ଚୀନ ବିରୋଧି ଯୁଦ୍ଧରେ ଏହି ୪ ଟି ଦେଶ ଭାରତ ସପକ୍ଷରେ, ଖୁବଶୀଘ୍ର ପହଞ୍ଚାଇବେ ବିପୁଳ ମାତ୍ରାରେ ଅସ୍ତ୍ର ଶସ୍ତ୍ର :-

ଚୀନ ବିରୋଧି ଯୁଦ୍ଧରେ ଏହି ୪ ଟି ଦେଶ ଭାରତ ସପକ୍ଷରେ, ଖୁବଶୀଘ୍ର ପହଞ୍ଚାଇବେ ବିପୁଳ ମାତ୍ରାରେ ଅସ୍ତ୍ର ଶସ୍ତ୍ର :-

ଭାରତ ଏବଂ ଚୀନର ସୈନିକ ମାନଙ୍କ ମଧ୍ୟରେ ଜୁନ ୧୫ରେ ରାତି ସମୟରେ ହିଂସକ ସଂଘର୍ଷ ହୋଇଥିଲା । ଏସବୁ ପରଠାରୁ ହିଁ ଉଭୟ ଦେଶ ମଧ୍ୟରେ ବିବାଦ ଖୁବ ବଢ଼ି ଯାଇଛି । ଦୁଇ ଦେଶର ସେନା ମାନେ ପୂର୍ବୀ ଲଦାଖର ଗଲବାନ ଘାଟୀରେ ନିଯୁକ୍ତ ଅଛନ୍ତି । ଉପସ୍ଥିତିକୁ ନଜରରେ ଦେଖି ଏପରି ଲାଗୁଛି ଯେ କେତେବେଳେ ବି ଯୁଦ୍ଧ ହୋଇପାରେ । ମାତ୍ର ଭାରତ ଏବଂ ଚୀନର ବଡ଼ ଅଧିକାରୀ ନିଜ ନିଜ ମଧ୍ୟରେ ବୁଝାମଣା ଜରିଆରେ ଏହି ମାମଲାର ସମାଧାନ କରିବାକୁ ଚେଷ୍ଟା ଚଳାଇଛନ୍ତି । କିନ୍ତୁ ଚୀନ ତଥାପି ସୀମାରେ ନିଜର ସୈନିକଙ୍କ ସହିତ ଅସ୍ତ୍ର ଶସ୍ତ୍ରର ସଂଖ୍ୟା ମଧ୍ୟ ବଢ଼ାଉଛି । ଏମିତିରେ ଭାରତକୁ ମଧ୍ୟ ଭାରୀ ସୈନ୍ୟ ବଳ ନିଯୁକ୍ତି କରିବାକୁ ପଡ଼ିବ ।

google

କୋରୋନା ମହାମାରୀ ସମୟରୁ ହିଁ ଚୀନ ଚାରି ପାଖରୁ ଘେରି ହୋଇ ରହିଛି । ଅନେକ ଦେଶ ଏବେ ଚୀନର କଡ଼ା ବିରୋଧ କରୁଛନ୍ତି ଏବଂ ଭାରତରେ ଚୀନ ଜିନିଷକୁ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଉଛି । ଲୋକମାନେ ନିଜେ ହିଁ ଆଗକୁ ଆସି ଚୀନ ଜିନିଷର ବହିଷ୍କାର କରୁଛନ୍ତି । ଭାରତ ଏବଂ ଚୀନର ବିବାଦକୁ ନଜରରେ ରଖି ଏବେ ଅନ୍ୟ ଶକ୍ତିଶାଳୀ ଦେଶ ଗୁଡ଼ିକ ଆଗକୁ ଆସିଛନ୍ତି ଏବଂ ଭାରତର ସୈନ୍ୟ ଶକ୍ତିକୁ ଦୃଢ଼ କରିବାକୁ ପ୍ରଚେଷ୍ଟା କରିଛନ୍ତି ଏବଂ ଖୁବଶୀଘ୍ର ଅସ୍ତ୍ର ଶସ୍ତ୍ର ନିଯୁକ୍ତି କରିବା କଥା କହିଛନ୍ତି ।

