ଏହି ୫ ପ୍ରକାରର ବ୍ୟକ୍ତିଙ୍କ ଉପରେ ଶନିଙ୍କ ବକ୍ର ଦୃଷ୍ଟି ରହିଥାଏ ! ଜାଣନ୍ତୁ ଆପଣ ସେହି ବ୍ୟକ୍ତିଙ୍କ ମଧ୍ୟରେ ସାମିଲ ନୁହଁନ୍ତି ନା ?

ଶନିଦେବଙ୍କ କ୍ରୋଧ ବହୁତ ବିପଦପୂର୍ଣ୍ଣ ଅଟେ । ଶନିଙ୍କ ପ୍ରକୋପରୁ ବଞ୍ଚିବା ଅସମ୍ଭବ ଅଟେ । ଏହି ପରିପ୍ରେକ୍ଷୀରେ ଆପଣଙ୍କୁ ଚେଷ୍ଟା କରିବା ଉଚିତ ଯେ, ଏହିପରି କୌଣସି କାମ କରିବେ ନାହିଁ ଯାହାଫଳରେ ଶନିଦେବ କ୍ରୋଧିତ ହୋଇଯିବେ । ଏହି ବିଷୟକୁ ଧ୍ୟାନରେ ରଖି ଆମେ ଆପଣଙ୍କୁ ୫ ଜଣ ବ୍ୟକ୍ତିଙ୍କ ବିଷୟରେ ଜଣାଇବୁ, ଯେଉଁମାନଙ୍କ ଉପରେ ଶନିଦେବ କ୍ରୋଧ ପ୍ରକାଶ କରିଥାନ୍ତି । ଯଦି ଆପଣ ଏହି ୫ ଜଣ ବ୍ୟକ୍ତିଙ୍କ ଭଳି ଭୁଲ୍ କରନ୍ତି; ତେବେ ଶନିଦେବ ଆପଣଙ୍କ ଉପରେ କ୍ରୋଧିତ ହୋଇପାରନ୍ତି । ଏଣୁ ଏହି ଭୁଲ୍ ଗୁଡିକ ଜୀବନରେ ନ କରିବା ପାଇଁ ଚେଷ୍ଟା କରନ୍ତୁ ।

ଅସଚ୍ଚୋଟ ବ୍ୟକ୍ତିଙ୍କୁ ଶନିଦେବ ପସନ୍ଦ କରନ୍ତି ନାହିଁ । ଯଦି ଜୀବନରେ ଆପଣ କୌଣସି ବ୍ୟକ୍ତିଙ୍କୁ ଧୋକ୍କା ଦିଅନ୍ତି, ତେବେ ଏହାର ପ୍ରଭାବରେ ଶନିଦେବ ଆପଣଙ୍କ ଉପରେ କ୍ରୋଧିତ ହୋଇପାରନ୍ତି । ଏଣୁ ଚେଷ୍ଟା କରନ୍ତୁ; ଯେପରି ଆପଣଙ୍କ ଯୋଗୁଁ କେହି କଦାପି ଠକେଇର ଶିକାର ନ ହୁଅନ୍ତି । ନଚେତ୍ ଆପଣ ଯେଉଁଭଳି କର୍ମ କରିବେ, ଆପଣଙ୍କୁ ସେହିଭଳି ଫଳ ପ୍ରାପ୍ତି ହେବ । ଯେତେବେଳେ ଆପଣଙ୍କ ପାପର ହାଣ୍ଡି ଭରି ଯିବ; ସେହି ସମୟରେ ଆପଣ ଶନିଦେବଙ୍କ କ୍ରୋପର ଶିକାର ହୋଇଯିବେ । ଏହି କାରଣରୁ ଆପଣଙ୍କ ପାଖରେ ସୁଯୋଗ ରହିଛି, ନିଜର ଭୁଲ୍ ସୁଧାରି ନିଅନ୍ତୁ ।

ବାଳ ବୃଦ୍ଧ ଏବଂ ମହିଳାଙ୍କ ଉପରେ ଅତ୍ୟାଚାର କରୁଥିବା ବ୍ୟକ୍ତିଙ୍କ ଉପରେ ଶନିଦେବ କ୍ରୋଧ ପ୍ରକାଶ କରିଥାନ୍ତି । ଶନିଦେବଙ୍କୁ ଏହି ବିଷୟ ପସନ୍ଦ ନୁହେଁ । ଆପଣ କୌଣସି ବ୍ୟକ୍ତିଙ୍କ ଉପରେ ଅନ୍ୟାୟ କିମ୍ବା ଅତ୍ୟାଚାର କରନ୍ତି; ତେବେ ଶନିଦେବଙ୍କ କ୍ରୋପର ଶିକାର ହେବେ । ଏହି କାରଣରୁ ସମସ୍ତଙ୍କ ସମ୍ମାନ କରନ୍ତୁ ଏବଂ କୌଣସି ବ୍ୟକ୍ତିଙ୍କ ଉପରେ ଅତ୍ୟାଚାର କରନ୍ତୁ ନାହିଁ ।

