ଇମ୍ରାନ୍ ହାଶମୀଙ୍କ ଭଉଣୀ ଅଟନ୍ତି ବଲିଉଡର ଏହି ପ୍ରସିଦ୍ଧ ଅଭିନେତ୍ରୀ । ନାମ ଜାଣି ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ !

ଇମ୍ରାନ୍ ହାଶମୀଙ୍କ ଭଉଣୀ ଅଟନ୍ତି ବଲିଉଡର ଏହି ପ୍ରସିଦ୍ଧ ଅଭିନେତ୍ରୀ । ନାମ ଜାଣି ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ !

ବଲିଉଡରେ ଭଟ୍ଟ ପରିବାରର ନାମ ପରିଚିତ । ଭଟ୍ଟ ପରିବାରର ଅନେକ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ରହିଛନ୍ତି । ଇମ୍ରାନ୍ ହାଶମୀ ଭଟ୍ଟ ପରିବାରର ପ୍ରଯୋଜକଙ୍କ ପ୍ରଥମ ପସନ୍ଦ ଅଟନ୍ତି । ବିକ୍ରମ୍ ଭଟ୍ଟଙ୍କ ନିର୍ଦେଶନାରେ ୨୦୦୩ ନିର୍ମିତ ଚଳଚ୍ଚିତ୍ର ଫୁଟପାଥରୁ ଇମ୍ରାନ୍ ବଲିଉଡ଼ରେ ଡେବ୍ୟୁ କରିଥିଲେ । ବଲିଉଡ଼ ଇଣ୍ଡଷ୍ଟ୍ରିରେ ଇମ୍ରାନ୍ ହାଶମୀଙ୍କ ଏଣ୍ଟ୍ରି ବହୁତ ଭଲ ଭାବରେ ହୋଇଥିଲା ଏବଂ ସେ ନିଜର ଏକ ସ୍ୱତନ୍ତ୍ର ଚରିତ୍ର ନେଇ ପରିଚିତ ହେଲେ । ନିଜ ଅଭିନୟ ବଳରେ ଇମ୍ରାନ୍ ଅନେକ ହିଟ୍ ଚଳଚ୍ଚିତ୍ର ଦେଲେ ଏବଂ ଆଜି ତାଙ୍କ ଗଣନା ବଲିଉଡ଼ର ଉଚ୍ଚ ସ୍ତରୀୟ ଅଭିନେତା ମାନଙ୍କ ମଧ୍ୟରେ ସାମିଲ ହୋଇଛି । ନିର୍ଦ୍ଦେଶକ ମାନଙ୍କୁ ମଧ୍ୟ ଇମ୍ରାନ୍ ହାଶମୀଙ୍କ ସହ କାମ କରିବାକୁ ଭଲ ଲାଗେ ।

newstrend

କିନ୍ତୁ କଣ ଆପଣ ଜାଣନ୍ତି ଇମ୍ରାନ୍ ହାଶମୀଙ୍କ ଭଉଣୀ ମଧ୍ୟ ବଲିଉଡ଼ରେ କାମ କରନ୍ତି । ହଁ ବନ୍ଧୁଗଣ କଣ ଆଶ୍ଚର୍ଯ୍ୟ ହୋଇଗଲେ ନା ? କିନ୍ତୁ ଏହା ପୁରାପୁରି ସତ ଅଟେ ଯେ ଇମ୍ରାନ୍ ହାଶମୀଙ୍କ ଭଉଣୀ କିଛି ବର୍ଷରୁ ବଲିଉଡ଼ରେ ଅଭିନୟ କରି ଆସୁଛନ୍ତି ଏବଂ ସେ ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ସେ ଦେଖିବାକୁ ବହୁତ ସୁନ୍ଦରୀ ଆପଣ ମଧ୍ୟ ତାଙ୍କୁ ପସନ୍ଦ କରୁଥିବେ ଏବଂ ତାଙ୍କ ଚଳଚ୍ଚିତ୍ର ନିଶ୍ଚିତ ଭାବେ ଦେଖିଥିବେ । ତେବେ ଆସନ୍ତୁ ଜାଣିବା ସେ କିଏ ଅଟନ୍ତି । ଆଜି ଆମେ ଆପଣଙ୍କୁ ଇମ୍ରାନଙ୍କ ଭଉଣୀ ସହିତ ପରିଚିତ କରାଇବୁ, ଯିଏ ତାଙ୍କ ପରି ବୋଲ୍ଡ ଏବଂ ବିନ୍ଦାସ୍ ଅଟନ୍ତି । ବାସ୍ତବରେ, ଇମ୍ରାନ୍ ହାଶମୀଙ୍କ ଭଉଣୀଙ୍କ ନାମ ହେଉଛି ଆଲିୟା ଭଟ୍ଟ । ଆଲିୟା ସମ୍ପର୍କରେ ଇମ୍ରାନଙ୍କ ଭଉଣୀ ବା କଜନ ସିଷ୍ଟର ଅଟନ୍ତି ।

