EPFO ଦେଲା ୬କୋଟି ଗ୍ରାହକଙ୍କୁ ଝଟକା ! କମାଇଲା ଫ୍ୟୁଚର୍ ସେଭିଂ ଉପରେ ସୁଧ ହାର…

EPFO ଦେଲା ୬କୋଟି ଗ୍ରାହକଙ୍କୁ ଝଟକା ! କମାଇଲା ଫ୍ୟୁଚର୍ ସେଭିଂ ଉପରେ ସୁଧ ହାର…

ଏମପ୍ଲଇ ପ୍ରୋଭିଡ଼େଣ୍ଡ ଫଣ୍ଡ ଅରଗାନାଇଜେସନ୍ ୪ ମାର୍ଚ୍ଚ ୨୦୨୧ରୁ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ଇପିଏଫ ସୁଧ ହାର ଘୋଷଣା କରିବ । ଏହି ବିଷୟରେ କେନ୍ଦ୍ରୀୟ ଟ୍ରଷ୍ଟ ବୋର୍ଡର୍ ଶ୍ରୀନଗରରେ ୪ମାର୍ଚ୍ଚରେ ଏକ ବୈଠକ ଡକାଯାଇଛି । ଅନୁମାନ କରାଯାଉଛି ଏଥର ସୁଧ ହାର ୮.୫ପ୍ରତିଶତକୁ ହ୍ରାସ କରାଯାଇପାରେ । ଗତବର୍ଷ ମଧ୍ୟ ସୁଧ ହାର ୮.୫ପ୍ରତିଶତ ଥିଲା ଯାହା ଗତ ୭ବର୍ଷ ମଧ୍ୟରେ ସବୁଠାରୁ ନିମ୍ନ ଥିଲା ।

ଏମପ୍ଲଇ ପ୍ରୋଭିଡ଼େଣ୍ଡ ଫଣ୍ଡ ଅରଗାନାଇଜେସନ୍ ୪ ମାର୍ଚ୍ଚ ୨୦୨୧ରେ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ EPFO ଉପରେ ସୁଧ ହାର ଘୋଷଣା କରିବ । ୪ ମାର୍ଚ୍ଚ ଦିନ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ଏକ ମିଟିଂ ଶ୍ରୀନଗରଠାରେ ଡକାଯାଇଛି । ଏହି ବୈଠକରେ EPFOର ଗତବର୍ଷର ଲାଭ ଏବଂ ବର୍ତ୍ତମାନର ଆର୍ଥିକ ସ୍ଥିତି ବିଷୟରେ ଆଲୋଚନା କରାଯିବ । ଏହି ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସୁଧ ହାର ଘୋଷଣା କରିବାର ପ୍ରସ୍ତାବ ଉପରେ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି । ଅନୁମାନ କରାଯାଉଛି କରୋନା ଯୋଗୁ ଏମପ୍ଲଇ ପ୍ରୋଭିଡ଼େଣ୍ଡ ଫଣ୍ଡ ଅରଗାନାଇଜେସନ୍ ସୁଧ ହାର ହ୍ରାସ କରି ୬କୋଟି ଗ୍ରାହକଙ୍କୁ ଝଟକା ଦେଇପାରେ ।

ବଜାର ଅବସ୍ଥା ଖରାପ ଥିବାରୁ ଉଠାଯାଇପାରିବ ନାହିଁ ଟଙ୍କା

ବୋର୍ଡ ନିକଟରେ କହିଛି ଯେ ୩୧ମାର୍ଚ୍ଚ ୨୦୨୧ ଶେଷ ସୁଦ୍ଧା ଗ୍ରାହକଙ୍କୁ ଦୁଇଟି କିସ୍ତିରେ ୮.୫୦ ପ୍ରତିଶତ ସୁଧ ହାର ପ୍ରଦାନ କରାଯିବ । ଗ୍ରାହକମାନଙ୍କୁ ପ୍ରଥମ କିସ୍ତିରେ ୮.୧୫ପ୍ରତିଶତ ସୁଧ ଏବଂ ଦ୍ୱିତୀୟ କିସ୍ତିରେ ୦.୩୫ପ୍ରତିଶତ ସୁଧ ପ୍ରଦାନ କରାଯିବ । EPFO କହିଛି ଯେ ୮.୫୦ପ୍ରତିଶତ ସୁଧରୁ 8.15 ପ୍ରତିଶତ ସୁଧ ଆୟରୁ ଏବଂ ୦.୩୫ ପ୍ରତିଶତ ETF ବିକ୍ରୟରୁ ମିଳିବ । EPFO ବୋର୍ଡର ସଦସ୍ୟ ବୃଜେଶ୍ ଉପାଧ୍ୟାୟ କହିଛନ୍ତି ଯେ ୨୦୨୯-୨୦ ଆର୍ଥିକ ବର୍ଷ ପାଇଁ ସୁଧ ହାର ହ୍ରାସ ହେବ ନାହିଁ କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ଏହାକୁ ଦୁଇଟି କିସ୍ତିରେ ଫେରସ୍ତ କରାଯିବ । ବଜାର ଅବସ୍ଥା ଖରାପ ଥିବାରୁ ବର୍ତ୍ତମାନ କିଛି ନିବେଶ ପ୍ରତ୍ୟାହାର କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି ।

କାହିଁକି ହ୍ରାସ କରାଯିବ ଏମପ୍ଲଇ ପ୍ରୋଭିଡ଼େଣ୍ଡ ଫଣ୍ଡ ଅରଗାନାଇଜେସନର ସୁଧ ହାର ?

EPFOର ଟ୍ରଷ୍ଟି କେଇ ରଘୁନାଥନ ନିକଟରେ କହିଛନ୍ତି ଯେ ସେ ମାର୍ଚ୍ଚ ୪ରେ ଶ୍ରୀନଗରରେ ହେଉଥିବା ସିବିଟି ବୈଠକ ସମ୍ପର୍କରେ ସେ ସୂଚନା ପାଇଛନ୍ତି । ଯଦିଓ ବୈଠକର ଏଜେଣ୍ଡା ଜଣାପଡିନାହିଁ ତେବେ ଏଥିରେ ସୁଧ ହାର ଉପରେ ଆଲୋଚନା ହେବାର କୌଣସି ସୂଚନା ନାହିଁ ବୋଲି ସେ କହିଛନ୍ତି । କିନ୍ତୁ କଳ୍ପନା କରାଯାଉଛି ଯେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ EPFO କର୍ମଚାରୀ ପ୍ରୋଭିଡେଣ୍ଟ ପାଣ୍ଠିରେ ସୁଧ ହାର ହ୍ରାସ କରିପାରେ । ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ପ୍ରୋଭିଡେଣ୍ଟ ପାଣ୍ଠି ଉପରେ ସୁଧ ହାର ୮.୫ ପ୍ରତିଶତ ଥିଲା । କରୋନା ସଙ୍କଟ ଯୋଗୁ EPFOରେ କମ୍ ନିବେଶ ଏବଂ ଅଧିକ ପ୍ରତ୍ୟାହାର ହୋଇଛି ତେଣୁ ସୁଧ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି ।

୨୦୨୦ରେ ମିଳିଛି ୭ବର୍ଷ ମଧ୍ୟରେ ସବୁଠୁ କମ୍ ସୁଧ ହାର

ମାର୍ଚ୍ଚ ୨୦୨୦ରେ EPFO ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ପ୍ରୋଭିଡେଣ୍ଟ ଫଣ୍ଡ ଉପରେ ସୁଧ ହାରକୁ ୮.୫ ପ୍ରତିଶତକୁ ହ୍ରାସ କରିଥିଲା । ଗତ ସାତ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ ସୁଧ ହାର ଥିଲା । ଏହାପୂର୍ବରୁ ୨୦୧୨-୧୩ରେ ସୁଧ ହାର ୮.୫ପ୍ରତିଶତ ଥିଲା । ଆର୍ଥିକ ବର୍ଷ ୨୦୧୮-୧୯ରେ ଗ୍ରାହକମାନେ ପ୍ରୋଭିଡ଼େଣ୍ଡ ଫଣ୍ଡ ଉପରେ ୮.୬୫ ପ୍ରତିଶତ ସୁଧ ପାଇଥିଲେ । ୨୦୧୬-୧୭ ପାଇଁ ପ୍ରୋଭିଡ଼େଣ୍ଡ ଫଣ୍ଡ ଉପରେ ସୁଧ ହାର ୮.୬୫ ପ୍ରତିଶତ, ୨୦୧୭-୧୮ ପାଇଁ ୮.୫୫ ପ୍ରତିଶତ ଏବଂ ୨୦୧୫-୧୬ ପାଇଁ ୮.୮ ପ୍ରତିଶତ ସୁଧ ମିଳିଥିଲା । ଏଥିସହିତ ୨୦୧୩-୧୪ରେ ପ୍ରୋଭିଡ଼େଣ୍ଡ ଫଣ୍ଡ ଉପରେ ୮.୭୫ ପ୍ରତିଶତ ସୁଧ ପ୍ରଦାନ କରାଯାଇଥିଲା ଯାହା ଆର୍ଥିକ ବର୍ଷ ପାଇଁ ୮.୫ ପ୍ରତିଶତରୁ ଅଧିକ ଥିଲା ।

Leave a Reply

Your email address will not be published. Required fields are marked *