newstrend

ଶନିଦେବଙ୍କ ପୂଜା କରିବା ସମୟରେ ମନରେ କୌଣସି ପ୍ରକାରର ଭୁଲ୍ ଚିନ୍ତାଧାରା ରଖନ୍ତୁ ନାହିଁ କିମ୍ବା କ୍ରୋଧ ରଖନ୍ତୁ ନାହିଁ । ନଚେତ୍ ଶନିଙ୍କ କୋପ ଆପଣଙ୍କ ଉପରେ ପଡିପାରେ । ଯଦି ଆପଣ ଶନି ମନ୍ଦିର ଯାଆନ୍ତି ଏବଂ ସେଠାରେ ଉପସ୍ଥିତ ମହିଳାଙ୍କ ଉପରେ ଖରାପ ନଜର ରଖନ୍ତି; ତେବେ ତାହାର ଦଣ୍ଡ ଆପଣଙ୍କୁ ମିଳିପାରେ । ଏହି କାରଣରୁ ଶନି ମନ୍ଦିର ଯିବା ସମୟରେ କିମ୍ବା ଶନିଙ୍କ ଆରାଧନା ସମୟରେ ମନରେ କୌଣସି ପ୍ରକାରର ଛନ୍ଦ କପଟ ରଖନ୍ତୁ ନାହିଁ । । ମନକୁ ସ୍ୱଚ୍ଛତା ରଖନ୍ତୁ, ଆପଣଙ୍କ ମଙ୍ଗଳ ହେବ ।

ଶନିଦେବଙ୍କ ବିଷୟରେ ଅପଶବ୍ଦ କହୁଥିବା ବ୍ୟକ୍ତିଙ୍କୁ ଶନିଙ୍କ ପ୍ରକୋପ ସହିବା ପାଇଁ ପଡିଥାଏ । ଅନେକ ସମୟରେ ଲୋକେ ଭଗବାନଙ୍କ ଉପରେ କ୍ରୋଧିତ ହୋଇ ଯାଇଥାନ୍ତି ଏବଂ ଅପଶବ୍ଦ ବ୍ୟବହାର କରିଥାନ୍ତି । ଏହା ଭୁଲ୍ ଅଟେ । ଦୁଃଖ ଏବଂ ସମସ୍ୟା ପ୍ରତିଟି ବ୍ୟକ୍ତିଙ୍କ ଜୀବନରେ ଲାଗି ରହିଥାଏ । ଭଗବାନଙ୍କୁ ଦୋଷ ଦେବା ଅପେକ୍ଷା ଆପଣ ସମସ୍ୟାର ସମାଧନା ଖୋଜନ୍ତୁ । ଏହା ଆପଣଙ୍କ ନିମନ୍ତେ ଉଚିତ ହେବ । ଏହା ସହ ଭଗବାନଙ୍କ ପୂଜା କରନ୍ତୁ ଏବଂ ବିଶ୍ୱାସ ରଖନ୍ତୁ ସବୁ କିଛି ଠିକ୍ ହୋଇଯିବ ।

ଶନିବାର ଦିନ ମାଂସ ସେବନ କରି ଘରେ ପୂଜା ପାଠରେ ସାମିଲ ହୁଅନ୍ତୁ ନାହିଁ କିମ୍ବା ମନ୍ଦିରକୁ ଯାଆନ୍ତୁ ନାହିଁ । ଯଦି ଆପଣ ଏହିପରି କରନ୍ତି; ତେବେ ଆପଣଙ୍କ ଉପରେ ଶନିଦେବଙ୍କ ପ୍ରକୋପ ରହିବ । ଚେଷ୍ଟା କରନ୍ତୁ; ଶନିବାର ଦିନ ମାଂସ ସେବନ କରନ୍ତୁ ନାହିଁ । ଯଦି କୌଣସି କାରଣରୁ ମାଂସ ଆହାର କରନ୍ତି, ତେବେ ଶନିଦେବଙ୍କ ଠାରୁ ଦୁରେଇ ରୁହନ୍ତୁ । ଘରେ ପୂଜାପାଠ କରନ୍ତୁ ନାହିଁ କିମ୍ବା ମନ୍ଦିର ଯାଆନ୍ତୁ ନାହିଁ ।

Be the first to comment

Leave a Reply

Your email address will not be published.


*