ଅନ୍ୟର ଏହି ୬ଟି ଜିନିଷ ଭୁଲରେ ମଧ୍ୟ ବ୍ୟବହାର କରନ୍ତୁ ନାହିଁ ! ନଚେତ ଆସିପାରେ ବଡ଼ ସଙ୍କଟ !

କିଛି ଭଲ ସମୟ ଓ ଖରାପ ସମୟକୁ ନେଇ ବାସ୍ତୁ ଶାସ୍ତ୍ର ବର୍ଣ୍ଣିତ ଅଛି । ତେଣୁ ବାସ୍ତୁ ଶାସ୍ତ୍ରକୁ ପାଳନ କରିଲେ, ଆଗକୁ ଆସୁଥିବା ଖରାପ ସମୟ ମଧ୍ୟ ଭଲ ସମୟ ରୂପେ ପରିଣତ ହୋଇପାରିବ । ଯେକୌଣସି ପରିସ୍ଥିତି ହେଉ ନା କାହିଁକି, ବାସ୍ତୁଶାସ୍ତ୍ର ନିୟମ ବାହାରେ କୋୖଣସି କାର୍ଯ୍ୟ କରିବା ଉଚିତ୍ ନୁହେଁ । ବାସ୍ତୁଶାସ୍ତ୍ରରେ ଜିନିଷକୁ ଆଦାନପ୍ରଦାନ କରିବାରେ ମଧ୍ୟ କିଛି ନିୟମ ରହିଛି । ଆଜି ଆମେ ଆପଣଙ୍କୁ ଏଭଳି ୬ଟି ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଅନ୍ୟମାନଙ୍କ ଠାରୁ ଆଣିବା କିମ୍ଭା ଅନ୍ୟଲୋକଙ୍କ ଦ୍ୱାରା ବ୍ୟବହାର କରାଯାଇଥିବା ଜିନିଷକୁ ଆପଣ ବ୍ୟବହାର କରିବା ଅନୁଚିତ ।

୧) ରୁମାଲ୍ –

Google

କାହାକୁ ଭୁଲରେ ମଧ୍ୟ ରୁମାଲ୍ ମାଗନ୍ତୁ ନାହିଁ । ଏହା ଦ୍ୱାରା ଉଭୟ ବ୍ୟକ୍ତିଙ୍କ ମଧ୍ୟରେ ଚିନ୍ତା ବଢ଼ି ଯାଇଥାଏ । ବିଶେଷ କରି ଆର୍ଥିକ ସମସ୍ୟା ଲାଗି ଚିନ୍ତା ବଢିଯାଇଥାଏ । ତେଣୁ ଭୁଲରେ ମଧ୍ୟ ଆପଣମାନେ ଅନ୍ୟ ଲୋକଙ୍କର ରୁମାଲକୁ ବ୍ୟବହାର କରନ୍ତୁ ନାହିଁ ।

୨) ଖଟ ବା ବିଛଣା –

Google

ଅନ୍ୟ କାହାର ଖଟରେ ବା ବିଛଣାରେ ଶୋଇବା ଉଚିତ ନୁହେଁ । ଏହା ଦ୍ୱାରା ଧନ ହାନି ଓ ମାନସିକ ସମସ୍ୟା ବଢ଼ିଥାଏ । ଏହା ସହିତ ମାତା ଲଷ୍ମୀ ଏପରି କାର୍ଯ୍ୟ କରୁଥିବା ଲୋକଙ୍କ ଗୃହରେ ବାସ କରନ୍ତି ନାହିଁ ।

୩) ପୋଷକ –

Google

ଆପଣ ଯଦି କାହାର ପୋଷକ ମାଗି ପିନ୍ଧୁଛନ୍ତି; ତେବେ ଆଜି ହିଁ ଏହିପରି ଅଭ୍ୟାସ ବନ୍ଦ କରିଦିଅନ୍ତୁ । କାରଣ ଏହା ଦ୍ୱାରା ମଧ୍ୟ ଧନ ହାନି ଓ ରୋଗର ସମସ୍ୟା ବଢିଯିବାର ସମ୍ଭାବନା ଥାଏ । କାରଣ ଏହା ଦ୍ୱାରା ରୋଗର ଜୀବାଣୁ ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ ବହୁତ ଶୀଘ୍ର ବ୍ୟାପି ଥାଏ ।

୪) ଟଙ୍କା –

Google

ଉଧାରରେ ଆଣିଥିବା ଟଙ୍କାକୁ ଖୁବ୍ ଶୀଘ୍ର ଫେରାଇ ଦିଅନ୍ତୁ । କାରଣ ଅନ୍ୟର ଟଙ୍କା ରଖିବା ଦ୍ୱାରା ଆପଣଙ୍କ ଘରେ ଟଙ୍କା ରହିନଥାଏ ଏବଂ ମାତା ଲଷ୍ମୀ ଧୀରେ ଧୀରେ ଆପଣଙ୍କ ଗୃହ ତ୍ୟାଗ କରି ଦିଅନ୍ତି ।

୫) କଲମ –

Google

ଅନ୍ୟ ଠାରୁ କଲମ ଆଣନ୍ତୁ ନାହିଁ । ଯଦି ଆପଣଙ୍କୁ କୌଣସି ବ୍ୟକ୍ତି ଉପହାର ରୂପେ କଲମ ଦେଉଛନ୍ତି; ତେବେ ଏହା ଆଣନ୍ତୁ ନାହିଁ । କୁହାଯାଏ କି ଏହା ଦ୍ୱାରା ଆର୍ଥିକ ସମସ୍ୟା ବୃଦ୍ଧି ପାଇଥାଏ ।

୬) ଘଣ୍ଟା –

Google

ଅନ୍ୟର ଘଣ୍ଟା ପିନ୍ଧନ୍ତୁ ନାହିଁ, ଏହା ଦ୍ୱାରା ଆପଣଙ୍କ ମୂଲ୍ୟବାନ ସମୟ ଅତି ସହଜରେ ନଷ୍ଟ ହୋଇଯାଇଥାଏ ଏବଂ ଆପଣଙ୍କ କାର୍ଯ୍ୟରେ ସମସ୍ୟା ଉପୁଜି ଥାଏ ।

ତେଣୁ ନିଜ ଜୀବନ ଥିଲା ପର୍ଯ୍ୟନ୍ତ କେବେବି ଭୁଲରେ ମଧ୍ୟ ଅନ୍ୟର ଏହି ୬ଟି ଜିନିଷକୁ ବ୍ୟବହାର କରିବେ ନାହିଁ । ଆଶା କରୁଛୁ ଅନୁଛେଦଟି ଆପଣଙ୍କଉ ପସନ୍ଦ ଆସିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ ।

Be the first to comment

Leave a Reply

Your email address will not be published.


*