ପିତା ଜିତେନ୍ଦ୍ରଙ୍କ କାରଣରୁ Ekta Kapoor କରି ପାରିନାହାଁନ୍ତି ବିବାହ ! ୩୬ ବର୍ଷ ବୟସରେ ଡିମ୍ବାଣୁ ଫ୍ରିଜ୍ କରି ହୋଇଥିଲେ ସନ୍ତାନର ଜନନୀ…

ପିତା ଜିତେନ୍ଦ୍ରଙ୍କ କାରଣରୁ Ekta Kapoor କରି ପାରିନାହାଁନ୍ତି ବିବାହ ! ୩୬ ବର୍ଷ ବୟସରେ ଡିମ୍ବାଣୁ ଫ୍ରିଜ୍ କରି ହୋଇଥିଲେ ସନ୍ତାନର ଜନନୀ…

ଏକତା କପୁର୍ ଟିଭି ଜଗତ ଉପରେ ରାଜ କରିଥାନ୍ତି ଏବଂ ତାଙ୍କ ଦ୍ୱାରା ଅନେକ ନାଟକ ନିର୍ମାଣ କରାଯାଇଛି । ୪୫ ବର୍ଷୀୟା ଆଜି ଯେଉଁ ସଫଳତାର ଶିଖରରେ ପହଞ୍ଚିଛନ୍ତି, ସେଥିପାଇଁ ସେ ଦିନରାତି ପରିଶ୍ରମ କରିଛନ୍ତି । ତାଙ୍କ ପରିଶ୍ରମ କାରଣରୁ ସେ ଫ୍ରଚ୍ୟୁନ୍ ଇଣ୍ଡିଆ ୨୦୧୯ର ୫୦ ଜଣ ଅତ୍ୟନ୍ତ ଶକ୍ତିଶାଳୀ ମହିଳା ମାନଙ୍କ ତାଲିକାରେ ନିଜ ସ୍ଥାନ ସୃଷ୍ଟି କରିପାରିଥିଲେ । ଏହାସହ ଯଦି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରିବା ତେବେ ତାଙ୍କ ପରିବାରରେ ତାଙ୍କ ପିତାମାତାଙ୍କ ବ୍ୟତୀତ ତାଙ୍କର ଗୋଟିଏ ପୁଅଟିଏ ଅଛି । ଯାହାର ନାମ ସେ ରବି ରଖିଛନ୍ତି ।

ବିନା ବିବାହରେ ହୋଇଛନ୍ତି ମା’:-

ପ୍ରାୟତଃ ଏକତା କପୁରଙ୍କୁ ତାଙ୍କ ବିବାହ ବିଷୟରେ ପ୍ରଶ୍ନ କରାଯାଉଥିଲା । ଯାହା ଉପରେ ଏକତା ସର୍ବଦା କହୁଥିଲେ କି ସେ ସଲମାନ୍ ଖାନଙ୍କ ବିବାହର ୨-୩ ବର୍ଷ ପରେ ବିବାହ କରିବେ । କିନ୍ତୁ ପରେ ଏକତା ବିବାହ ନ କରିବାର ରହସ୍ୟ ବିଷୟରେ ଖୋଲାସା କରିଥିଲେ ଏବଂ କହିଥିଲେ ଯେ, ସେ ତାଙ୍କ ପିତାଙ୍କ କାରଣରୁ ବିବାହ କରି ପାରିନାହାଁନ୍ତି । ଏକତା କହିଥିଲେ ଯେ ତାଙ୍କ ପିତା ତଥା ପ୍ରସିଦ୍ଧ ଅଭିନେତା ଜିତେନ୍ଦ୍ର ତାଙ୍କ ସମ୍ମୁଖରେ ଗୋଟିଏ ସର୍ତ୍ତ ରଖିଥିଲେ, ଯେଉଁଥିପାଇଁ ସେ ବିବାହ କରି ପାରିନାହାଁନ୍ତି ।

