ପିତାଙ୍କ ନିଧନ ପରେ ଛାଡ଼ିଦେଲେ ପାଠପଢ଼ା, କରିବାକୁ ଲାଗିଲେ ହିରୋଇନ୍ ମାନଙ୍କ ଶାଢ଼ୀ ପ୍ରେସ୍ ! ପରେ ଏପରି ହେଲେ ବଡ଼ ଚଳଚ୍ଚିତ୍ର ନିର୍ଦ୍ଦେଶକ…

ପିତାଙ୍କ ନିଧନ ପରେ ଛାଡ଼ିଦେଲେ ପାଠପଢ଼ା, କରିବାକୁ ଲାଗିଲେ ହିରୋଇନ୍ ମାନଙ୍କ ଶାଢ଼ୀ ପ୍ରେସ୍ ! ପରେ ଏପରି ହେଲେ ବଡ଼ ଚଳଚ୍ଚିତ୍ର ନିର୍ଦ୍ଦେଶକ…

ଚଳଚ୍ଚିତ୍ର ନିର୍ଦ୍ଦେଶକ-ପ୍ରଯୋଜକ ରୋହିତ ଶେଟ୍ଟୀ ବଲିଉଡ଼ର ଏକ ଜଣାଶୁଣା ନାମ ଅଟନ୍ତି । ୧୪ ମାର୍ଚ୍ଚକୁ ନିଜର ୪୮ତମ ଜନ୍ମଦିନ ଅବସରରେ ସେ ନିଜର ଆଗାମୀ ଚଳଚ୍ଚିତ୍ର ସୂର୍ଯ୍ୟବଂଶୀର ରିଲିଜ୍ ତାରିଖ ଘୋଷଣା କଲେ । ସେ ନିଜ ଫ୍ୟାନ୍ସମାନଙ୍କୁ କହିଲେ ଯେ ଅକ୍ଷୟ କୁମାର ଅଭିନୀତ ସୂର୍ଯ୍ୟବଂଶୀ ୩୦ ଏପ୍ରିଲ୍ ୨୦୨୧ କୁ ମୁକ୍ତିଲାଭ କରିବ ।

ଆପଣଙ୍କୁ ସୁଚିତକରିଦେଉଛୁ ଯେ ରୋହିତ ଶେଟ୍ଟୀଙ୍କ ୮ଟି ଚଳଚ୍ଚିତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦ କୋଟି ଟଙ୍କା ରୋଜଗାର ପାର କରିସାରିଛି । ଏଥିରେ ଚେନ୍ନାଇ ‘ଏକ୍ସପ୍ରେସ୍’, ‘ଗୋଳମାଲ୍ ୩’ ଓ ‘ସିମ୍ବା’ ଚଳଚ୍ଚିତ୍ର ମଧ୍ୟ ସାମିଲ୍ ରହିଛି । ଆଜି ରୋହିତଙ୍କ ଗଣନା ବଲିଉଡ଼ର ବଡ଼ ବଡ଼ ନିର୍ଦ୍ଦେଶକ ମାନଙ୍କ ମଧ୍ୟରେ ହୋଇଥାଏ । କିନ୍ତୁ ଏଠାକୁ ପହଞ୍ଚିବା ପାଇଁ ସେ ବହୁତ କଠିନ ପରିଶ୍ରମ ମଧ୍ୟ କରିଛନ୍ତି । ଆଜି ଆମେ ତାଙ୍କର ଚଳଚ୍ଚିତ୍ର ଯାତ୍ରାର ସଂଘର୍ଷ କାହାଣୀ ବିଷୟରେ କହିବାକୁ ଯାଉଛୁ ।

ରୋହିତ ଗତ ଯୁଗର ଖଳନାୟକ ଏମ୍ ବି ଶେଟ୍ଟୀଙ୍କ ପୁଅ ଅଟନ୍ତି । ପିତାଙ୍କ ଦେହାନ୍ତ ପରଠାରୁ ରୋହିତଙ୍କୁ ନିଜ ଜୀବନରେ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା । ନିଜ ପରିବାରକୁ ଆର୍ଥିକ ଭାବେ ସହଯୋଗ କରିବା ପାଇଁ ସେ ନିଜ କଲେଜ୍ ପାଠପଢା ବନ୍ଦ କରିଦେଲେ ଏବଂ କାମ କରିବାକୁ ଲାଗିଲେ । ରିଏଲିଟି ଶୋ ଇଣ୍ଡିଆଜ୍ ନେକ୍ସଟ୍ ସୁପରଷ୍ଟାରରେ ରୋହିତ କହିଥିଲେ ଯେ ସେ ୧୯୯୫ରେ ଆସିଥିବା ‘ହକିକତ’ ଚଳଚ୍ଚିତ୍ରରେ ତବବୁଙ୍କ ଶାଢ଼ୀ ପ୍ରେସ୍ କରୁଥିଲେ ।

