ବିବାହିତ ହୋଇ ମଧ୍ୟ ଅନ୍ୟ ଅଭିନେତ୍ରୀଙ୍କ ପ୍ରେମରେ ପଡିଯାଇଥିଲେ ଏହି ଅଭିନେତା ମାନେ । ଜଣଙ୍କ ସ୍ତ୍ରୀ ନେବାକୁ ଯାଉଥିଲେ ଛାଡ଼ପତ୍ର !

ବିବାହିତ ହୋଇ ମଧ୍ୟ ଅନ୍ୟ ଅଭିନେତ୍ରୀଙ୍କ ପ୍ରେମରେ ପଡିଯାଇଥିଲେ ଏହି ଅଭିନେତା ମାନେ । ଜଣଙ୍କ ସ୍ତ୍ରୀ ନେବାକୁ ଯାଉଥିଲେ ଛାଡ଼ପତ୍ର !

ବଲିଉଡ଼ ଜଗତରେ ଏପରି ଅନେକ ଦମ୍ପତି ବା ଯୋଡ଼ି ଅଛନ୍ତି, ଯେଉଁମାନଙ୍କ ବୈବାହିକ ଜୀବନ ବର୍ତ୍ତମାନ ଖରାପ ହୋଇଯାଇଛି। ବାସ୍ତବରେ, ବିବାହିତ ହୋଇ ମଧ୍ୟ କିଛି ଅଭିନେତା ଅନ୍ୟ କୌଣସି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଯାଆନ୍ତି, ଯାହାର ପ୍ରଭାବ ତାଙ୍କ ବୈବାହିକ ଜୀବନ ଉପରେ ପଡ଼ିଥାଏ । ଏହି କାରଣରୁ କିଛି ଅଭିନେତାଙ୍କ ବିବାହ ଏକ୍ସଟ୍ରା ମେରିଟଲ ଅଫେୟାର ଯୋଗୁଁ ଭାଙ୍ଗିଗଲା ଏବଂ ଅନ୍ୟ କିଛି ସେହି ପରିସ୍ଥିତିକୁ ସମ୍ଭାଳି ନେଲେ । ତେବେ ଆସନ୍ତୁ ଜାଣିବା ସେହି ଅଭିନେତା ମାନଙ୍କ ବିଷୟରେ ଯେଉଁମାନେ ବିବାହ ପରେ ମଧ୍ୟ କରିଥିଲେ ଏକ୍ସଟ୍ରା ମେରୀଟଲ ଅଫେୟାର ରଖିଥିଲେ ଅର୍ଥାତ୍ ଅନ୍ୟ ସ୍ତ୍ରୀ ସହ ସମ୍ପର୍କ ଏବଂ ଯାହା ଫଳରେ ତାଙ୍କ ବୈବାହିକ ଜୀବନ ପୁରାପୁରି ଖରାପ ହୋଇଯାଇଛି ।

ସଞ୍ଜୟ ଦତ୍ତ

newstrend

ସଞ୍ଜୟ ଦତ୍ତ ବର୍ତ୍ତମାନ ମାନ୍ୟତାଙ୍କ ସହ ହସଖୁସିରେ ନିଜ ଜୀବନ ଅତିବାହିତ କରୁଅଛନ୍ତି, କିନ୍ତୁ ତାଙ୍କ ପ୍ରଥମ ବିବାହରେ ମାଧୁରୀଙ୍କ ଯୋଗୁଁ ତୋଫାନ ଆସିଯାଇଥିଲା । ବାସ୍ତବରେ, କଥାଟି ସେହି ସମୟରେ ଅଟେ ଯେତେବେଳେ ସଞ୍ଜୟ ଦତ୍ତଙ୍କ ସ୍ତ୍ରୀ ଥିଲେ ରୁଚା ଶର୍ମା । ଜଣାଇଦେଉଛୁ ଯେ ରୁଚା ଶର୍ମା ଓ ସଞ୍ଜୟ ଦତ୍ତ ଦୁହେଁ ପ୍ରେମ ବିବାହ କରିଥିଲେ । କୁହାଯାଏ ଯେ ରୁଚାଙ୍କ ସହିତ ବିବାହ କରି ମଧ୍ୟ ସଞ୍ଜୟ ମାଧୁରୀଙ୍କ ପ୍ରେମରେ ପଡ଼ିଗଲେ ଏବଂ ଏହା ବିଷୟରେ ରୁଚା ସବୁକିଛି ଜାଣିଗଲେ । ସେତେବେଳେ ରୁଚା ନିଜ କର୍କଟ ରୋଗର ଚିକିତ୍ସା କରାଉଥିଲେ, ଯାହାକୁ ଛାଡ଼ି ସେ ତୁରନ୍ତ ଭାରତ ଚାଲି ଆସିଲେ କିନ୍ତୁ କିଛି ଠିକ୍ ହେଲା ନାହିଁ ଓ ସେ ଜୀବନରୁ ହାରିଗଲେ । ଅର୍ଥାତ ତାଙ୍କ ମୃତ୍ୟୁ ହୋଇଗଲା । ଅନ୍ୟପକ୍ଷରେ ମାଧୁରୀ ଓ ସଞ୍ଜୟ ମଧ୍ୟ ଅଲଗା ହୋଇଗଲେ।

