ଦିନବେଳା ଚୋରମାନେ ଭାଙ୍ଗିଲେ ATM, ପରେ ଟଙ୍କା ପଇସା କଲେ ଲୁଟ୍ ! ‘CCTV’ରେ ଆବଦ୍ଧ ହେଲା ସମ୍ପୂର୍ଣ୍ଣ ଘଟଣା…

ଦିନବେଳା ଚୋରମାନେ ଭାଙ୍ଗିଲେ ATM, ପରେ ଟଙ୍କା ପଇସା କଲେ ଲୁଟ୍ ! ‘CCTV’ରେ ଆବଦ୍ଧ ହେଲା ସମ୍ପୂର୍ଣ୍ଣ ଘଟଣା…

ଗୁଜୁରାଟରେ ‘ATM’କୁ ଭାଙ୍ଗି ଚୋରି କରୁଥିବା ଘଟଣା ସାମ୍ନାକୁ ଆସିଛି ଏବଂ ପୋଲିସ୍ ଅଭିଯୁକ୍ତ ଚୋର ମାନଙ୍କ ଖୋଜାରେ ଲାଗି ପଡିଛନ୍ତି । ଖବର ଅନୁଯାୟୀ ଅହମଦାବାଦର ବିରାଟନଗରରେ ଏହି ଚୋରି ଘଟଣା ଘଟିଥିଲା । ଚୋରମାନେ ATM ଭାଙ୍ଗି ସେଥିରେ ରଖାଯାଇଥିବା ଟଙ୍କା ବାହାର କଲେ ଓ ସୁଯୋଗ ଦେଖି ସେଠାରୁ ପଳାଇ ଗଲେ । ଏହି ସମ୍ପୂର୍ଣ୍ଣ ଘଟଣା CCTVରେ ଆବଦ୍ଧ ହୋଇଯାଇଛି ଏବଂ CCTV ସାହାଯ୍ୟରେ ପୋଲିସ୍ ବର୍ତ୍ତମାନ ଦୁବୁର୍ତ୍ତ ମାନଙ୍କୁ ଧରିବାରେ ଲାଗି ପଡ଼ିଛନ୍ତି । CCTVରେ ଦୁଇଜଣ ଲୋକ ଚୋରି କରୁଥିବାର ନଜର ଆସୁଛନ୍ତି, ଯେଉଁମାନେ ନିଜ ମୁହଁକୁ କପଡ଼ାରେ ଘୋଡେ଼ଇ ରଖିଛନ୍ତି ।

ଏହି ଚୋରି ସହରର ବିରାଟନଗରର ‘SBI Bank’ର ‘ATM’ରେ ହୋଇଛି ଏବଂ ଦୁବୁର୍ତ୍ତ ମାନେ ରାତି ବଦଳରେ ସକାଳେ ଏହି ଘଟଣାକୁ ଘଟାଇଛନ୍ତି । ଚୋରମାନେ ବିରାଟନଗର ସ୍ଥିତ ‘ଗାୟତ୍ରୀ ପାର୍କ’ ସୋସାଇଟି ନିକଟରେ ଲାଗିଥିବା ବ୍ୟାଙ୍କର ‘ATM’ରେ ସକାଳ ୧୦ ଟାରେ ପହଞ୍ଚି ସର୍ବପ୍ରଥମେ ‘ATM’ର ସଟରକୁ ଭାଙ୍ଗି ଦେଲେ, ପରେ ୩୦ ହଜାର ଟଙ୍କା ଚୋରାଇ ପଳାଇଗଲେ । ଆଗାମୀ ଦିନ, ଯେତେବେଳେ କର୍ମଚାରୀ ‘ATM’ ମେସିନକୁ କେଶ୍ ଲେଣ୍ଡିଙ୍ଗ ପାଇଁ ଆଣିଲେ । ସେତେବେଳେ ସେ ଚୋରିର ସୂଚନା ପାଇଲେ । ସେମାନେ ବ୍ୟାଙ୍କ ଅଧିକାରୀ ମାନଙ୍କୁ ଫୋନ୍ କରି ଚୋରି ବୋଲି କହିଲେ । ଏହାପରେ ପୋଲିସ୍ ନିକଟରେ ଅଭିଯୋଗ କରାଗଲା ।

ଅଭିଯୋଗ ଲେଖାଯିବା ପରେ ପୋଲିସ୍ ନିଜର ତଦନ୍ତ ଆରମ୍ଭ କଲେ ଏବଂ CCTV ଫୁଟେଜର ଯାଞ୍ଚ କଲେ । ଯାଞ୍ଚରେ ଜଣାପଡ଼ିଲା ଯେ ସକାଳ ୧୦ଟାରେ ‘ATM’ ସେଣ୍ଟରକୁ ପଶି ପ୍ରଥମେ ମେସିନକୁ ଭାଙ୍ଗିଦେଲେ । ତାପରେ ମେସିନରେ ଥିବା ୩୦ ହଜାର ଟଙ୍କାକୁ ଚୋରି କରି ନେଇଗଲେ । ପୋଲିସ୍ କର୍ମଚାରୀମାନେ ଘଟଣା ପରେ ଚୋରି ମାମଲା ରୁଜୁ କରିଛନ୍ତି ଏବଂ CCTV ଫୁଟେଜ୍ ଆଧାରରେ ଆଗକୁ ଯାଇ ଯାଞ୍ଚ କରୁଛନ୍ତି । ଏହି ଚୋରିରେ ଦୁଇଜଣ ଲୋକ ସାମିଲ୍ ଥିଲେ ।

ଯେପରି ଭାବରେ ସକାଳ ସମୟରେ ଏହି ଚୋରି ଘଟଣା ଘଟିଥିଲା, ଏଥିରୁ ସ୍ପଷ୍ଟ ଜଣାପଡେ ଯେ ଏହି ରାଜ୍ୟରେ ଚୋର ମାନଙ୍କୁ ପୋଲିସର ତିଳେ ମାତ୍ର ଭୟ ନାହିଁ, ଏବଂ ଚୋରି ହେବାର ଦିନେ ପରେ ପୋଲିସ୍ ଏହା ଜାଣିପାରିଲା । ସେପଟେ ଏହା ପ୍ରଥମଥର ପାଇଁ ନୁହେଁ ଯେତେବେଳେ କି ଏପରି ଘଟଣା ଘଟିଛି । କିଛି ମାସରୁ ଗୁଜୁରାଟରେ ଏପରି ଘଟଣା ଗୁଡ଼ିକ ଘଟୁଛି । କିନ୍ତୁ ଏହା ସତ୍ତ୍ୱେ ବ୍ୟାଙ୍କ ପ୍ରବନ୍ଧକ ‘ATM’ କେନ୍ଦ୍ରରେ ସୁରକ୍ଷା ଗାର୍ଡକୁ ରଖିବା ପାଇଁ ପ୍ରସ୍ତୁତ ନୁହଁନ୍ତି । ଯେଉଁଠାରେ ଏହି ଚୋରି ହୋଇଛି, ସେଠାରେ ‘ATM’ ସୁରକ୍ଷା ପାଇଁ କୌଣସି ଗାର୍ଡ ଉପସ୍ଥିତ ନଥିଲେ । ଯାହା ଫଳରେ ଏହି ଘଟଣା ବିଷୟରେ ବିଳମ୍ବରେ ଜଣାପଡ଼ିଲା ।

Leave a Reply

Your email address will not be published. Required fields are marked *