ଏତିକିନୁହେଁ ସେ ଅନେକଗୁଡ଼ିଏ ଚଳଚ୍ଚିତ୍ରରେ କାଜଲଙ୍କ ମେକଅପର ଟଚ୍ ଅପ୍ କରିବା ଓ ସ୍ପଟବଏ ଭାବରେ ମଧ୍ୟ କାର୍ଯ୍ୟ କରୁଥିଲେ । ସେ ଅଜୟ ଦେବଗଣଙ୍କ ଫୁଲ୍ ଔର କାଣ୍ଟେ, ସୁହାଗ, ପ୍ୟାର୍ ତୋ ହୋନା ହି ଥା ଓ ରାଜୁ ଚାଚା ଆଦିରେ ଆସିଟାଣ୍ଟ ଡ଼ାଇରେକ୍ଟର୍ ମଧ୍ୟ ଥିଲେ । ରୋହିତଙ୍କ ପ୍ରଥମ ବେତନ ମାତ୍ର ୩୫ ଟଙ୍କା ଥିଲା । ସେ ଘର ଚଳାଇବା ପାଇଁ ଅର୍ଥ ଉପାର୍ଜନ କରିବା ପାଇଁ ଚାହୁଁଥିଲେ ଏଥିପାଇଁ ସେ ଅଳ୍ପ ବୟସରୁ କାମ କରିବାକୁ ଲାଗିଲେ । ସେ କଲେଜ ପାଠପଢା ଏଥିପାଇଁ ଛାଡ଼ିଦେଲେ କାରଣ ସେ ଜାଣିଥିଲେ ଯେ ବହି ଓ ପୋଷାକର ବନ୍ଦୋବସ୍ତ ସେ କରିପାରିବେ ନାହିଁ ।

ରୋହିତଙ୍କ ପରିବାର ମଧ୍ୟ ବହୁତ ବଡ଼ ଅଟେ । ତାଙ୍କର ଦୁଇଟି ଭାଇ ଅଛନ୍ତି ଉଦୟ ଶେଟ୍ଟୀ ଓ ହୃଦୟ ଶେଟ୍ଟୀ । ସେପଟେ ତାଙ୍କର ଚାରୋଟି ଭଉଣୀ ମଧ୍ୟ ଅଛନ୍ତି ମହକ, ଛାୟା, ଚନ୍ଦା ଓ କିରଣ ଶେଟ୍ଟୀ ଅଟନ୍ତି । ରୋହିତଙ୍କ ମାଁ ମଧୁ ଶେଟ୍ଟୀ ଚଳଚ୍ଚିତ୍ରରେ ଜୁନିୟର ଆର୍ଟିଷ୍ଟ ଭାବେ କାମ କରୁଥିଲେ । ରୋହିତ ଯେତେବେଳେ ମାତ୍ର ୧୪ ବର୍ଷର ଥିଲେ ସେତେବେଳେ ସେ ସ୍ଥିର କରି ନେଇଥିଲେ ଯେ ସେ ବଡ଼ ହୋଇ ଚଳଚ୍ଚିତ୍ରରେ ନିର୍ଦ୍ଦେଶକ ହେବେ ।

ତାଙ୍କର ପ୍ରଥମ ଚଳଚ୍ଚିତ୍ର ଅଜୟ ଦେବଗଣଙ୍କ ଫୁଲ୍ ଔର୍ କାନଟେ ଅଟେ । ଏଥିରେ ସେ ନିର୍ଦ୍ଦେଶକ କୁକୁ କୋହଲିଙ୍କୁ ସହଯୋଗ କରୁଥିଲେ । ସେତେବେଳେ ତାଙ୍କୁ ମାତ୍ର ୧୭ ବର୍ଷ ହୋଇଥିଲା । ଏହାପରେ ସେ ପାଖାପାଖି ୧୩ ବର୍ଷ ପର୍ଯ୍ୟନ୍ତ ଏକ ଆସିଟାଣ୍ଟ ଡ଼ାଇରେକ୍ଟର ଭାବରେ କାମ କଲେ । ତାପରେ ସେ ଏକ ନିର୍ଦ୍ଦେଶକ ଭାବେ ନିଜର ପ୍ରଥମ ଚଳଚ୍ଚିତ୍ର ‘ଜମିନ୍’ ନିର୍ମାଣ କଲେ । ଅଜୟ ଦେବଗଣ ଅଭିନୀତ ଏହି ଚଳଚ୍ଚିତ୍ର ବହୁତ ଖରାପ ଭାବରେ ଫ୍ଲପ୍ ହୋଇଗଲା । ଏହାର ପ୍ରଭାବ ଏହା ହେଲା ଯେ ଲୋକମାନେ ରୋହିତଙ୍କ ଫୋନ୍ ଉଠାଇବା ମଧ୍ୟ ବନ୍ଦ କରିଦେଲେ ।

ରୋହିତଙ୍କୁ ବଲିଉଡ଼ରେ ପ୍ରକୃତ ପରିଚୟ ୨୦୦୬ରେ ଆସିଥିବା ଚଳଚ୍ଚିତ୍ର ‘ଗୋଲମାଲ୍’ରୁ ମିଳିଲା । ଏହି ଚଳଚ୍ଚିତ୍ରଟି ସୁପରହିଟ୍ ସାବ୍ୟସ୍ତ ହେଲା । ରୋହିତ ଏହାପରେ ଅନେକଗୁଡିଏ ହିଟ୍ ଚଳଚ୍ଚିତ୍ର ଭେଟି ଦେଇ ଚାଲିଲେ । ସେ ଗୋଳମାଲର ଅନେକ ପାର୍ଟ ବାହାର କଲେ । ତାପରେ ସେ ଆଉ ପଛକୁ ଚାହିଁ ଦେଖି ନାହାଁନ୍ତି ।

Leave a Reply

Your email address will not be published. Required fields are marked *