newstrend

ବାସ୍ତବରେ, ଇମ୍ରାନ୍ ହାଶମୀଙ୍କ ଆଇଙ୍କ ଭଉଣୀର ନାମ ଶିରିନ୍ ମୋହମ୍ମଦ ଅଲି ଥିଲା । ଶିରିନ୍ ମୋହମ୍ମଦ ଅଲି ମହେଶ ଭଟ୍ଟ ଓ ମୁକେଶ ଭଟ୍ଟଙ୍କ ମାଁ ଅଟନ୍ତି । ଏହି ସମ୍ପର୍କରୁ ଇମ୍ରାନ୍ ଓ ଆଲିୟା ଭାଇ ଭଉଣୀ ଅଟନ୍ତି । ଥରେ ଜଣେ ଚଳଚ୍ଚିତ୍ର ନିର୍ମାତା ଇମ୍ରାନଙ୍କ ନିକଟକୁ ଆଲିୟାଙ୍କ ସହିତ କାମ କରିବା ସୁଯୋଗ ନେଇ ଯାଇଥିଲେ । ଇମ୍ରାନ୍ ସେହି ଚଳଚ୍ଚିତ୍ର ନିର୍ମାତାଙ୍କୁ ମନା କରିଦେଲେ । ଆପଣଙ୍କୁ ସୁଚାଇଦେଉଛୁ ଯେ ଇମ୍ରାନ୍ ହାଶମୀ ଓ ଆଲିୟା ଭଟ୍ଟ ସମ୍ପର୍କରେ ଭାଇ ଭଉଣୀ ଅଟନ୍ତି । ଆଲିୟା ଭଟ୍ଟ ପ୍ରସିଦ୍ଧ ବଲିଉଡ଼ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ଝିଅ ଅଟନ୍ତି ।

newstrend

ଆଲିୟା ଭଟ୍ଟ ଓ ଇମ୍ରାନ୍ ହାଶମୀ ଏକାଠି ଏକ ଚଳଚ୍ଚିତ୍ରରେ ନଜର ଆସିବେ ? ଏହା ଏପରି ଏକ ପ୍ରଶ୍ନ ଅଟେ ଯାହାର ଉତ୍ତର ନା ହିଁ ରହିବ । ଏକ ଇଣ୍ଟରଭ୍ୟୁ ସମୟରେ ଇମ୍ରାନ୍ ହାଶମୀ ନିଜେ କହି ସାରିଛନ୍ତି ଯେ ସେ ଆଉ ଆଲିୟା ଏକାଠି କୌଣସି ଚଳଚ୍ଚିତ୍ରରେ ଅଭିନୟ କରିବେ ଏହା ସମ୍ଭବ ନୁହେଁ । କାରଣ ଭାଇ ଭଉଣୀଙ୍କ ମଧ୍ୟରେ ରୋମାଣ୍ଟିକ୍ ସିନ୍ସ ଦେଖିବାକୁ ସମସ୍ତଙ୍କୁ ଖରାପ ଲାଗିବ ।

newstrend

ନିଜ ସମ୍ପର୍କକୁ ନେଇ ଇମ୍ରାନ୍ କହିଛନ୍ତି ଯେ ଆଲିୟା ତାଙ୍କ ଚଳଚ୍ଚିତ୍ର ‘ସ୍ତୁଡେଣ୍ଟ ଅଫ ଦ ଇୟର’ ନଦେଖିବା ପାଇଁ ମୋ ଉପରେ ରାଗିଥିଲେ । ଆଲିୟା ମୋ ସହିତ ସେତେବେଳେ ଯାଏ କଥା ହେଲେ ନାହିଁ ଯେତେବେଳେ ଯାଏ ମୁଁ ତାଙ୍କ ଚଳଚ୍ଚିତ୍ର ଦେଖିଲି ନାହିଁ । ଅର୍ଥାତ ଏହା ସ୍ପଷ୍ଟ ଯେ ଦୁହେଁ କେବେମଧ୍ୟ ଏକାଠି ଅଭିନେତା ଅଭିନେତ୍ରୀ ଭାବେ ଗୋଟିଏ ଚଳଚ୍ଚିତ୍ର ଅଭିନୟ କରୁଥିବାର ନଜର ଆସିବେ ନାହିଁ ।

Leave a Reply

Your email address will not be published. Required fields are marked *