ଆମ ଚତୁଃପାଶ୍ୱର୍ରେ କିମ୍ବା ଆମଘରେ ଅନେକ ପ୍ରକାରର ଛୋଟ ଜୀବନ୍ତ ପ୍ରାଣୀ ଦୃଶ୍ୟମାନ ହୋଇଥାନ୍ତି ଏବଂ ସେମାନଙ୍କ ସହିତ ବସବାସ କରିବା ଯେପରି ଆମେ ଅଭ୍ୟସ୍ତ ହୋଇଗଲେଣି ଏବଂ ଆମଘରେ ସବୁଠାରୁ ଗୋଟିଏ ଚତୁର ପ୍ରାଣୀ ଦୃଶ୍ୟମାନ ହୋଇଥାଏ ସେ ହେଉଛି ମୂଷା । ସେ ଦେଖିବାକୁ ବହୁତ ଛୋଟ ହୋଇଥାଏ କିନ୍ତୁ ଯେତେବେଳେ ସେ ନିଜର କାର୍ଯ୍ୟକଳାପ ଦେଖାଇଥାଏ ସେତେବେଳେ ତାହାଠାରୁ ଖରାପ କେହି ହୋଇନଥାନ୍ତି । କାରଣ ଏହି ମୂଷାମାନେ ଯେତିକି ମାତ୍ରାରେ ଶଇତାନ ହୋଇଥାନ୍ତି ଏବଂ ସେମାନେ ଯେଉଁ ଘରେ ରହିଥାନ୍ତି ସେଠାରେ ସେମାନେ ବହୁତ ମଇଳା ଆବର୍ଜନା ମଧ୍ୟ ବିସ୍ତାର କରିଥାନ୍ତି । ଏହି କାରଣ ହେତୁ ଆମଘର ଜୀବାଣୁ ମାନଙ୍କ ଭଣ୍ଡାର ହୋଇ ଯାଇଥାଏ ଏବଂ ଆମେ ଚାହିଁଲେ ମଧ୍ୟ ସେମାନଙ୍କର କିଛି କରିପାରି ନଥାଉ ।
ଏହି ମୂଷାମାନେ ସର୍ବଦା ନିଜ ପ୍ରକୃତିରେ ଅଟଳ ରହିଥାନ୍ତି କି, ସେମାନେ କଣ ପାଇବେ ଏବଂ କଣ ନଷ୍ଟ କରିପାରିବେ । ଅଧିକାଂଶରେ ସେମାନେ ଆମରୋଷେଇ ଘରେ ରହିଥାନ୍ତି କାରଣ ଏଠାରେ ସେମାନଙ୍କ ଖାଦ୍ୟ ଦ୍ରବ୍ୟ ପ୍ରଚୁର ମାତ୍ରାରେ ମିଳିଥାଏ ଏବଂ ଏଠାରେ ସେମାନେ ଦିନସାରା ଏପଟ ସେପଟ ହୋଇଥାନ୍ତି । ଯେଉଁ କାରଣ ହେତୁ ଅନେକ ପ୍ରକାର ଜୀବାଣୁ-କିଟାଣୁ ଜନ୍ମ ହୋଇଥାନ୍ତି ଯାହା ଆମ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇଥାନ୍ତି ଏବଂ ଏହି କାରଣ ହେତୁ ମୂଷା ମାନଙ୍କୁ ଆମ ରୋଷେଇ ଘରେ ଆଦୌ ରହିବାକୁ ଦେବା ଉଚିତ୍ ନୁହେଁ ଓ ଯଥା ସମ୍ଭବ ସେମାନଙ୍କୁ ଘରୁ ବାହାର କରିଦେବା ଉଚିତ୍ ।
ଆପଣଙ୍କୁ କହିରଖୁଛୁ କି, ଏହି ଧରାପୃଷ୍ଠରେ ମୂଷା ହେଉଛି ଏକମାତ୍ର ଜୀବ ଯାହାକୁ ଆମେ ପ୍ରତ୍ୟେକ ଘରେ ଦେଖିବାକୁ ପାଇଥାଉ ଏବଂ ସେମାନଙ୍କର ଅନେକ ପ୍ରଜାତି ମଧ୍ୟ ରହିଛି । ଏହା ଜାଣି ଆପଣ ବୋଧହୁଏ ବିଶ୍ୱାସ କରିବେ ନାହିଁ କି ସେମାନେ ଆମଘର ଉପରେ ନକାରାତ୍ମକ ଶକ୍ତି ବୃଦ୍ଧି କରିଥାନ୍ତି ଏବଂ ବେଳେବେଳେ ଆମର ମୂଲ୍ୟବାନ ପୋଷାକ ଉପରେ ମଧ୍ୟ ସେମାନଙ୍କ କାର୍ଯ୍ୟକଳାପ ଦେଖାଇ ଦିଅନ୍ତି । ଯଦି ଆପଣ ମଧ୍ୟ ମୂଷାଙ୍କ ସକାଶେ ଚିନ୍ତିତ ଅଛନ୍ତି ତେବେ ଆଜିର ଏହି ପୋଷ୍ଟଟି ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇପାରେ । ଆଜି ଆମେ ଆପଣଙ୍କ ପାଇଁ ଏହିପରି କିଛି ପଦକ୍ଷେପ ନେଇ ଆସିଛୁ ଯାହା ଆପଣଙ୍କ ପାଇଁ ଉପଯୋଗୀ ହୋଇପାରିବ । ଏହି ପ୍ରତିକାରକୁ ଆପଣାଇବା ଦ୍ୱାରା ଆପଣ ମୂଷା ମାନଙ୍କୁ ହତ୍ୟା ନକରି ଆପଣଙ୍କ ଘରୁ ଦୂରେଇ ପାରିବେ ।
ତୁଳସୀ ପତ୍ରର ବ୍ୟବହାର
ସର୍ବପ୍ରଥମେ ଆମେ ତୁଳସୀ ପତ୍ର ବିଷୟରେ କହିବାକୁ ଯାଉଛି ଯାହା କି ଆମ ଘରେ ଅତି ସହଜରେ ମିଳିଥାଏ ଏବଂ ଏହାର ସୁଗନ୍ଧ ଆମ ପାଇଁ ବହୁତ ଭଲ ହୋଇଥାଏ କିନ୍ତୁ ଏହା ମୂଷା ମାନଙ୍କ ପାଇଁ କ୍ଷତିକାରକ ବୋଲି ସାବ୍ୟସ୍ତ ହୋଇଛି ଏବଂ ମୂଷାମାନେ ଏହାର ଗନ୍ଧକୁ ଘୃଣା କରିଥାନ୍ତି । ଯଦି ଆପଣ ମଧ୍ୟ ଆପଣଙ୍କ ଘରୁ ମୂଷାକୁ ଦୁରେଇବାକୁ ଚାହୁଁଛନ୍ତି ତେବେ ଘରର ସମସ୍ତ କୋଣରେ ତୁଳସୀ ପତ୍ର ନିଶ୍ଚିତ ଭାବରେ ରଖି ଦିଅନ୍ତୁ ।
ଲାଲ ମରିଚ ଗୁଣ୍ଡ
ଆପଣ ନିଶ୍ଚିତ ଭାବରେ ଲାଲ୍ ମରିଚ ଚୂର୍ଣ୍ଣର ନାମ ଶୁଣିଥିବେ ଏବଂ ଏହାକୁ ଏକ ଭାରତୀୟ ମସଲା ଭାବରେ ମଧ୍ୟ ବିବେଚନା କରାଯାଇଥାଏ । ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ଆମେ ଏହାକୁ ବ୍ୟବହାର କରିଥାଉ । କିନ୍ତୁ ଏହା ମୂଷାମାନଙ୍କ ପାଇଁ ଆଦୌ ଭଲ ନୁହେଁ ଏବଂ ସେମାନେ ଏହାକୁ ଘୃଣା କରିଥାନ୍ତି । ଏହିପରି ପରିସ୍ଥିତିରେ ଯଦି ଆପଣ ଏହାକୁ ନିଜ ଘରର କୋଣରେ ରଖନ୍ତି, ତେବେ ମୂଷାମାନେ ଆପଣଙ୍କ ଘରକୁ କେବେ ମଧ୍ୟ ଆସିବେ ନାହିଁ ।
ପୁଦିନା ପତ୍ର
ପୁଦିନା ସର୍ଵଦା ଆମ ପେଟ ପାଇଁ ଉତ୍ତମ ବୋଲି ବିବେଚନା କରାଯାଏ ଏବଂ ଅନେକ ଲୋକ ଏହାକୁ ଚଟଣି ଭାବରେ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ କି ଯଦି ଆପଣ ଏହାକୁ ମୂଷା ପାଇଁ ବ୍ୟବହାର କରନ୍ତି, ତେବେ ଏହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇପାରେ ।