ଏହି ମହିଳା ବୈଜ୍ଞାନିକଙ୍କ ପ୍ରଥମ ପ୍ରସ୍ତୁତି କରୋନା କିଟ୍ ମୂଲ୍ୟ ବହୁତ କମ୍ ଅଟେ ।

ଏହି ମହିଳା ବୈଜ୍ଞାନିକଙ୍କ ପ୍ରଥମ ପ୍ରସ୍ତୁତି କରୋନା କିଟ୍ ମୂଲ୍ୟ ବହୁତ କମ୍ ଅଟେ ।

ବିଶ୍ଵର ପ୍ରତ୍ୟେକ ବୈଜ୍ଞାନକ କରୋନା ଜୀବାଣୁକୁ କିପରି ଦୂର କରାଯାଇପାରିବ, ସେହିପାଇଁ ଦିନରାତି କଠିନ ପରିଶ୍ରମ କରୁଛନ୍ତି ଓ ଏହି ଜୀବାଣୁ ପାଇଁ ଔଷଧ ଖୋଜିବାରେ ବ୍ୟସ୍ତ ଅଛନ୍ତି । ଏଥି ସହିତ ବୈଜ୍ଞାନକମାନେ ମଧ୍ୟ ଏହି ଜୀବାଣୁକୁ ଯଥାଶୀଘ୍ର ପରୀକ୍ଷା କରିବା ପାଇଁ ଏକ ପରୀକ୍ଷା କିଟ୍ ପ୍ରସ୍ତୁତ କରିବାକୁ କାର୍ଯ୍ୟ କରୁଛନ୍ତି । ଏହା ବହୁତ ସମୟ ନିଏ ଏବଂ ଏହି ପରୀକ୍ଷା ରିପୋର୍ଟ ଆସିବାକୁ ଅଧିକ ସମୟ ଲାଗିଥାଏ । ସେଥିପାଇଁ ବୈଜ୍ଞାନିକମାନେ ଏକ ପରୀକ୍ଷଣ କିଟ୍ ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି; ଯାହାଦ୍ଵାରା କରୋନା ଜୀବାଣୁ ସହ ଲଢେଇ କରିବାରେ ସମର୍ଥ ହୋଇପାରିବେ ଓ ରୋଗୀକୁ ଯଥାଶୀଘ୍ର ଚିକିତ୍ସା କରାଯାଇପାରିବ ଏବଂ ଅଧିକରୁ ଅଧିକ କରୋନା ପୀଡିତଙ୍କୁ ପରୀକ୍ଷା କରାଯାଇପାରିବ ।

Google

କରୋନା ଭାରତରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ବିପଦଶଙ୍କୁଳ ପରିସ୍ଥିତି ମଧ୍ୟରେ ଜଣେ ଭାରତୀୟ ମହିଳା ବୈଜ୍ଞାନିକ ଏକ ପରୀକ୍ଷଣ କିଟ୍ ବାହାର କରିଛନ୍ତି, ଯାହାକି ବିଦେଶୀ କିଟ୍ ଅପେକ୍ଷା ବହୁତ ଶସ୍ତା ଏବଂ କମ୍ ସମୟ ମଧ୍ୟରେ କରୋନାକୁ ଚିହ୍ନଟ କରିପାରିବ । ଏହି ପରୀକ୍ଷଣ କିଟ୍ ମୀନାଲ୍ ଦଖାବେ ଭୋସଲେଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଯାହାର ମୂଲ୍ୟ ମାତ୍ର ୧୨୦୦ ଟଙ୍କା । ଆମେ ଆପଣଙ୍କୁ କହିବାକୁ ଚାହୁଞ୍ଚୁ ଯେ, ଏହି ସମୟରେ ବଜାରରେ ଉପଲବ୍ଧ ବିଦେଶୀ କିଟ୍ ଗୁଡିକ ମହଙ୍ଗା ଏବଂ ଏହି କିଟ୍ ଗୁଡିକର ମୂଲ୍ୟ ୪,୫୦୦ ଟଙ୍କା । କିନ୍ତୁ ମୀନାଲ୍ ଦଖାବେ ଭୋସଲେ ପ୍ରସ୍ତୁତ କରିଥିବା କିଟର ମୂଲ୍ୟ ମାତ୍ର ୧୨୦୦ ଟଙ୍କା, ଯାହା ସର୍ବସାଧାରଣଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହୋଇପାରିବ ।

ଅଢେଇ ଘଣ୍ଟା ମଧ୍ୟରେ ଆସିବା ଫଳାଫଳ :