୭,୫୬୦ କୋଟି ନୂଆ ଡିଲ୍ |

google

ଆସନ୍ତା ମାସରେ ଅର୍ଥାତ ଜୁଲାଇରେ ରାଫେଲ ଯୁଦ୍ଧ ବିମାନକୁ ଭାରତ ଦେବାକୁ ଫ୍ରାନ୍ସ ପ୍ରତିଶୃତି ଦେଇଛି ଏବଂ ଇସ୍ରାଏଲ ଭାରତକୁ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଦେବାକୁ ନିଷ୍ପତ୍ତି ନେଇଛି । ଶକ୍ତିଶାଳୀ ଦେଶ ଆମେରିକା ଭାରତରେ ତୋପରେ ବ୍ୟବହୃତ ଗୁଳିଗୋଳା ଦେବାକୁ ନିଷ୍ପତ୍ତି ନେଇଛି । ଭାରତକୁ ମଜବୁତ କରିବା ପାଇଁ ରୁଷିଆ ମଧ୍ୟ ଆଗକୁ ଆସି ଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ବର୍ଷଣ କରିବାକୁ ପ୍ରତିଶୃତି ଦେଇଛି । କୁହାଯାଉଛି ଯେ ଋଷିଆରୁ ଭାରତ ପ୍ରାୟ ୭,୫୬୦ କୋଟି ଟଙ୍କାର ନୂଆ ଚୁକ୍ତି କରିବାକୁ ଯାଉଛି ।

ଚୀନ ନିଯୁକ୍ତି ଦେଲା ଏୟର ଡିଫେନ୍ସ ସିଷ୍ଟମ :-

google

ବଢ଼ୁଥିବା ବିବାଦ ମଧ୍ୟରେ ସୀମାରେ ଚୀନ S – 400 ଏୟର ଡିଫେନ୍ସ ସିଷ୍ଟମକୁ ନିଯୁକ୍ତ କରିଛି ଏବଂ ସୈନିକଙ୍କ ସଂଖ୍ୟା ବଢ଼ାଇ ଦେଇଛି । ଏହି କାରଣରୁ ଏବେ ଶକ୍ତିଶାଳୀ ଭାରତ ପାଖକୁ ବିପୁଳ ମାତ୍ରାରେ ଅସ୍ତ୍ର ଶସ୍ତ୍ର ପହଞ୍ଚାଇବାକୁ ସଂକଳ୍ପ ନେଇଛି । ପୁଣି ଆମେରିକା ଅନେକ ପୂର୍ବରୁ ଭାରତକୁ ସାହାଯ୍ୟ କରୁଅଛି । ଦୁଇ ଦେଶର ବିବାଦକୁ ନଜରରେ ରଖି ଏବଂ ଚୀନର ମିଛ କଥାକୁ ପର୍ଦାଫାସ କରିବା ପାଇଁ ଆମେରିକା ତରଫରୁ ଲଗାତାର ମୂଲ୍ୟବାନ ସୂଚନା ଏବଂ ସେଟେଲାଇଟ ଫୋଟ ଭାରତକୁ ପଠାଯାଉଛି ଏବଂ ଏହି ଫୋଟରୁ ସବୁ ରହସ୍ୟର ପର୍ଦାଫାସ ହୋଇଛି । ଚୀନ ସୀମାରେ ସୈନ୍ୟ ବଳ ସହିତ ଅସ୍ତ୍ର ଶସ୍ତ୍ର ନିଯୁକ୍ତିକୁ ମଧ୍ୟ ବଢ଼ାଇ ଦେଇଛି ।

Leave a Reply

Your email address will not be published. Required fields are marked *