ପ୍ରତିଦିନ ଖାଆନ୍ତୁ ଦୁଇଟି ରସୁଣ ! ଶରୀରରୁ ସର୍ବଦା ଦୂରରେ ରହିବ ଏହି ଭୟଙ୍କର ରୋଗ… ! ଆସନ୍ତୁ ସଂପୂର୍ଣ୍ଣ ରୂପେ ଜାଣିବ ।

ଭାରତୀୟମାନେ ରୋଷେଇ ବ୍ୟଞ୍ଜନ କରିବା ସମୟରେ ଅନେକ ପ୍ରକାରର ମସଲାର ପ୍ରୟୋଗ କରନ୍ତି । ଏହି ମସଲା ନା କେବଳ ଖାଦ୍ୟର ସ୍ଵାଦ ବଢ଼ାଇଥାଏ ବରଂ ସ୍ଵାସ୍ଥ୍ୟ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ । ଅନେକ ଲୋକ ରସୁଣର ପ୍ରୟୋଗ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ମଧ୍ୟ କରିଥାନ୍ତି । ରସୁଣକୁ ଆୟୁର୍ବେଦରେ ଅତ୍ୟନ୍ତ ଗୁଣକାରୀ ବୋଲି ବିଶ୍ଵାସ କରାଯାଏ । ଆୟୁର୍ବେଦ ବ୍ୟତୀତ ରସୁଣ ଦ୍ଵାରା କରାଯାଇଥିବା ଏକ ଶୋଧରୁ ଜଣାପଡିଛି ଯେ, ଏହାର ସେବନ କରିବା ଦ୍ଵାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ରସୁଣରେ ଆଣ୍ଟିଅକ୍ସୀଡେଣ୍ଟ ଗୁଣ ଥାଏ, ଯାହା ଅନେକ ରୋଗକୁ ଦୂର କରିଥାଏ ।

ପ୍ରତିଦିନ ଖାଆନ୍ତୁ ରସୁଣ :-

ଡାକ୍ତରଙ୍କ କହିବା ଅନୁସାରେ, ପ୍ରତିଦିନ ରସୁଣ ସେବନ କରିବା ଉଚିତ ଏବଂ ପ୍ରତିଦିନ ଅତି କମରେ ୨ ରୁ ୩ ପାଖୁଡ଼ା ରସୁଣ ନିହାତି ଖାଇବା ଆବଶ୍ୟକ । ପ୍ରତିଦିନ ରସୁଣ ଖାଇବା ଦ୍ଵାରା ଉଚ୍ଚ ରକ୍ତଚାପ, ହୃଦଘାତ ଏବଂ କର୍କଟ ଭଳି ଭୟଙ୍କର ରୋଗ ଠାରୁ ରକ୍ଷା ମିଳିଥାଏ ଏବଂ ଶରୀରକୁ ଭୂତାଣୁ ଜନିତ ଇନଫେକ୍ସନ ମଧ୍ୟ ହୋଇନଥାଏ । ପ୍ରତିଦିନ ରସୁଣ ଖାଇବା ଦ୍ଵାରା ଶରୀରକୁ ଆହୁରି ଅନେକ ଫାଇଦା ମିଳିଥାଏ ଯାହା ନିମ୍ନରେ ପ୍ରଦତ୍ତ କରାଯାଇଛି । ଆସନ୍ତୁ ଜାଣିବା :

କଲେଷ୍ଟେରଲ୍ କମ୍ ହୋଇଥାଏ :-

କଲେଷ୍ଟେରଲ୍ ଅଧିକ ହେବା ଦ୍ଵାରା ଧମନୀ ଉପରେ ଖରାପ ପ୍ରଭାବ ପଡ଼ିଥାଏ ଏବଂ କଲେଷ୍ଟେରଲ୍ ଧମନୀକୁ ବନ୍ଦ (Block) କରିଥାଏ । ଧମନୀ ବ୍ଲକ୍ ହୋଇଯିବା ଦ୍ଵାରା ହୃଦୟ ଏବଂ ମସ୍ତିଷ୍କ ନିକଟକୁ ରକ୍ତ ସରବରାହ କରିବାରେ ବାଧା ଉପୁଜିଥାଏ । ଏପରି ହେବା ଦ୍ଵାରା ମନୁଷ୍ୟକୁ ହୃଦଘାତ, କାର୍ଡିଅକ୍ ଅରେଷ୍ଟ ଏବଂ ଷ୍ଟ୍ରୋକ ଆସିବାର ବିପଦ ବଢ଼ିଯାଏ । ଯଦି ଆପଣ ପ୍ରତିଦିନ ୨ ରୁ ୩ କୂଳ ରସୁଣ ଖାଇବେ, ତା’ହେଲେ ଶରୀରରେ କଲେଷ୍ଟେରଲ୍ ଜମି ରହିବ ନାହିଁ ଏହା ସଙ୍ଗେ ସଙ୍ଗେ ରୋଗ ଠାରୁ ମଧ୍ୟ ଆପଣଙ୍କୁ ମୁକ୍ତି ସୁରକ୍ଷା ମିଳିପାରିବ । ଏଥିପାଇଁ ହୃଦୟ ଏବଂ ମସ୍ତିଷ୍କ ସମ୍ବନ୍ଧିତ ଏହି ରୋଗ ଠାରୁ ବଂଚିବା ପାଇଁ ରସୁଣ ନିହାତି ଖାଆନ୍ତୁ ।