Google

ମୀନାଲ୍ ଦଖାବେ ଭୋସଲେ, “ପୁନେର ମାୟଳୈବ ଡିସ୍କଭରି” କମ୍ପାନୀରେ କାର୍ଯ୍ୟ କରନ୍ତି ଓ ଏହି ଲ୍ୟାବରେ ଅନୁସନ୍ଧାନ ଏବଂ ବିକାଶର ପ୍ରମୁଖ ଭାଇରୋଲୋଜିଷ୍ଟ୍ ଅଟନ୍ତି । କାରୋନା କିଟ୍ ପ୍ରସ୍ତୁତ କରିବାରେ ଏହି କମ୍ପାନୀ ହେଉଛି ଭାରତର ଭାରତ ପ୍ରଥମ କମ୍ପାନୀ । ମୀନାଲଙ୍କ ଅନୁଯାୟୀ, ତାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା କିଟ୍ ଅଢେଇ ଘଣ୍ଟା ମଧ୍ୟରେ କରୋନା ଜୀବାଣୁ ସଂକ୍ରମଣର ଯାଞ୍ଚ କରିପାରିବ । ଯେତେବେଳେ ବିଦେଶୀ କିଟ୍ ପରୀକ୍ଷା କରିବାକୁ ଛଅରୁ ସାତ ଘଣ୍ଟା ସମୟ ନେଇଥାଏ । ମୀନାଲ୍ ପ୍ରସ୍ତୁତ କରିଥିବା କିଟ୍ ରୁ ୧୦୦ ପରୀକ୍ଷା କରାଯାଇପାରିବ ।

୧୦ ଜଣ ବୈଜ୍ଞାନିକଙ୍କ ଏକ ଟିମ୍ ସହିତ ମୀନାଲ ଏହି କିଟ୍ ପ୍ରସ୍ତୁତ କରିଛନ୍ତି । ମୀନାଲଙ୍କ ଅନୁଯାୟୀ, ମାର୍ଚ୍ଚ ୧୮ରେ ସେ କିଟ୍ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାୟରୋଲୋଜି (NIV)ରେ ପରୀକ୍ଷା କିଟ୍ ପରୀକ୍ଷା କରିବା ପାଇଁ ଦାଖଲ କରିଥିଲେ ଏବଂ କିଟ୍ ବିଭିନ୍ନ ପାରାମିଟରରେ ପରୀକ୍ଷା କରାଯାଇଥିଲା । ମୀନାଲ ଭୋସଲେଙ୍କ ଅନୁଯାୟୀ ତାଙ୍କ ଦ୍ଵାରା ପ୍ରସ୍ତୁତ କିଟ୍ ସମ୍ପୂର୍ଣ୍ଣ ରୂପେ ନିଖୁଣ ଅଟେ ଏବଂ ଇଣ୍ଡିଆନ୍ କାଉନସିଲ୍ ଫର୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଅନୁଯାୟୀ ଭାରତ ସରକାର “ମାୟଳୈବ ଡିସ୍କଭରି” କିଟ୍ କୁ ସମର୍ଥନ କରିଛନ୍ତି । ଏହି କିଟ୍ ଡାକ୍ତରଖାନାକୁ ପଠାଯିବା ଆରମ୍ଭ ହୋଇଛି ଏବଂ ଏକ ସପ୍ତାହ ମଧ୍ୟରେ ଏକ ଲକ୍ଷ କୋଭିଡ୍-୧୯ ପରୀକ୍ଷା ନିମନ୍ତେ କିଟ୍ ଯୋଗାଇ ଦିଆଯିବ ।

ଆମେରିକା ମଧ୍ୟ ପ୍ରସ୍ତୁତ କରିଛି କିଟ୍ :

ଆମେରିକାରେ ଏକ ଲକ୍ଷରୁ ଅଧିକ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ଏହିଭଳି ବିପଦଶଙ୍କୁଳ ସ୍ଥିତିରେ ଆମେରିକୀୟ ବୈଜ୍ଞାନିକମାନେ ଏକ ବଡ଼ ସଫଳତା ପାଇଛନ୍ତି । ଏହି ଦେଶର ଜଣେ ବୈଜ୍ଞାନିକ କରୋନା ଟେଷ୍ଟ କିଟ୍ ପ୍ରସ୍ତୁତ କରିଛନ୍ତି, ଯାହା ୫ ମିନିଟରେ ଜଣେ ବ୍ୟକ୍ତିର କରୋନା ଜୀବାଣୁ ଅଛି କି ନାହିଁ ତାହା ଜାଣିପାରିବ । ଆମେରିକାରୁ ପ୍ରସ୍ତୁତ ଏହି କିଟ୍ ବହୁତ ଗୁରୁତ୍ୱପୂର୍ଣ୍ଣ ହେବାକୁ ହୋଇପାରିବ କିନ୍ତୁ ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ଫ ପୂର୍ବରୁ ହିଁ କହିଲେ ଯେ, କରୋନା ଜନିତ ଟୀକା ପ୍ରସ୍ତୁତ ପାଇଁ ଅତିକମରେ ୧ ବର୍ଷରୁ ଉର୍ଦ୍ଧ୍ଵ ସମୟ ଲାଗିପାରେ । ଯେତେବେଳେ ପ୍ରସ୍ତୁତ ହେବେ ସେହି ସମୟରେ, ଏହି କିଟ୍ ଯୋଗୁଁ କରୋନା ପରୀକ୍ଷା ମାତ୍ର ୫ ମିନିଟରେ କରାଯାଇପାରିବ ।

Leave a Reply

Your email address will not be published. Required fields are marked *