“ଉଦ୍ୟମେନ୍ ସିଦ୍ଧ୍ୟନ୍ତି” । ସରକାରୀ ଚାକିରୀ ଛାଡି ଔଷଧୀୟ ବୃକ୍ଷରୁ ବର୍ଷକୁ ରୋଜଗାର କରନ୍ତି ୪୫ ଲକ୍ଷରୁ ଉର୍ଦ୍ଧ୍ୱ…

“ଉଦ୍ୟମେନ୍ ସିଦ୍ଧ୍ୟନ୍ତି” । ସରକାରୀ ଚାକିରୀ ଛାଡି ଔଷଧୀୟ ବୃକ୍ଷରୁ ବର୍ଷକୁ ରୋଜଗାର କରନ୍ତି ୪୫ ଲକ୍ଷରୁ ଉର୍ଦ୍ଧ୍ୱ…

କଥାରେ କୁହନ୍ତି ମନ ଥିଲେ “ଧନ ଆପେ ଆପେ ଆସେ” ଏବଂ ସଂସ୍କୃତରେ ମଧ୍ୟ ଏକ ଲୋକବାଣୀ ପ୍ରଚଳିତ ରହିଛି, “ଉଦ୍ୟେମେନ୍ ହିଁ ସିଧ୍ୟନ୍ତି” । ଦୃଢ ଇଛା ଶକ୍ତି ଥିଲେ ପଙ୍ଗୁ ମଧ୍ୟ ପର୍ବତ ଲଙ୍ଘନ କରିପାରେ ଏହି କଥା ଶୁଣିଥିବେ । ଏହିପରି କିଛି କରି ଦେଖାଇଛନ୍ତି ଗୋରଖପୁର ଜିଲ୍ଲାର ଅବିନାଶ କୁମାର । ଚକିରୀକୁ ସ୍ଵଇଚ୍ଛାରେ ଛାଡି ଲାଗିପଡିଥିଲେ ଜଡିବୁଟି ବୃକ୍ଷ ଔଷଧୀୟ ବୃକ୍ଷ ଲଗାଇବାରେ । ନିଜର ପରମ୍ପରିକ କ୍ଷେତ ବାଢିରେ ଶସ୍ୟ ଉତ୍ପାଦନ କରିବା ପରିବର୍ତ୍ତେ କ୍ଷେତ ଲଗାଇଛନ୍ତି ଔଷଧୀୟ ଜଡିବୁଟି ବୃକ୍ଷ ଏବଂ ବର୍ଷକୁ ରୋଜଗାର କରନ୍ତି ୪୫ ଲକ୍ଷରୁ ଉର୍ଦ୍ଧ୍ୱ !

ଅବିନାଶ କୁମାର ଜଣେ ସରକାରୀ କର୍ମଚାରୀ ଥିଲେ । ଆଜକୁ ପ୍ରୟା ୪୧ ବର୍ଷ ହେଲା ସ୍ଵେଚ୍ଛାକୃତ ଭାବେ ଚାକିରୀ ଛାଡି ଦେଇଥିଲେ । ୨୦୦୫ରେ ଚାକରି ଛାଡି ନିଜର ଭିଟାମାଟି ଅର୍ଥାତ ନିଜ ଜନସ୍ଥାନ ଗୋରଖପୁରକୁ ଫେରି ଆସିଥିଲେ । ସେଠାରେ ନିଜର ପିତୃଅର୍ଜିତ କ୍ଷେତରେ ଚାଷ କାମ କରିବା ଆରମ୍ଭ କରିଥିଲେ । ପାରମ୍ପରିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ଆବଶ୍ୟକତା ଠାରୁ ଅଧିକ ସମୟ ପରିଶ୍ରମ କରିଲେ କରିବା ସତ୍ତ୍ୱେ ମଧ୍ୟ ଆଶା ମୁତାବକ ପାରିଶ୍ରମିକ ପାଇନଥିଲେ । ଯାହାଫଳରେ ତାଙ୍କର ମନରେ ଚାଷ କାର୍ଯ୍ୟରେ ଆଗ୍ରହ କମିବାରେ ଲାଗିଲା ।

