ଚା’ ବଦଳରେ ପ୍ରତିଦିନ ଏହା ସେବନ କରନ୍ତୁ ! ରକ୍ତର ଅଭାବ ଓ ଦୁର୍ବଳତା ଦୂର ହେବ ଦୂର ସଙ୍ଗେ ସଙ୍ଗେ ଏହି ୫ଟି ରୋଗରୁ ମିଳିବ ମୁକ୍ତି !

ବନ୍ଧୁଗଣ ଆଜି ଆମେ ଆପଣମାନଙ୍କୁ ଗୋଟିଏ ଚମତ୍କାରୀ ବିଷୟଟି କହିବାକୁ ଯାଉଅଛୁ । ଯାହାର ସେବନ କଲେ ଆପଣଙ୍କ ଶରୀରରେ କେବେ ମଧ୍ୟ ରକ୍ତର ଅଭାବ ହେବ ନାହିଁ । କାଶ ଓ ଏସିଡିଟିର ସମସ୍ୟା ଦୂର ହୋଇଯିବ । ଯେଉଁ ଲୋକ ମାନଙ୍କର ଏହି ସମସ୍ୟା ଅଛି ସେମାନେ ଏହି ଉପାୟକୁ ନିଶ୍ଚିତ ପ୍ରୟୋଗ କରନ୍ତୁ । ଏହାକୁ ପ୍ରତୁତ କରିବା ପାଇଁ ଆପଣଙ୍କୁ ୨ଟି ଜିନିଷର ଆବଶ୍ୟକତା ପଡିବ । ତେବେ ଆସନ୍ତୁ ଜାଣିବା ସେହି ୨ଟି ଜିନିଷ କଣ କଣ ଓ ତାହାକୁ ଜାଣିବା ଓ କିପରି ପ୍ରସ୍ତୁତ କରିବା ସେହି ବିଷୟରେ ମଧ୍ୟ ଜାଣିବା ?

ବନ୍ଧୁଗଣ ସେହି ଦୁଇଟି ଜିନିଷ ହେଲା ଗୁଡ ଓ ଜୀରା । ଯାହା ଆପଣଙ୍କ ରୋଷେଇ ଘରେ ସହଜରେ ମିଳି ପାରିବ । ପ୍ରଥମେ ଏହାକୁ ପ୍ରସ୍ତୁତ କରିବା ପାଇଁ ରାତିରେ ଗୋଟିଏ ଚାମଚ ଜିରାକୁ ଗୋଟିଏ ଗ୍ଲାସ୍ ପାଣିରେ ବତୁରାଇ ଦିଅନ୍ତୁ । ସକାଳୁ ଉଠି ବତରାଇଥିବା ଜିରାକୁ ଆପଣ ଭଲ ଭାବରେ ଫୁଟାନ୍ତୁ । ଜୀରାକୁ ଫୁଟାଇବା ସମୟରେ ସେଥିରେ ୧୦ ଗ୍ରାମ ଗୁଡ ପକାଇ ୫ ମିନିଟ୍ ପର୍ଯ୍ୟନ୍ତ ପୁଣି ଫୁଟାନ୍ତୁ ।

ସେହି ପାଣି ଅଧା ହେବ ପର୍ଯ୍ୟନ୍ତ ତାହାକୁ ଫୁଟାନ୍ତୁ । ଫୁଟି ସାରିବା ପରେ ତାହାକୁ ଭଲ ଭାବରେ ଛାଣି ଦିଅନ୍ତୁ । ଏବେ ଏହାକୁ ଚାହା ଭଳି ଟିକେ ଟିକେ କରି ପିଅନ୍ତୁ । ଏହାକୁ ପ୍ରତିଦିନ ସେବନ କରିବା ଦ୍ଵାରା ଶରୀରର ଦୁର୍ବଳତା କମ୍ ହେବ ଓ ଶରୀରରେ ରକ୍ତର ପରିମାଣ ବଢିବ । ଏହାର ନିୟମିତ ସେବନ କାଲେ ମୁହଁର ଚମକ୍ ବଢିଥାଏ ଓ ସୁନ୍ଦରତା ମଧ୍ୟ ବଢିଥାଏ ।

ହୃଦୟ ପାଇଁ ଲାଭଦାୟକ :-

ଜିରା ପାଣି ପିଇବା ହୃଦୟ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଏହା ଆମ ହୃଦ୍-ସ୍ପନ୍ଦନକୁ ସ୍ୱାଭାବିକ ରଖେ ଏବଂ ହୃଦଘାତର ଆଶଙ୍କା କମ୍ ମଧ୍ୟ କମି ଯାଇଥାଏ ।

ରୋଗ ପ୍ରତିଷେଧକ ସ୍ତର ଠିକ ରହିଥାଏ :-

ଜିରା ପାଣି ପିଇବା ଶରୀରରେ ରୋଗ ପ୍ରତିରୋଧକ ସ୍ତରକୁ ଠିକ୍ ରଖେ । ଏହା ସଙ୍ଗେ ସଙ୍ଗେ ଥକ୍କାପଣ, ଦୁର୍ବଳତା, ମୁଣ୍ଡ ବୁଲାଇବା ପରି ସମସ୍ୟାଗୁଡିକ ଦୂର ହୋଇଥାଏ ।

ବାନ୍ତି ଏବଂ ଡାଇରିଆରେ ମୁକ୍ତି :-

ଯଦି ଆପଣ ବାନ୍ତି ଏବଂ ଡାଇରିଆ ରୋଗରେ ପୀଡିତ ଅଛନ୍ତି, ତେବେ ଜିରା ପାଣି ପିଇବା ଦ୍ୱାରା ଆରାମ ମିଳିଥାଏ । ଏହା ସହିତ ଆପଣଙ୍କୁ ଅନ୍ତନଳୀଜନିତ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିନ ଥାଏ ଏବଂ ଶରୀରରେ ମେଟାବୋଲିଜିମ୍ ସ୍ତର ମଧ୍ୟ ଭଲ ରହିଥାଏ ।

ଆଶା କରୁଛୁ ଅନୁଛେଦରେ ପ୍ରଦାନ କରାଯାଇଥିବା ତଥ୍ୟ ଆପଣଙ୍କୁ ପସନ୍ଦ ଆସିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଓ ନିଜ ମତାମତ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ । ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ମଧ୍ୟରେ ସେୟାର କରିବାକୁ ଭୁଲନ୍ତୁ ନାହିଁ ।

Be the first to comment

Leave a Reply

Your email address will not be published.


*