । କିନ୍ତୁ ଦୁହିଁଙ୍କ ବ୍ରେକପ୍ ମଧ୍ୟ ହୋଇ ଯାଇଥିଲା । କିଛି ବର୍ଷ ପରେ ଦୁହେଁ ଅଲଗା ଅଲଗା ରିଲେସନଶିପରେ ରହିଲେ । ଏସବୁ ମଧ୍ୟରେ ବିପାଶା କରନ୍ ସିଂହ ଗ୍ରୋବରଙ୍କୁ ବିବାହ କରିଥିଲେ ତେଣୁ ଡୀନୋ ମୋରିୟା ତାଙ୍କୁ ବିବାହର ଶୁଭକାମନା ମଧ୍ୟ ଦେଇଥିଲେ । ଦୁହିଁଙ୍କ ମଧ୍ୟରେ ବନ୍ଧୁତା ବର୍ତ୍ତମାନ ପର୍ଯ୍ୟନ୍ତ ରହିଛି ।

ଅନୁରାଗ କଶ୍ୟପ୍ – କଲ୍କି କେଚେଲିନ୍ :-

ଅନୁରାଗ କଶ୍ୟପ୍ – କଲ୍କି କେଚେଲିନ୍ ବିବାହର ୪ ବର୍ଷ ପର୍ଯ୍ୟନ୍ତ ସମ୍ପର୍କ ଠିକ୍ ଥିଲା କିନ୍ତୁ ପରେ ଦୁହିଁଙ୍କର ଛାଡ଼ପତ୍ର ହୋଇଯାଇଥିଲା । ବ୍ରେକପ୍ ପରେ ମଧ୍ୟ ଦୁହିଁଙ୍କ ସମ୍ପର୍କରେ କୌଣସି ପରିବର୍ତ୍ତନ ଆସିନାହିଁ । ଆଜି ମଧ୍ୟ ଆବଶ୍ୟକ ପଡ଼ିଲେ ଦୁହେଁ ପରସ୍ପର ସହିତ ଦେଖାଯାଆନ୍ତି । ଏପରିକି କଲ୍କି ନିକଟରେ ଯୌନ ଶୋଷଣ ଆରୋପରେ ଥିବା ଅନୁରାଗଙ୍କ ସପକ୍ଷରେ ହିଁ ଥିଲେ ।

ଅନୁଷ୍କା ଶର୍ମା – ରଣବୀର ସିଂହ :-

ଫିଲ୍ମ ବ୍ୟାଣ୍ଡ ବାଜା ବାରତ ସମୟରେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ରଣବୀର ସିଂହ ପରସ୍ପରର ନିକଟତର ହୋଇଥିଲେ ଏପରିକି ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଧ୍ୟ ରହିଥିଲା । କିନ୍ତୁ ଦୁହିଁଙ୍କ ସମ୍ପର୍କ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିନଥିଲା ଏବଂ ଦୁହେଁ ଅଲଗା ହୋଇଯାଇଥିଲେ । ବ୍ରେକପ୍ ପରେ ମଧ୍ୟ ରଣବୀର ଅନୁଷ୍କାଙ୍କ ବନ୍ଧୁତା ଉପରେ କୌଣସି ପ୍ରଭାବ ପଡିନଥିଲା । ଦୁହେଁ ସାଥିରେ ଫିଲ୍ମ ମଧ୍ୟ କରିଥିଲେ ।

ରଣବୀର ଶୌରୀ – କୋଙ୍କଣା ସେନ୍ ଶର୍ମା :-

ରଣବୀର ଶୌରୀ ଏବଂ କୋଙ୍କଣା ସେନ୍ ଶର୍ମା ଅନେକ ବର୍ଷ ଅଲଗା ରହିଛନ୍ତି । ହୁଏତ ଅଧିକାରୀକ ନିୟମ ଅନୁଯାୟୀ ଦୁହିଁଙ୍କର ଛାଡ଼ପତ୍ର ହୋଇଛି କିନ୍ତୁ ଦୁହେଁ ଏହି ନିଷ୍ପତ୍ତି ଉଭୟଙ୍କ ସହମତିରେ ହିଁ ନେଇଥିଲେ । ଦୁହେଁ ନିଜ ପୁଅର କଷ୍ଟଡି ମଧ୍ୟ ସାଥୀରେ ନେଇଛନ୍ତି ।

ବ୍ରେଡ୍ ପିଟ୍ – ଏଞ୍ଜେଲୀନା ଜୋଲୀ :-

ହୋଲିଉଡ଼ ଷ୍ଟାର ବ୍ରେଡ୍ ପିଟ୍ ଏବଂ ଏଞ୍ଜେଲୀନା ଜୋଲୀଙ୍କ ଛାଡ଼ପତ୍ରକୁ ଅନେକ ଦିନ ବିତିଗଲାଣି, କିନ୍ତୁ ଧୀରେ ଧୀରେ ଦୁହେଁ ପରସ୍ପରର ନିକଟତର ହେଉଛନ୍ତି । ଅନେକଥର ବ୍ରେଡ୍ ପିଟଙ୍କୁ ଏଞ୍ଜେଲୀନାଙ୍କ ଘରେ ମଧ୍ୟ ଦେଖାଯାଇଛି । ଏପରି ଅନୁମାନ କରାଯାଉଛି ଯେ ଦୁହେଁ ପୁରୁଣା କଥାକୁ ଭୁଲି ପୁଣିଥରେ ନିଜର ସମ୍ପର୍କକୁ ଅନ୍ୟ ଏକ ସୁଯୋଗ ଦେବାକୁ ଚେଷ୍ଟା କରୁଛନ୍ତି ।

Be the first to comment

Leave a Reply

Your email address will not be published.


*