ସୈଫ ଅଲି ଖାନ୍

newstrend

ପ୍ରଥମେ ସୈଫ ନିଜ ଠାରୁ ବୟସରେ ବଡ଼ ଅଭିନେତ୍ରୀ ଅମୃତା ସିଂହଙ୍କ ସହିତ ବିବାହ କଲେ ଏବଂ ଦୁହିଁଙ୍କ ସମ୍ପର୍କ ବହୁତ ଭଲ ଚାଲୁଥିଲା ହଠାତ୍ ନବାବ ଜୀବନରେ ଆସିଗଲେ ଇଟାଲୀୟନ ମଡେଲ ରୋଜା । ରୋଜା ସୈଫଙ୍କ ଜୀବନକୁ ଆସିବା ପରେ ଅମୃତା ଓ ସୈଫଙ୍କ ସମ୍ପର୍କରେ ତିକ୍ତତା ଆରମ୍ଭ ହେଲା । ମାମଲା ଏତେ ବଢ଼ିଗଲା ଯେ ଦୁହେଁ ଛାଡ଼ପତ୍ର ନେବା ଉଚିତ ମନେ କଲେ । ଯଦିଓ ବର୍ତ୍ତମାନ ଦୁହେଁ ନିଜ ଛାଡ଼ପତ୍ରର ଭିନ୍ନ ଭିନ୍ନ କାରଣ କୁହନ୍ତି କିନ୍ତୁ କୁହାଯାଏ ଯେ ରୋଜାଙ୍କ କାରଣରୁ ହିଁ ସୈଫ ଓ ଅମୃତାଙ୍କ ବୈବାହିକ ଜୀବନରେ ତିକ୍ତତା ସୃଷ୍ଟି ହୋଇଥିଲା ଏବଂ ଦୁହିଁଙ୍କ ଛାଡ଼ପତ୍ର ହୋଇଥିଲା ।