ଏକତାଙ୍କ କହିବା ଅନୁଯାୟୀ, ତାଙ୍କ ପିତା ଜିତେନ୍ଦ୍ର ତାଙ୍କୁ କହିଥିଲେ କି ତାଙ୍କୁ କାମ ଏବଂ ବୈବାହିକ ଜୀବନ ମଧ୍ୟରୁ କୌଣସି ଗୋଟିଏକୁ ଚୟନ କରିବାକୁ ପଡିବ । ଏହାପରେ ଏକତା କାମକୁ ଚୟନ କରିଥିଲେ କାରଣ ସେ ବିବାହ କରିବାକୁ ଚାହୁଁନଥିଲେ ।

ତେବେ ଏକତା ମାତା ହେବାକୁ ଚାହୁଁଥିଲେ । ଏଥିପାଇଁ ଏକତା ୩୬ ବର୍ଷ ବୟସରେ ନିଜ ଡିମ୍ବାଣୁ ଫ୍ରିଜ୍ କରିଥିଲେ । ଏକ ସାକ୍ଷାତକାର ସମୟରେ ଏକତା କହିଥିଲେ ଯେ ୩୬ ବର୍ଷ ଥିବା ସମୟରେ ସେ ତାଙ୍କ ଡିମ୍ବାଣୁ ସଂଗୃହିତ କରିଥିଲେ । ସେ ଜାଣନ୍ତି ନାହିଁ କିନ୍ତୁ ସେ ଭାବିଥିଲେ କି ସେ ବିବାହ କରି ମଧ୍ୟ ପାରିବେ ଏବଂ କରି ମଧ୍ୟ ପାରିବେ ନାହିଁ । ହୋଇପାରେ ତାଙ୍କ ବିବାହ ବିଳମ୍ବରେ ହେବ କିମ୍ବା ହୋଇପାରେ କି ଏଭଳି କେବେ ମଧ୍ୟ ହେବ ନାହିଁ କାରଣ ଗୋଟିଏ ପିଲା ପାଇଁ ସେ ବିବାହ କରିବେ ନାହିଁ ।

୨୦୧୯ ମସିହାରେ ମା’ ହୋଇଥିଲେ:-

୨୭ ଜାନୁଆରୀ ୨୦୧୯ ମସିହାରେ ଏକତା ମା’ ହୋଇଥିଲେ । ସରୋଗେସୀ ମାଧ୍ୟମରେ ଏକତା ମା’ ହୋଇଥିଲେ । ଏଥିସହ ନିଜ ପୁଅ ସହିତ ଅଧିକ ସମୟ ବିତାଇବା ପାଇଁ ଏକତା ଅଫିସରେ “କ୍ରେଚ୍”ର ଆରମ୍ଭ ମଧ୍ୟ କରିଥିଲେ ।

ସୂଚନାଯୋଗ୍ୟ ଯେ, ଏକତା କପୁର ‘କହାନୀ ଘର ଘର କି’, ‘ଘର ଏକ ମନ୍ଦିର’, ‘କ୍ୟୁକି ଶାଶ୍ ଭି କଭୀ ବୋହୂ ଥି’, ‘କଶୋଟି ଜିନ୍ଦଗୀ କି’, ‘କୁଟୁମ୍ବ’, ‘ହମ୍ ପାଞ୍ଚ’ ଏବଂ “ନାଗିନ” ଭଳି ପ୍ରସିଦ୍ଧ ସିରିଏଲ୍ ନିର୍ମାଣ କରିଛନ୍ତି । ଏହାବ୍ୟତୀତ ସେ ଅନେକ ହିଟ୍ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଛନ୍ତି । ତାଙ୍କୁ ଟିଭି ଜଗତର ରାଣୀ ମଧ୍ୟ କୁହାଯାଏ ।

Leave a Reply

Your email address will not be published. Required fields are marked *