ବଲିଉଡ଼ରେ ଗୁପ୍ତ ଭାବରେ ଚାଲିଥାଏ ଡ୍ରଗ୍ସ ରେକେଟର ଧନ୍ଦା ! କଙ୍ଗନା କହିଛନ୍ତି ଯେ – କଳାକାର ମାନଙ୍କର ପତ୍ନୀ……

ବଲିଉଡ଼ରେ ଗୁପ୍ତ ଭାବରେ ଚାଲିଥାଏ ଡ୍ରଗ୍ସ ରେକେଟର ଧନ୍ଦା ! କଙ୍ଗନା କହିଛନ୍ତି ଯେ – କଳାକାର ମାନଙ୍କର ପତ୍ନୀ……

ବଲିଉଡ଼ ଅଭିନେତ୍ରୀ କଙ୍ଗନା ରନୌତ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡ଼ିତ ଆଉ ଏକ ବଡ଼ ଖୁଲାସା କରିଛନ୍ତି । ପ୍ରକୃତରେ କଙ୍ଗନା ରାନୌତ ଦାବି କରିଛନ୍ତି ଯେ ସେ ବଲିଉଡ଼ର ଡାର୍କ ସାଇଡ୍ ଜାଣିଛନ୍ତି, ଯେଉଁଠି ସେଲିବ୍ରିଟି ମାନେ ଖୁବ୍ ସୌକରେ ଭାଗ ନିଅନ୍ତି । କେବଳ ଏତିକି ନୁହେଁ ଏହି ଡ୍ରଗ୍ସ ପାର୍ଟି ମାନଙ୍କରେ ଅଶ୍ଲୀଳତାର ସବୁ ସୀମା ପାର କରା ଯାଇଥାଏ, ଯେଉଁଠାକୁ ପାରିବାରିକ ମଣିଷ କେବେ ମଧ୍ୟ ଯିବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ବଲିଉଡ଼ର କିଛି କଳାକାର ଏପରି ଅଛନ୍ତି ଯେଉଁମାନେ ନିଜ ପରିବାର ସହିତ ଏହି ପାର୍ଟିକୁ ଆସନ୍ତି ଏବଂ ମଉଜ କରନ୍ତି । କଙ୍ଗନା କହିଛନ୍ତି ଯେ ଏହି ପାର୍ଟି ଗୁଡ଼ିକରେ, ‘ ଅଭିନେତା ମାନଙ୍କର ପତ୍ନୀ ମାନେ ଡ୍ରଗ୍ସ ନେଇଥାନ୍ତି । ଅକଳ୍ପନୀୟ ଦୁର୍ବ୍ୟବହାର ହୋଇଥାଏ । ମୁଁ ଦେଖିଛି ଯେ ଏହା କେତେ ଅଶ୍ଳୀଳ ହୋଇଥାଏ ଏବଂ ଅନେକ ଥର ସ୍ଥିତି ନିୟନ୍ତ୍ରଣର ବାହାର ହୋଇଯାଏ ।

google

କଙ୍ଗନା ଏକ ପ୍ରାଇଭେଟ ଚ୍ୟାନେଲର ଇଣ୍ଟରଭ୍ୟୁରେ ଏହା କହିଥିଲେ ଯେ ସେ ବଲିଉଡ଼ର ସେହି ଗୁପ୍ତ ଚେହେରା ଦେଖିଛନ୍ତି , ଯେଉଁଠି ଅନେକ କଳାକାରଙ୍କୁ ଡ୍ରଗ୍ସ ନେବାକୁ ପଡ଼ିଥାଏ । କିଛି ବସ୍ତାବିକତାକୁ ଫିଲ୍ମ ଦେଖା ଯାଇଛି, କିନ୍ତୁ ସତ୍ୟତାକୁ ଅଲଗା ରଖା ଯାଇଛି । ‘

କଙ୍ଗନା ଙ୍କର ଏହି ମନ୍ତବ୍ୟ ରିୟା ଚକ୍ରବର୍ତ୍ତୀଙ୍କ ‘ ଡ୍ରଗ୍ସ ଚେଟ୍ ‘ ପରେ ସମ୍ନାକୁ ଆସିଛି । କଙ୍ଗନା କହିଛନ୍ତି ଯେ ସେ ଯେତେବେଳେ ଗୋଟିଏ ସମୟରେ ବୋଲିଉଡ଼ ର ‘ ହାଇ ଏବଂ ମାଇଟି ‘ କ୍ଲବ ର ସଦସ୍ୟ ଥିଲେ , ଯେଉଁଠି ସେ ସବୁ ରାତିର ପାର୍ଟି ରେ ଭାଗ ନେଉଥିଲେ ଏବଂ ଅନେକ ବଡ଼ ବଡ଼ ଲୋକଙ୍କୁ ଡ୍ରଗ୍ସ ନେବାର ଦେଖୁଥିଲେ ।

google

କଙ୍ଗନା କହିଛନ୍ତି ଯେ , ‘ କିଛି ଯୁବ କଳାକାର ଯେଉଁମାନେ ମୋ ବୟସର ଥିଲେ, ସେମାନେ ବ୍ୟକ୍ତିଗତ ରୂପରେ ଡ୍ରଗ୍ସ ନିଅନ୍ତି ଏବଂ ଶୋ କରନ୍ତି । ପୁଣି ଏହି କଳାକାରଙ୍କ ବିଷୟରେ ବ୍ଲାଇଣ୍ଡ ଆଇଟମ୍ ମଧ୍ୟ ଲେଖା ଯାଉଥିଲା । ଡୀଲର ସମାନ ଥାଆନ୍ତି । ସବୁ କିଛିକୁ ଏକ ଉପାୟରେ ନିୟନ୍ତ୍ରଣ କରାଯାଇଥାଏ । ତାଙ୍କ ପତ୍ନୀ ମାନେ ମଧ୍ୟ ଏହି ପାର୍ଟିକୁ ହୋଷ୍ଟିଂ କରନ୍ତି ।

google

କଙ୍ଗନା କହିଛନ୍ତି ଯେ ଏହି ଅଭିନେତା ମାନଙ୍କ ମଧ୍ୟରୁ ମୁଁ ଜଣଙ୍କୁ ଡେଟ୍ କରିଛି । ସେ ମଧ୍ୟ ଡ୍ରଗ୍ସ ନିଶାର ଶିକାର ହୋଇଥିଲେ । ଏସବୁ ଏକ ଗୁପ୍ତ ସଙ୍କେତରେ ହୋଇଥାଏ । ‘ କିନ୍ତୁ ଡ୍ରଗ୍ସ ଏଙ୍ଗଲ ସମ୍ନାକୁ ଆସିବା ପରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ( NCB ) ରିୟାଙ୍କ ବିରୋଧରେ ଆଧିକାରୀକ ଅଭଯୋଗ ଫାଇଲ କରିଛି । ରିପୋର୍ଟ ମୁତାବକ ୨୦ ଟୋପ୍ ବଲିଉଡ଼ ଏବଂ ରାଜନେତା ମାନଙ୍କର ନାମ ମଧ୍ୟ NCBକୁ ଦିଆଯାଇଛି ।

Leave a Reply

Your email address will not be published. Required fields are marked *