୫ ମାସର ଗର୍ଭବତୀ ହେବା ସତ୍ତ୍ୱେ ମଧ୍ୟ ସଡକ ଉପରେ ଡ୍ୟୁଟି ଦେଉଛନ୍ତି ‘DSP’ ! ଭିଡିଓ ଦେଖି ହୃଦୟରୁ ବାହାରିବ ସଲାମ୍…

୫ ମାସର ଗର୍ଭବତୀ ହେବା ସତ୍ତ୍ୱେ ମଧ୍ୟ ସଡକ ଉପରେ ଡ୍ୟୁଟି ଦେଉଛନ୍ତି ‘DSP’ ! ଭିଡିଓ ଦେଖି ହୃଦୟରୁ ବାହାରିବ ସଲାମ୍…

କରୋନା ଭଳି ପରିସ୍ଥିତିରେ ଲୋକମାନଙ୍କୁ ସୁରକ୍ଷିତ ରଖିବାପାଇଁ ମେଡ଼ିକାଲ୍ ବିଭାଗ ସମେତ ପୋଲିସ୍ ବିଭାଗ ମଧ୍ୟ ଦିନରାତି ଲାଗିପଡିଛି । ପୋଲିସ୍ ବର୍ତ୍ତମାନ ସମୟରେ ସ୍ଥାନେ ସ୍ଥାନେ ଯାଞ୍ଚ କରି ଲୋକମାନଙ୍କର ଫାଲତୁ ବୁଲିବା ଉପରେ ପ୍ରତିବନ୍ଧକ ଲଗାଉଅଛି । ସେ ଏହି କଥା ଜାଣିଛନ୍ତି ବର୍ତ୍ତମାନର ପରିସ୍ଥିତିକୁ ନିୟନ୍ତ୍ରଣ କରିବାପାଇଁ ଲକଡାଉନ୍ ଏକମାତ୍ର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ଏଭଳି ପରିସ୍ଥିତିରେ ଛତିଶଗଡ଼ର ବସ୍ତ ଜିଲ୍ଲାର ଦନ୍ତେୱାଡ଼ାରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏଠାରେ ୫ ମାସର ଗର୍ଭବତୀ DSP ଶିଳ୍ପା ସାହୁ ସଡ଼କ ଉପରେ ନିଜ ଡ୍ୟୁଟି କରୁଥିବାର ଦେଖା ଯାଇଛନ୍ତି ।

DSP ଶିଳ୍ପା ସାହୁ ଗର୍ଭବତୀ ଅଛନ୍ତି କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ସେ ତାଙ୍କର ଡ୍ୟୁଟି ଭଲ ଭାବରେ ପାଳନ କରୁଛନ୍ତି । ତାଙ୍କର ଏକ ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ବହୁମାତ୍ରାରେ ଭାଇରାଲ୍ ହେଉଅଛି । ଯେଉଁଥିରେ ସେ ଯିବାଆସିବା କରୁଥିବା ଲୋକଙ୍କୁ ଏହା ପଚାରୁଥିବାର ଦେଖା ଯାଇଛନ୍ତି କି ସେମାନେ କୁଆଡେ ଯାଉଛନ୍ତି । ଡ୍ୟୁଟି କରୁଥିବା ସମୟରେ ଗର୍ଭବତୀ DSPଙ୍କ ହାତରେ ଏକ ବାଡ଼ି ମଧ୍ୟ ରହିଛି । ଗର୍ଭବତୀ ଥିବା କାରଣରୁ ସେ ଗାଉନ୍ ପିନ୍ଧିଛନ୍ତି ।

ସୋସିଆଲ୍ ମିଡିଆରେ ଏହି DSPଙ୍କର ଅତ୍ୟନ୍ତ ପ୍ରଶଂସା ହେଉଅଛି । IPS ଅଫିସର୍ ଦିପାଂଶୁ କାବରା ତାଙ୍କର ଏକ ଫୋଟ ସେୟାର୍ କରି ଲେଖିଛନ୍ତି କି ଏହି ଫୋଟଟି ଦନ୍ତେୱାଡ଼ାର DSP ଶିଳ୍ପା ସାହୁଙ୍କର ଅଟେ । ଗର୍ଭାବସ୍ଥାରେ ମଧ୍ୟ ଶିଳ୍ପା ସାହୁ ଖରାରେ ପାଟି କରି ନିଜ ଦଳ ସହ ସଡ଼କ ଉପରେ ନିୟୋଜିତ ଅଛନ୍ତି ଏବଂ ଲୋକମାନଙ୍କୁ ଲକଡାଉନ୍ ପାଳନ କରିବାପାଇଁ ନିବେଦନ କରୁଛନ୍ତି ।

ଗର୍ଭବତୀ DSPଙ୍କର ଏହି ଭିଡିଓ ସୋସିଆଲ୍ ମିଡିଆରେ ଛାଇ ହୋଇ ରହିଛି । ଭିଡ଼ିଓରେ ସେ ଲୋକମାନଙ୍କୁ ଘରେ ରହିବାପାଇଁ ନିବେଦନ କରୁଛନ୍ତି । ତାଙ୍କର ଭିଡିଓ ଭାଇରାଲ୍ ହେବା ପରେ ସମସ୍ତେ ଏହି ମହିଳା DSPଙ୍କର ସଲାମ୍ କରିବାକୁ ଲାଗିଛନ୍ତି । ଚାଲନ୍ତୁ ପ୍ରଥମେ ଆପଣମାନେ ମଧ୍ୟ ତାଙ୍କର ଏହି ଭିଡ଼ିଓକୁ ଦେଖି ନିଅନ୍ତୁ ।

ଗୋଟିଏ ପକ୍ଷରେ ଜନତା ତାଙ୍କର ଏହି କାମ ପାଇଁ ସଲାମ୍ କରୁଥିବା ବେଳେ ଅନ୍ୟ ପକ୍ଷରେ ଆଉ କିଛି ଲୋକ ତାଙ୍କର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବାର ମଧ୍ୟ ଦେଖା ଯାଉଛନ୍ତି । ତାଙ୍କର କହିବା ଅନୁଯାୟୀ, DSPଙ୍କୁ ଡ୍ୟୁଟିରେ ଲୋକମାନଙ୍କ ଉପରେ ନଜର ରଖିବା ଉଚିତ କିନ୍ତୁ ଏହା ସହିତ ନିଜର ହେବାକୁ ଥିବା ପିଲାର ମଧ୍ୟ ଯତ୍ନ ନେବା ଉଚିତ ।

DSP ଶିଳ୍ପା ସାହୁଙ୍କର ସ୍ୱାମୀ ଦେବାଂଶ ସିଂହ ରାଠୋର ମଧ୍ୟ ଜଣେ DSP ଅଟନ୍ତି । ଦୁହେଁ ପ୍ରଶିକ୍ଷଣ ସମୟରେ ଦେଖା ହୋଇଥିଲେ । ଏଠାରେ ଦୁହେଁ ଦୁହିଁଙ୍କର ନିକଟତର ହୋଇଥିଲେ ଏବଂ ୨୦୧୯ ମସିହା ଜୁନ୍ ମାସରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

ସେ ନିଜ ସ୍ୱାମୀଙ୍କ ସହ ନକ୍ସଲ୍ ପ୍ରଭାବିତ ଜିଲ୍ଲାରେ ନକ୍ସଲ୍ ଅପରେଶନ୍ ପାଇଁ ସାଥିରେ ମଧ୍ୟ ଯାଇ ସାରିଛନ୍ତି ।

Leave a Reply

Your email address will not be published. Required fields are marked *