ଅବିନାଶ ସ୍ଥିର କରିଲେ ଯେ, ସେହି କ୍ଷେତ୍ରରେ ହିଁ ଅନ୍ୟ କିଛି ଗୋଟେ କରିବା ପାଇଁ ଏବଂ ୨୦୧୬ରେ ସେ ନିଜ କ୍ଷେତରେ ହିଁ ଔଷଧୀୟ ବୃକ୍ଷ ରୋପଣ କରିଥିଲେ । ସେ ଯେଉଁ ଔଷଧୀୟ ବୃକ୍ଷ ରୋପଣ କରିଥିଲେ ସେହି ଔଷଧୀୟ ବୃକ୍ଷର ବଜାର ଭିତ୍ତିକ ମୂଲ୍ୟ ଢେର ଅଧିକ ଓ ସେହି ଔଷଧୀୟ ବୃକ୍ଷର ଚାହିଦା ମଧ୍ୟ ଅଧିକ ରହିଛି । ବଡ଼ ବଡ଼ କମ୍ପାନୀଗୁଡିକ ହାତେ ହାତେ ନଗଦ ଟଙ୍କା ଦେଇ, ସେହି ଔଷଧୀୟ ଜାଡ଼ିବୁଟିକୁ କିଣି ନେଉଛନ୍ତି । ତାଙ୍କର ୨୨ ଏକର ଜମିରେ ତୁଳସୀ, ବ୍ରହ୍ମୀ, ଅଁଳା, ଶଙ୍ଖପୁଷ୍ପ, ଏହିପରି ଅନେକ ଛୋଟ ବଡ ବୃକ୍ଷ ଲଗାଇଛନ୍ତି ।

Google

ମାତ୍ର 2 ବର୍ଷରେ ଭାଗ୍ୟ ବଦଳିଗଲା । ଅବିନାଶ କୁମାରଙ୍କ କହିବା କଥା ଯେ, ଏହି କାମ ପାଇଁ ତାଙ୍କର ପତ୍ନୀ ବହୁତ ସହଯୋଗ କରିଛନ୍ତି । ସେ ତାଙ୍କର ୨୨ ଏକର ଜମିରେ ୩୨ ପ୍ରକାର ଔଷଧୀୟ ବୃକ୍ଷ ରୋପଣ କରିଛନ୍ତି । ଉଭୟ ପତି ପତ୍ନୀ କ୍ଷେତରେ ଏହି ଔଷଧୀୟ ବୃକ୍ଷ ଚାଷ କରିବା ପାଇଁ ୧ ଲକ୍ଷ ୨୦ ହଜାର ପୁଞ୍ଜି ବିନିଯୋଗ କରିଥିଲେ । କିନ୍ତୁ କଠିନ ପରିଶ୍ରମ ଓ ଆତ୍ମ ବିଶ୍ୱାସ ଫଳରେ ମାତ୍ର ବର୍ଷରେ ସେ ତାଙ୍କର ଭାଗ୍ୟ ବଦଳାଇ ଦେଇଛନ୍ତି । ବର୍ତ୍ତମାନ ସେ ବର୍ଷକୁ ୪୫ ରୁ ୪୫ ଲକ୍ଷ ରୋଜଗାର କରିପାରୁଛନ୍ତି । ବର୍ତ୍ତମାନ ସେ ୧୪ ପ୍ରକାର ଜାଡ଼ିବୁଟି ଚାଷ କରୁଛନ୍ତି ।

ବାସ୍ତବରେ ଇଚ୍ଛା ଥିଲେ ଅସମ୍ଭବ ପଦଟି ହିଁ କେଉଁ ଅବିଧାନରେ ମିଳେ ନାହିଁ ।

Leave a Reply

Your email address will not be published. Required fields are marked *