ଏହି ୪ଟି ଗୁଣ ଯାହା ସ୍ୱାମୀଙ୍କ ପାଖରେ ଥାଏ, ସେହି ମହିଳା ହୋଇଥାନ୍ତି ବହୁତ ଭାଗ୍ୟଶାଳୀ ।

ଯେଉଁ ପୁରୁଷମାନଙ୍କ ଠାରେ ଏହି ୪ଟି ଗୁଣ ନିହିତ ଥାଏ, ସେହି ଘରେ ରହୁଥିବା ସମସ୍ତ ସଦସ୍ୟ ସର୍ବଦା ଖୁସିରେ ରହନ୍ତି ଏମାନଙ୍କ ଘରେ ରହୁଥିବା ବିଦ୍ୟାର୍ଥୀ ମାନେ ମଧ୍ୟ ଯଶସ୍ଵୀ ହୋଇଥାନ୍ତି । ଯଦି ଘରର ପୁରୁଷଙ୍କ ଠାରେ ଏହିପରି ଗୁଣ ନଥାଏ ତେବେ ଘରର ସଦସ୍ୟ ମାନେ କେବେ ମଧ୍ୟ ସୁଖର ସ୍ୱାଦ ଚାଖି ପାରନ୍ତି ନାହିଁ, ତେବେ ଚାଲନ୍ତୁ ଆରମ୍ଭ କରିବା ।

ହିନ୍ଦୁ ଧର୍ମର ଷୋହଳ ସଂସ୍କାର ମଧ୍ୟରୁ ଗୋଟିଏ ବନ୍ଧନ ହେଉଛି ବିବାହ ବନ୍ଧନ । ବିବାହ ବନ୍ଧନରେ ବାନ୍ଧି ହେବାପରେ ସ୍ୱାମୀ- ସ୍ତ୍ରୀ ସାରା ଜୀବନ ଦୁହେଁ ଦୁହିଁଙ୍କର ସାଥି ହୋଇ ରୁହନ୍ତି । ଏଥିରେ ଅନେକଥର ସେମାନଙ୍କ ମଧ୍ୟରେ ଭୁଲ୍ ବୁଝାମଣା ହୋଇଥାଏ ତଥାପି ଏହାପରେ ମଧ୍ୟ ସେମାନଙ୍କ ମଧ୍ୟରେ ପ୍ରେମ ଅଟଳ ରହିଥାଏ । ପ୍ରତ୍ୟେକ ମହିଳାଙ୍କ ସ୍ୱପ୍ନ ଥାଏ ଯେ ତାଙ୍କୁ ଜଣେ ଭଲ ଜୀବନସାଥୀ ମିଳୁ ଯିଏକି ତାଙ୍କର ସମସ୍ତ କଥାକୁ ବୁଝୁଥିବ ଓ ତାଙ୍କୁ ଭଲ ପାଉଥିବ ଏବଂ ଦାୟିତ୍ୱର ସହ ତାଙ୍କର ଧ୍ୟାନ ରଖୁଥିବ ।

୧. ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ପୁରୁଷମାନେ ପରିବାରର ସମସ୍ତ ସଦସ୍ୟର ଧ୍ୟାନ ରଖିବା ଉଚିତ । ପରିବାରର କେଉଁ ସଦସ୍ୟକୁ କେତେ ସମୟ ଦେବା ସେ ବିଷୟରେ ସେମାନେ ଜାଣିବା ଉଚିତ । ଯେଉଁ ପୁରୁଷମାନେ ନିଜ ପରିବାରର ଦାୟିତ୍ୱକୁ ଭଲ ଭାବରେ ତୁଲାଇଥାନ୍ତି ସେମାନଙ୍କୁ ଶ୍ରେଷ୍ଠ ପୁରୁଷ ବୋଲି କୁହାଯାଏ । ଯେଉଁ ବ୍ୟକ୍ତିଙ୍କୁ ନିଜର ଦାୟିତ୍ୱ ବିଷୟରେ ଅନୁଭବ ନଥାଏ ସେ ପ୍ରତ୍ୟେକ କ୍ଷେତ୍ରରେ ଅପମାନିତ ହୋଇଥାଏ । ପୁରୁଷମାନଙ୍କର ଇଚ୍ଛା ଶକ୍ତି ରହିବା ଆବଶ୍ୟକ ଯେ ସେମାନେ ସର୍ବଦା ନିଜର ଦାୟିତ୍ୱକୁ ସଠିକ୍ ଭାବରେ ତୁଲାଇବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବା ଉଚିତ ।

୨. ଚାଣକ୍ୟଙ୍କ କହିବା ଅନୁସାରେ ଯେଉଁ ସ୍ତ୍ରୀଙ୍କର ସ୍ୱାମୀ ତାଙ୍କୁ ସମ୍ମାନ ଦେଇଥାନ୍ତି ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ପୁରୁଷ ମାନେ ନିଜ ସ୍ତ୍ରୀକୁ ସମ୍ମାନ ନଜରରେ ଦେଖିବା ଉଚିତ । ଯେଉଁ ଘରେ ମହିଳାମାନଙ୍କୁ ସମ୍ମାନ ଦିଆଯାଏ ନାହିଁ ଲକ୍ଷ୍ମୀ ସେ ଘରରୁ ଚାଲି ଯାଆନ୍ତି । ତେଣୁ ପରିବାରର ସମସ୍ତ ସଦସ୍ୟ ପରିବାର ମହିଳାମାନଙ୍କ ସହିତ ଭେଦଭାବ କରନ୍ତୁ ନାହିଁ ଓ ଅନ୍ୟ ସମ୍ମୁଖରେ ନିଜ ପତ୍ନୀଙ୍କର ଅପମାନ କରିବା ଉଚିତ ନୁହେଁ ।

୩. ଆଜିକାଲି ପୁରୁଷ ମାନେ ନିଜ ପତ୍ନୀଙ୍କର ଚାହିଦା ଉପରେ ଧ୍ୟାନ ଦିଅନ୍ତି ନାହିଁ । ମହିଳାମାନେ ନିଜ ସ୍ଵାମୀଙ୍କ ଠାରୁ ବହୁତ କିଛି ଆଶା ରଖିଥାନ୍ତି ସେମାନଙ୍କର ମଧ୍ୟ କିଛି ଇଚ୍ଛା ଥାଏ କିନ୍ତୁ ବିବାହ ପରେ ସବୁକିଛି ବଦଳିଯାଏ । ପୁରୁଷ ମାନେ ନିଜ ସ୍ତ୍ରୀ ଙ୍କ ପ୍ରତି ଧ୍ୟାନ ଦିଅନ୍ତି ନାହିଁ ଓ ଏହିପରି ମହିଳାମାନେ ମଧ୍ୟ ସ୍ଵାମୀଙ୍କୁ ଅସୁବିଧା ନ ହେଉ ଭାବି ନିଜର ଇଚ୍ଛା ପ୍ରକଟ କରନ୍ତି ନାହିଁ କିନ୍ତୁ ଜଣେ ଦାୟିତ୍ୱବାନ ପୁରୁଷର ଏହା କର୍ତ୍ତବ୍ୟ ଯେ ସେ ନକହିବା ପୂର୍ବରୁ ନିଜ ସ୍ତ୍ରୀଙ୍କର ସମସ୍ତ ଇଚ୍ଛା ବୁଝିପାରେ । ଯେଉଁ ମହିଳାମାନଙ୍କର ସ୍ୱାମୀ ନକହିବା ପୂର୍ବରୁ ହିଁ ତାଙ୍କର ସମସ୍ତ ଇଚ୍ଛା ବୁଝିପାରେ ସେହି ମହିଳାମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

୪. ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ମଦ୍ୟପାନ ବ୍ୟକ୍ତିଙ୍କ ସହ ରହୁଥିବା ସ୍ତ୍ରୀଙ୍କର ଜୀବନ ନର୍କ ସହ ସମାନ ହୋଇଥାଏ । ସେଥିପାଇଁ ଚାଣକ୍ୟ କହନ୍ତି ଯେ ନିଶାମୁକ୍ତ ସ୍ୱାମୀଙ୍କ ସହ ରହୁଥିବା ସ୍ତ୍ରୀମାନେ ଭାଗ୍ୟଶାଳୀ ହୋଇଥାନ୍ତି । ପ୍ରାୟତଃ ଦେଖାଯାଏ ଯେ ଯେତେବେଳେ ଗୋଟିଏ ମା’ ନିଜ ଛୁଆ ପାଇଁ ସବୁକିଛି ସମର୍ପଣ କରିଦିଏ । କିନ୍ତୁ ଯଦି ଆପଣଙ୍କ ସ୍ୱାମୀ ମଧ୍ୟ ଛୁଆଙ୍କ ପ୍ରତି ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟର ଜାଣନ୍ତି ତେବେ ଆପଣ ବୁଝିଯିବା ଆବଶ୍ୟକ ଯେ ଆପଣଙ୍କ ସ୍ୱାମୀ ମଧ୍ୟ ଜଣେ ଆଦର୍ଶ ସ୍ବାମୀଙ୍କ ତାଲିକାରେ ଅନ୍ତର୍ଭୁକ୍ତ ।

Be the first to comment

Leave a Reply

Your email address will not be published.


*