ଏକତା କପୂର ଓ କରଣ ଜୋହରଙ୍କ ବିବାହ ହେବାକୁ ଥିଲା ! କିନ୍ତୁ ଏହି ସର୍ତ୍ତ ଯୋଗୁଁ ଭାଙ୍ଗି ଯାଇଥିଲା…

କରଣ ଜୋହର ଓ ଏକତା କପୁର ନିଜ ପ୍ରତିଭା ବଳରେ ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି । ଦୁହେଁ ମଧ୍ୟ ବହୁତ ଭଲ ବନ୍ଧୁ ସମ୍ପର୍କ ରହିଛି ।

ଟେଲିଭିଜନ ରାଣୀ ଏକତା କପୂର ଓ କରଣ ଜୋହରଙ୍କ ବନ୍ଧୁତା ବିଷୟରେ ସମସ୍ତେ ଜାଣିଛନ୍ତି । ଏ ଦୁହିଁଙ୍କ ଯୋଡି ବଲିଉଡର ସବୁଠାରୁ ଟପ୍ ଯୋଡି କହିଲେ ଅତ୍ୟୁକ୍ତି ହେବ ନାହିଁ । ସବୁଠାରୁ ବିଶେଷ କଥା ଏହା ଯେ, ଦୁହେଁ ଦୁହିଁଙ୍କ କ୍ଷେତ୍ରରେ ପ୍ରସିଦ୍ଧ କଳାକାର ଅଟନ୍ତି । ଏହା ସହ ଦୁହେଁଙ୍କ ମଧ୍ୟରେ କିଛି ଏମିତି ସଦୃଶତା ରହିଛି ଯାହା ଦୁହିଁଙ୍କ ଠାରେ ସମାନ ରହିଛି । ଯେଉଁ କାରଣରୁ ଏକତା କପୂର ଓ କରଣ ଜୋହରଙ୍କ ସଂଯୋଗ ମଧ୍ୟ ବହୁତ ଭଲ ଅଛି କିନ୍ତୁ ବହୁତ କମ୍ ଲୋକ ହିଁ ଜାଣିଥିବେ କି, କରଣ ଜୋହର ଓ ଏକତା କପୂର ପରସ୍ପର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିଲେ । ଆଜ୍ଞା ହଁ… ଏକତା କପୂର ଓ କରଣ ଜୋହର ନିଜ ବନ୍ଧୁତ୍ୱକୁ ଜୀବନସାଥୀରେ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ମଧ୍ୟ ନେଇଥିଲେ । ଏହି ବିଷୟରେ କରଣ ଜୋହର ନିଜେ ଏକ ସକ୍ଷାତକାର ମାଧ୍ୟମରେ କହିଥିଲେ ।

ବାସ୍ତବରେ କରଣ ଜୋହର ଏକ ସକ୍ଷାତକାର ମାଧ୍ୟମରେ କହିଥିଲେ, “ଯଦି ମୋତେ ଓ ଏକତାଙ୍କୁ କେବେ ମଧ୍ୟ ଗୋଟିଏ ଭଲ ଜୀବନସାଥୀ ନ ମିଳେ ତେବେ ଆମେ ଦୁହେଁ ବିବାହ କରିପାରିବୁ । ତେଣୁ ଆମେ ଦୁହେଁ ଦୁହିଁଙ୍କୁ ବିବାହ କରିଦେବୁ । ମୋର ଓ ଏକତାଙ୍କ ବିବାହକୁ ନେଇ ଅନ୍ୟମାନେ ଖୁସି ହୁଅନ୍ତୁ କି ନାହିଁ, ତାହା ମୁଁ ଜାଣିବାକୁ ଚାହେଁ ନାହିଁ କିନ୍ତୁ ମୋ ମାଁ ଏହି ନିଷ୍ପତ୍ତିରେ ବହୁତ ଖୁସି ହେହେ । କାରଣ, ଯଦି ମୋର ଓ ଏକତାଙ୍କୁ ବିବାହ କରିବି, ତା’ହେଲେ ସେ ଏକତାଙ୍କ ଧାରାବାହିକରେ ଆଗକୁ କଣ ହେବ ପୂର୍ବରୁ ହିଁ ଜାଣିପାରିବେ ।”

Google

କରଣ ଜୋହରଙ୍କ ଏହି ବିବୃତ୍ତି ସୋସିଆଲ ମିଡିଆରେ ବହୁତ ଭାଇରାଲ ମଧ୍ୟ ହୋଇଥିଲା । ଯାହାକୁ ଶୁଣି ଫ୍ୟାନମାନେ ମଧ୍ୟ ବିସ୍ମିତ ରହିଗଲେ । ଆପଣଙ୍କୁ ଜଣାଇ ରଖୁଛୁ ଯେ, ଏକତା କପୂର ଏବଂ କରଣ ଜୋହର ଦୁହେଁ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି ଏବଂ ଦୁହେଁ ଦୁହିଁଙ୍କୁ ବହୁତ ଥଟ୍ଟା ମଧ୍ୟ କରୁଥିଲେ ।

କରଣ ଜୋହର ସୋସିଆଲ ମିଡିଆରେ ଏକ ଫୋଟୋ ସେୟାର କରିଥିଲେ, ଯେଉଁଥିରେ କରଣ ଜୋହରଙ୍କ କେଶ ଧଳା ଥିଲା । ଏହି ଫୋଟୋରେ ଏକତା କପୂର କମେଣ୍ଟରେ କରଣ ଜୋହରଙ୍କୁ “ମିଷ୍ଟର୍ ବଜାଜ”ର ଅଭିନୟ କରିବା ପାଇଁ ଅଫର୍ କରିଥିଲେ । ଏକତା କମେଣ୍ଟରେ ଲେଖିଥିଲେ କି, “ମୋର ଏକ ଟିଭି ଧାରାବାହିକ ପୂର୍ବରୁ ହିଁ ଚାଲୁଛି, ଏହି ଧାରାବାହିକରେ “ମିଷ୍ଟର୍ ରିସଭ ବଜାଜ”ଙ୍କ କେଶ ଧଳା ଅଟେ ଏବଂ ସେ ବହୁତ ହଟ୍ ଅଟନ୍ତି । ଆମେ ଧାରାବାହିକରେ ଚେହେରା ବଦଳାଇ ଥାଉ ଯଦି ଆପଣ ଚାହିଁବେ ତା’ହେଲେ ଦୟାକରି ଟିଭିକୁ ଆସିଯାଅ, ଏଠାରେ ଦର୍ଶକଙ୍କୁ ଖୁସି କରାଇବା ବହୁତ ସହଜ ଅଟେ ।”

Be the first to comment

Leave a Reply

Your email address will not be published.


*