ଶାହରୁଖ ଖାନ୍

newstrend

କିଙ୍ଗ ଅଫ ରୋମାନ୍ସ କୁହାଯାଉଥିବା ଶାହରୁଖ ଖାନଙ୍କ ହୃଦୟ ସ୍ପନ୍ଦନ କେବଳ ଗୌରୀଙ୍କ ପାଇଁ ଚାଲେ କିନ୍ତୁ ସେ ପ୍ରିୟଙ୍କା ଚୋପଡ଼ାଙ୍କୁ ନିଜ ହୃଦୟ ଦେଇ ବସିଥିଲେ । ମାମଲା ଏତେ ବଢିଯାଇଥିଲା ଯେ ସେ ପ୍ରିୟଙ୍କା ଚୋପଡ଼ା ପାଇଁ ଲୋକଙ୍କୁ ଅନୁରୋଧ ମଧ୍ୟ କରୁଥିଲେ । ଏତିକିନୁହେଁ ପ୍ରିୟଙ୍କାଙ୍କୁ ନିଜ ସମସ୍ତ ପାର୍ଟି ଗୁଡ଼ିକରେ ଆମନ୍ତ୍ରିତ କରୁଥିଲେ । ଏହିପରି ଗୌରୀଙ୍କୁ ଯେତେବେଳେ ଏହି ଅଫେୟାର ବିଷୟରେ ସୂଚନା ମିଳିଲା ସେତେବେଳେ ସେ ପ୍ରିୟଙ୍କାଙ୍କୁ ଶାହରୁଖଙ୍କ ଜୀବନରୁ ବାହାର କରିବା ପାଇଁ ସ୍ଥିର କଲେ ଏବଂ ନିଜ ଘର ସଂସାର ଓ ନିଜ ବୈବାହିକ ସମ୍ପର୍କକୁ ବଞ୍ଚାଇ ନେଲେ, କିନ୍ତୁ କିଛି ସମୟ ପାଇଁ ଦୁହିଁଙ୍କ ବୈବାହିକ ଜୀବନରେ ଏକ ବହୁତ ବଡ଼ ସମସ୍ୟା ସୃଷ୍ଟି ହୋଇଥିଲା ।

ସନୀ ଦେଓଲ

newstrend

ସନୀ ଦେଓଲ ପୂଜାଙ୍କୁ ବିବାହ କରିବା ପରେ ମଧ୍ୟ ଡ଼ିମ୍ପଲ କପାଡ଼ିଆଙ୍କୁ ପ୍ରେମ କରୁଥିଲେ । କୁହାଯାଏ ଯେ ଦୁହିଁଙ୍କ ମଧ୍ୟରେ ୧୧ ବର୍ଷ ଧରି ଅଫେୟାର ଚାଲିଥିଲା । ଡ଼ିମ୍ପଲ ମଧ୍ୟ ବିବାହିତା ଥିଲେ ଏବଂ ସେ ନିଜ ସ୍ୱାମୀ ଠାରୁ ଅଲଗା ରହୁଥିଲେ । ଯଦିଓ, ସନୀ ଦେଓଲଙ୍କୁ ପୂଜା ଯେତେବେଳେ ବିବାହ ଭାଙ୍ଗିବା ଧମକ୍ ଦେଲେ ତେବେ ସେ ଡ଼ିମ୍ପଲ ଠାରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଲେ । ଏହା ପରେ ତାଙ୍କ ବୈବାହିକ ଜୀବନ ବଞ୍ଚିଗଲା । ନଚେତ୍ ଦୁହିଁଙ୍କ ଛାଡ଼ପତ୍ର ନିଶ୍ଚିତ ଭାବେ ହୋଇଥାନ୍ତା ।

ଆମୀର ଖାନ୍

newstrend

ଆମୀର ଖାନଙ୍କ ପ୍ରଥମ ପତ୍ନୀ ହେଉଛନ୍ତି ରୀନା ଦତ୍ତା । ଯାହାଙ୍କ ସମ୍ପର୍କ ବହୁତ ଭଲ ଚାଲୁଥିଲା ଏବଂ ଏହି ବିବାହରୁ ଆମୀର ଖାନଙ୍କ ଦୁଇଟି ସନ୍ତାନ ମଧ୍ୟ ଜନ୍ମ ହେଲେ, ଯାହାଙ୍କ ନାମ ଇରା ଓ ଜୁନେଦା ଅଟେ । ବାସ୍ତବରେ, ରୀନା ଦତ୍ତାଙ୍କ ସହିତ ବୈବାହିକ ସମ୍ପର୍କରେ ରହି ମଧ୍ୟ ଆମୀର ଖାନଙ୍କ ହୃଦୟ କିରନ୍ ରାଓଙ୍କ ଉପରେ ଆସିଥିଲା । ଏହା ପରେ ସେ ଛାଡ଼ପତ୍ର ନେବା ଉଚିତ୍ ବୋଲି ମନେ କଲେ ଏବଂ ଦୁହେଁ ଅଲଗା ହୋଇଗଲେ । ତା’ପରେ ଆମୀର କିରଣ ରାଓଙ୍କୁ ବିବାହ କରିନେଲେ ।

Leave a Reply

Your email address will not be published. Required fields are marked *