ଏହି ସବୁ ଦୋଷ କାରଣରୁ ହୁଏ ନାହିଁ ସନ୍ତାନ ପ୍ରାପ୍ତି ! ଜାଣନ୍ତୁ ଏହି ଦୋଷ ଗୁଡ଼ିକ ବିଷୟରେ ଓ ଏଥିରୁ ବଞ୍ଚିବାର ଉପାୟ ।

ଏହି ସବୁ ଦୋଷ କାରଣରୁ ହୁଏ ନାହିଁ ସନ୍ତାନ ପ୍ରାପ୍ତି ! ଜାଣନ୍ତୁ ଏହି ଦୋଷ ଗୁଡ଼ିକ ବିଷୟରେ ଓ ଏଥିରୁ ବଞ୍ଚିବାର ଉପାୟ ।

ଜାତକରେ ନିମ୍ନରେ ବର୍ଣ୍ଣିତ ଦୋଷ ଥିଲେ କିଛି ଦମ୍ପତିଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହୁଏ ନାହିଁ ଓ ଶତ ଚେଷ୍ଟା କଲେ ମଧ୍ୟ ତାଙ୍କୁ ମାତାପିତା ହେବାର ସୁଖ ମିଳିନଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପରି କିଛି ଅଭିଶାପ ଓ ଦୋଷ ବିଷୟରେ ବର୍ଣ୍ଣନା କରାଯାଇଛି । ଯାହା ଫଳରେ ସନ୍ତାନ ସୁଖ ମିଳେ ନାହିଁ କିମ୍ବା ସନ୍ତାନ ଜନ୍ମ ହେଲେ ମଧ୍ୟ ତାହାର ମୃତ୍ୟୁ ଘଟିଥାଏ । ଅନେକ ଥର ଏହିସବୁ ଦୋଷ ଯୋଗୁଁ ଦମ୍ପତିଙ୍କୁ ପୁତ୍ର ସନ୍ତାନ ସୁଖ ମିଳିନଥାଏ । ଯଦି ଆପଣଙ୍କ ଜାତକରେ ମଧ୍ୟ ନିମ୍ନରେ ବର୍ଣ୍ଣିତ ଯୋଗ, ଦୋଷ କିମ୍ବା ଅଭିଶାପ ରହିଛି ତେବେ ଏହାର ଉପାୟ ଶୀଘ୍ରରୁ ଅତିଶୀଘ୍ର କରିନିଅନ୍ତୁ । କାରଣ ଏହିସବୁ କାରଣ ଯୋଗୁଁ ସନ୍ତାନ ପ୍ରାପ୍ତ ହେବାରେ ବାଧା ପ୍ରାପ୍ତ ହୋଇଥାଏ ।

ଏହିସବୁ ଦୋଷ କିମ୍ବା ଅଭିଶାପ କାରଣରୁ ହୁଏ ନାହିଁ ସନ୍ତାନ ପ୍ରାପ୍ତି

ସର୍ପ ଅଭିଶାପ

newstrend

ସର୍ପ ଅଭିଶାପର ଯୋଗ କୁଣ୍ଡଳୀରେ ରାହୁ କାରଣରୁ ରହିଥାଏ ଓ ଏହି କାରଣରୁ ସନ୍ତାନ ଜନ୍ମ ହୋଇନଥାଏ । ସର୍ପ ଦୋଷ କୁଣ୍ଡଲୀରେ ଥିଲେ ସର୍ପ ଅର୍ଥାତ ନାଗ ଦେବତାଙ୍କୁ ପୂଜା କରନ୍ତୁ । ନାଗ ଦେବତାଙ୍କୁ ପୂଜା କଲେ ଏହି ଦୋଷ ସମାପ୍ତ ହୋଇଯାଏ । ନାଗ ବ୍ୟତୀତ ସୋମବାର ଦିନ ଶିବଲିଙ୍ଗରେ ଜଳ ଅର୍ପଣ ଓ ଅଭିଷେକ କରିବା ଫଳରେ ମଧ୍ୟ ଏହି ଅଭିଶାପରୁ ମୁକ୍ତି ମିଳିଥାଏ । ଏଥିପାଇଁ ଯେଉଁ ଲୋକଙ୍କ ଜାତକରେ ଏହି ଅଭିଶାପ ରହିଛି ସେମାନେ ଏହାର ନିବାରଣ କରନ୍ତୁ ।

ପିତୃ ଅଭିଶାପ

newstrend

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ ଅଷ୍ଟମ ସ୍ଥାନରେ ରାହୁ ଅଥବା ଅଷ୍ଟମେଷ ରାହୁ ପାପାକ୍ରାନ୍ତ ହୋଇଥିବ ତେବେ ଜାତକରେ ଏହି ଦୋଷ ଉପୁଜି ଥାଏ । ଏହି ଦୋଷର ଅର୍ଥ ଆପଣଙ୍କ ପିତୃପୁରୁଷ ଆପଣଙ୍କ ଠାରୁ ଖୁସି ନୁହଁନ୍ତି । ଏହି ଦୋଷ ରହିଥିଲେ ନିଜ ପିତୃପୁରୁଷଙ୍କ ପାଇଁ ପୂଜା କରାନ୍ତୁ । ଏପରି କଲେ ସେମାନେ ଶାନ୍ତ ହୋଇଯିବେ । ଏହା ସହିତ ସୂର୍ଯ୍ୟ ଭଗବାନଙ୍କୁ ପୂଜା କଲେ ମଧ୍ୟ ପିତୃ ଅଭିଶାପରୁ ମୁକ୍ତି ମିଳିଥାଏ ।