ଅଲଜାଇମର ଠାରୁ ରକ୍ଷା ମିଳିଥାଏ :-

ଅଲଜାଇମର ଏକ ମସ୍ତିଷ୍କ ସହିତ ଜଡ଼ିତ ରୋଗ ହୋଇଥାଏ ଏବଂ ଏହି ରୋଗ ହେବା ଦ୍ଵାରା ମଣିଷ ସ୍ମୃତିଶକ୍ତି ହରାଇ ଦେଇଥାଏ । ଏହା ସହିତ ମନୁଷ୍ୟ ଭାବିବା ଏବଂ ବୁଝିବା ଶକ୍ତି ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ । ମନୁଷ୍ୟକୁ ୫୦ ବର୍ଷ ପରେ ଅଲଜାଇମର ହେବାର ଆଶଙ୍କା ଅଧିକ ବଢ଼ିଯାଇଥାଏ । ହୁଏତ ଯେଉଁ ଲୋକମାନେ ନିୟମିତ ଭାବରେ ରସୁଣ ସେବନ କରିନ୍ତି, ସେହି ଲୋକଙ୍କୁ ଅଲଜାଇମର ହେବାର ସମ୍ଭାବନା କମ୍ ହୋଇଥାଏ । ପ୍ରକୃତରେ ରସୁଣରେ ଆଣ୍ଟିଅକ୍ସୀଡେଣ୍ଟ ଥାଏ, ଯାହା ଶରୀରରେ ଫ୍ରି ରେଡିକଲସ୍ କାରଣରୁ ହେଉଥିବା ଅକ୍ସୀଡେଟିବ ଡ୍ୟାମେଜକୁ ରୋକିବାର କାମ କରିଥାଏ ଏବଂ ଏପରି ହେବା ଦ୍ଵାରା ଆପଣଙ୍କୁ ଅଲଜାଇମର ରୋଗରୁ ମୁକ୍ତି ମିଳିଥାଏ ।

ଶରୀର ରହିବ ଭିତରୁ ପରିଷ୍କାର :-

ଭୁଲ୍ ଖାଦ୍ୟ ପାନୀୟ ଏବଂ ପ୍ରଦୂଷଣ କାରଣରୁ ଶରୀରରେ ବିଷାକ୍ତ ପଦାର୍ଥ ଜମା ହୋଇଯାଇଥାଏ । ଯେଉଁଥି କାରଣରୁ ଶରୀରକୁ କ୍ଷତି ପହଂଚି ଥାଏ । ଯଦି ଆପଣ ଅଧିକ ଛଣାଛଣି ଖାଦ୍ୟ ଖାଆନ୍ତି, ତା’ହେଲେ ନିଜ ଖାଦ୍ୟଭ୍ୟାସରେ ରସୁଣକୁ ନିହାତି ସାମିଲ କରନ୍ତୁ ଏବଂ ପ୍ରତିଦିନ ରସୁଣ ସେବନ କରନ୍ତୁ । ରସୁଣ ସେବନ କରିବା ଦ୍ଵାରା ଶରୀର ମଧ୍ୟରେ ଜମା ହୋଇ ରହିଥିବା ଅଦରକାରୀ ପଦାର୍ଥ ନଷ୍ଟ ହୋଇଯିବ । ପ୍ରକୃତରେ ରସୁଣରେ ସଲଫର ରହିଥାଏ, ଯାହା ଆମେ ଶାରୀରିରେ ଥିବା ବିଷାକ୍ତ ପଦାର୍ଥକୁ ନଷ୍ଟ କରିଦେଇଥାଏ ଏବଂ ଶରୀରର ଅଙ୍ଗପ୍ରତ୍ୟେଙ୍ଗକୁ କ୍ଷତି ହେବାକୁ ଦିଏ ନାହିଁ । ବିଭିନ୍ନ ଖାଦ୍ୟ ପଦାର୍ଥ ଖାଇବା ଦ୍ଵାରା ଆମ ଶରୀରରେ ଟୋକ୍ସିନ ଜମା ହୋଇଯାଇଥାଏ, ତେଣୁ ରସୁଣ ଖାଇବା ଦ୍ଵାରା ଶରୀରରେ ଜମା ହୋଇଥିବା ଏହି ଟୋକ୍ସିନ ଶରୀରରୁ ନିଷ୍କାସିତ ହୋଇଯାଇଥାଏ ।

ଥଣ୍ଡା ସର୍ଦ୍ଦି ହେବ ନାହିଁ :-

ପ୍ରତିଦିନ ମହୁ ସହିତ ୨ କୂଳ ରସୁଣ ଖାଇବା ଦ୍ଵାରା ଥଣ୍ଡା ସର୍ଦ୍ଦି ଏବଂ କାଶ ସମସ୍ୟା ହେବ ନାହିଁ । ଏହା ସହିତ ସଂକ୍ରମିତ ରୋଗ ଠାରୁ ମଧ୍ୟ ଶରୀରକୁ ମୁକ୍ତି ମିଳିଥାଏ । ଏଥିପାଇଁ ଯେଉଁ ଲୋକମାନେ ଥଣ୍ଡା ସର୍ଦ୍ଦିରେ ପୀଡ଼ିତ ସେମାନେ ରସୁଣ ଖାଇବା ନିହାତି ଆବଶ୍ୟକ ।

ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି କିପରି ଲାଗିଲା Comment କରି ଜାଣନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ମଧ୍ୟରେ ସେୟାର କରନ୍ତୁ ।

Be the first to comment

Leave a Reply

Your email address will not be published.


*