ବାହୁବଳୀର ଅଭିନେତ୍ରୀ ଭାରତୀୟ ଦଳର କ୍ରିକେଟରଙ୍କ ସହିତ କରିବେ ବିବାହ, ସମ୍ମୁଖକୁ ଆସିଲା ଡେଟିଙ୍ଗର ଖବର !

ବଲିଉଡ଼ ଅଭିନେତ୍ରୀ ମାନଙ୍କ ନାମ ଅଧିକାଂଶ ସମୟରେ ଭାରତୀୟ କ୍ରିକେଟ ଦଳର ଖେଳାଳୀ ମାନଙ୍କ ସହିତ ଯୋଡ଼ା ଯାଇଥାଏ । ଯେଉଁ କାରଣରୁ ଅଭିନେତ୍ରୀ ଓ ଖିଲାଡ଼ି ଉଭୟ ବହୁତ ଚର୍ଚ୍ଚାରେ ରୁହନ୍ତି ଏବଂ ବର୍ତ୍ତମାନ ଏହି ଅଭିନେତ୍ରୀ ମାନଙ୍କ ସୂଚୀରେ ଅନୁଷ୍କା ସେଟ୍ଟୀଙ୍କ ନାମ ମଧ୍ୟ ସାମିଲ୍ ହୋଇଛି । ଯିଏ ବାହୁବଳୀ ଚଳଚ୍ଚିତ୍ରରେ ଦେବସେନା ଭୂମିକାରେ ଅଭିନୟ କରି ବହୁତ ଚର୍ଚ୍ଚା ଓ ପ୍ରଶଂସାର ପାତ୍ର ହୋଇଥିଲେ । ବର୍ତ୍ତମାନ ତାଙ୍କୁ ନେଇ ଏପରି ଖବର ସାମନାକୁ ଆସୁଅଛି ଯେଉଁଥିରେ କୁହାଯାଉଛି ଯେ, ଅନୁଷ୍କା ସେଟ୍ଟୀ ବହୁତ ଶୀଘ୍ର ଜଣେ ଇଣ୍ଡିଆନ କ୍ରିକେଟରଙ୍କ ସହିତ ବିବାହ କରିବାକୁ ଯାଉଛନ୍ତି ।

ଯଦିଓ, ଏହା ପୂର୍ବରୁ ଅନୁଷ୍କା ସେଟ୍ଟୀଙ୍କ ନାମ ବାହୁବଳୀରେ ଥିବା ତାଙ୍କ ସହ କଳାକାର ପ୍ରଭାସଙ୍କ ସହ ଜଡ଼ିତ ଥିଲା । କିନ୍ତୁ ୨୦୧୯ରେ ଏହି ସମସ୍ତ କଥା ଗୁଡ଼ିକ ମିଥ୍ୟା ବୋଲି ପ୍ରମାଣିତ ହେଲା ଯେତେବେଳେ ପ୍ରଭାସ କଫି ବିଦ୍ କରନରେ କରନ ଜୋହାରଙ୍କ ସହିତ କଥାବାର୍ତ୍ତା କରୁଥିବା ସମୟରେ ଅଫେୟରର ଖବର ଗୁଡ଼ିକ ଉପରେ ବିରାମ ଲଗାଇ ଦେଲେ ।

କିନ୍ତୁ, ବର୍ତ୍ତମାନର ସୂଚନା ଅନୁଯାୟୀ, ଅନୁଷ୍କା ସେଟ୍ଟୀଙ୍କ ନାମ ବର୍ତ୍ତମାନ ଗୋଟିଏ କ୍ରିକେଟରଙ୍କ ସହିତ ଯୋଡ଼ାଯାଉଛି । କିନ୍ତୁ ଖିଲାଡ଼ିଙ୍କ ନାମ ବର୍ତ୍ତମାନ ପର୍ଯ୍ୟନ୍ତ ସାମନାକୁ ଆସିନାହିଁ । କିନ୍ତୁ, ରିପୋର୍ଟ ଅନୁଯାୟୀ ଏହା ଦାବି କରାଯାଉଛି ଯେ ଯେଉଁ କ୍ରିକେଟରଙ୍କୁ ଅନୁଷ୍କା ଡେଟ୍ କରୁଛନ୍ତି ସେ ସାଉଥ ନୁହେଁ ବରଂ ନର୍ଥର ଅଟନ୍ତି ।

ଯଦି ଆଲୋଚନା କରିବା ଅନୁଷ୍କାଙ୍କ କାର୍ଯ୍ୟ ବିଷୟରେ ତେବେ ବର୍ତ୍ତମାନ ଏହି ଅଭିନେତ୍ରୀ ନିଜର ଆଗାମୀ ଚଳଚ୍ଚିତ୍ର ନିସ୍ତବ୍ଧ ପାଇଁ ବ୍ୟସ୍ତ ଅଛନ୍ତି । ତାଙ୍କର ଏହି ଚଳଚ୍ଚିତ୍ରଟି ୨ ଏପ୍ରିଲ ୨୦୨୦ରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରରେ ଅନୁଷ୍କା ମ୍ୟୁଟ୍ ଆର୍ଟିଷ୍ଟ ଭାବରେ ନଜର ଆସିବେ । ଅନୁଷ୍କାଙ୍କ ଏହି ଚଳଚ୍ଚିତ୍ର ସମ୍ପୂର୍ଣ୍ଣ ଭାବେ ସାଇଲେଣ୍ଟ ଥ୍ରୀଲର ଅଟେ ଏବଂ ଏହି ଚଳଚ୍ଚିତ୍ରର ପ୍ରଚାର ପାଇଁ ଅନୁଷ୍କା ବର୍ତ୍ତମାନ ବହୁତ ବ୍ୟସ୍ତ ଅଛନ୍ତି । ଏତିକି ନୁହେଁ, ଅନୁଷ୍କା ସୋସିଆଲ ମିଡ଼ିଆରେ ମଧ୍ୟ ନିଜର ଚଳଚ୍ଚିତ୍ରର ପୋଷ୍ଟର ଏବଂ ଭିଡ଼ିଓ ସବୁ ସେୟାର କରୁଛନ୍ତି ଯାହା ଉପରେ ତାଙ୍କ ଫେନ୍ସ ମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

Be the first to comment

Leave a Reply

Your email address will not be published.


*