ମାତୃ ଅଭିଶାପ

newstrend

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାତୃ ଅଭିଶାପ କାରଣରୁ ମଧ୍ୟ ସନ୍ତାନ କିମ୍ବା ପୁତ୍ର ପ୍ରାପ୍ତି ହୋଇନଥାଏ । ଯେତେବେଳେ ପଞ୍ଚମେଶ ଓ ଚନ୍ଦ୍ରମା ସମ୍ବନ୍ଧରେ ଆଧାରିତ ହୋଇଥାଏ ସେତେବେଳେ କୁଣ୍ଡଳୀରେ ଏହି ଯୋଗ ଦେଖାଯାଏ । ଏହା ବ୍ୟତୀତ ମଙ୍ଗଳ, ଶନି ଓ ରାହୁ କାରଣରୁ ମଧ୍ୟ ଏହି ଦୋଷ କୁଣ୍ଡଳୀରେ ଉତ୍ପନ୍ନ ହୋଇଥାଏ । ମାତୃ ଅଭିଶାପ ଲାଗିଥିଲେ ଯେତେ ପାରୁଛନ୍ତି ମାଁଙ୍କୁ ସେବା କରନ୍ତୁ ଏବଂ ମହିଳାଙ୍କୁ ସମ୍ମାନ କରନ୍ତୁ । ଏହି ଉପାୟ କରିବା ଫଳରେ ଏହି ଅଭିଶାପରୁ ମୁକ୍ତି ମିଳିଥାଏ ।

ଭ୍ରାତୃ ଅଭିଶାପ

newstrend

ଭ୍ରାତୃ ଅଭିଶାପ ଯୋଗୁଁ ଦମ୍ପତିଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହୋଇନଥାଏ । ଜାତକ କିମ୍ବା ତାହା ପରିବାରର ସଦସ୍ୟ ଦ୍ୱାରା ଯେତେବେଳେ ନିଜ ଭାଇଙ୍କୁ ଅପମାନିତ କରାଯାଏ ସେତେବେଳେ ଏହି ଅଭିଶାପ ଲାଗିଥାଏ । ଭ୍ରାତୃ ଅଭିଶାପ ଲାଗିଥିଲେ ହନୁମାନ ଚାଲିଶା ଓ ହରିବଂଶ ପୁରାଣ ପଢନ୍ତୁ । ଏହା ବ୍ୟତୀତ ଶାଲିଗ୍ରାମଙ୍କୁ ପୂଜା କରନ୍ତୁ ।

ବ୍ରହ୍ମ ଅଭିଶାପ

newstrend

ବ୍ରହ୍ମ ଅଭିଶାପ ମୋଟ ୭ ପ୍ରକାର ହୋଇଥାଏ । ବ୍ରାହ୍ମଣଙ୍କ ଅପମାନ କଲେ ଏହି ଦୋଷ ଲାଗିଥାଏ । ଏହି ଦୋଷକୁ ଦୂର କରିବା ପାଇଁ ବ୍ରାହ୍ମଣଙ୍କ ସେବା କରନ୍ତୁ ଓ ତାଙ୍କୁ ଭୋଜନ କରାନ୍ତୁ । ବ୍ରାହ୍ମଣ ମାନଙ୍କୁ ସେବା କଲେ ଏହି ଦୋଷରୁ ମୁକ୍ତି ମିଳିଯିବ ଓ ସନ୍ତାନ ପ୍ରାପ୍ତ କରିବାରେ ଆସୁଥିବା ବାଧା ଦୂର ହୋଇଯିବ ।

ଗ୍ରହ ଦୋଷ

newstrend

ବୁଧ ଓ ଶୁକ୍ର ଗ୍ରହ ଭୁଲ୍ ଦିଗରେ ଗତି କଲେ ସନ୍ତାନ ପ୍ରାପ୍ତି ହେବାରେ ବାଧା ସୃଷ୍ଟି ହୋଇଥାଏ । ଏହି ଦୋଷକୁ ଦୂର କରିବା ପାଇଁ ବୁଧବାର ଦିନ ସବୁଜ ପଦାର୍ଥ ଗୁଡ଼ିକ ଦାନ କରନ୍ତୁ ଓ ଶୁକ୍ରବାର ଦିନ ଭଗବାନ ଶିବଙ୍କୁ ପୂଜା କରନ୍ତୁ ।

Leave a Reply

Your email address will not be published. Required fields are marked *