କରୋନା ଜନିତ ସଙ୍କଟ କାରଣରୁ ଏହି ରାଜ୍ୟରେ ଗୁଡିକରେ ପୁଣିଥରେ ଲାଗୁ ହେଲା ଲକ୍ଡ଼ାଉନ୍ ! ଜାରି ହେଲା କଡା ନିୟମାବଳୀ…

କରୋନା ଜନିତ ସଙ୍କଟ କାରଣରୁ ଏହି ରାଜ୍ୟରେ ଗୁଡିକରେ ପୁଣିଥରେ ଲାଗୁ ହେଲା ଲକ୍ଡ଼ାଉନ୍ ! ଜାରି ହେଲା କଡା ନିୟମାବଳୀ…

କୋରୋନା ଭୂତାଣୁ ସମଗ୍ର ଦୁନିଆକୁ ଗ୍ରାସ କରିଛି । ତାହାର ପ୍ରଭାବରେ ଲକ୍ଷ ଲକ୍ଷ ଲୋକ ଆସିଛନ୍ତି । ଭାରତରେ କୋରୋନା ଭୂତାଣୁ ର ସ୍ଥିତି ବିଗିଡ଼ିବାରେ ଲାଗିଛି । ଦେଶରେ କୋରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୫ ଲକ୍ଷରୁ ଅଧିକ ହୋଇଛି । ଯେଉଁ କାରଣରୁ ସରକାରଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ଚିନ୍ତିତ ଅଛନ୍ତି । ଯେଉଁ କାରଣରୁ ପୁଣିଥରେ ଦେଶରେ ଲୋକଡାଉନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏପରି ସମୟରେ ଝାଡ଼ଖଣ୍ଡ ସରକାର କୋରୋନା ଭୂତାଣୁର ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ପୁଣିଥରେ ଲୋକଡାଉନ ଘୋଷଣା କରିଛନ୍ତି । ଝାଡ଼ଖଣ୍ଡ ସରକାର ଜୁଲାଇ ୩୧ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବଢ଼ାଇ ଦେଇଛନ୍ତି । ଏହା ସହିତ ରାଜ୍ୟରେ ଲୋକଡାଉନର ନିୟମକୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ଘୋଷଣା କରାଯାଇଛି ।

google

ରାଜ୍ୟ ସରକାର ଶୁକ୍ରବାର ଦିନ ରାଜ୍ୟରେ ଏକ ଅଧିସୂଚନା ଜାରି କରିଛନ୍ତି । ତେଣୁ ଏହି ଅନୁସାରେ କୁହାଯାଇଛି ଯେ, ଉଚ୍ଚସ୍ତରୀୟ ବୈଠକ ପରେ କୋବିଡ଼ – 19 ମାମଲା ଗୁଡ଼ିକର ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ ସମିତିର ଅଧ୍ୟକ୍ଷ ଏବଂ ଝାଡ଼ଖଣ୍ଡର ମୁଖ୍ୟ ସଚିବ ସୁଖଦେବ ସିଂହ ଆଜି ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ଏହାବ୍ୟତୀତ ଲୋକଡାଉନର ପୁରୁଣା ନିୟମ ଗୁଡ଼ିକୁ ଲାଗୁ କରିବାର ନିର୍ଣ୍ଣଉ ନେଇଛନ୍ତି । ଯେଉଁ ଅନୁସାରେ ମନ୍ଦୀର, ମସଜିଦ, ଗିରିଜାଘର ସମେତ ସମସ୍ତ ଧାର୍ମିକ ସ୍ଥଳ, ଶିକ୍ଷଣ ସଂସ୍ଥା, ସିନେମାହଲ, ବାର୍, ଅନ୍ତରାଜ୍ୟ ବସ ସେବା, ସୁଇମିଙ୍ଗ ପୁଲ, ଇଣ୍ଟରଟେନମେଣ୍ଟ ପାର୍କ, ଜିମ, କୋଚିଂ ସଂସ୍ଥାନ ବନ୍ଦ ରହିବ ଏବଂ ଲୋକଡାଉନ ନିୟମ ଗୁଡ଼ିକର ଅନୁପାଳନ କଡ଼ାକଡ଼ି ରହିବ ।

ଝାଡ଼ଖଣ୍ଡ ରେ ଲୋକଡାଉନ ଜୁନ ୨୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା । ପୁଣି, ସାରା ଦେଶରେ ଜନତା କର୍ଫ୍ୟୁ ସହିତ ଚାରି ପର୍ଯ୍ୟାୟର ଲୋକଡାଉନ ଜାରି କରାଯାଇଥିଲା । ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ଲୋକଡାଉନର ଘୋଷଣା କରିଥିଲେ । ତାପରେ ଏହାକୁ ବଢ଼ାଇ ଏପ୍ରିଲ ୧୫ରୁ ମଇ ୩ ପର୍ଯ୍ୟନ୍ତ କରାଯାଇଥିଲା, ପୁଣି ତୃତୀୟ ଥର ପାଇଁ ଲୋକଡାଉନକୁ ମଇ ୪ରୁ ମଇ ୧୭ ପର୍ଯ୍ୟନ୍ତ କରାଯାଇଥିଲା । ଯାହା ପରେ ଚତୁର୍ଥ ଥର ଲୋକଡାଉନ ମଇ ୧୮କୁ ମଇ ୩୧ ପର୍ଯ୍ୟନ୍ତ କରି ଦିଆଯାଇଥିଲା । ମାତ୍ର ଜୁନ ୧ରୁ ଦେଶକୁ ଅନଲୋକ କରିବାର ନିଷ୍ପତ୍ତି ନିଆଯାଇଥିଲା । ଏଥିଯୋଗୁଁ ତିନି ପର୍ଯ୍ୟାୟରେ ଦେଶକୁ ଖୋଲାଯାଉଛି ।

Leave a Reply

Your email address will not be published. Required fields are marked *